Unknown

 

 

 

 

 

 

 

 

 

 

 

ଓଡ଼ିଆ କେବେ ?

ଶ୍ରୀ ଗୋଲୋକ ବିହାରୀ ଧଳ

 

ଅଭିମତ

 

ଅଧ୍ୟାପକ ଗୋଲୋକବିହାରୀ ଧଳ, ରିଡ଼ର ଜଣେ ଭାଷାବିଜ୍ଞାନବିତ୍ । ଦେଶର ବର୍ତ୍ତମାନ କେନ୍ଦ୍ର ଓ ବିଭିନ୍ନ ଶାସନ କ୍ଷେତ୍ରରେ ହିନ୍ଦୀ ବା ଇଂରେଜୀ ପ୍ରଚଳିତ ହେବ ଏବଂ ବିଭିନ୍ନ ଭାଷାରୂପେ ବ୍ୟବହୃତ ହେବ ଏବଂ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବା ବିଶ୍ୱବିଦ୍ୟାଳୟ ଶିକ୍ଷାସ୍ତରରେ କଳା, ବିଜ୍ଞାନ, ଯାନ୍ତ୍ରିକ ଓ ବିଭିନ୍ନ ବୈଷୟିକ-ବିଜ୍ଞାନର ଅଧ୍ୟୟନ ପାଇଁ ଆଞ୍ଚଳିକ ବା ମାତୃଭାଷା ବା ରାଷ୍ଟ୍ରଭାଷା ବା ଇଂରେଜୀ ଭାଷା କେଉଁ ସ୍ତରରେ ମାଧ୍ୟମ ରୂପେ ବ୍ୟବହୃତ ହେବ, ସେ ବିଷୟରେ ମଧ୍ୟ ଆଲୋଚନା-ସମାଲୋଚନା ଚାଲିଛି । ଏ ପ୍ରକାର ଆଲୋଚନା, ସମାଲୋଚନା କେବଳ ବ୍ୟାବହାରିକ ଓ ତାତ୍ତ୍ୱିକ ଆବଶ୍ୟକତା ଓ ଉପଯୋଗିତା ଦୃଷ୍ଟିରୁ ଯେ କେବଳ ଆଲୋଚିତ ହେଉଛି, ତାହା ନୁହେଁ । ଏହା ସହିତ ଜାତୀୟ ଭାବପ୍ରବଣତା ମଧ୍ୟ ଗଭୀର ସଂଶ୍ଲିଷ୍ଟ ରହିଛି । ଭାଷା ଜାତୀୟତାର ଭିତ୍ତି । ଯଦିଓ ଇଉରୋପର ବିଭିନ୍ନ ରାଜ୍ୟର ଲୋକେ ପ୍ରାୟ ସମସ୍ତେ ସମଧର୍ମାବଲମ୍ୱୀ, ତଥାପି ସେମାନେ ଯେ ଗୋଟିଏ ଗୋଟିଏ ଅଲଗା ଅଲଗା ରାଜ୍ୟର ଜାତି ବା ଗୋଷ୍ଠୀ ବୋଲାଉଛନ୍ତି ଏହାର କାରଣ ସେମାନେଙ୍କର ପ୍ରତ୍ୟେକଙ୍କ ଭାଷା ଅଲଗା ଅଲଗା । ଇଂଲଣ୍ଡର ଲୋକେ ଗୋରା ଓ ଖ୍ରୀଷ୍ଟଧର୍ମାବଲମ୍ୱୀ । ଫ୍ରାନ୍ସର ଲୋକେ ଗୋରା ଓ ସେମାନେ ମଧ୍ୟ ମୁଖ୍ୟତଃ ଖ୍ରୀଷ୍ଟଧର୍ମାବଲମ୍ୱୀ, କିନ୍ତୁ ଇଂଲଣ୍ଡର ଲୋକେ ଗୋଟିଏ ଅଲଗା ଜାତି । ସେହିଭଳି ଫ୍ରାନ୍ସ ଗୋଟିଏ ଅଲଗା ଭାଷା—ଫରାସୀ ଭାଷା । ସମଗ୍ର ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ଜାତି ବା ଗୋଷ୍ଠୀର ଲୋକଙ୍କ ଭିତରେ ଓ ଦେଶ ଭିତରେ ଯେ ବିଭିନ୍ନତା ରହିଛି, ଏହାର ମୂଳ କାରଣ ହେଲା ତାର ଭାଷାର ସ୍ୱତନ୍ତ୍ରତା ସୁରକ୍ଷିତ ହେବା ସ୍ୱାଭାବିକ । ସଂଯୁକ୍ତ ଉତ୍ତର ଆମେରିକାରେ ଇଉରୋପର ବହୁ ବିଭିନ୍ନ ଭାଷାଭାଷୀ ଓ ଜାତିର ଲୋକେ ସେଠାରେ ଯାଇଁ ବସବାସ କରୁଥିଲେ । କିନ୍ତୁ ସମୟକ୍ରମେ ସେମାନେ ସେ ରାଜ୍ୟକୁ ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ବାଣ୍ଟି ନ ନେଇ ଗୋଟିଏ ଜାତିର ସମନ୍ୱୟ ପ୍ରତିଷ୍ଠା କଲେ ଏବଂ ସମସ୍ତେ ଆମେରିକାନ୍ ଜାତି ବୋଲି ପରିଚିତ ହେଲେ ଓ ତାଙ୍କର ବିଭିନ୍ନ ପୂର୍ବ ଜାତୀୟତାକୁ ଛାଡ଼ିଦେଲେ । ଆମେରିକାନ୍ ଜାତି ବୋଲି ପରିଚିତ ହେବା ନିମିତ୍ତ ସମସ୍ତଙ୍କ ପାଇଁ ଗୋଟିଏ ଭାଷା ଅବଲମ୍ୱନ କରିବାର ବ୍ୟବସ୍ଥା କଲେ । ଇଂରେଜୀ ଭାଷା ଅଧିକ ଲୋକେ ବୁଝିବେ ବୋଲି ତାକୁ ଇ ସେମାନେ ଜାତୀୟ ଭାଷାରୂପେ ଅବଲମ୍ୱନ କଲେ । ଫଳରେ ଆମେରିକା ଗୋଟିଏ ଇଂରାଜୀଭାଷୀ ରାଜ୍ୟ ହେଲା । ସମଗ୍ର ପୃଥିବୀର ଏଭଳି ବିଭିନ୍ନ ଦେଶର ଐତିହାସିକ ବିକାଶ ଓ ବିବର୍ତ୍ତନ ମୂଳରେ ଭାଷା ଯେ ଶକ୍ତିରୂପେ କାର୍ଯ୍ୟ କରିଛି, ଏ ବିଷୟରେ ଦ୍ୱିରୁକ୍ତି ନାହିଁ । ଐତିହାସିକ ପ୍ରକ୍ରିୟାର ଏ ନିଦର୍ଶନ ଆମ ଭାରତ ପକ୍ଷରେ ଏକାନ୍ତ ପ୍ରଣିଧାନଯୋଗ୍ୟ । ଆର୍ଯ୍ୟ-ଭାରତ ଯେ ଗୋଟିଏ ରାଜ୍ୟ ହୋଇଥିଲା, ଏହା ଆର୍ଯ୍ୟଧର୍ମ ଏବଂ ସେ ଧର୍ମରେ ଯେଉଁ ଭାଷା ବା ସାହିତ୍ୟରେ ପ୍ରକାଶିତ ବା ପ୍ରଚାରିତ ହୋଇଥିଲା, ତାରି ଆଶ୍ରୟରେ ଗୋଟିଏ ସଂଯୁକ୍ତ ରାଷ୍ଟ୍ରରୂପେ ବିକାଶ ଲାଭ କରିଥିଲା । ସଂସ୍କୃତଭାଷା ଦ୍ୱାରା ପ୍ରଭାବିତ ଓ ସଂଯୁକ୍ତ ହୋଇ ରହୁଥିଲା । ଉତ୍ତରଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାଗୁଡ଼ିକ ସଂସ୍କୃତ ଭାଷାରୁ ଜନ୍ମଲାଭ କରିଥିଲା । ଦକ୍ଷିଣଭାରତରେ ଦ୍ରାବିଡ଼ ଭାଷା ଧର୍ମ, ସମାଜ ଓ ସାହିତ୍ୟର ସ୍ୱତନ୍ତ୍ରତା ଥିଲେ ସୁଦ୍ଧା ସସ୍କୃତ ସାହିତ୍ୟ ଓ ତତ୍ତ୍ୱଭାବଧାରା ତାଙ୍କ ସାହିତ୍ୟକୁ ଓ ଜାତୀୟ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରୁଥିଲା । ଲିପି ଓ ସାହିତ୍ୟ ନ ଥିବା ଭାଷା ବା ବୋଲି ମଧ୍ୟ ଯେ ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ହୁଏ, ସେସବୁ ମଧ୍ୟ ଅପଭ୍ରଂଶ ସୂତ୍ରରେ ବିଭିନ୍ନ ଭାଷାରୁ ଜନ୍ମଲାଭ କରିଥିଲା । ଏପରି ବିଭିନ୍ନ ଆଦିମ ଜାତି ଲୋକଙ୍କର ଭାଷାକୁ ଆଶ୍ରୟ କରି ବିଭିନ୍ନ ଜାତିର ସୃଷ୍ଟି । ସାନ୍ତାଳଙ୍କର ସାନ୍ତାଳୀ ଭାଷା, କନ୍ଧଙ୍କର କୁୟା ଭାଷା ଇତ୍ୟାଦି ।

 

ଏଥିରୁ ଦେଖାଯିବ, ଯେ କୌଣସି ଦେଶକୁ ଗୋଟିଏ ଜାତି ରୂପେ ସଂଗଠିତ କରିବାକୁ ହେଲେ ତାକୁ ଗୋଟିଏ ଭାଷା ଓ ସାହିତ୍ୟ ସୂତ୍ରରେ ସଂଗଠିତ ଓ ଯେତେଦୂର ସମ୍ଭବ ସମାନୀକୃତ ଓ ଏକତାବଦ୍ଧ କରିବା ହିଁ ପ୍ରକୃଷ୍ଟ ପନ୍ଥା । ଯେଉଁଠାରେ ବହୁ ଭାଷାଭାଷୀ ଗୋଷ୍ଠୀ ବହୁ ସଂଖ୍ୟାରେ ବାସ କରୁଛନ୍ତି, ସେଠାରେ ସେ ସବୁ ପ୍ରାନ୍ତୀୟ ବା ଆଞ୍ଚଳିକ ଭାଷାର ସୁରକ୍ଷା ଓ ବିକାଶ ସଙ୍ଗେ ସଙ୍ଗେ ଗୋଟିଏ ଜାତୀୟ ଭାଷାର ଅନୁସରଣ ଓ ବିକାଶ ଏକାନ୍ତ ପ୍ରୟୋଜନ । ନିଜର ମାତୃଭାଷା ଶିକ୍ଷା ଓ କେତେକ ସ୍ତରରେ ତାର ବ୍ୟବହାର ସଙ୍ଗେ ସଙ୍ଗେ ଗୋଟିଏ ରାଷ୍ଟ୍ରୀୟ ବା ସମନ୍ୱୟ ପ୍ରତିଷ୍ଠା କଲାଭଳି ଜାତୀୟ ଭାଷା ସମସ୍ତେ ଶିକ୍ଷା ଓ ନିର୍ଦ୍ଦିଷ୍ଟ ସ୍ତରରେ ବ୍ୟବହାର କରିବା ଉଚିତ । ମାତୃଭାଷା ମନୁଷ୍ୟର ଆତ୍ମବିକାଶର ସ୍ୱାଭାବିକ ଆଧାର ଓ ଆଶ୍ରୟ । ତାକୁ ଉପେକ୍ଷା କଲେ ମନୁଷ୍ୟର ସହଜ ଓ ସ୍ୱାଭାବିକ ବିକାଶ ବାଧାପାଏ । ଅବଶ୍ୟ ସେ ଭାଷା ଅତି ସଂକୀର୍ଣ୍ଣ ଓ ସୀମାବଦ୍ଧ ରହିଲେ ତାହା ପୂର୍ଣ୍ଣାଙ୍ଗ ମାନବିକ ବିକାଶ ପକ୍ଷରେ ସହାୟକ ହେବନାହିଁ । ସେଠାରେ ସେ ଭାଷାକୁ ଶିକ୍ଷାସ୍ତରରେ ପରିହାର କରି ବୃହତ୍ତର ରାଷ୍ଟ୍ରୀୟ ବା ଜାତୀୟ ଭାଷାକୁ ଅବଲମ୍ୱନ କରିବା ହିଁ ଶ୍ରେୟଷ୍କର ଯେପରି କି ଆମେରିକା ପ୍ରଭୃତି ଦେଶରେ ଘଟିଛି । କିନ୍ତୁ ଯେଉଁ ଭାଷାର ମୌଳିକତା ଅଛି, ଯୁଗ ଯୁଗ ବ୍ୟାପି ସାହିତ୍ୟ ଅଛି ଓ ସାଂସ୍କୃତିକ ଐତିହ୍ୟ ଅଛି, ସେ ଭଳି ମାତୃଭାଷାକୁ ପରିହାର ବା ଲୋପ କରିବା ଏକପ୍ରକାର ଜନନୀହତ୍ୟା ସଙ୍ଗେ ସମାନ ହେବ । ତେଣୁ ଭାରତକୁ ଗୋଟିଏ ଜାତି ଓ ଗୋଟିଏ ରାଷ୍ଟ୍ରରୂପେ ସଂଗଠିତ କରି ରଖିବାକୁ ହେଲେ ଗୋଟିଏ ରାଷ୍ଟ୍ରଭାଷା ବ୍ୟବହାର ଏକାନ୍ତ ପ୍ରୟୋଜନ-। ଏହି ଭାଷା ହିଁ ଭାରତକୁ ଚିରଦିନ ପାଇଁ ଏକତାବଦ୍ଧ କରି ରଖିପାରିବ । ତାହା ନ ହେଲେ କାଳକ୍ରମେ ଅବସ୍ଥାଚକ୍ରରେ ସ୍ଥାନୀୟ ସ୍ୱାର୍ଥ ଓ ଆଞ୍ଚଳିକ ଗୋଷ୍ଠୀଗତ ମମତା ବିଭିନ୍ନ ଅଞ୍ଚଳକୁ ପରସ୍ପରଠାରୁ ଛିନ୍ନଭିନ୍ନ କରିଦେବ ଓ ପରିଣାମରେ ଭାରତ ଖଣ୍ଡ ଖଣ୍ଡ ହୋଇଯିବ ଏବଂ ଭାରତ ସ୍ୱାଧୀନ ହୋଇ ରହିବା ହୁଏ ତ ଅସମ୍ଭବ ହୋଇପଡ଼ିବ । ସେଥିପାଇଁ ଭାରତରେ ସର୍ବାଧିକ ଲୋକ ବ୍ୟବହାର କରୁଥିବା ଓ ବୁଝି ପାରୁଥିବା ହିନ୍ଦୀଭାଷାକୁ ରାଷ୍ଟ୍ରଭାଷା ବୋଲି ସମ୍ୱିଧାନରେ ସ୍ୱୀକାର କରାଯାଇଛି । ଇଂରାଜୀଭାଷା ପୃଥିବୀର ଗୋଟିଏ ବଡ଼ ଉନ୍ନତ ଭାଷା—ଏଥିରେ ସନ୍ଦେହ ନାହିଁ । ଏ ଭାଷା ସାହାଯ୍ୟରେ ଆମ ଦେଶରେ ଆଧୁନିକ ଶିକ୍ଷା ସମ୍ଭବ ହୋଇଛି–ଏ କଥା ସ୍ୱୀକାର୍ଯ୍ୟ-। କିନ୍ତୁ ଏ ଭାଷା ବିଦେଶୀ ଅଲକ୍ଷ୍ୟରେ ବିଦେଶୀ ଭାବରେ ଆମ ସଂସ୍କୃତି, ସଭ୍ୟତା ଏପରି କି ସାମାଜିକ ଆଚାର-ବ୍ୟବହାରକୁ ମଧ୍ୟ ପ୍ରଭାବିତ କରିଛି ଓ କରୁଛି । ଗୋଟିଏ ବିଦେଶୀ ଭାଷାର ପ୍ରାଧାନ୍ୟ ସ୍ୱୀକାର କରିବା ଅର୍ଥ ନିଜ ଭାଷାର ନ୍ୟୂନ ବୋଲି ନିଜ ମନରେ ଗୋଟିଏ ଧାରଣା ସୃଷ୍ଟି କରିବା ସଙ୍ଗେ ସମାନ । ଦେଶରେ ତାହା ହିଁ ଘଟୁଛି । କୁହାଯାଉଛି ଯେ, ଇଂରାଜୀ ଭାଷା ବ୍ୟତୀରେକେ ଆଧୁନିକ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟକୁ ଜ୍ଞାନତତ୍ତ୍ୱ ଶିକ୍ଷା କରିବା ସମ୍ଭବ ହୋଇପାରିବ ନାହିଁ । ଏ ଯୁକ୍ତିର ପରିଣାମ ହେଉଛି ରାଷ୍ଟ୍ରଭାଷା ବା ବିଭିନ୍ନ ପ୍ରାନ୍ତୀୟ ଭାଷା ଇଂରେଜୀ ଭାଷାର ସମକକ୍ଷ ହୋଇ ପାରିବ ନାହିଁ । କିନ୍ତୁ ରୁଷିଆରେ ରୁଷଭାଷା, ଜାପାନରେ ଜାପାନୀଭାଷା, ଚୀନରେ ଚୀନାଭାଷା, ଜର୍ମାନୀରେ ଜର୍ମାନୀଭାଷା, ଫ୍ରାନ୍ସରେ ଫରାସୀଭାଷା ତାଙ୍କ ନିଜ ନିଜ ରାଜ୍ୟରେ ଇଂରାଜୀ ଭାଷାର ସମକକ୍ଷ ହେଲେ କିପରି ? ସକଳ ପ୍ରକାର ବିଷୟର ଶିକ୍ଷା ତାଙ୍କ ନିଜ ନିଜ ମାତୃଭାଷା ମାଧ୍ୟମରେ ଦିଆଯାଇ ପାରିଲା କିପରି ? ଏଥିପାଇଁ ଗାନ୍ଧିଜୀ କହିଥିଲେ–

 

‘’Russia has achieved all her scientific progress without English. It is our mental slavery that makes us feel that we cannot do without English. I can never subscribe to that defeatist creed.’’

 

‘’ଇଂରାଜୀ ଭାଷା ବିନା ରୁଷିଆ ତାର ସକଳ ପ୍ରକାର ବୈଜ୍ଞାନିକ ଅଗ୍ରଗତି କରିପାରିଛି-। ଆମେ ଯେ ବିଚାରୁ ଥାଇଁ, ଇଂରେଜୀ ବିନା କାମ ଚଳିବ ନାହିଁ । ଏହାର କାରଣ ଆମର ମାନସିକ ଦାସତ୍ୱ । ମୁଁ ଏ ପ୍ରକାର ପରାଜୟମୂଳକ ମନୋବୃତ୍ତିକୁ କଦାପି ସମର୍ଥନ କରି ପାରିବି ନାହିଁ ।’’

 

ହିନ୍ଦୀ ଦକ୍ଷିଣ ଭାରତୀୟ, ବଙ୍ଗାଳୀ ଓ ଆସାମୀଙ୍କ ପକ୍ଷରେ କଷ୍ଟକର ବୋଲି ଯୁକ୍ତି ହେଉଛି । କିନ୍ତୁ ଇଂରେଜୀ ଭାଷା ସହିତ ଏମାନଙ୍କ ଆଞ୍ଚଳିକ ଭାଷାର ତ କୌଣସି ସମ୍ପର୍କ ନାହିଁ । ତଥାପି ଇଂରେଜୀ ଭାଷାକୁ ଏମାନେ ଯଦି ଶିକ୍ଷା କରି ପାରିଲେ, ସେମାନଙ୍କ ନିଜ ଭାଷା ଓ ସଂସ୍କୃତି ସହିତ ସଂପୃକ୍ତ ଥିବା ସଂସ୍କୃତ ଭାଷାର ଗୋଟିଏ କନ୍ୟା-ଭାଷା ହିନ୍ଦୀକୁ ଆୟତ୍ତ କରିବା ସେମାନଙ୍କ ପକ୍ଷରେ ଅଧିକ କଷ୍ଟକର ହେବ କାହିଁକି । ଇଂରେଜୀ ପକ୍ଷରେ ଓ ହିନ୍ଦୀ ବିରୁଦ୍ଧରେ ଏ ଯେଉଁ ଆନ୍ଦୋଳନ, ଏହା ଭାଷା ଦୁଷ୍ଟିରୁ ନୁହେଁ, ରାଜନୀତି ବା ଆର୍ଥିକ କିମ୍ୱା ବୈଷୟିକ ସ୍ୱାର୍ଥଦୃଷ୍ଟିରୁ ହେଉଥିବା, ମନେହୁଏ । ମାତ୍ର ରାଜନୀତି ଅର୍ଥ ଓ ବ୍ୟବସାୟ ଭାଷା ସୀମା ଭିତରେ ରହେ ନାହିଁ । ପ୍ରାନ୍ତୀୟତାଠାରୁ ଜାତୀୟତା, ଜାତୀୟତାଠାରୁ ଆନ୍ତର୍ଜାତୀୟତା କ୍ଷେତ୍ରକୁ ସଂପ୍ରସାରିତ ହୁଏ । ଅର୍ଥାତ୍ ଏହା ପ୍ରାନ୍ତୀୟ ବା ଜାତୀୟ ଭାଷାର ସୀମାକୁ ଟପି ଗତି କରେ । ତେଣୁ ଏ କ୍ଷେତ୍ରରେ ଭାଷା ସବୁଦିନ ପାଇଁ ଗୋଟିଏ ଅଙ୍କୁଶ ହୋଇ ରହିବାର କୌଣସି ଆଶଙ୍କା ନାହିଁ । ଯେ ଇଂରେଜୀକୁ ଆୟତ୍ତ କରି ପାରୁଛନ୍ତି, ସେ ହିନ୍ଦୀକୁ ଅନାୟାସରେ ଆୟତ୍ତ କରି ପାରିବେ ।

 

ପୁଣି ପ୍ରାନ୍ତୀୟ ବା ଆ଼ଞ୍ଚଳିକ ଭାଷା ଯେତେବେଳେ ରାଷ୍ଟ୍ରୀୟ ଭାଷାର ପରିପୂରକ ଓ ପରିପୋଷକ ହୋଇ ରହିବା ଏକାନ୍ତ ଆବଶ୍ୟକ, ସେତେବେଳେ ସେ ଭାଷାକୁ ସମୃଦ୍ଧିଶାଳୀ ଏବଂ ପୂର୍ଣ୍ଣାଙ୍ଗ ହୋଇ ପାରିବ ଅତଏବ ମାତୃଭାଷା ବା ପ୍ରାନ୍ତୀୟ ଭାଷାକୁ ସେହିଭଳି ଉଚ୍ଚସ୍ଥାନ ଦିଆଯିବା ଉଚିତ ଏବଂ ତାହାର ବ୍ୟବହାର, ବିକାଶ ଓ ଅଭିବୃଦ୍ଧି ଆଞ୍ଚଳିକ ଜାତୀୟ ଜୀବନର ଆଧାର ଓ ଆଶ୍ରୟ ହେବା ଉଚିତ ।

 

ଡକ୍ଟର ଗୋଲେକ ବିହାରୀ ଧଳ ଖୁବ୍ ଯୁକ୍ତିଯୁକ୍ତ ଭାବରେ ତାଙ୍କର ‘‘ଓଡ଼ିଆ କେବେ’’ ପୁସ୍ତକରେ ଏ ବିଷୟକୁ ଆଲୋଚନା କରିଛନ୍ତି । ମୁଁ ତାଙ୍କର–ଏ ଉଦ୍ୟମ ପାଇଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ତାଙ୍କର ଏ ଲେଖା ଏ ବିଷୟରେ ଯେଉଁମାନଙ୍କ ମନରେ ସନ୍ଦେହ ବା ଦ୍ୱିଧା ଅଛି, ତାହା ଦୂରକରି ସେମାନଙ୍କ ମନରେ ଜାତୀୟତା ଓ ନିଜ ଭାଷା ସହିତ ଆତ୍ମାୟତାକୁ ଦୃଢ଼ୀଭୂତ କରିବା ଦିଗରେ ଅନୁକୂଳ ଭାବୋଦ୍ରେକ କରିବ ବୋଲି ମୁଁ ଆଶାକରେ । ତାଙ୍କର ଏ ଉଦ୍ୟମ ସଫଳ ହେଉ–ଏହା ହିଁ କାମନା ।

 

ରାଧାନାଥ ରଥ

ସମ୍ପାଦକ–ସମାଜ

ତା ୧-୧-୧୯୬୪

Image

 

-ଭୂମିକା-

 

ମହାତ୍ମା ଗାନ୍ଧିଜୀ ଯେତେବେଳେ ସ୍ୱାଧୀନତା ପାଇଁ ଲଢ଼ାଇ କଲେ, ସେତେକିବେଳେ ଭାରତର ଭାଷାପ୍ରଶ୍ନ ତାଙ୍କ ମନରେ ଉଠିଲା । ସେ ଭାବିଥିଲେ ଇଂରେଜମାନେ ଯିବେ, ଶାସନରହିବ ଭାରତୀୟମାନଙ୍କ ହାତରେ ଇଂରେଜି ଯିବ, ଶାସନ ଚାଲିବ ଭାରତୀୟ ଭାଷାରେ । ଯିବ ମାନେ ଏ ଦେଶରୁ ଇଂରେଜି ବିଦାୟ ନେବନାହିଁ, ବିଦାୟ ନେବ ତାର ସର୍ବମୟ ଆଧିପତ୍ୟ, କିନ୍ତୁ ଆବଶ୍ୟକୀୟ ସ୍ଥଳରେ ତାକୁ ରଖାଯିବ । ଭାଷାର ସାଧାରଣ ନୀତି ହେବ କେନ୍ଦ୍ରରେ ହିନ୍ଦୀ ରାଜ୍ୟମାନଙ୍କରେ ଏହି ଦୃଷ୍ଟିରୁ କାମ କରୁଥିଲେ । କିନ୍ତୁ ଲୋକ ସାଧାରଣ ଏ ବିଷୟରେ ବିଶେଷ କିଛି ଚିନ୍ତା କରୁ ନ ଥିଲେ ।

 

ଭାଷା ଯେ ଗୋଟାଏ ବିରାଟ ପ୍ରଶ୍ନ ହୋଇପାରେ ଓ ସେହି ପ୍ରଶ୍ନ ନେଇ ଦେଶରେ ଅସ୍ଥିପଞ୍ଜର ଦୋହଲି ଯାଇପାରେ, ଲହୁଲୁହର ତପ୍ତ ବୈତରଣୀ ବହିପାରେ, ସେଇଟା ଜଣାପଡ଼ିଲା କେବଳ ରାଜ୍ୟ ପୁନର୍ଗଠନ ବେଳେ । ୧୯୫୬ ମସିହାରେ ଯେତେବେଳେ ରାଜ୍ୟ ପୁନର୍ଗଠନ ପ୍ରଶ୍ନ ଉଠିଲା, ସେତେବେଳେ ଏ ରାଜ୍ୟରୁ ଖଣ୍ଡେ ଯାଇ ସେ ରାଜ୍ୟରେ ମିଶିଲା, ସେ ରାଜ୍ୟରୁ ଖଣ୍ଡେ ଆସି ଏ ରାଜ୍ୟରେ ମିଶିଲା । ଗୋଟିଏ ଭାଷା କହୁଥିବା ରାଜ୍ୟଲୋକେ, ଆଉ ଗୋଟିଏ ଭାଷାରାଜ୍ୟ ସଙ୍ଗେ ଯୋଡ଼ି ହୋଇଗଲେ । କେଉଁଠି ଅବା ଗୋଟିଏ ରାଜ୍ୟ ଭିତରେ ଗୋଟିଏ ଭାଷା ସମାଜ ଆଉ ଗୋଟିଏ ଭାଷା ସମାଜ ବିରୁଦ୍ଧରେ ଅସହିଷ୍ଣୁ ହୋଇ ଉଠିଲା । ସେହିଦିନୁ ଖୁବ୍ ଜୋରରେ ବିହାରର ବାଚସ୍ପତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗତିବିଧି ଦେଖିସାରି ଓଡ଼ିଶା ସମ୍ୱାଦ ଦେଖିଲେ କୌତୁହଳ ହୁଏ । ଦିନେ ଖବର ବାହାରିଲା—ନୟାଗଡ଼ କଲେଜରେ ମାତୃଭାଷା ଓଡ଼ିଶା ପ୍ରତି ଅବହେଳା । ସେଠି ବୁଦ୍ଧିଜୀବୀମାନେ ଭାବନ୍ତି, ଓଡ଼ିଆ ପଢ଼ି ପାସ୍ କଲେ ଲୋକେ ହାଫ୍ ଅର୍ଥାତ୍ ଅଧା-ଗ୍ରାଜୁଏଟ୍ ହୁଅନ୍ତି । ଭଦ୍ରଖ କଲେଜ ସମ୍ୱାଦ ହେଉଛି-ସେଠି ଓଡ଼ିଆ ଶ୍ରେଣୀରେ ପାଠ ନ ପଢ଼ାଇ ଛାତ୍ରମାନଙ୍କୁ କେବଳ ଉପସ୍ଥିତ ଦେଇ ଛାଡ଼ିଦେଲେ ବି କାମ ଚଳିବ । ସମ୍ୱାଦ ଯଦି ସତ୍ୟ ହୋଇଥାଏ, ତେବେ ଭାରତର ଭାଷାନୀତି ବିଷୟରେ ଯେତେ ଅନ୍ଧକାର, ସବୁ ଆମର ଏହିଆଡ଼େ ଅଛି ବୋଲି ବୁଝିବାକୁ ହେବ । ପଡ଼ୋଶୀ ବଙ୍ଗଳାରେ ଶାସନଗାଦିକୁ ଆସିଲାବେଳକୁ ଓଡ଼ିଶାର ମଫସଲ କଲେଜମାନଙ୍କରେ ମାତୃଭାଷା ପ୍ରତି ଏହି ବୈମାତ୍ରେୟ ଭାବ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ, ହସ ବି ମାଡ଼େ । ବ୍ରିଟିଶମାନେ ଭାରତରୁ ବାହାରିଗଲା ପରେ ସୁଦୂର ବଣଜଙ୍ଗଲରେ, କେଉଁଠି ଅବା ମରୁପ୍ରାନ୍ତରରେ ରାଜତ୍ୱ କରୁଥିବା ଗଡ଼ଜାତ ରାଜାମାନେ କେତେ ଦିନ ପାଇଁ ସାର୍ବଭୌମ ଶାସକ ହୋଇଉଠିଲେ । ସାହେବ ତ ଗଲେ, ସେହିମାନେ ସାଜିଲେ ଏଠି ସାହେବ । ଫଳ ହେଲା—ପଟେଲଙ୍କ ଏକାଗାରରେ ସମସ୍ତେ ଗଡ଼ିପଡ଼ିଲେ । ବ୍ରିଟିଶମାନେ ଯିବା ପରେ ଭାରତ ସ୍ୱାଧୀନ ହେଲା, ଇଏ ଖାଲି କେତେଦିନ ଗୋଟାଏ ପାଲା ଲାଗିଲା । ରାଜନୈତିକ ଚେତନାରୁ ଯେଉଁ ଲୋକେ ଯେତିକି ଦୂରରେ ଥିଲେ, ସେମାନେ ସେତିକି ଅଭିମାନ କରି ବସିଥିଲେ-। ଏବେ ଭାଷାନୀତିଟା ଠିକ୍ ସେଇମିତି ଜଣାପଡ଼ୁଛି । ଦିଲ୍ଲୀରେ ଯାହା ହେଉଛି, ହିନ୍ଦୀ ରାଜ୍ୟମାନଙ୍କରେ ଯାହା ହେଉଛି, ସେ ପବନ ବୋଧହୁଏ ବଙ୍ଗଳାଯାଏ ଆସି କଲିକତାରେ ଅଟକି ଯାଉଛି । ଫଳରେ ବଙ୍ଗଦେଶରେ ବଙ୍ଗଳା ଭାଷା ହେଲାବେଳେ ଓଡ଼ିଶାରେ କଲେଜ ପରି ଉନ୍ନତ ଶିକ୍ଷାକ୍ଷେତ୍ରମାନଙ୍କରେ ମାତୃଭାଷାକୁ ନାକଟେକା ହେଉଛି । କିନ୍ତୁ ରିପ୍ ଭାନ୍ଉଈଙ୍କୁ ନିଦରୁ ଉଠିଲାଭଳି ଦିନେ ଦେଖିବେ—ସବୁ ଓଲଟି ଯାଇଛି । ଦିଲ୍ଲୀରେ ହିନ୍ଦୀ ହେଉ ବା ଇଂରେଜି ହେଉ, ରାଜ୍ୟମାନଙ୍କରେ ଶାସନ ଚାଲିଛି ଆଞ୍ଚଳିକ ଭାଷରେ, ମାନେ ଆସାମରେ ଆସାମୀପରି ଓଡ଼ିଶାରେ ଓଡ଼ିଆ ।

 

ମାତୃଭାଷାର ମାହାତ୍ମ୍ୟ ଯୁଗେ ଯୁଗେ ସ୍ୱୀକୃତ ହୋଇଆସିଛି । ବୁଦ୍ଧ, ଅଶୋକ, ମହାବୀର ପ୍ରଭୃତି ମହାପୁରୁଷମାନେ ଲୋକଭାଷାକୁ ସ୍ୱୀକାର କରି ତହିଁରେ ଧର୍ମପ୍ରଚାର କରିଥିଲେ-। ସଂସ୍କୃତ ପରି ସମୃଦ୍ଧ ଭାଷା ଥାଉଁ ଥାଉଁ ପାଲି ପ୍ରାକୃତ ପରି ଲେକଭାଷାରେ ସେମାନେ ଲୋକଙ୍କୁ ଧର୍ମଶିକ୍ଷା ଦେଲେ । ମାତୃଭାଷା ମାତୃସ୍ତନ୍ୟପରି ମହନୀୟ, ସହଜ ଓ ଶକ୍ତିଶାଳୀ । ଲୋକମାନଙ୍କ ପ୍ରାଣକୁ ଛୁଇଁବା ପାଇଁ ସେହି ହେଉଛି ଅସଲ ଅସ୍ତ୍ର । ଅନ୍ୟଭାଷା ବାହାରବୋଳା ଔଷଧ, ମାତୃଭାଷା ହେଉଛି ଇଞ୍ଜେକସନ୍ । ସଙ୍ଗେ ସଙ୍ଗେ ତାହା ରକ୍ତରେ ଖେଳିଯାଏ । ଦୁଇଶହ ବର୍ଷରେ ବିଦେଶୀ ଇଂରେଜିକୁ ଯେଉଁ ସ୍ନେହ, ଆଦର ଓ ସମ୍ମାନ ମିଳିଥିଲା, ତାହା ଯେ କୌଣସି ଲୋକଭାଷାକୁ ମିଳିଲେ, ତାହା ଯେ ଦେଶ ଓ ଜାତିର ପ୍ରତ୍ୟେକ ଲୋକକୁ ଅଳ୍ପ ସମୟରେ ଛୁଇଁପାରିବ, ଏଥିରେ ସନ୍ଦେହ ନାହିଁ ।

 

ଜନତାର ଭାଷା ଯେ କେବଳ ଜନତାର ଆଦର ପାଏ ତା ନୁହେଁ, ଦେବତାର ଆଶୀର୍ବାଦ ମଧ୍ୟ ପାଏ । ଗୋସ୍ୱାମୀ ତୁଳସୀ ଦାସ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୀବନରେ ଏ କଥା ସ୍ପଷ୍ଟ ହୋଇଯାଇଛି । ତୁଳସୀଦାସ ଯେତେବେଳେ ରାମାୟଣ ଲେଖିବାକୁ ବାହାରିଲେ, ସେତେବେଳେ ସଂସ୍କୃତ ଭାଷାକୁ ଖୁବ୍ ସମ୍ମାନ ଦିଆଯାଉଥିଲା । ତେଣୁ ଯେ କୌଣସି ଲେଖକ ସଂସ୍କୃତ ଭାଷାରେ ଲେଖି ଲୋକସମ୍ମାନ ପାଇଁ ଚେଷ୍ଟା କରିବା ସ୍ୱାଭାବିକ । କେହି କେହି ମଧ୍ୟ କହନ୍ତି–ତୁଳସୀଦାସ ସଂସ୍କୃତରେ ‘ରାମଚରିତ ମାନସ’ ଆରମ୍ଭ କରିଥିଲେ, କିନ୍ତୁ ପରେ ଲୋକଙ୍କ ଭାଷାରେ ଲେଖିବା ପାଇଁ ସ୍ଥିର କଲେ । କାଶୀର ପଣ୍ଡିତମାନେ ଏଥିରେ ବିଗିଡ଼ି ଥରେ କାଶୀବିଶ୍ୱନାଥ ଦେବତାଙ୍କ ନିକଟରେ ରାମଚରିତ ମାନସକୁ ପରୀକ୍ଷା କରାଇଲେ । ରାତିରେ ଦେବତାଙ୍କ ନିକଟରେ ସଂସ୍କୃତ ଓ ହିନ୍ଦୀ ରାମାୟଣକୁ ତଳ ଉପର କରି ରଖିଦେଲେ, ଉପରେ ସଂସ୍କୃତ ଗ୍ରନ୍ଥ ତଳେ ହିନ୍ଦୀ ଗ୍ରନ୍ଥ । କିନ୍ତୁ ସକାଳୁ ଦେଖିଲାବେଳକୁ ସଂସ୍କୃତ ଗ୍ରନ୍ଥମାନ ତଳେ, ହିନ୍ଦୀଗ୍ରନ୍ଥ ଉପରେ ଓ ତା ଉପରେ ଲେଖାହୋଇଛି ସତ୍ୟଂ, ଶିବଂ, ସୁନ୍ଦରଂ । ହୁଏ ତ ଏହା ଗଳ୍ପ ହୋଇପାରେ, କିନ୍ତୁ ଜନତାର ଶିକ୍ଷାପାଇଁ ସଂସ୍କୃତ ଅପେକ୍ଷା ଲୋକଭାଷା ଯେ ଅଧିକ ଉପାଦେୟ, ଅଧିକ ସତ୍ୟ, ଶିବ ଓ ସୁନ୍ଦର–ଏହି ଇଙ୍ଗିତ ସେଥିରେ ଥିଲା, ଏଥିରେ ସନ୍ଦେହ ନାହିଁ । ଜଗନ୍ନାଥଙ୍କ ଓଡ଼ିଶା ଭାଗବତକୁ ସଂସ୍କୃତ ପଣ୍ଡିତମାନେ ‘ତେଲୀ ଭାଗବତ’ ବୋଲି ଉପହାସ କରୁଥିଲେ, କିନ୍ତୁ ଶେଷରେ ସେହି ଭାଗବତ ଜଳରେ ତୈଳବିନ୍ଦୁ ପରି ଦେଶର କୋଣେ କୋଣେ ପ୍ରସରି ଗଲା, ନିରକ୍ଷର ଓଡ଼ିଆ ଜାତି ସାକ୍ଷର ହୋଇଉଠିଲା । ଇଂଲଣ୍ଡର ବିଶ୍ୱବିଖ୍ୟାତ କବି ମିଲଟନ୍ ଯେତେବେଳେ ତାଙ୍କର ମହାକବ୍ୟ ‘ପାରାଡ଼ାଇଜ୍ ଲଷ୍ଟ’ ଲେଖିଲେ ସେତେବେଳେ ଇଉରୋପରେ ଲାଟିନ ଭାଷାର ପ୍ରାଧାନ୍ୟ ବହୁତ ଥିଲା । ତେବେ ବି ସେ ତାଙ୍କ ମହାକାବ୍ୟକୁ ଲାଟିନରେ ନ ଲେଖି ମାତୃଭାଷା ଇଂରେଜିରେ ଲେଖିଲେ । ନିଜର ଏଥିରେ ଯାହା ହେଲା ନ ହେଲା ସେ ଭିନ୍ନ କଥା, କିନ୍ତୁ ଇଂରେଜି ଭାଷା ଓ ସାହିତ୍ୟର ଖ୍ୟାତି ଯେ ଏଥିରେ ଯଥେଷ୍ଟ ବଢ଼ିଗଲା, ଏଥିରେ ସନ୍ଦେହ ନାହଁ-। ପୁରାତନ କଥା ଛାଡ଼ିଦେଲେ ଆଧୁନିକ ଯୁଗରେ ବିଜ୍ଞାନପ୍ରଧାନ ରୁଷ ଦେଶରେ ରୁଷଭାଷା ଓ ପ୍ରଗତିପ୍ରଧାନ ଜାପାନ ଦେଶରେ ଜାପାନିଭାଷା ଜାତୀୟ ଭାଷାରୂପେ ଗୃହୀତ । ଶ୍ରୀଯୁକ୍ତ ନେହରୁ ଥରେ କମ୍ୟୁନିଟି ପ୍ରୋଜେକ୍ଟ ଦେଖିବାକୁ ଯାଇଥିଲେ । ସେଠି ସେ ଦେଖିଲେ ଯେ ପ୍ରଚାରପତ୍ର ସବୁ ଇଂରେଜିରେ ବଣ୍ଟା ହୋଇଛି । ତା ଦେଖି ୟେ ଦୁଇଟି କଥା କହିଥିଲେ, ଗୋଟିଏ ହେଉଛି—ପ୍ରୋଜେକ୍ଟର ଡିରେକ୍ଟର କେବଳ ଆଦେଶ ନ ଦେଇ ନିଜେ କୋଡ଼ି କୋଦାଳ ଧରି ପ୍ରୋଜେକ୍ଟରେ କାମ କରିବା ଉଚିତ । ଆଉ ଗୋଟିଏ ହେଉଛି—ପ୍ରଚାରପତ୍ରସବୁ ଆମ ଦେଶୀ ଭାଷାରେ ଲେଖି ବାଣ୍ଟିବା ଉଚିତ । ବାସ୍ତବରେ ପ୍ରୋଜେକ୍ଟ ତ ହାକିମମାନଙ୍କର ନୁହେଁ, ଗାଁ ଲୋକଙ୍କର । ଗାଁ ଭାଷାରେ ଯଦି ଗାଁ ଲୋକଙ୍କୁ ବୁଝାଇ ଦିଆ ନ ଯାଏ, ତେବେ ପ୍ରୋଜେକ୍ଟ ଚିନ୍ତାଟା ସେମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ହେବ କେମିତି ? ତେଣୁ ଲୋକଙ୍କ ପାଇଁ ତାଙ୍କ ନିଜ ଭାଷା ସବୁଠୁ ବେଶି ଉପଯୋଗୀ, ଏଥିରେ ଯୁକ୍ତିତର୍କର କୌଣସି ଆବଶ୍ୟକତା ନାହିଁ ।

 

କିନ୍ତୁ ଆମଦେଶରେ ବହୁଦିନ ପର୍ଯ୍ୟନ୍ତ ଅସ୍ୱାଭାବିକ ପରିସ୍ଥିତି ରାଜତ୍ୱ କରୁଥିବାରୁ ଏବିଷୟରେ ନାନାପ୍ରଶ୍ନ ଓ ବାଦବିସମ୍ବାଦ ଉଠିଛି । ଯହାର ଯାହା ହକ୍ ତାକୁ ତାହା ମିଳେ ନାହିଁ । ବ୍ରିଟିଶମାନେ ଏଠି ରାଜତ୍ଵ କରିବା ଫଳରେ ଇଂରେଜି ଭାଷାର ପ୍ରଧାନ୍ୟ ବଢ଼ିଲା । ସେ ପୁଣି ଏତେ ବଢ଼ିଗଲା ଯେ ତାକୁ ଛିଣ୍ଡାଇବାକୁ ଚେଷ୍ଟାକଲେ ଏବେ ଅସ୍ୱାଭାବିକ ମନେ ହେଉଛି । ଊନବିଂଶ ଶତାବ୍ଦୀରେ ଇଂରେଜି ସପକ୍ଷରେ ଯେଉଁ ଯୁକ୍ତି କରାଯାଉଥିଲା, ବିଂଶ ଶତାବ୍ଦୀରେ ମଧ୍ୟ ସେହି ଯୁକ୍ତି ଶୁଣିବାକୁ ମିଳୁଛି, ଅଳ୍ପ ସାମାନ୍ୟ ଯାହା କିଛି ପରିବର୍ତ୍ତନ ହୋଇଛି । ସେ କାଳେ ବିବାଦ ଥିଲା ଇଂରେଜି ଓ ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ, ଏବେ ବିବାଦ ହେଉଛି ହିନ୍ଦୀ ଓ ଇଂରେଜି ଭିତରେ । ଆଞ୍ଚଳିକ ଭାଷାମାନେ ଏକ ନିର୍ବିବାଦ ସ୍ତରରେ ଅଛନ୍ତି । ଅର୍ଥାତ୍ ଓଡ଼ିଶାରେ ଓ ବଙ୍ଗରେ ବଙ୍ଗଳା ଭାଷାରେ ଶିକ୍ଷା, ଶାସନ ଚାଲିବା ବିଷୟରେ ଭାରତୀୟ ସମ୍ୱିଧାନର ନିର୍ଦ୍ଦେଶ ସୁସ୍ପଷ୍ଟ । କେବଳ ହିନ୍ଦୀ ଇଂରେଜିକୁ ନେଇ ଯାହା ଗଣ୍ଡଗୋଳ । ଦକ୍ଷିଣ ଲୋକଙ୍କର ଯୁକ୍ତି ହେଉଛି–ଇଂରେଜି ତ ଥଲା ରହୁ, ହିନ୍ଦୀ ଆମ ପାଇଁ ଗୋଟାଏ ନୂଆ ଭାଷା, ଆମେ ପୁଣି ତାକୁ ଶିଖି ପାରିବୁ ନାହିଁ । ବର୍ତ୍ତମାନ ହିନ୍ଦୀ ଲୋକଙ୍କର ଯୁକ୍ତି ହେଉଛି—ଦକ୍ଷିଣ ଲୋକେ ଯଦି ହିନ୍ଦୀପରି ଗୋଟିଏ ଭାରତୀୟ ଭାଷା ଶିଖି ପାରିବେ ନାହିଁ, ହିନ୍ଦୀ ଲୋକେ ଗୋଟାଏ ସଂପୂର୍ଣ୍ଣ ବିଦେଶୀ ଭାଷା ଶିଖିବାକୁ ବାଧ୍ୟ ହେବେ କାହିଁକି-?

 

ଊନବିଂଶ ଶତାବ୍ଦୀରେ ଇଂରେଜମାନେ ତାଙ୍କ ଭାଷାକୁ ଭାରତ ଶାସନରେ ପୂରାଇ ତାଙ୍କ ସାମ୍ରାଜ୍ୟକୁ ଦୃଢ଼ କରିବା ପାଇଁ କଳ୍ପନା କରିଥିଲେ । ଲର୍ଡ଼ ମାକ୍‍ଲେ ଭାରତୀୟ ଶିକ୍ଷାକୁ ଇଂରେଜି ମାଧ୍ୟମରେ ଚଳାଇ ତାଙ୍କ ସାମ୍ରାଜ୍ୟ ପାଇଁ କିରାଣୀ ଓ ଅଫିସର ତିଆରି କରିବା ଲାଗି ଚେଷ୍ଟା କରିଥିଲେ । ରାମମୋହନ ରାୟ ପ୍ରଭୃତି ଦେଶ ସଂସାରକମାନେ ଭାବିଥିଲେ—ଇଂରେଜି ଶିକ୍ଷା ଦ୍ୱାରା ଭାରତୀୟମାନେ ପାଶ୍ଚାତ୍ୟ ବିଜ୍ଞାନ ଓ ସଭ୍ୟତାର ସଂସ୍ପର୍ଶରେ ଆସିବେ । ତା’ ଯେ ନ ହେଲା ତା’ ନୁହେଁ କିନ୍ତୁ ସେହି ଶିକ୍ଷା ପ୍ରଭାବରେ ଲୋକେ ଯେ ନିଜର ସବୁକଥା ଭୁଲିଯିବେ, ଏକଥା ବୋଧହୁଏ କେହି କଳ୍ପନା କରି ନ ଥିଲେ । ଇଂରେଜି ସପକ୍ଷରେ ଲୋକେ ଏବେ ବି ସେହି ଯୁକ୍ତି କରନ୍ତି । ସେମାନେ କହନ୍ତି—ଇଂରେଜି ବିନା ବିଜ୍ଞାନର ପ୍ରସାର ଏ ଦେଶରେ ହୋଇ ପାରିବ ନାହିଁ-। ଅବଶ୍ୟ ଆମେ ଦେଖୁଛୁ—ରୁଷ ଓ ଜାପାନରେ ବିଜ୍ଞାନରେ ଯେଉଁ ଅଭୁତପୂର୍ବ ପ୍ରଗତି ହୋଇଛି, ତାହା ସେହି ସେହି ଦେଶର ଭାଷା ମାଧ୍ୟମରେ ସମ୍ଭବ ହୋଇଛି । ସବୁ ଯେ କେବଳେ ଇଂରେଜ ଯୋଗୁଁ ହୁଏ ତା ନୁହେଁ, ହୁଏ ବୈଜ୍ଞାନିକମାନଙ୍କର ଏକାନ୍ତ ଅଧ୍ୟବସାୟ ଯୋଗୁଁ । ଇଂରେଜମାନଙ୍କ ମଧ୍ୟରୁ ଜେତେକ ଲୋକ ଇଂରେଜ ଶିକ୍ଷାର ସୁବିଧା ଦେବାପାଇଁ ବହୁତ ଆଗରୁ ଆବାଜ ଉଠାଇଥିଲେ । ମାତ୍ର ସେମାନେ ମୁଷ୍ଟିମେୟ ଥିବାରୁ ବିଶେଷ କିଛି ଫଳ ଫଳିଲା ନାହିଁ ।

 

ସବୁପାଠ ଯେତେବେଳେ ଇଂରେଜି ମାଧ୍ୟମରେ ପଢ଼ାଗଲା, ଦେଖାଗଲା ଯେ ବିଦେଶୀ ଭାଷାରେ ତାକୁ ଆୟତ୍ତ କରିବା ପିଲାମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଛି । ପ୍ରଥମେ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶରେ ଏହା ବିରୁଦ୍ଧରେ ପ୍ରତିବାଦ ହେଲା । ସେଠିକାର ବ୍ରିଟିଶ-ଇଣ୍ଡିଆ ସମିତି ୧୮୬୬ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ନିକଟରେ ନିବେଦନ କରି କହିଲେ ଯେ ଇଂରେଜି ଭାଷାଶିକ୍ଷା ସଙ୍ଗେ ସଙ୍ଗେ ଭାରତୀୟ ଭାଷାମାନଙ୍କର ମଧ୍ୟ ଉନ୍ନତି କରାଯାଉ । ସଂସ୍କୃତ ପୁସ୍ତକ ଗୁଡ଼ିକ ଭାରତୀୟ ଭାଷାରେ ଅନୂଦିତ ହେଉ ଓ ଭାରତୀୟ ଭାଷାମାନଙ୍କରେ ପାଠ୍ୟପୁସ୍ତକ ତିଆରି ହୋଇ ପିଲାଙ୍କୁ ପଢ଼ିବାକୁ ଦିଆଯାଉ । ସେ ସମୟରେ ଅଯୋଧ୍ୟ୍ୟା ପ୍ରଦେଶରେ ହାଣ୍ଡଫୋର୍ଡ଼ ନାମକ ଜଣେ ଇଂରେଜ ଡି.ପି. ଆଇ. ଥିଲେ । ସେ ଜଣେ ଭାଷାତତ୍ତ୍ୱବିତ୍ । ସେ କହୁଥିଲେ–ପୃଥିବୀରେ ଯେତେ ଭାଷା ଅଛି, ସମସ୍ତଙ୍କୁ ସମୃଦ୍ଧ କରିବାକୁ ହେବ । ଲୋକମାନଙ୍କର ଭାଷା ଯେତିକି ସମୃଦ୍ଧ ହେବ, ତାରି ଜରିଆରେ ଜ୍ଞାନ ସେତିକି ବିସ୍ତୃତ ହେବ । (When the British opposed imposing English on India, Sunday Standard, July28, 6)

 

କିନ୍ତୁ ଆମ ଦେଶରେ ଇଂରେଜ ସରକାରଙ୍କର ଏମିତି ଗୋଟାଏ ଖୋଇଥିଲା ଯେ ତାଙ୍କୁ ଯାହା ମାଗିବ, ସେ ବିଗିଡ଼ିକରି ଏମିତି ଭାବରେ ଦେଇଥିବେ ଯେ ତମେ ଅଖା ଧୋଉଥିବ, ଗୁଣ ଗାଉଥିବ । ତାର ଚରମ ଉଦାହରଣ ଆମ ଭାରତ ସ୍ୱାଧୀନତା । ଯେଉଁ ଦେଶର ସ୍ୱାଧୀନତା ପାଇଁ ଆମେ ଲଢ଼ୁଥିଲୁ ବ୍ରିଟିଶମାନେ ଗଲାବେଳେ ସେହି ଦେଶକୁ ହିନ୍ଦୁସ୍ତାନ-ପାକିସ୍ତାନ ଦୁଇ ଭାଗରେ ବିଭକ୍ତ କରିଦେଇ ଚାଲିଗଲେ । ସେମାନେ ଯେତେବେଳେ ଦେଖନ୍ତି ଯେ କୌଣସି ଗୋଟିଏ କାମଧରି ନ କଲେ ଆଉ ଗତି ନାହିଁ, ସେତେବେଳେ ଏମିତି କାରସାଦି କରିଦେଇ ଯାଆନ୍ତି ଯେଉଁଥିରେ ଯୁଗ ଯୁଗ ଧରି ଲୋକଙ୍କର ଦୁଃଖ ସରେ ନାହିଁ । ସବୁ କ୍ଷେତ୍ରରେ ସେମାନଙ୍କର ଯେଉଁ ନୀତି ଭାଷା କ୍ଷେତ୍ରରେ ମଧ୍ୟ ସେହି ନୀତି । ସେମାନେ ଯେତେବେଳେ ଦେଖିଲେ ହାଣ୍ଡଫୋର୍ଡ଼ଙ୍କପରି ଜଣେ ବ୍ରିଟିଶ ଡି.ପି.ଆଇ. ମଧ୍ୟ ଭାରତୀୟ ଭାଷାମାନଙ୍କର ସମୃଦ୍ଧି ପାଇଁ ଲଢ଼ୁଛନ୍ତି, ସେତେବେଳେ ନିରୁପାୟ ହୋଇ ସହାନୁଭୂତି ନାଁରେ ଗୋଟାଏ ଖେଳ ଖେଳିଲେ । ୧୮୬୨ମସିହାରେ ସର୍ବଭାରତୀୟ ଚାକେରୀ ପାଇଁ ଉର୍ଦ୍ଦୁଭାଷା ବ୍ୟବହାର କରିବାଲାଗି ସରକାର ଅନୁମତି ଦେଲେ । ଗୋଟିଏ ଟେକାରେ ଦୁଇଟି ଚଢ଼େଇ ମାରିବା ପାଇଁ ୟାଠୁ ଆଉ ଭଲ ବାଟ କ’ଣ ଥିଲା ? ଭାରତୀୟ ଭଷାନୀତିକୁ ସ୍ୱୀକାର କରାଗଲା ଓ ତା ସଙ୍ଗେ ସଙ୍ଗେ ହିନ୍ଦୁ-ମୁସଲମାନ ଗଣ୍ଡଗୋଳ ପାଇଁ ମଞ୍ଜି ପୋତା ହୋଇଗଲା ।

 

ଆଜି ଯେଉଁ ବଙ୍ଗଳାରେ ହିନ୍ଦୀର ପ୍ରବଳ ପ୍ରତିରୋଧ ହେଉଛି, ଯେତେବେଳେ ସେହି ବଙ୍ଗଳାରେ ଊର୍ଦ୍ଦୁ ବିରୁଦ୍ଧରେ ଆନ୍ଦୋଳନ ହେଲା । ବଙ୍ଗଳାର ଜଣେ ବିଶିଷ୍ଟବ୍ୟକ୍ତି ଦୀନନାଥ ଗାଙ୍ଗୁଲି ସଂସ୍କୃତର ପୁନରୁତ୍‍ଥାନ ପାଇଁ ପାଟିତୁଣ୍ଡ କଲେ । ଏବେ ମଧ୍ୟ କୈଳାସନାଥ କାଟଜୁ ଓ ଡକ୍‍ଟର ସଂପୂର୍ଣ୍ଣାନନ୍ଦଙ୍କ ପରି ବୁଦ୍ଧିଜୀବୀ ରାଜନୀତିଜ୍ଞମାନେ ସଂସ୍କୃତକୁ ରାଷ୍ଟ୍ରଭାଷା କରିବା ପାଇଁ ଯୁକ୍ତି କରନ୍ତି । ନେହରୁ ଜଣେ ପ୍ରାକ୍ଟିକାଲ ରାଜନୀତିଜ୍ଞଙ୍କ ପରି ଏବେ ହାଇଦରାବାଦଠାରେ କହିଛନ୍ତି—ସଂସ୍କୃତ ଶିକ୍ଷାପାଇଁ ଏ ଯୁଗରେ ଲୋକଙ୍କୁ ସେ ବାଧ୍ୟ କରିପାରିବେ ନାହିଁ । ସେ ଯାହାହେଉ, ଗାଙ୍ଗୁଲିଙ୍କର ଯୁକ୍ତି ହେଲା–ଇଂରେଜମାନଙ୍କର ଉର୍ଦ୍ଦୁଭାଷାକୁ ସ୍ୱୀକାର କରିବାର କୌଣସି ଯଥାର୍ଥ୍ୟ ନ ଥିଲା, ବରଂ ହିନ୍ଦୀକୁ ସ୍ୱୀକାର କରିବା ଉଚିତ୍ ଥିଲା । ବଙ୍ଗଳାର ତତ୍କାଳୀନ ଗଭର୍ଣ୍ଣର ଓ ଅଯୋଧ୍ୟାର ଡି.ପି.ଆଇ. ହାଣ୍ଡଫୋର୍ଡ଼ ଏହି ଯୁକ୍ତିକୁ ସମର୍ଥନ କରିଥିଲେ । ସେମାନେ କହୁଥିଲେ ସଂସ୍କୃତ ପ୍ରଭାବିତ ହିନ୍ଦୀଭାଷାକୁ ସରକାରଙ୍କର ସ୍ୱୀକାର କରିବା ଉଚିତ । ଏବେ ପ୍ରାୟ ଶହେବର୍ଷ ପରେ ମଧ୍ୟ ସେହି ଯୁକ୍ତି ଅକ୍ଷୂର୍ଣ୍ଣ ରହିଛି । ଭାରତ ସରକାର ସଂସ୍କୃତନିଷ୍ଠ ହିନ୍ଦୀକୁ ହିଁ ଜାତୀୟ ଭାଷା ଭାବରେ ଗ୍ରହଣ କରିଛନ୍ତି ।

 

ଭାରତରେ ଇଂରେଜି ପ୍ରଚଳନର ଜଣେ ପ୍ରଧାନ ସମାଲୋଚକ ଥିଲେ ପଞ୍ଜାବର ତତ୍କାଳୀନ ଡି.ପି.ଆଇ କାପଟେନ୍ ହଲରଏଡ଼୍ । ଭାରତୀୟ ଭାଷାମାନଙ୍କର ସମୃଦ୍ଧି ବିଶେଷତଃ ସଂସ୍କୃତଭାଷାର ଅଧ୍ୟୟନ ପାଇଁ ସେ ବିଶେଷ ଆଗ୍ରହୀ ଥିଲେ । ତାଙ୍କରି ପ୍ରେରଣାରେ ଲହୋରଠାରେ ଗୋଟିଏ ପ୍ରାଚ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଆନ୍ଦୋଳନ ଆରମ୍ଭ ହେଲା । ପଞ୍ଜାବର ଗଭର୍ଣ୍ଣର ସାର୍ ଡିନାଲ୍ଡ଼ ମାକଲଏଡ଼୍ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କଲେ । ଇଂରେଜି ଶିକ୍ଷା ବିରୁଦ୍ଧରେ ଗାନ୍ଧିଜୀ ତାଙ୍କ ଜୀବନସାରା ଯେଉଁ ଯୁକ୍ତି କରି ଆସିଥିଲେ, ଆଶ୍ଚର୍ଯ୍ୟର କଥା, କାପଟେନ୍ ହଲରଏଡ଼ ଜଣେ ଇଂରେଜି ଲୋକ ହେଲେ ମଧ୍ୟ ଇଂରେଜି ବିରୁଦ୍ଧରେ ଠିକ୍ ସେହି ଯୁକ୍ତି କରିଥିଲେ ।

 

The great majority of those most highly trained by us have by that training, been rendered almost as alien to the bulk of their countrymen as we are our selves–ମାନେ ଇଂରେଜ ଲୋକେ ଯେମିତି ନିଜକୁ ଭାରତୀୟମାନଙ୍କଠୁ ଭିନ୍ନ ମନେ କରନ୍ତି । ଭାରତର ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ୍ କହିଛନ୍ତି–The modern educated Indian is a false copy of his Western counterpart–ଅର୍ଥାତ୍ ଭାରତୀୟ ଶିକ୍ଷିତ ଯୁବକମାନେ ନକଲି ସଂସ୍କରଣ-। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନେହରୁଙ୍କ ପରି ଜଣେ ପ୍ରଗତିବାଦୀ ବ୍ୟକ୍ତି ଏବେ ହାଇଦରାବାଦଠାରେ କହିଛନ୍ତି—‘ଇଂରେଜି ଶିକ୍ଷାଦ୍ୱାରା ଜାତିଭେଦ ସୃଷ୍ଟି ହୋଇଛି । ଏହାର ଉଚ୍ଛେଦ କରିବାକୁ ହେବ ।’ (ଦୈନିକ କଳିଙ୍ଗ, ୨୪/୯/୬୩)

 

ଇଂରେଜି କଥା ଯାହାହେଉ, ଏବେ ହିନ୍ଦୀ ରାଜ୍ୟମାନେ ତାଙ୍କ ଶାସନକ୍ଷେତ୍ରରେ ହିନ୍ଦୀକୁ ଚଳାଇବା ପାଇଁ ପ୍ରାଣପଣେ ଚେଷ୍ଟାରେ ଲାଗିଛନ୍ତି । ଅନ୍ୟାନ୍ୟ କେତେକ ରାଜ୍ୟ ମଧ୍ୟ ଆଞ୍ଚଳିକ ଭାଷା ଚଳାଇବା ଆରମ୍ଭ କଲେଣି । ଆମର ପାଖ ପଡ଼ିଶା ଉଦାହରଣ ହେଉଛି ବଙ୍ଗଳା । କିନ୍ତୁ ଆମ ରାଜ୍ୟରେ ବିଶେଷ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଏବେ ମଧ୍ୟ ଅନେକ ଲୋକଙ୍କର ବିଶ୍ୱାସ ହୋଇ ନି ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷା ଚଳିବ ବୋଲି–ଯଥା ଓଡ଼ିଶାରେ ଓଡ଼ିଆ, ବଙ୍ଗରେ ବଙ୍ଗଳା । ବଙ୍ଗଳା ଚାଲୁହେଲା ପରେ ଆଉ ଅବିଶ୍ୱାସ ବା କ’ଣ ? କେବଳ ଯାହା ସମୟର କଥା । କିଏ ଆଜି, କିଏ କାଲି । ଆମର ଏ ବିଷୟରେ ଲୋକଚେତନା ଅଭାବ । କେବଳ ଖବରକାଗଜ ଓ ପତ୍ରପତ୍ରିକାମାନେ ମଝିରେ ମଝିରେ ଯାହା ମନେପକାଇ ଦିଅନ୍ତି । ଶାସନକ୍ଷେତ୍ରରେ ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ ବଦଳିବା ପାଇଁ ଅନେକ ଅସୁବିଧା । ସେଥିପାଇଁ ଦୀର୍ଘ ପ୍ରସ୍ତୁତି ଦରକାର । ତେଣୁ ଭାଷା ଆନ୍ଦୋଳନରେ ଆଜି ପର୍ଯ୍ୟନ୍ତ କ’ଣ ହୋଇଛି ଓ ପ୍ରଗତିଶୀଳ ଭାଷାମାନେ ଶାସନଭାର ବହନ କରିବା ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି, ଆମର ଜାଣିବା ଦରକାର । ଏହି ପୁସ୍ତକରେ ସେହି ବିଷୟରେ କେତେକ କଥା ଲେଖା ହୋଇଛି ।

 

ଏହି କ୍ଷୁଦ୍ର ପୁସ୍ତକରେ ସମଗ୍ର ବିଷୟବସ୍ତୁକୁ ତିନି ଭାଗରେ ବିଭକ୍ତ କରାଯାଇଛି—ଇଂରେଜି, ହିନ୍ଦୀ ଓ ଆଞ୍ଚଳିକ ଭାଷା । ପ୍ରତ୍ୟେକଙ୍କର ପ୍ରାରମ୍ଭ, ପ୍ରଗତି ଓ ପରିଣତି ବିଷୟରେ କେତେକ ସୂଚନା ଦିଆଯାଇଛି । ଆବଶ୍ୟକୀୟ ସ୍ଥଳରେ ଚିନ୍ତାନାୟକମାନଙ୍କର ଭାବଧାରାର ମର୍ମାନୁବାଦ ଓଡ଼ିଆରେ ଦିଆଯାଇଛି । ହିନ୍ଦୀ, ଇଂରେଜି ଓ ଆଞ୍ଚଳିକ ଭାଷା ପ୍ରଶ୍ନଗୁଡ଼ିକ ପରସ୍ପର ସହିତ ଏପରି ସଂପୃକ୍ତ ଯେ ସାମାନ୍ୟ ପୁନରୁକ୍ତି ହେବାଛଡ଼ା ଉପାୟ ନାହିଁ । ଆଜିକାଲି ହିନ୍ଦୀ କାଗଜ ଖୋଲିଲେ ଇଂରେଜି ବିରୁଦ୍ଧରେ ଓ ଇଂରେଜି କାଗଜ ଖୋଲିଲେ ହିନ୍ଦୀ ବିରୁଦ୍ଧରେ ଆଲୋଚନା ଦେଖାଯାଏ । ତେଣୁ ଦେଶବାସୀ ବିଜ୍ଞ ପାଠକପାଠିକାମାନଙ୍କୁ ଭାରତର ଭାଷା ପରିସ୍ଥିତିରେ ଏକଚିତ୍ର ଦେବାପାଇଁ ଏହି କ୍ଷୁଦ୍ର ଚେଷ୍ଟା । କେନ୍ଦ୍ରରେ ହିନ୍ଦୀ-ବିବାଦ ଯାହାହେଉ ପଛେ, ରାଜ୍ୟରେ ରାଜ୍ୟଭାଷା ଅର୍ଥାତ୍ ଓଡ଼ିଶାରେ ଓଡ଼ିଆ, ଆନ୍ଧ୍ରରେ ତେଲୁଗୁ—ଏ ବିଷୟରେ ତ ବିବାଦର ପଶ୍ନ ନାହିଁ, ଆମେ ସେତିକି ବୁଝିଲେ ଯଥେଷ୍ଟ । ଭାଷା ବିଷୟରେ ଯେଉଁମାନେ ଆଦୌ କୌତୁହଳୀ ନୁହନ୍ତି, ସେମାନଙ୍କର କିଞ୍ଚିତ୍ କୌତୂହଳ ସୃଷ୍ଟିରେ ଯଦି ଏ ପୁସ୍ତକ ସାହାଯ୍ୟ କରେ ମୁଁ ସୁଖୀ ହେବି ।

 

ଓଡ଼ିଶାର ପୂର୍ବତନ ଶିକ୍ଷା ଓ ଅର୍ଥମନ୍ତ୍ରୀ ତଥା ସମାଜ ସମ୍ପାଦକ ଶ୍ରୀଯୁକ୍ତ ରାଧାନାଥ ରଥ ପୁସ୍ତକଟିର “ଅଭିମତ” ଲେଖିବାର କଷ୍ଟ ସ୍ୱୀକାର କରିଥିବାରୁ ତାଙ୍କ ନିକଟରେ ଲେଖକ ବିଶେଷ ଭାବରେ ଋଣୀ ।

 

ଫ୍ରେଣ୍ଡସ୍ ପବ୍ଲିଶର୍ସ ଏହି ପୃସ୍ତକ ପ୍ରକାଶନରେ ସାହାଯ୍ୟ କରିଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ।

 

ଗଞ୍ଜେଇଡିହ,

ଲେଖକ

ଢେଙ୍କାନାଳ

 

Image

 

ସୂଚିପତ୍ର

 

ଭୂମିକା

 

 

ଇଂରେଜି—

 

 

 

ଭାଷା, ଜାତି, ଜାତୀୟତା

 

ଇଂରେଜିର ଆଧିପତ୍ୟ

 

ଇଂରେଜି ପାଚେରୀ

 

ଅସ୍ଥିର ନୀତି

 

 

ହିନ୍ଦୀ—

 

 

 

ଇଂରେଜି ପରେ

 

ଗାନ୍ଧୀ ଓ ହିନ୍ଦୀ

 

ହିନ୍ଦୀ, ଉର୍ଦ୍ଦୁ, ହିନ୍ଦୁସ୍ତାନୀ

 

ପ୍ରଚାର ଓ ପ୍ରତିବନ୍ଧ

 

ଲଡ଼କା ଜାତା, ଲଡ଼କୀ ଜାତୀ ହୈ

 

ନାଗରୀ ଓ ରୋମାନ୍‍ଲିପି

 

ଫୁଟାନୀ କୀ ଡିବିୟା ଓ କଣ୍ଠକୌପୀନ

ହିନ୍ଦୀ ଓ ଦକ୍ଷିଣ

 

ହିନ୍ଦୀ ଓ ସର୍ବଭାରତୀୟ ସର୍ଭିସ

 

ହିନ୍ଦୀ ଘରେ ଓ ବାହାରେ

 

 

ଆଞ୍ଚଳିକ ଭାଷା—

 

 

 

ବଙ୍ଗରେ ବଙ୍ଗଳା

 

ମାତୃଭାଷା ଓ ଲୋକଶିକ୍ଷା

 

ଭାଷା ପ୍ରସ୍ତୁତି

 

ବିଜ୍ଞାନ ଶିକ୍ଷା ଓ ମାତୃଭାଷା

 

ସ୍ୱାଧୀନତା ପରେ ଆଞ୍ଚଳିକ ଭାଷା

 

ରେଫରେନସ୍

Image

 

ଭାଷା, ଜାତି, ଜାତୀୟତା

 

ଏହି ଗଲା ଇଲେକ୍‍ସନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଯେତେବେଳେ ଶପଥ ନେଲେ, ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନେହରୁ କେଉଁ ଭାଷାରେ ଶପଥପତ୍ର ପଢ଼ିଲେ ଆପଣଙ୍କର ମନେ ଅଛି ? ବୋଧହୁଏ ନ ଥିବା । ଶପଥ ତ ପଢ଼ିଲେ, କେଉଁ ଭାଷାରେ ପଢ଼ିଲେ ଅବା ମନେ ରଖି ଯାଉଛି କିଏ । କିନ୍ତୁ ସେ ପଢ଼ିଲେ ହିନ୍ଦୀରେ । ତାଙ୍କ ସାଙ୍ଗକୁ ଆଉ କେତେ ଜଣ ବି ପଢ଼ିଲେ ସେହି ହିନ୍ଦୀରେ । ବାକୀ ଯେଉଁମାନେ ରହିଲେ, ସେମାନେ ପଢ଼ିଲେ ଇଂରେଜିରେ । ଏକଥା ଦେଖି କେହି ହୁଏ ତ ଭାବିଥିବେ, ଏଣିକି ସରକାରଙ୍କ କାମ ଚାଲିବ ଉଭୟ ହିନ୍ଦୀ ଆଉ ଇଂରେଜୀରେ ହିନ୍ଦୀ ଲୋକଙ୍କ ପାଇଁ ରହିବ ହିନ୍ଦୀ ଓ ଅହିନ୍ଦୀ ଲୋକଙ୍କ ପାଇଁ ରହିବ ଇଂରେଜି । ପ୍ରକୃତରେ ବି ସେୟା ହେଲା । ଏହା ୧୯୬୩ ଅପ୍ରେଲ-ମେ ରେ ଲୋକସଭାରେ ଯେଉଁ ଭାଷାବିଲ୍ ପାଶ୍ ହେଲା, ସେଥିରେ ପରିଷ୍କାର ଦେଖାଗଲା ଯେ ୧୯୬୫ ପରେ ହିନ୍ଦୀ ସାଙ୍ଗରେ ଇଂରେଜି ବି ଚାଲୁ ରହିବ । ସବୁଦିନ ପାଇଁ ନ ରହିପାରେ କିନ୍ତୁ କେତେ ବର୍ଷ ପାଇଁ ନିଶ୍ଚୟ ରହିବ । ରାଜନୀତିଜ୍ଞମାନେ କରିବା କାମକୁ ମୁହଁରେ ବେଶି କହନ୍ତି ନାହିଁ, ସେମାନଙ୍କ ଇଙ୍ଗିତରୁ ଆପେ ଆପେ ତାହା ଜଣାପଡ଼ିଯାଏ । ବିଷ୍ଣୁ ଶର୍ମା ମୂର୍ଖ ରାଜପୁତ୍ରମାନଙ୍କୁ ଠିକ୍ ଏଇ ପାଠ ପଢ଼ାଇଥିଲେ ।

 

ସେ ଶପଥ କଥା ହୁଏ ତ ଆପଣ ଭୁଲି ଯାଇଥିବେ, କାରଣ ସେ ବିଷୟରେ ଟୀକା-ଟିପ୍‍ପଣୀ କେଉଁଠି କିଛି ନ ଥିଲା । କିନ୍ତୁ ୧୯୬୩ ମସିହାର ପ୍ରଥମ ପାଞ୍ଚ ମାସ ଭିତରେ ଭାରତର କେତେକ ଜାଗାରେ ଭାଷା ନେଇ ଯେଉଁ ତମ୍ୱୁତୋଫାନ ହେଲା, ଆପଣ ବୋଧହୁଏ ତାକୁ ଭୁଲି ନ ଥିବେ । ଖାଲି ଯେ କାଗଜପତ୍ରରେ ଟୀକା-ଟିପ୍‍ପଣୀ ହେଲା ତା ନୁହେଁ, ଲୋକସଭା ଓ ରାଜ୍ୟସଭାମାନଙ୍କରେ ସେଥିପାଇଁ ଭାଷଣ ଓ ବହିଷ୍କରଣ ପର୍ଯ୍ୟନ୍ତ ଚାଲିଲ । ଭାଷା ବିଷୟରେ ସାଧାରଣତଃ ଯେଉଁମାନେ କେବେହେଲେ ଚିନ୍ତା କରନ୍ତି ନାହିଁ, ସେମାନେ ମଧ୍ୟ କୌତୂହଳୀ ହୋଇ ଉଠିଲେ । ପ୍ରଥମ ତୋଫାନ ଉଠିଲା ଉତ୍ତରପ୍ରଦେଶ ରାଜ୍ୟସଭାରେ । ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱନାଥ ଦାସ ଇଂରେଜିରେ ବକ୍ତୃତା ଆରମ୍ଭ କଲାମାତ୍ରେ ପ୍ରତିବାଦ ଆରମ୍ଭ ହେଲା । ହିନ୍ଦୀ କହନ୍ତି, ହିନ୍ଦୀ ନ ହେଲେ ଓଡ଼ିଆରେ କହନ୍ତୁ, ଇଂରେଜି ଆମେ ଶୁଣିବୁ ନାହିଁ । କୌଣସି ବିକଳ୍ପ ବ୍ୟବସ୍ଥା ପାଇଁ ରାଜ୍ୟପାଳ ପ୍ରସ୍ତୁତ ନ ଥିଲେ, ତେଣୁ ନୀରବ ରହିବା ପାଇଁ ବାଧ୍ୟ ହେଲେ । ୟୁ.ପି.ରେ ତ ଯାହା ହେବାର ହେଲା, ଓଡ଼ିଶାରେ ଭାରି ପାଟିତୁଣ୍ଡ ହେଲା । କୌଣସି କୌଣସି ଖବରକାଗଜ କଡ଼ା କଡ଼ା ସମ୍ପାଦକୀୟ ଲେଖିଲେ । କାହିଁକି ? ଭାଷାର ଅପମାନ ବୋଧହୁଏ ଜାତିର ଅପମାନ । ପ୍ରଧାନମନ୍ତ୍ରୀଙ୍କ ଶପଥ ବେଳେ ଯେଉଁମାନେ ଭାଷା କଥା ନେଇ ମୋଟେ ଭାବି ନ ଥିବେ, ଆଜି ହୁଏ ତ ରାଜ୍ୟପାଳଙ୍କ ଭାଷଣ ହଟଗୋଳ ନେଇ ସେମାନେ ବେଶ୍ ସଚେତ ହୋଇ ଉଠିଥିବେ ।

 

ୟୁ.ପି.ରୁ ଆହୁରି ଆଗେଇ ଆସିଲେ ବିହାର । ସେଠି ବି ଚାଲିଲା ସେହି ପାଲା । ରାଜ୍ୟପାଳ ଶ୍ରୀଯୁକ୍ତ ଅନନ୍ତଶୟନମ୍ ଆୟଙ୍ଗାର୍ ରାଜ୍ୟସଭାରେ ଇଂରେଜିରେ ଭାଷଣ ଆରମ୍ଭ କଲା ମାତ୍ରେ ଚାଲିଲା ପାଟିତୁଣ୍ଡ । ହିନ୍ଦୀରେ କହନ୍ତୁ, ଆମେ ଇଂରେଜି ଶୁଣିବୁ ନାହିଁ । ଆଚ୍ଛା କଥା । ଦେଢ଼ଶହ ବର୍ଷକାଳ ଇଂରେଜି ଶୁଣିଲେ, ଏବେ ଶୁଣିବେ ନାହିଁ କାହିଁକି ? ଖାଲି ସେତିକି ନୁହେଁ, ବିହାର ବିଧାନସଭାରେ ଏବେ ଆହୁରି ଏକ ମଜା ଘଟଣା ଘଟିଛି । ଭାଷଣ ତ ଶୁଣିବେ ନାହିଁ, ଇଂରେଜି ଲେଖାର ଆଉ ଜବାବ ବି ଦେବେ ନାହିଁ । ବିହାର ବିଧାନସଭାର ଅଧ୍ୟକ୍ଷ ହେଉଛନ୍ତି ଡକ୍ଟର ଲକ୍ଷ୍ମୀନାରାଣ ‘ସୁଧାଂଶୁ’ । ତାଙ୍କ ନିକଟକୁ ଏବେ ଖଣ୍ଡିଏ ଇଂରେଜିଲେଖା ସରକାରୀ ଚିଠି ଯାଇଥିଲା । ସେ ଚିଠିଟା ସେ ଫେରାଇଦେଲେ, ହିନ୍ଦୀରେ ନ ଲେଖିଲେ ସେ ନେବେ ନାହିଁ । ଏହି ଘଟଣାକୁ କେନ୍ଦ୍ର କରି ନବଭାରତ ଟାଇମସ୍ (ହିନ୍ଦୀ) ଗୋଟିଏ ଉପ–ସମ୍ପାଦକୀୟ ଲେଖାରେ କହଛନ୍ତି ଯେ ଡକ୍ଟର ଲକ୍ଷ୍ମୀନାରାୟଣ ଇଂରେଜି ଚିଠିଟା ଫେରାଇ ଦେଇ ଗୋଟାଏ ଐତିହାସିକ କାମ କରିଛନ୍ତି । ଯଦିଓ ହିନ୍ଦୀ ଇଂରେଜି ଦୁଇଟା ଯାକ ରାଷ୍ଟ୍ରଭାଷା ରୂପେ ଚାଲିବ, ତଥାପି ବିହାର ରାଜ୍ୟର ରାଜ୍ୟଭାଷା ହିନ୍ଦୀ । ରାଜ୍ୟ ଭିତରର କାର୍ଯ୍ୟ ଚଳାଇବା ପାଇଁ ଇଂରେଜି ଭାଷାର କୋଣସି ଆବଶ୍ୟକତା ନାହିଁ । ଯେଉଁମାନେ ହିନ୍ଦୀ ଜାଣି ମଧ୍ୟ ଇଂରେଜିରେ ଲେଖୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି ବୋଲି କାଗଜ ମତ ଦେଇଛନ୍ତି ।

 

ବିହାରରୁ ପୁଣି ଏହି ପବନ ଲେଉଟିଗଲା ଦିଲ୍ଲୀ, ବିଧାନସଭାରୁ ଲେଉଟିଗଲା ଲୋକସଭାକୁ । ଭାରତର ରାଷ୍ଟ୍ରପତି ଶ୍ରୀଯୁକ୍ତ ଡକ୍ଟର ରାଧାକୃଷ୍ଣନ୍ ଇଂରେଜିରେ ଭାଷଣ ଆରମ୍ଭ କଲେ । ହେଲା ଗଣ୍ଡଗୋଳ, କିନ୍ତୁ ଗଣ୍ଡଗୋଳ କରୁଥିବା ଲୋକଙ୍କୁ ବହିଷ୍କାର ଆଦେଶ ମିଳିଲା । ଏହି ସମ୍ପର୍କରେ ତା ୨୪/୩/୬୩ ଧର୍ମଯୁଗରେ ଗୋଟିଏ ଲେଖା ବାହାରିଲା । ସେଥିରେ ଲେଖାଥିଲା—ରାଷ୍ଟ୍ରପତିଙ୍କ ପ୍ରତି ଏ ପ୍ରକାର ବ୍ୟବହାର ଦେଖାଇବା ଉଚିତ୍ ନୁହେ । ତାଙ୍କପ୍ରତି ସହିଷ୍ଣୂତା ଦେଖାଇବା ଉଚିତ । କିନ୍ତୁ ରାଷ୍ଟ୍ରପତି ଦୀର୍ଘ ଦଶବର୍ଷକାଳ ଦିଲ୍ଲୀରେ ରହି ଦଶ ପଦ ହିନ୍ଦୀ କଥା ଶିଖିବା ପାଇଁ ଚେଷ୍ଟା କରି ନାହାନ୍ତି । ଯେଉଁମାନଙ୍କଠାରୁ ସେ ସହିଷ୍ଣୁତା ଆଶା କରନ୍ତି, ସେମାନଙ୍କ ପ୍ରତି ସେ କି ସହାନୁଭୂତି ଦେଖାଇଛନ୍ତି ? ସେହି ସମୟରେ ରାଜ୍ୟପାଳ ଶ୍ରୀଯୁକ୍ତ ଦାସଙ୍କୁ ଲକ୍ଷ୍ୟ କରି ଦକ୍ଷିଣଆମେରିକାର ଚିଲୀସ୍ଥ ସାଣ୍ଟିଆଗୋ ସହରରୁ ଜଣେ ଭାରତୀୟ ଭଦ୍ରମହିଳା ହିନ୍ଦୁସ୍ତାନ ଟାଇମ୍‍ସରେ ଗୋଟିଏ ଲେଖା ବାହାର କରିଥିଲେ । ଭଦ୍ରମହିଳାଙ୍କ ନାଁ ହେଉଛି ଶ୍ରୀମତୀ କମଳାରତ୍ନମ୍ ଓ ତାଙ୍କ ଲେଖାର ନାଁ ହେଉଛି—ହିନ୍ଦୀ ଓ ଆବାକ୍ ଉଠାନେ କା ଔର ତରିକା ଭୀ କ୍ୟା ? ମାନେ—ରାଜ୍ୟ ଭାଷା ଶିଖିବା ପାଇଁ ଯେଉଁମାନେ ରାଜି ନୁହନ୍ତି, କ’ଣ ? ସେ ତାଙ୍କ ନିଜ ଜୀବନର ଉଦାହରଣ ଦେଇ ଲେଖିଛନ୍ତି, ତାଙ୍କ ସ୍ୱାମୀ ଭାରତୀୟ ଦୁତାବାସରେ କାମ କରନ୍ତି । ସେ ତେଲୁଗୁଭାଷୀ, ତାଙ୍କୁ ହିନ୍ଦୀ ସେତେ ଭଲ ଆସେ ନାହିଁ । ତଥାପି ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶରେ ଭାରତ ସରକାରଙ୍କର ଶୁଭବାର୍ତ୍ତା ସେ ହିନ୍ଦୀରେ ପଢ଼ନ୍ତି । ଏପରି କି ବେଳେବେଳେ ହିନ୍ଦୀଭାଷାକୁ ତେଲୁଗୁ ଅକ୍ଷରରେ ଲେଖି ପଢ଼ିବାକୁ ଚେଷ୍ଟା କରନ୍ତି । ଫଳ କିନ୍ତୁ ଭଲ ହୁଏ, ବିଦେଶୀଲୋକଙ୍କ ଉପରେ ଭାରତୀୟ ନିଜତ୍ୱର ପ୍ରଭାବ ପଡ଼େ । ଯେଉଁମାନେ ନିଜେ ସ୍ୱାଧୀନ, ସେମାନେ ଅନ୍ୟର ସ୍ୱାଧୀନତାକୁ କେମିତି ପସନ୍ଦ କରନ୍ତି, ତାର ଅନ୍ୟ ଏକ ଉଦାହରଣ ଦେଖିପାରନ୍ତି । ୧୯୬୩ ଜୁନ ଚଉଦ ତାରିଖରେ ଭାରତର ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ୍ ଯେତେବେଳେ ଆମେରିକାରୁ ଫେରି ଲଣ୍ଡନରେ ପହଞ୍ଚିଲେ, ସେତେବେଳେ ଭିକ୍ଟୋରିଆ ଷ୍ଟେସନଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ବ୍ରିଟିଶ ଗାର୍ଡ଼ମାନେ ଭାରତର ଜାତୀୟ ସଙ୍ଗୀତ ‘ଜନଗଣମନ’ ବଜାଇଲେ । ସେହି ସଙ୍ଗୀତରେ ଯେଉଁ ଅପୂର୍ବ ଶିହରଣ ସୃଷ୍ଟି ହେଲା, ଲଣ୍ଡନ ‘ଡେଲି ମିରର’ କାଗଜର ସମ୍ୱାଦଦାତା ତାକୁ ‘ମାଜିକ’ ବୋଲି ବର୍ଣ୍ଣନା କରିଥିଲେ ।

 

ତାଙ୍କୁ ଲାଗିଲା ସତେ ଯେମିତି ସେ ଭାରତରେ ଅଛନ୍ତି । ଆମ ଭାଷା ଓ ସଙ୍ଗୀତ ଶୁଣି ବିଦେଶୀ ଲୋକ ଯେତେବେଳେ ଏତେ ଗୋରବ ଅନୁଭବ କରୁଛନ୍ତି, ଆମ ରାଜ୍ୟପାଳମାନେ ଚେଷ୍ଟା କଲେ କ’ଣ ନିଜ ଅକ୍ଷର କିମ୍ୱା ଇଂରେଜି ଅକ୍ଷରରେ ଲେଖି କେତେଧାଡ଼ି ହିନ୍ଦୀ ପଢ଼ି ପାରି ନ ଥାନ୍ତେ ? ଯୁକ୍ତିର ଯାଥାର୍ଥ୍ୟ ଯାହାହେଉ, ଲୋକଙ୍କୁ ସମ୍ମାନ ଦେଖାଇବାକୁ କିମ୍ୱା ସେମାନଙ୍କ ପ୍ରତି ସହାନୁଭୂତି ଜଣାଇବାକୁ ହେଲେ ତାଙ୍କରି ଭାଷାରେ କଥା କହିବା ସବୁଠୁ ଭଲ ଉପାୟ । ଲେନିନ୍ ବରାବର କହୁଥିଲେ—We must talk to the people in their own languages ଅର୍ଥାତ୍ ଲୋକଙ୍କୁ ଆମେ ତାଙ୍କରି ଭାଷାରେ କଥା କହିବୁ । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନେହୁରୁ ସାଧାରଣ ସଭାମାନଙ୍କରେ ପ୍ରାୟ ହିନ୍ଦସ୍ତାନୀରେ ଭାଷଣ ଦିଅନ୍ତି ।

 

ଖାଲି ଯେ ବିଧାନସଭାରେ ଭାଷାପ୍ରଶ୍ନ ଉଠୁଛି, ତା ନୁହେଁ । ବିଶ୍ୱବିଦ୍ୟାଳୟରେ ଓ ଶାସନକ୍ଷେତ୍ରରେ ମଧ୍ୟ ସେହି କଥା । ଯେଉଁ ରାଜ୍ୟମାନେ ଯେତେ ଆଗରେ ଅଛନ୍ତି, ସେମାନେ ଏ ବିଷୟରେ ସେତେ ଆଗରୁ ଚିନ୍ତା କରୁଛନ୍ତି । ପଛବାଲା ଏକପ୍ରକାର ନିଶ୍ଚିନ୍ତା । ଭାରତରେ ଏମିତି ସ୍ଥାନ ଅଛି, ଯେଉଁଠି ସାଧାରଣ ସଭାମାନଙ୍କରେ ଲୋକେ ଇଂରେଜିରେ ବକ୍ତୃତା ଦେବା ପାଇଁ ସାହସ କରନ୍ତି ନାହିଁ । ଯଦି ବା ଦୁଃସାହାହସ କରନ୍ତି, ତେବେ ଶ୍ରୋତାମାନେ ପ୍ରତିବାଦ ରାଜ୍ୟ ଚଳାଇଲେ, ଅଥଚ ଆମର ଜୀବନ୍ତ ଭାଷାଗୁଡ଼ିକ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ଶାସନ ଗାଦି ମନା । ଆମ ଭାଷା ଓ ଜାତି ପ୍ରତି ଏହା ଏକ ଅପମାନ । ଜାତୀୟତାର ଅନେକ ଚିହ୍ନ ଅଛି, କିନ୍ତୁ ଭାଷା ହେଉଛି ଗୋଟାଏ ପ୍ରଧାନ ଚିହ୍ନ । ଯେ କୌଣସି ଜାତିର ଲୋକଙ୍କୁ ଦେଖିଲେ ଆମେ ପଚାରୁ–ତମ ଭାଷା କ’ଣ ? ଅନେକେ ନିଶ୍ଚୟ ଅନୁଭବ କରିଥିବା–ବିଲାତ–ଆମେରିକାରେ ଭାରତୀମାନେ ଆପଣା ଆପଣା ଭିତରେ ଇଂରେଜିରେ କଥାବାର୍ତ୍ତା ହେଲାବେଳେ ବେଳେ ବେଳେ ଜଣେ ଅଧେ ପଚାରି ଦିଅନ୍ତି–ତମର କ’ଣ ନିଜର କିଛି ଭାଷା ନାହିଁ ? ଟିକିଏ ସାମାନ୍ୟ ଲାଜମାଡ଼େ, ସେ କିଛି ନୁହେଁ । ପୁଣି ସେମାନେ ଯେତେବେଳେ ଟିକିଏ ପ୍ରଶଂସା କରି କହି ଦିଅନ୍ତି, ତମେ ବିଦେଶୀ ହୋଇ ତ ବଢ଼ିଆ ଇଁରେଜି କହୁଛ, ସେତେବେଳେ ଆମ ଛାତି କୁଣ୍ଡେ ହୋଇଯାଏ-। ଆମର ଗର୍ବ ଆମେ ଫ୍ରେଞ୍ଚ, ଜର୍ମାନ, ଚୀନ, ଜାପାନ ଓ ରୁଷ ପ୍ରଭୃତି ଇଉରୋପ ଦେଶର ଲୋକଙ୍କ ଉପେକ୍ଷା ଭଲ ଇଂରେଜି କହିପାରୁ ଓ ଲେଖିପାରୁ । କିନ୍ତୁ ସେଇଟା ଯେ ଦେଢ଼ଶହ ବର୍ଷର God save the king ଗାଇବାର ଫଳ, ସେଟା ଭୁଲିଯାଉ । ଇଉରୋପର କୌଣସି ସ୍ୱାଧୀନ ଜାତି ତ ବ୍ରିଟିଶ ରଜାଙ୍କର ମଙ୍ଗଳ–ଗୀତି ଗାଏ ନାହିଁ । ଫ୍ରାନସ ଓ ଇଂଲଣ୍ଡ ଭିତରେ ବ୍ୟବଧାନ ମୋଟେ ବାଇଶ ମାଇଲ, ମଝିରେ ଖାଲି ଇଂରେଜି ବୁଝେ ନାହିଁ । ଜାପାନର ଜଣେ ଫାଇନ୍ ଆର୍ଟସ ପ୍ରଫେସରଙ୍କ ସହିତ ଏବେ ପୁରୀରେ ଦେଖାହେଲା । Good, no, eat, go—ଏମିତି କେତୋଟି ଶବ୍ଦ ଛଡ଼ା ସେ ବିଶେଷ କିଛି ବୁଝୁ ନ ଥିଲେ । ଇଂରେଜି ଭାଷାରୁ ଯଦି ପୃଥିବୀରେ କେଉଁ ଜାତି ସବୁଠୁ ବେଶି ଫାଇଦା ଉଠାଇଥାଏ, ସେ ହେଉଛି ଜାପାନ । କିନ୍ତୁ ଜାପାନରେ ଜାପାନୀର ସ୍ଥାନ ଆଗ, ଇଂରେଜିର ସ୍ଥାନ ପଛ । ଇଂରେଜିକୁ ଆଗରେ ବସାଇ ନିଜକୁ ନ୍ୟୁନ ମନେକରିବାର ସବୁଠୁ ବଡ଼ ଉଦାହରଣ ବୋଧହୁଏ ଭାରତ । ସେତେବେଳେ ସାହେବମାନଙ୍କର ସାର୍ଟିଫିକେଟ୍ ଆମର ଦରକାର ଥିଲା, ଆଜି ଆଉ କ’ଣ ଦରକାର ଅଛି ? ସପ୍ତମ ଏଡ଼ଓ୍ୱାର୍ଡ଼ ଭାରତ ବୁଲି ଆସିଥିଲାବେଳେ ଜଣେ ବିଶିଷ୍ଟ ଭାରତୀୟ ସାର୍ ମାଧବ ରାଓଙ୍କ ସଙ୍ଗେ କଥାବାର୍ତ୍ତା କରିସାରିଲା ପରେ ବିଲାତର ମନ୍ତ୍ରୀଙ୍କୁ ଲେଖିଥିଲେ–ମାଧବ ରାଓ ସାହେବମାନଙ୍କ ପରି ବଢ଼ିଆ ଇଂରେଜି କହନ୍ତି ।

 

ଥରେ ମୋର ଜଣେ ବନ୍ଧୁ ଭାରତରୁ ଗୋଟିଏ ପ୍ରତିନିଧି ଦଳରେ ରୁଷ ଯାଇଥିଲେ । ସେ କିମ୍ୱା ତାଙ୍କ ବନ୍ଧୁମାନେ କେହି ରୁଷଭାଷା ଜାଣି ନ ଥିଲେ । ତେଣୁ ତାଙ୍କ ସଙ୍ଗରେ ଜଣେ ରୁଷ ଇଣ୍ଟରପ୍ରେଟର ବରାବର ରହୁଥିଲେ । ଏହି ଭାରତୀୟ ପ୍ରତିନିଧିମାନଙ୍କ ମଧ୍ୟରୁ ଦୁଇ ତିନିଜଣ ବସି ଥରେ ମଜା ଗପ କରୁଥିଲେ । କିନ୍ତୁ ସେମାନେ ଗପ କରୁଥିଲେ ଇଂରେଜି ଭାଷାରେ । ହଠାତ୍ ସେହି ଇଣ୍ଟରପ୍ରେଟର ଭଦ୍ରବ୍ୟକ୍ତି କ’ଣ କୌଣସି ଭାଷା ନାହିଁ ? ଆପଣମାନେ ମଉଜରେ ଗପ କଲାବେଳେ ମଧ୍ୟ ଇଂରେଜିରେ କଥାବାର୍ତ୍ତା କରୁଛନ୍ତି । ଏମାନେ କିଛି ଜବାବ ନ ଦେଇି ତୁନି ରହିବାରୁ ସେ ଆଶ୍ଚର୍ଯ୍ୟ ହୋଇି ଚାହିଁରହିଲେ, ସତେ ଯେମିତି କହିବାକୁ ଚାହୁଁଥିଲେ, ଏତେ ବଡ଼ ଜାତି, ଅଥଚ ଜାତିର ଗୋଟାଏ ଭାଷା ନାହିଁ । ଏ କଥା ଶୁଣି ବନ୍ଧୁଙ୍କୁ ମୁଁ ଥଟ୍ଟାକରି କହିଲି, ଆପଣ କାହିଁକି କହିଲେ ନାହିଁ, ଆମେ ଆମର ସବୁ କାମ ଇଂରେଜିରେ କରୁ, ଏମିତି କି ଆମ ପ୍ରେମପତ୍ର ପର୍ଯ୍ୟନ୍ତ ଆମେ ଇଂରେଜିରେ ଲେଖୁ । ଭାରତର ସୁପ୍ରିକୋର୍ଟର ଚିଫ୍‍ଜଷ୍ଟିସ୍ ମରିସ୍ ଗୟର ଥରେ ଭାରତୀୟମାନଙ୍କ ଇଂରେଜିପ୍ରୀତିକୁ ପରିହାସ କରି କହିଥିଲେ—ଆଶ୍ଚର୍ଯ୍ୟ କଥା । ଭାରତୀୟମାନେ ତାଙ୍କ ପ୍ରେମପତ୍ର ପର୍ଯ୍ୟନ୍ତ ଇଂରେଜିରେ ଲେଖନ୍ତି । ବାସ୍ତବରେ ଯେଉଁ ଜାତି ସ୍ୱାଧୀନ, ସେ ଅନ୍ୟର ପରାଧୀନ ମନୋବୃତ୍ତିକୁ କେବେ ପସନ୍ଦ କରିପାରେ ନା ।

 

ଚୀନ ଆମକୁ ଆକ୍ରମଣ କରିବା ମାତ୍ରେ ପୃଥିବୀସାରା ଚହଳ ପଡ଼ିଗଲା, ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ—ଚୀନ ଏ ଭୁଲ କଲା କେମିତି । ସେତିକିବେଳେ ଜଣେ ଭାରତୀୟ ବନ୍ଧୁ ଆମେରିକାର ଥାଇ ସେଠିକାର ଲୋକମାନଙ୍କର ପ୍ରତିକ୍ରିୟା ସମ୍ପର୍କରେ ଆମ ଦେଶର ଗୋଟିଏ କାଗଜରେ ଲେଖିଥିଲେ । ଯେଉଁଦିନ ଯୁଦ୍ଧ କଥା ଆମେରିକାରେ ଶୁଣାଗଲା, ସେହିଦିନ ସନ୍ଧ୍ୟାବେଳେ ସେ ବଜାରରୁ ଫେରୁଛନ୍ତି, ହଠାତ୍ ଜଣେ ଆମେରିକାନ୍ ଭଦ୍ରମହିଳାଙ୍କ ସଙ୍ଗେ ଦେଖାହେଲା । ସେହି ଭଦ୍ରମହିଳା ଏହି ଭାରତୀୟଙ୍କ ପ୍ରତି ବହୁତ ସହାନୁଭୂତି ଦେଖାଇ କଥାବାର୍ତ୍ତା କଲେ ଓ ଶେଷରେ କହିଲେ, ଆପଣଙ୍କ ନିକଟରେ ମୋର ଗୋଟାଏ ଅନୁରୋଧ ଅଛି, ଆପଣ ଟିକିଏ ମତେ ସାହାଯ୍ୟ କରନ୍ତୁ । ଭଦ୍ରବ୍ୟକ୍ତି କଣ ବୋଲି ପଚାରିବାରୁ ସେ କହିଲେ, ଆପଣ ଟିକିଏ ଆପଣଙ୍କ ଦେଶର ନାଟା ଭାରତବର୍ଷ ବୋଲି ହିନ୍ଦୀରେ ଲେଖିଦେଇ ସେ ପଚାରିଲେ—ଆପଣ ୟାକୁ ନେଇ କ’ଣ କରିବେ ? ସେ କହିଲେ, ମୋ ଝିଅ ଗୋଟିଏ ସ୍କୁଲରେ ପଢ଼େ । ସେ ତାର ସାଥୀମାନଙ୍କୁ ନେଇ ଦେଖାଇବାକୁ ଚାହେଁ—ଆମର ଯେଉଁ ବନ୍ଧୁଦେଶକୁ ଚୀନ ଆକ୍ରମଣ କରିଛି, ସେ ଦେଶର ପ୍ରକୃତ ନାମ ତାଙ୍କ ଅକ୍ଷରରେ କେମିତି ଲେଖାଯାଏ ।

 

ଏତିକି କହି ସେ ବିଦା ହୋଇଗଲେ । କଥାଟା ଅତି ଛୋଟ ହୋଇପାରେ, କିନ୍ତୁ ଲକ୍ଷ୍ୟ କରିବାର କଥା—ପ୍ରତ୍ୟେକ ବଡ଼ ବଡ଼ ଜାତିର ଗୋଟାଏ ଭାଷା ଓ ତାର ସ୍ୱତନ୍ତ୍ର ଲିପି ଥିବବୋଲି ଅନ୍ୟମାନଙ୍କର ଆଶା କରିବା ସ୍ୱାଭାବିକ ।

 

ଜାତି ସ୍ୱାଧୀନ ହେଲେ ନିଜ ଭାଷାର ସ୍ୱାତନ୍ତ୍ର୍ୟ ବଜାୟ ରଖିବା ପାଇଁ କିପରି ଅଧୀର ହୋଇଉଠେ, ତାର ଏକ କୌତୂହଳୀ ଉଦାହରଣ ହେଉଛି ଆମେରିକା । କେତେକ ଇଂରେଜଲୋକ ବିଲାତ ଛାଡ଼ିଯାଇ ଯେତେବେଳେ ଆମେରିକାରେ ବସବାସ ଆରମ୍ଭ କଲେ ଓ ନିଜକୁ ଯେତେବେଳେ ସ୍ୱାଧୀନଜାତି ରୂପେ ଘୋଷଣା କଲେ, ସେତେବେଳେ ତାଙ୍କର ଚିନ୍ତାହେଲା ଗୋଟାଏ ସ୍ୱତନ୍ତ୍ର ଭାଷା । ଭାବିଲେ, ସେମାନେ ଯଦି ଗୋଟାଏ ସ୍ୱତନ୍ତ୍ର ଜାତି ହେଲେ, ତାଙ୍କର ଗୋଟିଏ ସ୍ୱତନ୍ତ୍ର ଭାଷା ରହିବା ଉଚିତ । ସେମାନେ ବର୍ତ୍ତମାନ ଆମେରିକାନ୍, ଇଂରେଜ ନୁହନ୍ତି, ତେଣୁ ଇଂରେଜ ତାଙ୍କର ଭାଷା ହେବା ଉଚିତ ନୁହେଁ, ବରଂ ଗ୍ରୀକ୍ କିମ୍ୱା ହିବ୍ରୁ ହେଲେ ଚଳିବ । ସେଇ ଏବେ ବଦଳି ବଦଳି ହେଲାଣି ଆମେରିକାନ୍ । ଆମେରିକାର ସ୍କୁଲ-କଲେଜରେ ଫର୍ମ ପୂରଣ କଲାବେଳେ ଭାଷା ସ୍ଥାନରେ ଅଧିକାଂଶ ପିଲା ‘ଇଂରେଜି’ ବୋଲି ନ ଲେଖି ଏବେ ଲେଖନ୍ତି ଆମେରିକାନ୍ । ସେହି ହେଉଛି ଭାଷା ଜରିଆରେ ଜାତିର ଆତ୍ମପ୍ରତିଷ୍ଠା । ତେଣୁ ଆମେ କେଉଁଦିନ ଆମ କାଗଜପତ୍ରରେ ଆମ ଶିକ୍ଷା ଓ ଶାସାନରେ ଆମ ନିଜ ଭାଷାର ମୁହଁ ଦେଖିବୁ, ସେଥିପାଇଁ ଯେ କୌଣସି ବୁଦ୍ଧିମାନ ବ୍ୟକ୍ତି ଚିନ୍ତା କରିବା କଥା । ତେଣୁ ଯେଉଁମାନେ ଯେତିକି ଜାଗ୍ରତ ସେତିକି ପାଟିତୁଣ୍ଡ କରୁଛନ୍ତି । ଥରେ ସ୍ୱାଧୀନତା ବିଷୟ ନେଇ ଗାନ୍ଧୀ ଯେମିତି କହିଥିଲେ, ମୁଁ ସ୍ୱାଧୀନତା ଏଇ ବର୍ତ୍ତମାନ ଚାହେ, ଏହି ରାତ୍ରି ପୂର୍ବରୁ ଚାହେ, କାଲି ସକାଳର ସୂର୍ଯ୍ୟାଦୟ ପୂର୍ବରୁ ଚାହେ । ଆଜି ସେମିତି କେତେକ ଲୋକ କହୁଛନ୍ତି, ଆମଘରେ ଆମ ମାତୃଭାଷା ଆଜି ହେଉ, ଏହି ବର୍ତ୍ତମାନ ହେଉ । ଅପେକ୍ଷା ଆମର ଅପମାନ । ଇଂରେଜମାନେ ଆମକୁ କହୁଥିଲେ, ସ୍ୱାଧୀନତା ପାଇଁ ତମେ ଉପଯୁକ୍ତ ହୋଇ ନା, ଉପଯୁକ୍ତ ହେଲେ ଯାଇ ମିଳବ, ଅପେକ୍ଷା କର । ବିଧିର ବିଡ଼ମ୍ୱନା ଯୋଗୁଁ ଇଂରେଜି ପ୍ରେମୀମାନେ ଆଜି ସେହି କଥା ଶୁଣାଉଛନ୍ତି–ଭାରତୀୟ ଭାଷା ଉପଯୁକ୍ତ ହୋଇନାହାନ୍ତି-। ଅପେକ୍ଷା କର । ଏହିକଥା ଶୁଣିଲାବେଳେ ଅତୀତର ଗୋଟିଏ କଥା ମନେପଡ଼େ-

 

୧୯୦୫ ମସିହାରେ ବିଲାତର ରାଜା ପଞ୍ଚମ ଜର୍ଜ ପ୍ରିନସ୍ ଅଫ୍ଓ୍ୱେଲସ୍ ଅର୍ଥାତ୍ ରାଜକୁମାର ହିସାବରେ ଭାରତକୁ ବୁଲିଆସିଥାନ୍ତି । ଗୋପାଳକୃଷ୍ଣ ଗୋଖଲେ ସେତେବେଳକୁ ଭାରତ କଂଗ୍ରେସର ସଭାପତି ଥାଆନ୍ତି । ରାଜକୁମାର ଭାରତରେ ପହଞ୍ଚିବାର କିଛିଦିନ ପୂର୍ବରୁ ଗୋଖଲେ ବନାରସଠାରେ ଗୋଟିଏ ଭାଷଣ ଦେଇ କହିଥାନ୍ତି ଯେ ଭାରତ ଶାସନରେ ଭାରତୀୟମାନଙ୍କର ଭାଗନେବା ଉଚିତ । ରାଜକୁମାରଙ୍କ ଜଣେ ଉପଦେଷ୍ଟା ଜନ୍ ଖୋର୍ ଗୋଖଲେଙ୍କୁ ରାଜକୁମାରଙ୍କ ସାଙ୍ଗରେ ସାକ୍ଷାତ୍ କରାଇଦେଲେ । ରାଜକୁମାର ତାଙ୍କୁ ଦେଖିଲାମାତ୍ରେ କହିଲେ, ଆପଣଙ୍କ ବନାରସ ବକ୍ତୃତା ମୁଁ କାଗଜରୁ ଦେଖିଛି । ଭାରତ ସାରା ମୁଁ ବୁଲିଛି ଓ ଦେଖୁଛି—ଲୋକମାନେ ଖୁବ ସୁଖରେ ଅଛନ୍ତି । ଭାରତ ଶାସନରେ ଭାଗନେଲେ ଆପଣଙ୍କ ଲୋକେ କଣ ବେଶୀ ସୁଖୀ ହୋଇପାରିବେ ? ଗୋଖଲେ ସଙ୍ଗେ ସଙ୍ଗେ ଜବାବ ଦେଲେ, ହଁ ହୁଏତ ବେଶି ସୁଖୀ ନ ହୋଇ ପାରନ୍ତି, କିନ୍ତୁ ସେମାନଙ୍କର ଗୋଟାଏ ଆତ୍ମସମ୍ମାନ ଲାଭହେବ, ଏଥିରେ ସନ୍ଦେହ ନାହିଁ । (୨) ଅତୀତରେ ସେହି ଇତିହାସକୁ ଚାହିଁଲେ ଆଜି ହସମାଡ଼େ । ରାଜପୁତ୍ର ଭାରତୀୟମାନଙ୍କୁ କି ଦୁର୍ବଳ, କି ନିର୍ବୋଧ ବୋଲି ମନେକରି ନ ଥିଲେ ସତେ । ଶାସନରେ ଭାଗ ନେବାପାଇଁ ଯେଉଁମାନେ ସେଦିନ ଆଶା କରିପାରୁ ନ ଥିଲେ, ଭାଗ୍ୟଚକ୍ରରେ ସେହିମାନେ ଆଜି ପୁଣି ଶାସକହୋଇ ବସିଲେ । ଇତିହାସର ଏହି ଦୁଷ୍ଟାନ୍ତ ଆଖି ଆଗରେ ଦେଖି ମଧ୍ୟ ଲୋକେ ଆଜି ବି ଭାବୁଛନ୍ତି, ଇଂରେଜି ଭାଷା ଜାଗାରେ ଭାରତୀୟଭାଷାମାନେ କାର୍ଯ୍ୟ ଚଳାଇବା ପାଇଁ ଯୋଗ୍ୟ ହୋଇନାହାନ୍ତି । କିନ୍ତୁ ଯୋଗ୍ୟତା ପରୀକ୍ଷା ପାଇଁ ସୁବିଧା ଦେଲେ ତ ।

 

ଇଂରେଜ ଶାସନକୁ ଉଠାଇବା ପାଇଁ ଗାନ୍ଧୀଙ୍କୁ ପ୍ରାୟ ତିରିଶ ବର୍ଷ ଲାଗିଲା, ଇଂରେଜି ଭାଷାକୁ ଯଥାସ୍ଥାନରେ ରଖିବାକୁ ଗାନ୍ଧୀବାଦୀମାନଙ୍କୁ କେତେ ବର୍ଷ ଲାଗିବ କେଜାଣି ? କିନ୍ତୁ କମ ବର୍ଷ ଲାଗିବ, ଏଥିରେ ସନ୍ଦେହ ନାହିଁ । କାରଣ ସେ ଯୁଗରେ ଖାଲି ଉଡ଼ାଜାହାଜ ଉଡ଼ୁଥିଲା, ଏବେ ରକେଟ୍ ଚାଲୁଛି ।

 

ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିହାରର ଶାସନ ସଂସ୍ଥାରେ ମାତୃଭାଷା ଚାଲୁହେଲାଣି । ମେ ନଅ ତାରିଖରୁ ପଡ଼ୋଶୀ ବଙ୍ଗଳାରେ ବଙ୍ଗଭାଷାର ଶାସନ ଆରମ୍ଭ ହେଲାଣି-। ଓଡ଼ିଶାବାସୀଙ୍କର ଏଣିକି ଦେଖିବା କଥା, ଓଡ଼ିଶାରେ ଓଡ଼ିଆ କେବେ ? ତିନ୍ତିସାରି ଘର ଛାଇବା ଅପେକ୍ଷା ଦେଖି ଶିଖିବା ବୋଧହୁଏ ଭଲ ।

 

୧.

କେନ୍ଦ୍ର ମନ୍ତ୍ରୀଙ୍କ ଶପଥ ପାଠରେ ହିନ୍ଦୀ ବ୍ୟବହାର ।

୨.

ଉତ୍ତର-ପ୍ରଦେଶ, ବିହାର ଓ ଦିଲ୍ଲୀରେ ଭାଷାବିକ୍ଷୋଭ ।

୩.

ଭାଷା ଜାତୀୟତାର ପ୍ରଧାନ ପ୍ରତୀକ ।

୪.

ଜାପାନରେ ଜାପାନୀଭାଷା, ରୁଷିଆରେ ରୁଷ କିନ୍ତୁ ଭାରତରେ ଇଂରେଜି ।

Image

 

ଇଂରେଜିର ଆଧିପତ୍ୟ

 

‘ଇଂରେଜି ହଟାଅ’ କହିଲାମାତ୍ରେ ଦୁଇଟା କଥା ମନକୁ ଆସେ । ଯେଉଁ ଭାଷା ଆମର ଏତେକାଳଧରି ସେବାକରି ଆସିଲା, ତାକୁ ଆମେ ହଟାଇବା କାହିଁକି ? ତା’ଛଡ଼ା ଯେଉଁ ଭାଷା ଏକ ଆନ୍ତର୍ଜାତିକ ଭାଷା ଓ ଯାହା ଆମକୁ ଏତେ ସହଜରେ ମିଳିଛି, ତାକୁ ହରାଇବା କାହିଁକି ? ଇଂରେଜିବିରୋଧୀ ଲୋକେ ଇଂରେଜିର ମୂଲ୍ୟ ବୋଧହୁଏ ବୁଝନ୍ତି ନାହିଁ । କିନ୍ତୁ ଘଟଣା ପ୍ରକୃତରେ ତା ନୁହେ । ଇଂରେଜି ପରି ମହାଶକ୍ତି ବିରୁଦ୍ଧରେ ଯେଉଁମାନେ ଆବାଜ ଉଠାନ୍ତି ସେମାନେ ଏତେ ଅନଭିଜ୍ଞା ନୁହନ୍ତି ନିଶ୍ଚୟ । ଇଂରେଜିକୁ ଭାରତରୁ ବିଦାୟ ଦେବାପାଇଁ କେହି କହି ନାହିଁ, ଇଂରେଜି ନିଶ୍ଚୟ ରହିବ, କିନ୍ତୁ ଜାତୀୟ ଭାଷାଭାବରେ ନୁହେ, ଭାରତର ଶାସନ କିମ୍ୱା ଶିକ୍ଷା ମାଧ୍ୟମ ଭାବରେ ନୁହେ । ରହିବ ବାଣିଜ୍ୟ ବ୍ୟବସାୟରେ, ରହିବ ବୈଦେଶିକ ବିଭାଗରେ । ଇଂରେଜି ବିରୁଦ୍ଧରେ ବିଦ୍ୱେଷ କାହାର ନାହିଁ, ବିଦ୍ୱେଷ କେବଳ ତାର ଆଧିପତ୍ୟ ବିରୁଦ୍ଧରେ । ଇଷ୍ଟଇଣ୍ଡିଆ କମ୍ପାନୀର ବଣିକମାନଙ୍କ ବିରୁଦ୍ଧରେ ଆମର କିଛି କହିବାର ନ ଥିଲା, କିନ୍ତୁ ବଣିକ ଯେତେବେଳେ ବାଦଶାହ ସାଜିଲେ, ସେତେବେଳେ ଭାରତରୁ ତାଙ୍କୁ ଘଉଡ଼ିବା ହେଲା ଆମର ପ୍ରଧାନ ତପସ୍ୟା । ସେକ୍‍ସପିଅର ଯେତେବେଳେ ଇଂଲଣ୍ଡରେ ଡ୍ରାମା ଲେଖୁଥିଲେ, ସେତେବେଳେ ଇଂରେଜିଭାଷା ଇଂଲଣ୍ଡରେ ମଧ୍ୟ ଉତ୍ତମ ରୂପେ ପ୍ରସାରିତ ହୋଇ ନ ଥିଲା । ଏବେ କିନ୍ତୁ ଆମେରିକାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସମଗ୍ର ବିଶ୍ୱକୁ ଏହା ମାଡ଼ି ରହିଛି । କିନ୍ତୁ ଭାରତ ପରି ଏକ ପ୍ରାଚୀନ ସଂସ୍କୃତିଶାଳୀ ବିଶାଳ ଭୂଖଣ୍ଡ ଉପରେ ସେ ଯେଉଁ ଆଧିପତ୍ୟ ଉପଭୋଗ କରୁଛି, ତାହା ଅନ୍ୟତ୍ର କାହିଁ ? ମିଳିତ ଜାତିସଂଘରୁ ଇଂରେଜିଭାଷାର ଏସିଆ ପରିସ୍ଥିତି ସଂପର୍କରେ ଯେଉଁ ତାଲିକା ବାହାରିଛି, ସେଥିରେ ଆଫଗାନିସ୍ଥାନଠାରୁ ଆରମ୍ଭ କରି ଚୀନ-ଜାପାନ ପର୍ଯ୍ୟନ୍ତ ଛୋଟ ବଡ଼ ସବୁ ଦେଶର ନାଁ ଦିଆଯାଇଛି । ଭାରତ, ପାକିସ୍ତାନ, ମାଳୟ ଓ ଫିଲିପିନ୍ ଛଡ଼ା ଅନ୍ୟ ସବୁଠି ଇଂରେଜି ଦ୍ୱିତୀୟ ଭାଷାରୂପେ ରହିଛି । କିନ୍ତୁ ଇଂରେଜି ଶାସନ ସରିଗଲେ ମଧ୍ୟ ତାଙ୍କ ଭାଷାର ଶାସନ ଆମ ଦେଶରେ ସରି ନାହିଁ । ସିଂହଳୀ ପରି ଏକ ଶିଶୁରାଜ୍ୟରେ ତାମିଲମାନଙ୍କର ସବୁ ପ୍ରତିବାଦ ସତ୍ତ୍ୱେ ଇଂରେଜି ଉଠିଯାଇ ସିଂହଳୀ ରାଷ୍ଟ୍ରଭାଷାରୂପେ ସ୍ୱୀକୃତ ହୋଇଛି । ପୂର୍ଣ୍ଣ ସ୍ୱରାଜ୍ୟ ପାଇଁ ସ୍ୱଦେଶୀ ଭାଷା ଦରକାର ବୋଲି ଗାନ୍ଧୀଜୀ କହିଥିଲେ–To get rid of the infatuation for English is one of the essentials of Swaraj—ଇଂରେଜି ମୋହରୁ ନିଜକୁ ରକ୍ଷା କରିବା ସ୍ୱରାଜ୍ୟ ଚିନ୍ତାର ଏକ ସାରକଥା ।

ମହାତ୍ମା ଗାନ୍ଧିଙ୍କ ପରି ଜଣେ ମହାପୁରୁଷ ଭାରତବର୍ଷରେ ଇଂରେଜିର ସ୍ଥାନ ବିଷୟରେ ଯାହା କହିଥିଲେ, ତାକୁଇ ବିଚାର କଲେ ଇଂରେଜି ବିଷୟରେ ଆମର ଧାରଣା ଅନେକଟା ସ୍ପଷ୍ଟ ହୋଇଯିବ । ସେ ବରାବର କହୁଥିଲେ, ଇଂରେଜି ଭାଷାକୁ ସେ ଭଲପାଆନ୍ତି, କିନ୍ତୁ ଭାରତବର୍ଷରେ ଇରେଜି ଭାଷାର ଯେଉଁ ଆଧିପତ୍ୟ, ସେ ତାର ଘୋର ବିରୋଧୀ । ଯେଉଁମାନେ କହନ୍ତି—ଇଂରେଜିଭାଷାକୁ ଛାଡ଼ି ଚଳି ହେବନାହିଁ, ସେମାନଙ୍କ ମନ ଭିତରେ ଦାସତ୍ୱର ବୀଜ ରହିଛି । ଗାନ୍ଧୀ କଦାପି ସେମାନଙ୍କ ସହିତ ଏକମତ ନୁହନ୍ତି । ଇଂରେଜି ନ ଜାଣିଲେ ଭାରତୀୟମାନଙ୍କର ମାନସିକ ଉନ୍ନତି ଅସମ୍ଭବ, ଉଚ୍ଚ ସମାଜର ଅଯୋଗ୍ୟ, ଏ ଦେଶର ପୁତ୍ରକନ୍ୟାମାନଙ୍କୁ ଏପରି ଧାରଣା ଦେବା ଘୋର ଲଜ୍ଜାର କଥା । ଜାତି ପକ୍ଷରେ ଏହା ଅସହ୍ୟ ଅପମାନ । ୩) ଗାନ୍ଧିଜୀଙ୍କର ଦୃଢ଼ ଧାରଣା–ଇଂରେଜିଶିକ୍ଷା ଭାରତୀୟ ଯୁବକମାନଙ୍କୁ ନପୁଂସକରେ ପରିଣତ କରିଛି । (୪) ଖାଲି ଅନୁକରଣ କରିବା ଛଡ଼ା ସେମାନେ ଅନ୍ୟ କିଛି ଶିଖିନାହାନ୍ତି । ଯେଉଁ ଦେଶର ଲୋକେ କେବଳ ଅନୁଦାତା ହୋଇପାରେ ନା । ଲୋକେ କହନ୍ତି, ରାମମୋହନ ରାୟ ଜଣେ ବଡ଼ ସମାଜସଂସ୍କାରକ, ଲୋକମାନ୍ୟ ତିଳକ ଜଣେ ପ୍ରସିଦ୍ଧ ପଣ୍ଡିତ । କେବଳ ଇଂରେଜିଶିକ୍ଷା ଫଳରେ ସେମାନେ ଆହୁରି ପ୍ରତିଭାଶାଳୀ ହୋଇପାରିଥାନ୍ତେ ଯଦି ସେହି ଜ୍ଞାନକୁ ସେମାନେ ମାତୃଭାଷା ମାଧ୍ୟମରେ ଆହରଣ କରିବାର ସୁଯୋଗ ପାଇଥାନ୍ତେ । ଶଙ୍କର, ଚୈତନ୍ୟ, ସୁରଦାସ, ତୁଳସୀ କେହି ହେଲେ ଇଂରେଜି ପଢ଼ି ନ ଥିଲେ, କିନ୍ତୁ ଭାରତୀୟମାନଙ୍କ ପାଇଁ ସେମାନେ ଯାହା ସୃଷ୍ଟି କରି ଯାଇଛନ୍ତି, କେତେ ଜଣ ଇଂରେଜଶିକ୍ଷିତ ଭାରତୀୟ ତାହା କରି ପାରିଛନ୍ତି ? ବିଦେଶୀ ଭାଷା ଘୋଷି ଘୋଷି ଏ ଦେଶ ପିଲାଏ ବଳଦରେ ପରିଣତ ହୋଇଛନ୍ତି । ମୌଳିକଚିନ୍ତା କିମ୍ୱା ଗବେଷଣା ପାଇଁ ସେମାନେ ଉପଯୁକ୍ତ ହୋଇନାହାନ୍ତି, ବରଂ ନିଜ ଘରେ ନିଜ ବିଦେଶୀ ହୋଇ ବସିଛନ୍ତି । (୫) ଏହି ହେଉଛି ସବୁଠୁ ଦୁର୍ଭାଗ୍ୟର କଥା । ଏହି ଦୃଷ୍ଟିରୁ ବୋଧହୁଏ ମହାତ୍ମାଜୀ ଇଂରେଜି ଶିକ୍ଷାକୁ ଏକ ମହାନ୍ ବିଫଳ ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଶିକ୍ଷାପଦ୍ଧତିରେ ବାହ୍ୟବିଭବ କିଛି ବଢ଼ି ପାରିଥାଏ, କିନ୍ତୁ ଅନ୍ତର ଶୂନ୍ୟ ରହିଛି । ଇଂରେଜିକୁ ତାର ଅସ୍ୱାଭାବିକ ଉଚ୍ଚ ଆସନରୁ ଓହ୍ଲାଇ ଦେବାପାଇଁ ଗାନ୍ଧିଜୀ କିପରି ତୀବ୍ର ମନୋଭାବ ପୋଷଣ କରିଥିଲେ, ତାହା ତାଙ୍କ ନିମ୍ନ ଉକ୍ତିରୁ ଜଣାପଡ଼େ—ମୋର ଯଦି ଜଣେ ଏକଛତ୍ର ଶାସକର ଶକ୍ତି ଥାଆନ୍ତା, ତା ହେଲେ ବିଦେଶୀଭାଷା ମାଧ୍ୟମରେ ପ୍ରଚଳିତ ଏହି ଶିକ୍ଷାକୁ ମୁଁ ଏହି ମୁହୂର୍ତ୍ତରେ ବନ୍ଦ କରିଦିଅନ୍ତି । ଯେଉଁ ଶିକ୍ଷକମାନେ ଏହି ପରିବର୍ତ୍ତନକୁ ସ୍ୱୀକାର ନ କରନ୍ତେ, ସେମାନଙ୍କୁ ମୁଁ ବହିଷ୍କାର ଆଦେଶ ଦିଅନ୍ତି । (୬) ମୋଟ ଉପରେ କଥା ହେଉଛି, ଇଂରେଜି ଭାଷାପ୍ରତି ଆମ୍ଭମାନଙ୍କର ଅଶ୍ରଦ୍ଧା କିମ୍ୱା ଅବହେଳା ପ୍ରଶ୍ନ ନାହିଁ, କିନ୍ତୁ ପ୍ରଶ୍ନ ହେଉଛି—ଭାରତରେ ଇଂରେଜିର ଅଯଥା ଆଧିପତ୍ୟ ଏବଂ ତାରି ବିରୁଦ୍ଧରେ ଆମ୍ଭମାନଙ୍କର ଅସୀମ ଅସନ୍ତୋଷ । ଅତିଥି କେବେ ଅନ୍ଦରମହଲର ଅଧିକାରୀ ହୋଇପାରନ୍ତି ନାହିଁ । ତାଙ୍କ ସ୍ଥାନ ହେଉଛି ବାହାରର ବିଶ୍ରାମଗାର ।

ଆମର ପ୍ରଥମ ପ୍ରଶ୍ନ ଥିଲା—ଯେଉଁ ଭାଷା ଆମର ଏତେକାଳ ଧରି ସେବା କରି ଆସିଛି, ତାକୁ ଆମେ ହଟାଇବା କାହିଁକି ? ଇଂରେଜିଭାଷା କେମିତି ଏ ଦେଶକୁ ଆସିଛି ଓ ଆମର କେମିତି ସେବା କରିଛି ଜାଣିବା ପାଇଁ ଅତୀତରେ ଇତିହାସ ବିଷୟରେ ଦୁଇ ଚାରିକଥା କହିଲେ ଅବାନ୍ତର ହେବନାହିଁ ।

୧୬୨୩ ମସିହାରୁ ଭାରତବର୍ଷରେ ଇଷ୍ଟଇଣ୍ଡିଆ କମ୍ପନୀର କାରବାର ଆରମ୍ଭ । କମ୍ଫାନୀ ଭିତରେ ବ୍ୟବସାୟୀ ଯେମିତି ଥିଲେ, ବୁଦ୍ଧିଆ ଲୋକେ ବି ସେମିତି ଥିଲେ । କିଏ ପୁଳାଏ ମାରିନେଇ ଚାଲିଯିବାକୁ ଚାହୁଥିଲେ, କିଏ ଅବା ଲୋକଙ୍କ ମନବୁଝି ସେମାନଙ୍କୁ ଆପଣାର କରି ଏଠି ଶାସନ ଚଳାଇବାକୁ ଚେଷ୍ଟା କରୁଥିଲେ । ଯେ କୌଣସି ଲୋକଙ୍କ ସହିତ ସଂପର୍କ ରଖିବାକୁ ହେଲେ ସେମାନଙ୍କର ଚାଲିଚଳନ, ରୀତିନୀତି, ଭାଷା ଓ ସଂସ୍କୃତି ଜାଣିବା ନିତାନ୍ତ ଦରକାର । ସେହି ଦୃଷ୍ଟିରୁ ଇଷ୍ଟଇଣ୍ଡିଆ କମ୍ପାନୀର ଜଣେ ବୁଦ୍ଧିମାନ୍ ବ୍ୟକ୍ତି ଓ୍ୱାରେନ ହେଷ୍ଟିଙ୍ଗସ୍ ୧୭୮୧ରେ କଲିକତାରେ ଏକ ମଦ୍ରାସା ଓ ୧୭୯୧ରେ ବନାରସରେ ଏକ ସଂସ୍କୃତ କଲେଜ ଖୋଲିଲେ । ସେଥିରେ ଆରବୀ, ପାରସୀ ଓ ସଂସ୍କୃତ ଭାଷାର ଶିକ୍ଷା ଚାଲିଲା । ସେପର୍ଯ୍ୟନ୍ତ କମ୍ପାନୀ ସମୂହଭାବରେ କୌଣସି ଶିକ୍ଷାପଦ୍ଧତି ସ୍ୱୀକାର କରି ନ ଥିଲେ; କିନ୍ତୁ ୧୮୧୩ରେ ପ୍ରଥମ ଥର ପାଇଁ ଭାରତର ଶିକ୍ଷାସଂସ୍କାର ପାଇଁ ସେମାନେ ଲକ୍ଷେ ଟଙ୍କା ମଞ୍ଜୁର କଲେ । ଆଜି ହୁଏ ତ ଶୁଣିଲେ ହସ ମାଡ଼ୁଥିବ, ଭାରତର ଶିକ୍ଷା, ସେଥିରେ ପୁଣି ଲକ୍ଷେ ଟଙ୍କା । ଯାହାହେଉ ସେଥିରେ ସଂସ୍କୃତ, ଆରବୀ, ପାରସୀ ଓ ତା ସାଙ୍ଗକୁ ହିନ୍ଦୀ, ବଙ୍ଗଳା, ମରାଠୀ ପ୍ରଭୃତି କେତେକ ଭାରତୀୟ ଭାଷାର କାମଚାଲିଲା । ଇଂରେଜଜାତି ଯେତିକି ଗଣତାନ୍ତ୍ରୀକ ସେତିକି ପ୍ରାକ୍ଟିକାଲ ମଧ୍ୟ । ଗଣତନ୍ତ୍ର ଦୃଷ୍ଟିରୁ ଭାରକର ଲୋକଙ୍କୁ ଭାରତୀୟ ଭାଷାମାନଙ୍କରେ ଶିକ୍ଷା ଦିଆଯିବା ଉଚିତ, କିନ୍ତୁ ଭାଷା ମଧ୍ୟ ସେତିକି ବଢ଼ିଲା । ଦିନ ଆସିଲା ସାମ୍ରାଜ୍ୟ ହଟିଗଲା, କିନ୍ତୁ ଭାଷା ହଟିଲା ନାହିଁ । ସେଇଥିପାଇଁ ଆଜି ଏତେ ପାଲା । ଯାହାହେଉ, କାଳକ୍ରମେ ବିଚାର ପଡ଼ିଲା—ଏ ଦେଶରେ ଭାରତୀଭାଷା ମାଧ୍ୟମରେ ଶିକ୍ଷା ଦିଆଯିବ ନା ଇଂରେଜି ମାଧ୍ୟମରେ । ସେତେବେଳେ ରାଜା ରାମମୋହନ ରାୟ ବଙ୍ଗଳାରେ ସମାଜ ସଂସ୍କାର କାମରେ ଲାଗିଥାନ୍ତି । ତାଙ୍କର ଖୁବ୍ ପ୍ରତିପତ୍ତି ଥାଏ । ସେ ଇଂରେଜି ସପକ୍ଷରେ ମତଦେଲେ, କାରଣ ସେ ଭାବିଲେ—ଆରବୀ, ପାର୍ଶି ଓ ସଂସ୍କୃତରେ ଯାହାଅଛି ଆମ ଲୋକେ ଅଳ୍ପ ବହୁତେ ତା ଜାଣନ୍ତି, କିନ୍ତୁ ଇଂରେଜି ଭାବରେ ଯେଉଁ ବିଜ୍ଞାନ ଅଛି, ତାକୁ ମୋଟେ ଜାଣିନ୍ତି ନାହିଁ । ବରଂ ତାକୁ ଜାଣିଲେ ପାଶ୍ଚାତ୍ୟ ଚିନ୍ତାଧାରା ସହିତ ଆମଲୋକେ ପରିଚିତ ହୋଇଯିବେ ଓ ସମାଜରୁ ନାନାପ୍ରକାର କୁସଂସ୍କାର ଆପେ ଆପେ ଲୋପ ହୋଇଯିବ ।

ମଳୁ ଖୋଜୁଥିଲା ଯାହା, ବଇଦ ବତାଇଲା ତାହା । ଏଣେ ଇଂରେଜି ଜ୍ଞାନରେ ଆମ ଆଖି ଫିଟିଯିବ, ତେଣେ ଇଂରେଜି ପଢ଼ୁଆଙ୍କୁ ନେଇ ତାଙ୍କ ଶାସନ ଚାଲିବ । ଇଂରେଜମାନଙ୍କର ଏମିତି ଦୂରଦୃଷ୍ଟି ନ ଥିଲେ ସେମାନଙ୍କର ସାମ୍ରାଜ୍ୟ କଣ ଏତେ ସୁଦୂରପ୍ରସାରୀ ହୋଇପାରିଥାନ୍ତା ? ସେମାନେ ତ ଆଉ ଏମିତି ନୁହନ୍ତି ଯେ ଚୀନ୍ ଆସି ଘରେ ପଶିଯିବ, ଆମେ ଜଳକା ହୋଇ ଚାହିଁ ରହିଥିବୁ । ଇଂରେଜି ପଢ଼ିଲେ ଚାକେରୀ ମିଳବ–ଏହି ଯେଉଁ ଜାଲ ପଡ଼ିଲା, ତାକୁ ଏ ପର୍ଯ୍ୟନ୍ତ କେହି କାଟିପାରି ନାହିଁ । ଆମ ସାଧାରଣ ସ୍କୁଲମାନଙ୍କରେ ଇଂରେଜିରେ ମାନଦଣ୍ଡ ଏବେ କମି ଯିବାରୁ କନଭେଣ୍ଟ ଓ ପବ୍ଲିକ୍ ସ୍କୁଲକୁ ଆମେ ଦଉଡ଼ୁଛୁ । ଇଂରେଜି ଭଲହେଲେ ଆଇ.ପି.ଏସ୍., ଆଇ.ଏ.ଏସ୍. ଯାହିହେଲେ ଗୋଟାଏ ମିଳିବ । ଆମ ଚାକେରୀ ମନୋବୃତ୍ତିକୁ ଲକ୍ଷ୍ୟ କରି ଜଣେ ବ୍ରିଟିଶ ବିଶେଷଜ୍ଞ ସାର୍ ଆଇଭର ଜେନିଙ୍ଗସ୍ କହିଛନ୍ତି—ଭାରତୀୟମାନେ ଇଂରେଜ ଜାତି କିମ୍ୱା ଇଂରେଜିଭାଷାକୁ ଭଲପାଆନ୍ତି ବୋଲି ଯେ ଇଂରେଜି ପଢ଼ନ୍ତି ତା ନୁହେଁ, ଖାଲି ଚାକେରୀ ଆଶାରେ ପଢ଼ନ୍ତି । (୭) ଯେଉଁ ଜାତି ଜ୍ଞାନ ଆହରଣ ପାଇଁ ଗହନ ବନରେ ଜୀବନ କାଟିଥିଲା, ସେ କ’ଣ ପ୍ରକୃତରେ ଆଜି ଏତେ ଉଦରସର୍ବସ୍ୱ !

ଭାରତରେ ଇଂରେଜି ମାଧ୍ୟମରେ ଶିକ୍ଷାଦାନ କଥା ଉଠିଲାମାନେ ଲୋକେ ଲର୍ଡ଼ ମାକଲେଙ୍କ କଥା ସ୍ମରଣ କରନ୍ତି । ଇଉରୋପୀୟ ସାହିତ୍ୟ ଓ ବିଜ୍ଞାନ ଶିକ୍ଷା ପାଇଁ ସେ ଯେଉଁ ଚିଠା ପ୍ରସ୍ତୁତ କରିଥିଲେ, ୧୮୩୫ ମାର୍ଚ୍ଚ ସାତ ତାରିଖରେ ଲର୍ଡ଼ ବେଣ୍ଟିକ୍ ତାହା ସ୍ୱୀକାର କରିନେଲେ । ଭାରତୀୟ ଶିକ୍ଷା ଇତିହାସରେ ଏହା ଏକ ଜଣାଶୁଣା ତାରିଖ । ସେହିଦିନୁ ଭାରତରେ ପାଶ୍ଚାତ୍ୟ ସଂସ୍କୃତିର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପିତ ହେଲା, ତାରି ଉପରେ ଗଢ଼ାହେଲା ଏହି ଶତାଧିକ ବର୍ଷବ୍ୟାପୀ ଶିକ୍ଷାର ମିନାର । ମାକଲେଙ୍କ ବିରୁଦ୍ଧରେ ସାଧାରଣ ଅଭିଯୋଗ ହୁଏ ଯେ ସେ ଖାଲି କିରାଣୀ ତିଆରି କରିବା ପାଇଁ ଇଂରେଜି ଶିକ୍ଷା ଚଳାଇଲେ । (୮) କିନ୍ତୁ କେହି ପ୍ରତିବାଦ କରି କହନ୍ତି, ଇଂରାଜି ଲୋକେ ଖାଲି କିରାଣୀ ତିଆରି ପାଇଁ ଏ ଶିକ୍ଷା ଚଳଇ ନ ଥିଲେ, ବରଂ ପ୍ରାଚ୍ୟ ଅନ୍ଧାରରେ ପାଶ୍ଚାତ୍ୟ ଆଲୋକ ଜାଳିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଯାତ୍ରାଦେଖା ଓ କଦଳୀ ବିକା ଦୁଇଟାଯାକ ହୋଇଗଲେ କାହାରି କିଛି କ୍ଷତି ନାହିଁ । ହୁଏ ତ ଆମେ ରାଜା ରାମମୋହନ ରାୟଙ୍କ ସାଧୁ ଉଦ୍ଦେଶ୍ୟକୁ ସନ୍ଦେହ ନ କରିପାରୁ, କିନ୍ତୁ ଯେଉଁମାନେ ସାର୍‍ ଚାର୍ଲସ ଉଡ଼୍‍ଙ୍କ ଭାଷାସନନ୍ଦ କଥା (Sir Charles Wood Despatch 1854) ଜାଣନ୍ତି, ସେମାନେ ଇଂରେଜମାନଙ୍କୁ ସନ୍ଦେହ ନ କରି ରହିପାରିବେ ନାହିଁ । (୯) ସେହି ସନନ୍ଦରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ଇଂରେଜି ସଙ୍ଗେ ସଙ୍ଗେ ଭାରତୀୟ ଭାଷାମାନଙ୍କୁ ମଧ୍ୟ ସମୃଦ୍ଧ କରିବାକୁ ହେବ ଓ ପାଶ୍ଚାତ୍ୟଜ୍ଞାନକୁ ଉଭୟ ଭାରତୀୟ ଭାଷା ଓ ଇଂରେଜି ଭାଷା ମାଧ୍ୟମରେ ଶିକ୍ଷାଦେବାକୁ ହେବ । କିନ୍ତୁ କାହିଁ ? ସେହିଦିନୁ ବର୍ଷ ବର୍ଷ ଧରି ଇଂରେଜି ଭାଷାର ରଥଚକ ଗଡ଼ି ଚାଲିଲା ଓ ତା’ରି ତଳେ ଚିପି ହୋଇ ରହିଲେ ଭାରତୀୟ ଭାଷାସବୁ । ଆଗେ ଯେତେବେଳେ ଅଷ୍ଟମ ଶ୍ରେଣୀରୁ ଏମ୍.ଏ.ପର୍ଯ୍ୟନ୍ତ ଇଂରେଜି ମାଧ୍ୟମରେ ଶିକ୍ଷା ଚାଲିଥିଲା, ସେତେବେଳେ ବ୍ରାହ୍ମଣ ଶାସନରେ ଶୂଦ୍ର ଘରପରି ମାଟ୍ରିକ୍ୟୁଲେସନରୁ ବି.ଏ. ପର୍ଯ୍ୟନ୍ତ ମାତୃଭାଷାରେ ଏକ ଅଛୁଆଁ ସାହିତ୍ୟପତ୍ର ରଖାଯାଇଥିଲା । ସେହି ପତ୍ରକୁ କେହି ପଢ଼ନ୍ତି ନାହିଁ । ଆଜିର ଏମ୍.ଆଇ.ଏଲ୍.ଠାରୁ ବି ସେ ହୀନଥିଲା । ସେଥିରେ ଖାଲିଥିଲା ରଚନା ଓ ଅନୁବାଦ । ପାଞ୍ଚ ଛ’ଟା ଲେଖାପତ୍ର ଇଂରେଜିଭାଷାରେ ରଟି ରଟି ଲକ୍ଷ ଲକ୍ଷ ଭାରତୀୟ ଯେତେବେଳେ ମାତୃଭୂମିରେ ବିଦେଶୀ ଇଂରେଜି ଭାଷାର ଚେର ମଡ଼ାଉଥିଲେ, ସେତେବେଳେ ଭାରତୀୟ ଭାଷାଗୁଡ଼ିକ ନିର୍ମୂଳୀଲତାପରି ପବନରେ ଦୋହଲୁଥିଲେ । ଚାର୍ଲସ୍ ଉର୍ଡ଼ଙ୍କ ସନନ୍ଦ ଅନୁସାରେ ଯଦି ଇଂରେଜି ସଙ୍ଗେ ସଙ୍ଗେ ଭାରତୀୟ ଭାଷା ମାଧ୍ୟମକୁ ସ୍ୱୀକାର କରାଯାଇଥାନ୍ତା, ତେବେ କ’ଣ ଆଜି ଭାରତୀୟ ଭାଷାମାନଙ୍କରେ ପାରିଭାଷିକ ଶବ୍ଦାବଳୀ ନାହିଁ ବୋଲି ଇଂରେଜିଭାଷାକୁ ଶାସନଗାଦିରେ ରଖିବା ପାଇଁ ଆମେ ଆମଆଡ଼ ଯୁକ୍ତି କରୁଥାନ୍ତୁ ।

ଜାପାନ କଥା ଦେଖନ୍ତୁ । ଜାପାନୀମାନେ ଯେତେବେଳେ ଜାଣିଲେ—ସେମାନଙ୍କର ଅଗ୍ରଗତି ପାଇଁ ଇଂରେଜି ଶିକ୍ଷା ଦରକାର, ସେମାନେ ଇଂଲଣ୍ଡକୁ ଲୋକ ପଠାଇ ଟ୍ରେନିଂ ଦେଲେ ଓ ନିଜ ଦେଶରେ ଇଂରେଜି ଉପରେ ଜୋର ଦିଆଗଲାଣି । କିନ୍ତୁ କାହିଁ, ଇଂରେଜି ତ ସେଠି ଶିକ୍ଷା କିମ୍ୱା ଶାସନ ମାଧ୍ୟମରୂପେ ଗୃହୀତ ହୋଇନି । ଜାପାନରେ ଆଗେ ଜାପାନୀ, ତା ପରେ ଇଂରେଜି-। ଆଗ ମା, ପଛେ ମାଉସୀ । ଜାପାନ ଯେପରି ଉନ୍ନତି କରିଛି, କେବଳ ଏସିଆରେ କାହିଁକି, କେତେକ ପାଶ୍ଚାତ୍ୟ ଦେଶରେ ମଧ୍ୟ ସେପରି ଉନ୍ନତି ସମ୍ଭବ ହୋଇନାହିଁ । କିନ୍ତୁ ଏହି ଅଭୂତପୂର୍ବ ଉନ୍ନତି ପାଇଁ ତାକୁ ଭାଷା କିମ୍ୱା ସ୍ୱାଧୀନତାକୁ ବଳିଦେବାକୁ ପଡ଼ିନାହିଁ ।

ପ୍ରଶ୍ନ ହୋଇପାରେ—ଭାରତ ଯଦି ସେତେବେଳେ ଇଂରେଜି ମାଧ୍ୟମ କିମ୍ୱା ବିଜ୍ଞାନ ଶିକ୍ଷାକୁ ଗ୍ରହଣ କରି ନ ଥାନ୍ତା, ତା ହେଲେ କଣ ହୋଇଥାନ୍ତା ? କଣ ହୋଇଥାନ୍ତା ଯଦିଏ ସଠିକ ଭାବରେ କହିହେବ ନାହିଁ, ତଥାପି ଐତିହାସିକମାନେ ଅନୁମାନ କରନ୍ତି, ହୁଏତ କିଛି କାଳ ଯିବାପରେ ଭାରତୀୟମାନେ ଆପେ ଆପେ ପାଶ୍ଚାତ୍ୟଶିକ୍ଷାକୁ ଗ୍ରହଣ କରି ନିଜ ଭାଷା-ମାଧ୍ୟମରେ ତାକୁ ହାସଲ କରିଥାନ୍ତେ, ଠିକ୍ ଯେମିତି ଜାପାନରେ ହୋଇଛି । ନିଜ ମାତୃଭାଷା ଜରିଆରେ ଜାପାନୀମାନେ ଜ୍ଞାନକୁ ଜୀର୍ଣ୍ଣ କରି ରକ୍ତରେ ମିଶାଇ ନେଇଛନ୍ତି, କିନ୍ତୁ ବିଦେଶୀ ମାଧ୍ୟମରେ ଭାରତୀୟମାନଙ୍କର ଭୟଙ୍କର ଅଜୀର୍ଣ୍ଣ ହୋଇଛି ।

ମାକ୍‍ଲେ ଇଂରେଜି ସପକ୍ଷରେ କାମ କରିବାକୁ ଯାଇ ପ୍ରାଚୀନ ଭାରତୀୟ ଶିକ୍ଷା ଓ ସଂସ୍କୃତି ବିରୁଦ୍ଧରେ ଅନେକ କଥା କହିଥିଲେ । ଲର୍ଡ଼ ଆକ୍ଟନ୍ ମାକ୍‍ଲେଙ୍କ ମନ୍ତବ୍ୟକୁ ପସନ୍ଦ ନ କରି ପ୍ରାଚ୍ୟ ଜ୍ଞାନ ବିଜ୍ଞାନ ତଥା ଶିକ୍ଷାକୁ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ଦେଲେ ନାହିଁ । ଭାରତୀୟ ଶିକ୍ଷା-ଇତିହାସରେ ଏହି ହେଲା ଏକ ଚରମ ଦୁର୍ଯୋଗ । ଇଂରେଜମାନେ ଯେତେବେଳେ ସ୍କୁଲ କଲେଜମାନ ବସାଇବାକୁ ଲାଗିଲେ, ସେତେବେଳେ ଇଷ୍ଟଇଣ୍ଡିଆ କମ୍ପାନୀର ଜଣେ ଡାଇରେକ୍ଟର କହିଥିଲେ—ଆମେରିକାରେ ଏଇ ଭୁଲ କରି ଆମେ ଆମେରିକାକୁ ହରେଇଛୁ, ସ୍କୁଲକଲେଜ ବସାଇବାର ଫଳ ପାଇଛୁ । ଭାରତରେ ଆଉ ସେ ଭୁଲ ଯେମିତି ନ କରୁ । ଇଂରେଜି ଶାସନକୁ ଯେଭଳି ଭାବରେ ଏ ଦେଶରୁ ହଟାଇ ଦିଆଗଲା ଓ ଇଂରେଜି ଭାଷାର ଆଧିପତ୍ୟ ବିରୁଦ୍ଧରେ ଏବେ ଯେପରି ଲଢ଼େଇ ଚାଲିଛି, ସେଥିରେ ସେ ଡାଇରେକ୍ଟରଙ୍କର ଦୂରଦୃଷ୍ଟିକୁ ପ୍ରଶଂସା କରିବାର କଥା । ଗାନ୍ଧି, ନେହରୁ, ପଟେଲ, ସୁଭାଷ ସମସ୍ତେ ଇଂରେଜି ପଦ୍ଧତିରେ ଶିକ୍ଷିତ । ଭାରତର ଯେତେ ବଡ଼ ବଡ଼ ନେତା, ସେମାନଙ୍କ ଭିତରୁ ଅଧିକାଂଶଙ୍କର ଟ୍ରେନିଂ ହୋଇଛି ବିଲାତରେ । ଇଂରେଜି ଭାଷା ଓ ତାର ଶିକ୍ଷାପଦ୍ଧତିକୁ ପ୍ରଶଂସା କରି ଲୋକେ କହନ୍ତି—ଆମ ଦେଶର ନେତାମାନେ ତାଙ୍କ ଜୀବନରେ ଯାହା ହୋଇଛନ୍ତି, ତାହା ଇଂରେଜି ଶିକ୍ଷାର ଆଶୀର୍ବାଦରୁ । ଏହି ଶିକ୍ଷା ଆମକୁ ଦେଶାତ୍ମବୋଧ ଦେଇଛି । କିନ୍ତୁ ବିଧିର ବିଡ଼ମ୍ୱନା ହେଉଛି, ଯେଉଁମାନେ ଇଂରେଜମାନଙ୍କର ଦେଶକୁ ନିଜ ଆଖିରେ ଦେଖିଲେ ସେଇମାନହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉଠାଇଲେ । ସେମାନେ ଆଖି ଆଗରେ ଦେଖି ପାରିଲେ ବ୍ରିଟିଶ ଜାତି ଏ ଦେଶର ସମ୍ପଦ ନେଇ କେମିତି ସୁନାର ସଂସାର ଗଢ଼ିଛି । ସେହିପରି ଲୋକେ ଯେତେବେଳେ ଦେଖିଲେ—ଭାରତରେ ଇଂରେଜି ଭାଷାର ଉତ୍ତରୋତ୍ତର ଅଧ୍ୟୟନ ଚାଲିଥିବାବେଳେ ଭାରତୀୟ ଭାଷାଗୁଡ଼ିକ ଉପେକ୍ଷିତ ଅବସ୍ଥାରେ ପଡ଼ିଛିନ୍ତି, ସେତିକିବେଳେ ଏହି ‘ଇଂରେଜି ହଟାଅ’ ଆନ୍ଦୋଳନ ଜନ୍ମହେଲା । ଇଂରେଜି ସାହିତ୍ୟରୁ ରାଜନୈତିକ ଆନ୍ଦୋଳନ ପାଇଁ ବହୁତ ପ୍ରେରଣା ମିଳିଲା ସତ, କିନ୍ତୁ ୟା ବୋଲି ଇଂରେଜି ଶିକ୍ଷା ନ ଥିଲେ ଯେ ଦେଶର ଲୋକେ ଚିରକାଳ ଅତ୍ୟାଚାର ଭୋଗ କରି ଚୁପ୍ ରହିଥାନ୍ତେ, ବିପ୍ଲବ କରି ନ ଥାନ୍ତେ, ଏପରି ଭାବିବାର କୌଣସି କାରଣ ନାହିଁ । ବରଂ ଇଂରେଜିଶିକ୍ଷା ପ୍ରତି ଶିକ୍ଷିତ ଲୋକଙ୍କର ଆନୁଗତ୍ୟ ଯୋଗୁଁ ଇଂରେଜମାନେ ଏଠି ବେଶିକାଳ ରହିଲେ, ନଚେତ୍ ଆହୁରି ଆଗରୁ ଯାଇଥାନ୍ତେ ବୋଧହୁଏ । ଇଂରେଜି ଆମର କାମ୍ୟ, କିନ୍ତୁ ଇଂରେଜିର ଆଧିପତ୍ୟ ଆମ ପକ୍ଷରେ ଅସହ୍ୟ । ସେଇଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନେହରୁ ଯଥାର୍ଥରେ କହିଥିଲେ—‘କୌଣସି ବିଦେଶୀ ଭାଷାକୁ ଭାରତର ରାଜଭାଷାରୂପେ ଗ୍ରହଣ କରିବା ଅଶୋଭନୀୟ ।’

୧.

ଇଂରେଜି ବଣିକ ବାଦଶାହ ହେବାରୁ ଯାବତୀୟ ବିପତ୍ତି ।

୨.

ଇଂରେଜି ନୁହେଁ, ତାର ଆଧିପତ୍ୟ ବିରୁଦ୍ଧରେ ଅସନ୍ତୋଷ ।

୩.

ଇଂରେଜି ପାଠ ଓ ଚାକେରୀ ।

୪.

ଲର୍ଡ଼ ମାକ୍‍ଲେ, ସାର୍ ଚାର୍ଲସ୍ ଉଡ଼୍ ଓ ଭାରତୀୟ ଭାଷା ।

୫.

ପ୍ରଗତିଶୀଳ ଜାପାନରେ ଇଂରେଜିର ସ୍ଥାନ ।

୬.

ମାତୃଭାଷାର ଅବହେଳା ଯୋଗୁଁ ‘ଇଂରେଜି ହଟାଅ’ ଆନ୍ଦୋଳନ ।

Image

 

ଇଂରେଜି ପାଚେରୀ

 

ଆମ ଦେଶରେ ଅନେକ ଶିକ୍ଷିତ ଲୋକ ଯୁକ୍ତି କରନ୍ତି ଯେ ଇଂରେଜି ଆମର ରାଷ୍ଟ୍ରଭାଷା ହୋଇ ରହୁ । ତାଙ୍କର ପ୍ରଥମ ତଥା ପ୍ରଧାନ ଯୁକ୍ତି ହେଉଛି, ଜ୍ଞାନ ଆହରଣ ପାଇଁ ଇଂରେଜି ଗୋଟାଏ ଅସଲ ପାଇପ୍ ଲାଇନ୍ । ସେ ଲାଇନଟାକୁ ବନ୍ଦ କରିଦେଲେ ଜ୍ଞାନର ଧାର ଶୁଖିଲା ପଡ଼ିଯିବ । ଦ୍ୱିତୀୟ ଯୁକ୍ତ ହେଉଛି—ଏହି ଭାଷା ଜରିଆରେ ଆକୁମାରୀ ହିମାଲୟ ସମଗ୍ର ଭାରତବର୍ଷରେ ରାଜନୈତିକ ଏହି ଯୁକ୍ତିକୁ ସ୍ୱୀକାର କରନ୍ତି ନାହିଁ ବରଂ ଏହି ଯୁକ୍ତିକୁ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଅଭିଯୋଗମାନ ଉପସ୍ଥାପିତ କରନ୍ତି ।

 

ପ୍ରଥମ କଥା ହେଉଛି, ଇଂରେଜି ପାଇପ୍ ଲାଇନ୍ ହୋଇପାରେ କିନ୍ତୁ ଲାଇଫ୍ ନୁହେଁ-। ଏଥିରେ କେତେକ ଲୋକ ଜ୍ଞାନ ଆହରଣ କରିଛନ୍ତି ସତ, କିନ୍ତୁ ସମଗ୍ର ଜାତିର ପ୍ରାଣପୂର୍ତ୍ତି କିମ୍ୱା ବିସ୍ତୃତ ହୋଇନାହିଁ । ଏହି ଲାଇନରେ ଯେତିକି ଜଳ ଆସିଛି, ସେଥିରେ ସମସ୍ତ କ୍ଷେତ୍ରର ଶହେ ଭାଗରୁ ମାତ୍ର ଏକଭାଗ ଜମି ଉଠିଆ ହୋଇଛି । ସେଇଟା ପୁଣି ଦଶ କୋଡ଼ିଏ ବର୍ଷରେ ନୁହେଁ, ଦୀର୍ଘ ଦେଢ଼ଶହ ବର୍ଷ ଭିତରେ । ଅର୍ଥାତ୍ ଇଂରେଜି ଶିକ୍ଷା ଏ ଦେଶରେ ଆରମ୍ଭ ହେଲାଦିନୁ ଆଜିପର୍ଯ୍ୟନ୍ତ ମୋଟେ ଶହେ ଜଣରେ ଜଣେ ଇଂରେଜି ଶିଖି ପାରିଛନ୍ତି ଏବଂ ସେହି ଜଣକ ଭିତରେ ଇଂରେଜିରେ ଦସ୍ତଖତ୍ କରି ଜାଣିଥିବା ଲୋକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ପର୍ଯ୍ୟନ୍ତ ସମସ୍ତେ ଅନ୍ତର୍ଭୁକ୍ତ ଅଛନ୍ତି । ୟାର ପ୍ରଧାନ କାରଣ ହେଉଛି, ଇଂରେଜମାନେ ଏ ଦେଶରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଅନୁକରଣରେ ଯେଉଁ ବିଶ୍ୱବିଦ୍ୟାଳୟ ଓ ସ୍କୁଲକଲେଜମାନ ବସାଇଲେ, ସାଧାରଣ ଜନତାକୁ ତାହା ଆଦୌ ପ୍ରଭାବିତ କରି ପାରିଲା ନାହିଁ । ସେମାନଙ୍କର ଯେଉଁ ପରକୁଲେସନ ଥିଓରି (Percolation Theory) ଅନୁସାରେ ସେମାନେ କାମ କରୁଥିଲେ ଆମ ଦେଶରେ ତାହା ସଫଳ ହୋଇ ପାରିଲା ନାହିଁ । ସେମାନେ ଭାବିଥିଲେ, ଜ୍ଞାନକୁ ଉପରେ ଢାଳିଦେଲେ ଆପେ ଆପେ ତାହା ତଳକୁ ଝରିଯିବ, କିନ୍ତୁ ସେଇଟା ଆମ ଦେଶରେ ସମ୍ଭବ ନୁହେଁ ତାଙ୍କ ଦେଶରେ ହୋଇପାରେ । ଆମ ଦେଶରେ ବିଶ୍ୱବିଦ୍ୟାଳୟ ଭାଷାଠାରୁ ସାଧାରଣ ଲୋକର ଭାଷା ଭିନ୍ନ କିନ୍ତୁ ଇଂଲଣ୍ଡରେ ଲୋକଙ୍କର ଭାଷା ଯାହା, ବିଶ୍ୱବିଦ୍ୟାଳୟ ଭାଷା ସେୟା । ତେଣୁ ବିଶ୍ୱବିଦ୍ୟାଳୟରେ ଯେଉଁ ନିତ୍ୟନୂତନ ଜ୍ଞାନ ସୃଷ୍ଟିହୁଏ, ସାଧାରଣ ଲୋକ ତାକୁ ଗ୍ରହଣ କରିପାରେ, କିନ୍ତୁ ଆମ ଲୋକଙ୍କ ଭାଷା ବିଶ୍ୱବିଦ୍ୟାଳୟରେ ଭାଷାଠାରୁ ଭିନ୍ନ ହୋଇଥିବାରୁ ଲୋକେ କେବଳ ବିଶ୍ୱବିଦ୍ୟାଳୟ କୋଠାବାଡ଼ି ଦେଖନ୍ତି, ତାଙ୍କ ବହିପତ୍ର ପଢ଼ି ପାରନ୍ତି, ନିଜ ପଇସାରେ ବଣ୍ଟାଯାଉଥିବା ଜ୍ଞାନକୁ ମଧ୍ୟ ସେମିତି ଦୂରରୁ ଦେଖନ୍ତି, ବିସ୍ମିତ ହୁଅନ୍ତି, ପ୍ରଭାବିତ ହୁଅନ୍ତି ନାହିଁ ।

 

ଭାଷାତତ୍ତ୍ୱଦୃଷ୍ଟିରୁ ବିଚାର କଲେ ଯେ କୌଣସି ବିଦେଶୀଭାଷା ସ୍ୱଦେଶୀଭାଷାଠାରୁ କଠିନ । ତା’ଛଡ଼ା ଇଂରେଜିଭାଷା ତା’ର ଅବୈଜ୍ଞାନିକ ବନାନପଦ୍ଧତି ଯୋଗୁଁ ସ୍ପନିସ୍ ଇତ୍ୟାଦି କେତେକ ଇଉରୋପୀୟ ଭାଷାଠାରୁ ଅଧିକ କଠିନ । ସ୍ପନିସ୍ ପିଲାଏ ତାଙ୍କ ଭାଷାରେ ଲେଖାପଢ଼ା ଯେତିକି ସମୟରେ ଶିଖନ୍ତି, ଇଂରେଜ ପିଲାଏ ପ୍ରାୟ ତାର ଦୁଇଗୁଣ ସମୟରେ ଶିଖନ୍ତି । ଭାରତୀୟମାନଙ୍କୁ ତାହା ବହୁତ ସମୟ ଲାଗେ । ଜୀବନସାରା ଇଂରେଜି ପଢ଼ି ପଢ଼ି ତା ଉପରେ ଆମର ଦଖଲ ଆସେ ନାହିଁ । ଭାରତରେ ଲକ୍ଷ ଲକ୍ଷ ଲୋକ ଇଂରେଜି ପଢ଼ିଛନ୍ତି, କିନ୍ତୁ କେତେ ଜଣ ଲୋକ ଇଂରେଜି ସାହିତ୍ୟରେ ସମ୍ମାନ ପାଇଛନ୍ତି ? ବିଜ୍ଞାନରେ ମଧ୍ୟ ସେୟା । ଦେଢ଼ଶହ ବର୍ଷର ଶିକ୍ଷା ଓ ଭାରତ ପରି ବିଶାଳ ଦେଶକୁ ଦେଖିଲାବେଳକୁ ଯେଉଂ କେତେ ଜଣ ବୈଜ୍ଞାନିକ ଅଛନ୍ତି, ସେମାନଙ୍କ ସମୟରେ ରୁଷ ଦେଶରେ ସମସ୍ତେ ରୁଷଭାଷା ଜାଣିଥିଲେ । ବର୍ତ୍ତମାନ ତାହା ପ୍ରାୟ କୋଡ଼ିଏକୋଟି ଲୋକଙ୍କର ମାତୃଭାଷା । ଜାପାନରେ ଜାପାନୀ ମଧ୍ୟ ଶିକ୍ଷାମାଧ୍ୟମ । ସେଥିପାଇଁ ଦେଶରେ ଯାହା ଶିକ୍ଷା ଦିଆଯାଉଛି, ସାଧାରଣ ଲୋକେ ସହଜରେ ସେଥିରୁ ଲାଭ ପାଇ ପାରୁଛନ୍ତି-। ଆମ ଦେଶରେ ବିଦେଶୀଭାଷାରେ ଶିକ୍ଷା ଓ ଶାସନ ଚାଲିଥିବାରୁ ସାଧାରଣ ଜନତା ସେଥିରୁ ଦୂରରେ ରହିଯାଉଛନ୍ତି । ଯେ କୌଣସି ଦେଶରେ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଦେଶୀ ଭାଷାରେ ହେଲେ ଜନସାଧାରଣ ତହିଁରୁ ଦୂରରେ ରହିଯିବେ, ଏହା ଏକ ସାଧାରଣ କଥା । ଆମ ଦେଶରେ ମାଟ୍ରିକ୍ୟୁଲେସନ ସ୍ତରରୁ ଯେତେବେଳେ ସବୁ ଇଂରେଜି ଥିଲେ, ସେତେବେଳେ ତ ଅବସ୍ଥା ଆହୁରି ଖରାପ ହେବା କଥା ।

 

ବାକୀ ରହିଲା ଏକତା କଥା । ଇଂରେଜି ଭାଷା ଏ ଦେଶର ଇଂରେଜିପଢ଼ା ‘ବାବୁଜାତି’ ଭିତରେ ଏକତା ଆଣିପାରିଥାଏ, କିନ୍ତୁ ଏହି ବାବୁଜାତି ଓ ସାଧାରଣ ଇଂରେଜି ଅନଭିଜ୍ଞ ଜନତା ମଧ୍ୟରେ ଏହି ଇଂରେଜିଭାଷା ଓ ସଂସ୍କୃତି ହିଁ ମେଘନାଦ ପାଚେରୀ ପରି ଛିଡ଼ାହୋଇଛି । ବିଦେଶୀ ଶାସକମାନଙ୍କର ସେଟା ଦରକାର ଥିଲା କିନ୍ତୁ ସ୍ୱଦେଶୀ ସରକାର ସେହି ପାଚେରୀକୁ ଚଞ୍ଚଳ ଭାଙ୍ଗିବା ଦରକାର । ଇଂରେଜି ଶିକ୍ଷିତ କହିଲେ ଇ ବୁଝାଏ ବାବୁଙ୍କୁ ଯେଉଁମାନେ ଦେଶକୁ ଶାସନ କରନ୍ତି ଓ ଶାସିତଙ୍କ ସୁଖଦୁଃଖରୁ ଦୂରରେ ରହନ୍ତି । ଇଂରେଜି ପାଠ ନ ପଢ଼ି, ସରକାରୀ ଚାକେରୀ ନ କରି ବାବୁ ବୋଲଉଥିବା ଲୋକ କେତେ ଜଣ ଏ ଦେଶରେ ଅଛନ୍ତି ?

 

ଯେ କୌଣସି ଭାଷାସଙ୍ଗେ ତା’ର ସଂସ୍କୃତି ଓତଃପ୍ରୋତ ଭାବରେ ଜଡ଼ିତ ଯେ, ଜଣେ କୌଣସି ଭାଷାରେ ଦକ୍ଷତା ହାସଲ କଲାବେଳକୁ ସେହି ଭାଷା ନିହିତ ସଂସ୍କୃତି ମଧ୍ୟ ତା’ଠାରେ ବେଶ୍ ପରିସ୍ଫୁଟ ହୋଇଉଠେ । ସେହି ଦୃଷ୍ଟିରୁ ବିଚାର କଲେ ଦେଖିବେ ଆମ ଇଂରେଜିପାଠୁଆ ବାବୁମାନେ ସହଜରେ ଚିହ୍ନି ହୋଇଯାନ୍ତି, ଇଂଲଣ୍ଡ ପ୍ରଭୃତି ଦେଶରେ କିଏ ବାବୁ କିଏ ସାଧାରଣ ଲୋକ ଚିହ୍ନିବା କଷ୍ଟ । ଲୋକଙ୍କର ଖାନାପିନା, ଚାଲିଚଲଣ, ପୋଷାକପତ୍ର ବିଶେଷତଃ ଭାଷା ଏକ ହୋଇଥିବାରୁ ଜାଣିବା କଷ୍ଟ । ତଫାତଟା କେବଳ ମାତ୍ରାର, ସ୍ୱରୂପର ନୁହେଁ, କିନ୍ତୁ ଆମ ଦେଶରେ ବାବୁଙ୍କୁ ଚିହ୍ନିବା ମୋଟେ କଷ୍ଟ ନୁହେଁ । ଧୋତି ନ ଥାଇ ସାହବଙ୍କ ଟ୍ରାଉଜର ଥିଲେ ଜଣେ ବାବୁ । ଇଂରେଜି ଅମଳରେ ଯେତେବେଳେ ସାଧାରଣ ଲୋକେ ଟ୍ରାଉଜର ଇତ୍ୟାଦି ପିନ୍ଧୁ ନ ଥିଲେ, ସେତେବେଳେ ବାବୁମାନଙ୍କୁ ଚିହ୍ନିବାପାଇଁ ଖାଲି ଟ୍ରାଉଜରଟା ଯଥେଷ୍ଟ ହେଉଥିଲା । ଆଜିକାଲି ତ ଟ୍ରାଉଜର ସମସ୍ତେ ପିନ୍ଧିଲେଣି, ତେଣୁ ‘ବାବୁଧର୍ମ’ର ଶ୍ରେଷ୍ଠ ପରିଚାୟକ ହୋଇ ରହିଛି ଇଂରେଜିଭାଷା । ଏହିପ୍ରକାର ବାବୁମାନଙ୍କୁ ଆଗେ କୁହାଯାଉଥିଲା ‘କଳାସାହେବ’ । ପାଶ୍ଚାତ୍ୟ ପାଠର ପ୍ରଭାବରେ ପାଣ୍ଟସୁଟ୍ ସାଇକୁ ଟେବୁଲ, ଚଉକୀ, ଡିନର୍, ଡାନ୍‍ସ ଯେତେବେଳେ ପ୍ରବଳ ହୋଇଉଠିଲା, ସେତେବେଳେ ଜାତୀୟବାଦୀ କଂଗ୍ରେସ ଡାକରେ ସେଥିରୁ ଅନେକ କମିଗଲା । କିନ୍ତୁ ସ୍ୱାଧୀନତା ପରେ ସବୁ ଏକପ୍ରକାର ଖେଚିଡ଼ି । ଉପରେ ଖଦୀ, ତଳେ ରଦ୍ଦି, ବାକୀ ମଝିରେ ରହିଛନ୍ତି ଇଂରେଜିବାବୁ । ଏହିମାନେ ସବୁଠୁ ଶକ୍ତିଶାଳୀ ଓ ଏହିମାନଙ୍କର କୌଶଳରେ ଇଂରେଜିର ଆଧିପତ୍ୟ ଏକପ୍ରକାର ଅକ୍ଷୁର୍ଣ୍ଣ ରହିଛି । ଏହିମାନଙ୍କୁ ଲକ୍ଷ୍ୟକରି କୁହାଯାଇଛି ଯେ ମାକ୍‍ଲେ ଭାରତରେ ଇଂରେଜି ଚଳାଇ ଏକ କଳାସାହେବ ଜାତି ସୃଷ୍ଟି କରିଯାଇଛନ୍ତି । (୧୧) ସେମାନେ ଭାରତରେ ଜନ୍ମ ହେଲେ ମଧ୍ୟ ସବୁକଥା ପାଇଁ ବିଲାତକୁ ଅନାଇ ରହିନ୍ତି ଓ ଏ ଦେଶର ଶାସକ ଶାସିତ ମଧ୍ୟରେ ମଧ୍ୟସ୍ଥତା କରନ୍ତି । ସେମାନଙ୍କର ରକ୍ତ ଭାରତୀୟ, ରଙ୍ଗ କଳା, କିନ୍ତୁ ବୁଦ୍ଧିବୃତ୍ତି ଚାଲିଚଳଣ ସବୁ ବିଲାତି । ଏହି ହେଉଛି ପ୍ରକୃତରେ ଅସୁବିଧା । ସେମାନେ ଯଦି ପୂରା ସାହେବ ହୋଇ ମଧ୍ୟ ସେମାନଙ୍କର ମନୋବୃତ୍ତିଟା ଭାରତୀୟ ଥାନ୍ତା, ତେବେ ବି ଇଂରେଜି ଶିକ୍ଷା ବିରୁଦ୍ଧରେ କାହାର କିଛି କହିବାର ନ ଥାନ୍ତା । ଜାପାନରେ କିନ୍ତୁ ଅବସ୍ଥାଟା ଭିନ୍ନ । ସେଠି ବାହାରଟା ପାଶ୍ଚାତ୍ୟ ହୋଇଯାଇଛି, କିନ୍ତୁ ସେମାନଙ୍କର ଆତ୍ମା ରହିଛି ପ୍ରାଚ୍ୟ, ସଂପୂର୍ଣ୍ଣ ଏସିଆଟିକ୍ । ସେହି ହେଉଛି ସେ ଜାତିର ବାହାଦୂରୀ ।

 

ନିକଟରେ ଓଡ଼ିଶାରେ ଗୋଟିଏ ଖବର କାଗଜରେ ଗୋଟିଏ ସଂବାଦ ବାହାରିଥିଲା । ସେଥିରେ ଗୋଟିଏ ହାଇସ୍କୁଲର ପୁରସ୍କାର ବିତରଣୀ ଉତ୍ସବ ବିଷୟରେ ଲେଖାଥିଲା । ଆଜିକାଲି ହାଇସ୍କୁଲ ପିଲାଙ୍କର ଇଂରେଜି ଷ୍ଟାଣ୍ଡାର୍ଡ଼ ଯାହା, କାହାକୁ ଅଜଣା ନାହିଁ । ସେଥିରେ ସଭାପତି ଭାଷଣଦେଲେ ଇଂରେଜିରେ, ତା’ପରେ ହେଡ଼ମାଷ୍ଟ୍ର ଭାଷଣଦେଲେ ଇଂରେଜିରେ । ପିଲାମାନେ କିଛି ବୁଝି ନ ପାରିବ କେବଳ ଅନାଇ ରହିଲେ । ପିଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲା । ଏହି ହେଲା ସମ୍ବାଦ । ୟାକୁ ବିଶ୍ଳେଷଣ କଲେ ଦେଖାଯିବ ଯେ ସଭାପତି ହେଉଛନ୍ତି ଲର୍ଡ଼ ମାକଲେଙ୍କ କଳାସାଇବ । ଓଡ଼ିଆ ପିଲାମାନେ ଇଂରେଜି ବୁଝନ୍ତି କି ନ ବୁଝନ୍ତୁ ସେ ନିଶ୍ଚୟ ଇଂରେଜିରେ କହିବେ । କାରଣ ମାତୃଭାଷାରେ କହିବା ମାତ୍ରେ ସମସ୍ତେ ବୁଝିପାରିବେ ଓ ତାଙ୍କ ଜ୍ଞାନର ମାନଦଣ୍ଡଟା ଜଣାପଡ଼ିବ । ତା ଛଡ଼ା ଲୋକେ ଯଦି ଜାଣିବେ ସେ ଇଂରେଜି ଜାଣିନ୍ତି ନାହିଁ, ତା ହେଲେ ସେ ଆଉ କଣ ଜାଣନ୍ତି । ହେଡ଼ମାଷ୍ଟର ମହୋଦୟ ଯଦିଓ ତାଙ୍କ ଜୀବନରେ କେବେହେଲେ ସାହେବ ହୋଇ ପାରିବେ ନାହିଁ, ତାଙ୍କୁ ବି ଇଂରେଜି ଆସେ, ଏ କଥା ସେ କଳାସାହେବଙ୍କୁ ନ ଦେଖାଇ ଛାଡ଼ିବେ କାହିଁକି ? ବିଦେଶୀ ଭାଷାର ପ୍ରଭୁତ୍ୱ ଯୋଗୁଁ ଆମ ମନର ସଂସ୍କାର ବାସ୍ତବରେ କ’ଣ ହୋଇଛି ତାହା ହିଁ ଦେଖିବାର କଥା । ଆମରି ଲୋକଙ୍କୁ ଆମରି ଭାଷାରେ କଥା କହିବାକୁ ଆମକୁ ଲାଜ ମାଡ଼ୁଛି । ଇଂରେଜିଭାଷାର ଆଧିପତ୍ୟ ବିରୁଦ୍ଧରେ ଲଢ଼ାଇ କରିବାରେ ମହାତ୍ମାଙ୍କର ଏହି ଥିଲା ଅସଲ ଉଦ୍ଦେଶ୍ୟ । କାରଣ ଏହି ଶିକ୍ଷାପଦ୍ଧତିରେ ଆମେ ଥିଲା ଅସଲ ଅଦ୍ଦେଶ୍ୟ । କାରଣ ଏହି ଶିକ୍ଷାପଦ୍ଧତିରେ ଆମେ ଆତ୍ମାକୁ ହରାଇ କେବଳ ଶରୀରକୁ ସଜାଇବାକୁ ଶିଖିଛୁ । ହାକିମଙ୍କୁ ସିନା ଜଣା ନାହିଁ ହାଇସ୍କୁଲ ପିଲାଙ୍କ ଇଂରେଜି ଦଉଡ଼, ହେଡ଼ମାଷ୍ଟ୍ରଙ୍କୁ କ’ଣ ଜଣା ନାହିଁ ? ଲୋକେ ବୁଝନ୍ତୁ କି ନ ବୁଝନ୍ତୁ, ଦେଖାଇବା ଖାଲି ଆମର କାମ । ଗଭୀର ଭାବରେ ବିଚାର କଲେ ଦେଖାଯିବ, ଦେଶରେ ସବୁଠି ଏଇ ମନୋବୃତ୍ତି । କାମ ହେଲେ ହେଲା ନ ହେଲେ ନାହିଁ, ରିପୋର୍ଟ ହେବ ଜବରଦସ୍ତ । ଯେମିତି ଶିକ୍ଷା, ସେମିତି ଶାସନ ଏଗୁଡ଼ାସବୁ ଦେଖିଲେ ରବୀନ୍ଦ୍ରନାଥଙ୍କର ପାଶ୍ଚାତ୍ୟ ଭ୍ରମଣ କାହାଣୀରୁ ଗୋଟିଏ କଥା ମନେପଡ଼େ । ସେ ଜାହାଜରେ ଗଲାବେଳେ ‘କଳାସାହେବ’ମାନଙ୍କ ଚାଲିଚଳଣରେ ବ୍ୟଥିତ ହୋଇ କହିଥିଲେ, ସାହେବଙ୍କ ସାହେବପଣିଆ ଦେଖିଲେ ନ ହସି ରହିହୁଏ ନାହିଁ । ପ୍ରକୃତି କଥା—ସୂର୍ଯ୍ୟ କିରଣ ସହିହେବ, କିନ୍ତୁ ସୂର୍ଯ୍ୟକିରଣରେ ତାତିଥିବା ବାଲିକୁ ସହିବା କଷ୍ଟ । ଦେଶ ଓ ଜାତିର ଭାଷା ଓ ସଂସ୍କୃତି ପ୍ରତି ଶିକ୍ଷିତ ଲୋକଙ୍କର ଯେଉଁ ଅବଜ୍ଞା ଆସିଛି, ତାହା ଇଂରେଜି ପ୍ରଭୃତ୍ୱର ଅବଶ୍ୟମ୍ଭାବୀ ଫଳ । ଇଂରେଜି ‘ବାବୁଜାତି’ ମଧ୍ୟରେ ଏକତା ଆଣିଥିଲେ ମଧ୍ୟ ବାବୁଶ୍ରେଣୀ ଓ ସାଧାରଣ ଜନତା ମଧ୍ୟରେ ବହୁ ବିଭେଦ ସୃଷ୍ଟି କରିପାରିଛି । ଇଂରେଜିଭାଷାର ସବୁଠୁ ବଡ଼ ବିଜୟ ହେଉଛି ଶିକ୍ଷିତ ଭାରତୀୟମାନେ ତା’ ସପକ୍ଷରେ ଲଢ଼ୁଛନ୍ତି । ଯେଉଁ ଦେଶରେ ଗାନ୍ଧି, ନେହରୁ ଜନ୍ମ ହୋଇଛନ୍ତି, ସେହି ଦେଶରେ ଜୟଚନ୍ଦ୍ର ପୃଥ୍ୱୀରାଜ ବି ଜନ୍ମ ହୋଇଛନ୍ତି ।

 

ଇଂରେଜି ଭାଷା-ମାଧ୍ୟମରେ ବିଜ୍ଞାନ ଛଡ଼ା ଆମେ ଆହୁରି ପଢ଼ିଲୁ ତାଙ୍କ ଦେଶର ସାହିତ୍ୟ ଓ ଇତିହାସ । ଆମ ଦେଶର ଇତିହାସକୁ ମଧ୍ୟ ସେହିମାନେ ଲେଖି, ପଢ଼ାଇବା ପାଇଁ ସେହିମାନେ ହେଲେ ମାଷ୍ଟର । ଫଳରେ ଏୟା ହେଲା ଯେ ଇଷ୍ଟଇଣ୍ଡିଆ କମ୍ପାନୀର ଯେଉଁ କିରାଣୀ କ୍ଲାଇବ୍ ଲୁଟତରାଜ ଓ ଧପ୍ପାବାଜି କରି ଏ ଦେଶରୁ ଧନ ବୋହି ନେଲେ ଓ ଭାରତରେ ବ୍ରିଟିଶ ଶାସନକୁ ଦୃଢ଼ କରିଗଲେ, ଆମ ଆଗରେ ସେ ହେଲେ ଇଂରେଜି ଜାତିର ବୀର କିନ୍ତୁ ଯେଉଁ ଲଜପତ୍ ଓ ଲୋକମାନ୍ୟ ଭାରତର ସ୍ୱାଧୀନତା ପାଇଁ ଲଢ଼ିଲେ ସେମାନେ ହେଲେ ଦେଶଦ୍ରୋହୀ । ଏହି ହେଲା ଆମର ଇତିହାସ ଶିକ୍ଷା, ଏହି ହେଲା ଆମର ସତ୍ୟାନୁସନ୍ଧାନ । ତାଙ୍କର ଯେତେ ଯାହା ସବୁ ସୁନ୍ଦର, ଆମର ଯେତେ ଯାହା ସବୁ ପୁରୁଣା, ବାଜେ । ଆମ କଥାର ମୂଲ୍ୟ ନାହିଁ । ଯାହା କହିବେ ସ୍ମିଥ୍, କିଥ୍, ରସେଲ ସେହି ହେଉଛି ବେଦର ଗାର । ଆମ ସଂସ୍କୃତ ପଣ୍ଡିତମାନଙ୍କର ଆଉ ବନାରସରେ ବିଶ୍ୱାସ ନାହିଁ, ତାଙ୍କର ସାର୍ଟିଫିକେଟ ଦରକାର ଅକ୍ସଫୋର୍ଡ଼ରୁ ନଚେତ୍ ହାଭାର୍ଡ଼ରୁ । ଆତ୍ମଅବଜ୍ଞା ଆଉ କେତେଦୂର ଯାଇପାରେ । ଏଇଥିପାଇଁ ଭାରତ ସରକାରଙ୍କ ସଂସ୍କୃତ କମିଶନ ମନା କରିଦେଇଛନ୍ତି ବିଦେଶରେ ଯାଇ ସଂସ୍କୃତ ପଢ଼ିବାକୁ ଭାରତୀୟ ଛାତ୍ରମାନଙ୍କୁ ଆଉ ଉତ୍ସାହିତ କରାଯିବ ନାହିଁ । ଅନ୍ୟ ଏକ ପ୍ରବନ୍ଧରେ ଶ୍ରୀଯୁକ୍ତ ଏମ୍.ପି.ଦେଶାଇ କହିଛନ୍ତି—ଭାରତରେ ଇଂରେଜି ଭାଷା ଆଜି ପର୍ଯ୍ୟନ୍ତ ଯେଉଁ ଆଧିପତ୍ୟ ବିସ୍ତାର କରିଆସିଛି, ତାକୁ ଆଉ ଅଧିକ କାଳ ସ୍ୱୀକାର କରିବା ଏ ଜାତି ପକ୍ଷରେ ଘୋର ଅପମାନର କଥା । (୧୨)

 

ଇଂରେଜମାନଙ୍କୁ ପ୍ରଶଂସା କରିବାର ଅନେକ କିଛି ଅଛି । ଇଂରେଜ ଗୋଟାଏ ବିରାଟ ଭାଷା । ଇଂଲଣ୍ଡର ଜଳବାୟୁ ସ୍ୱାସ୍ଥ୍ୟକର, ଦୃଶ୍ୟ ମନୋହର । ୟା ବୋଲି ସବୁ ଭାରତୀୟ ସେଠି ଯାଇ ରହିପାରିବେନାହିଁ । ଆମକୁ ଆମରି ଦେଶରେ, ଆମରି ପାଣିପବନରେ ଓ ଆମରି ଭାଷା–ସାହିତ୍ୟ ମଧ୍ୟରେ ସମୃଦ୍ଧ ହେବାକୁ ହେବ । ବିଦେଶୀ ଭାଷାରେ ବିଜ୍ଞାନ ଓ ବାଣିଜ୍ୟ ପରିପୁଷ୍ଟ ହୋଇପାରେ, କିନ୍ତୁ ଜାତୀୟ ଆତ୍ମାର ପରିପୁଷ୍ଟି ହୋଇପାରେ ନା ।

 

୧.

ଇଂରେଜି ପାଇପ ଲଇନ କିନ୍ତୁ ଲାଇଫ୍ ଲାଇନ ନୁହେଁ ।

୨.

ଇଂରେଜି ପରି ଏକ ବିଦେଶୀ ଭାଷାରେ ଜାତିର ସାମୂହିକ ଶିକ୍ଷା ଅସମ୍ଭବ ।

୩.

ଶିକ୍ଷିତ ଅଶିକ୍ଷିତଙ୍କ ମଧ୍ୟରେ ଇଂରେଜି ଭାଷା ଏକ ମେଘନାଦ ପାଚେରୀ ।

୪.

ଭାଷା ଓ ସଂସ୍କୃତିର ନିବିଡ଼ ସମ୍ପର୍କ ।

୫.

ଆତ୍ମଅବଜ୍ଞା ବିଦେଶୀ ଶିକ୍ଷାର ଅବଶ୍ୟମ୍ଭାବୀ ଫଳ ।

Image

 

Unknown

ଅସ୍ଥିର ନୀତି

 

ମାକ୍‍ଲେ କରି ଦେଇଗଲେ, ଇଂରେଜି ଚାଲିଲା । ଶିକ୍ଷା, ଶାସନ, ବାଣିଜ୍ୟ, ବିଜ୍ଞାନ ସବୁଠି ଚାଲିଲା । ଇଂରେଜିର ଆଧିପତ୍ୟ । କିନ୍ତୁ ଦେଶ ଯେତେବେଳେ ଜାଗ୍ରତ ହେଲା, ଗାନ୍ଧିଜୀ କହିଲେ—ସ୍ୱରାଜ୍ୟ ପାଇଁ ସ୍ୱଦେଶୀ ଭାଷା ଦରକାର । ସେହିଦିନୁ ଯେଉଁ ଆନ୍ଦୋଲନ ଚାଲିଛି ତା ଏ ପର୍ଯ୍ୟନ୍ତ ପୂରା ହୋଇନି । କେନ୍ଦ୍ରସରକାର ଏବେ ହିନ୍ଦୀ ସଙ୍ଗେ ସଙ୍ଗେ ଇଂରେଜିକୁ ରଖିଛନ୍ତି, କିନ୍ତୁ ଲୋହିଆ ପାଟି କରୁଛନ୍ତି—‘ଇଂରେଜି ହଟାଅ’ । ଏହି ସ୍ଲୋଗାନ ଦେଇ ଏବେ ସେ ଇଲେକ୍‍ସନ ଜିତିଛନ୍ତି ବୋଲି କୁହାଯାଉଛି । ଯାହାହେଉ, ଗଲା ପଚାଶ ବର୍ଷ ହେଲା ଇଂରେଜି ବିରୁଦ୍ଧରେ ଏମିତି ଆନ୍ଦୋଳନ ଚାଲିଛି ।

 

ବର୍ତ୍ତମାନ ଦେଶର ଚାରିଆଡ଼େ ଆଖି ପକାଇଲେ ଦେଖିବେ—ସତେ ଯେମିତି ଇଂରେଜି ବିଷୟରେ କୌଣସି ସଠିକ୍ ନୀତି ନାହିଁ । ଆଜି ଯଦି ଇଏ ଜାତିଏ କହିଲେଣିତ କାଲି ସେ ଜାତିଏ କହିଲେଣି । ଆଜି ଯଦି ଏ ରାଜ୍ୟରେ ମୂଳଆଡ଼ୁ ଇଂରେଜି ମଡ଼ା ହେଉଛି, କାଲି ସେ ରାଜ୍ୟରେ ଡାଳଆଡ଼ୁ କଟାହେଉଛି । ଗଲା ଇଲେକ୍‍ସନ ପରେ ପରେ ଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ହୋଇଥିଲା । ସେଥିରେ ବିଶ୍ୱବିଦ୍ୟାଳୟର ଶିକ୍ଷାମାଧ୍ୟମରୂପେ ଇଂରେଜିକୁ ଚାଲୁ ରଖିବା ପାଇଁ ମତପ୍ରକାଶ ପାଇଥିଲା । ଏହି ୧୯୬୩ ଫେବୃୟାରୀ ମାସରେ ବମ୍ୱେରେ ବିଶ୍ୱବିଦ୍ୟାଳୟ ଉପକୁଳ ପତିମାନଙ୍କର ଯେଉଁ ସଭା ହୋଇଥିଲା, ସେଥିରେ ମଧ୍ୟ ଇଂରେଜି ସପକ୍ଷରେ ପ୍ରସ୍ତାବ ପାଶ୍ ହେଲା । ଯେଉଁଦିନ ଏହି ସମ୍ୱାଦ ବାହାରିଲା, ଠିକ୍ ସେହିଦିନ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ର ସମ୍ପାଦକୀୟରେ ଲେଖାଥିଲା ଯେ ଇଂରେଜି ସପକ୍ଷରେ ମତପ୍ରକାଶ ପାଉଥିଲେ ମଧ୍ୟ କେତେକ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଭାଷାରେ ବି.ଏ.ପର୍ଯ୍ୟନ୍ତ ଅଧ୍ୟାପନା କରିବା ପାଇଁ ସବୁ ବ୍ୟବସ୍ଥା ହୋଇସାରିଲାଣି । ବଡ଼ ବିଚିତ୍ର କଥା । ତେଣେ ଇଂରେଜିକୁ ରଖ ରଖ ବୋଲି କୁହାଯାଉଥିଲାବେଳେ ଏଣେ କେତେକ ବିଶ୍ୱବିଦ୍ୟାଳୟ ମାତୃଭାଷାକୁ ମଡ଼ାଇ ଚାଲିଛନ୍ତି । ଓଡ଼ିଶାରେ ଏବେ ଇଂରେଜି ଷଷ୍ଠରୁ ଆରମ୍ଭ ନ ହୋଇ ଚତୁର୍ଥ ଶ୍ରେଣୀରୁ ହେବ । ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ କାଗଜ ବିହାରର ଶିକ୍ଷାମନ୍ତ୍ରୀଙ୍କୁ ବହୁତ ତାରିଫ୍ କରି ଲେଖିଥିଲେ—ଏତେ ଦିନରେ ଶିକ୍ଷାମନ୍ତ୍ରୀ ବୁଝିପାରିଛନ୍ତି ଯେ ଇଂରେଜି ଭଲଭାବରେ ପଢ଼ା ନ ହୋଇଥିବାରୁ ଶିକ୍ଷାର ମାନଦଣ୍ଡ କମିଯାଉଛି । ତେଣୁ ଇଂରେଜିକୁ ମୂଳରୁ ପକ୍କା କରିବାକୁ ହେବ । ଏ ତ ଗଲା ମନ୍ତ୍ରୀଙ୍କ କଥା । ତେଣେ ଲୋକସଭାର କମ୍ୟୁନିଷ୍ଟ ସଦସ୍ୟ ଶ୍ରୀଯୁକ୍ତ ହୀରନ୍ ମୂଖାର୍ଜୀ ଲୋକସଭାରେ ଠିକ୍ ଓଲଟା କଥା କହିଲେ । ସେ କହିଲେ, ଇଂରେଜି ମାଧ୍ୟମରେ ଶିକ୍ଷା ଦିଆଯାଉ ଥିବାରୁ ଶିକ୍ଷାର ମାନଦଣ୍ଡ କମୁଛି (ତା ୨୩/୩/୬୩ ରିଖ ରେଡ଼ିଓ ସମ୍ୱାଦ) । ସେହି ସମ୍ୱାଦରେ ମଧ୍ୟ କୁହାଯାଇଥିଲା ଯେ ଇଂରେଜି ମାଧ୍ୟମକୁ ଉଠାଇ ଆଞ୍ଚଳିକ, ଭାଷା ମାଧ୍ୟମରେ ଶିକ୍ଷା ଦେବାପାଇଁ ଲୋକସଭାର ସମସ୍ତ ସଦସ୍ୟ ଏକମତ । ଏହିପ୍ରକାର ନୀତିଗତ ଅସ୍ଥିରତାକୁ ଲକ୍ଷ୍ୟ କରି ତା ୨୩/୩/ ୬୩ ଶନିବାର ଦୈନିକ ମାତୃଭୂମି ସରକାରଙ୍କ ଭାଷାନୀତି ଉପରେ ଟିପ୍ପଣୀ କରି ଏକ ସମ୍ପାଦକୀୟ ଲେଖିଥିଲେ । ସରକାରଙ୍କ ଭାଷାନୀତିକୁ ସେ ନିଶାନିବାରଣ ନୀତି ସହିତ ତୁଳନା କରିଥିଲେ । ନିଶାନିବାରଣ ନାଁରେ ଯେମିତି ନିଶାଖିଆ ବଢ଼ି ଚାଲିଛି, ‘ଇଂରେଜି ହଟାଅ’ ଆନ୍ଦୋଳନ ଯୁଗରେ ଇଂରେଜି ସେମିତି ବଢ଼ିଚାଳିଛି ।

 

ଶିକ୍ଷାବିତ୍ ଓ ରାଜନୀତିଜ୍ଞମାନଙ୍କର ମତାମତ ଆମେ ଦେଖିଲେ ବର୍ତ୍ତମାନ ଜଣେ ଅଧେ ଜଣାଶୁଣା କବି ଓ ଲେଖକଙ୍କ ମତାମତ ଦେଖାଯାଇପାରେ । ଖୁଶବନ୍ତ ସିଂହ ଇଂରେଜିରେ ଜଣେ ଜଣାଶୁଣା ଭାରତୀୟ ଲେଖକ । ସେ କହନ୍ତି, ଭାରତରେ ଇଂରେଜି ଷ୍ଟାଣ୍ଡାର୍ଡ଼ ଏତେ ଖରାପ ହୋଇଗଲାଣି ଯେ ଭବିଷ୍ୟତରେ ଆଉ ଆମ ଭିତରୁ ଭଲ ଇଂରେଜି ଲେଖକ ବାହାରିପାରିବେ ନାହିଁ । (୧୩) ଏ ତ ଗଲା ଭାରତୀୟ ଲେଖକଙ୍କ କଥା । ବର୍ତ୍ତମାନ ଇଂଲଣ୍ଡର ଜଣେ ବିଶିଷ୍ଟ କବି ଷ୍ଟିଫେନ୍ ସ୍ପେଣ୍ଡରଙ୍କ କଥା ଶୁଣନ୍ତୁ । ୧୮୩୫ ମସିହାରେ ଲର୍ଡ଼ ମାକ୍‍ଲେ ଭାରତୀୟମାନଙ୍କୁ ଇଂରେଜି ସାହିତ୍ୟ ପଢ଼ାଇବା ନାଁରେ ଇଂରେଜି ଭାଷାକୁ ଏ ଦେଶରେ ପ୍ରବେଶ କରାଇଥିଲେ । ଅଥଚ ସେହି ଜାତିର ଜଣେ ବିଶିଷ୍ଟ କବି ୧୯୬୧ ମସିହାରେ କଲିକତାର ଏକ ସାହିତ୍ୟ ସଭାରେ କହିଛନ୍ତି—ସେଲ୍ଲି, କୀଟସ୍, ବାଇରନ୍ ଓ ସେକ୍ସପିଅର ତ ପୁରୁଣା ହେଲେଣି, ତାଙ୍କ କଥା ଛାଡ଼ନ୍ତୁ । ଭାରତୀୟ ବିଶ୍ୱବିଦ୍ୟାଳୟମାନେ ଏଣିକି ଇଂରେଜି ସହିତ୍ୟ ପଢ଼ା ବନ୍ଦ କରିଦେବା ବରଂ ଭଲ । (୧୪) ନିଜର କ୍ଷତିହେଲେ ମଧ୍ୟ ବୁଦ୍ଧିମାନ୍ ବ୍ୟକ୍ତି ସତ୍ୟତା ସହଜରେ ଦେଖିପାରନ୍ତି । ତାଙ୍କର କହିବାର ଉଦ୍ଦେଶ୍ୟ ଷ୍ଟାଣ୍ଡାର୍ଡ଼ ଯାହା ହେଲାଣି, ଏଥିରେ ସାହିତ୍ୟ ଛାଡ଼ି କେବଳ ଭାଷାଶିକ୍ଷା ପ୍ରତି ଧ୍ୟାନ ଦେବା ଦରକାର ।

 

ଇଂରେଜିର ଷ୍ଟାଣ୍ଡାର୍ଡ଼ ତା ହେଲେ କମିଲା କାହିଁକି ? ପୂର୍ବକାଳେ ଲୋକେ ମାଟ୍ରିକ ପଢ଼ି ମଧ୍ୟ ମାଜିଷ୍ଟ୍ରେଟ କାମ କରି ଦେଉଥିଲେ । ଇଂରେଜି ଉପରେ ସେମାନଙ୍କର ବେଶ ଦଖଲ ଥିଲା । ଏବେ ଗ୍ରାଜୁଏଟ୍ କାହିଁକି, ଏମ.ଏ., ପି.ଏଚ.ଡ଼ି. ବାଲାଙ୍କ ଇଂରାଜି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଅବଶ୍ୟ ଇଂରେଜର ଏହି ଅବନତିର କାରଣ ଅତି ସହଜ । ପ୍ରଥମରେ ଲୋକଙ୍କର ଜାତୀୟବାଦୀ ଦୃଷ୍ଟିକୋଣ । ଇଂରେଜିଭାଷା ଏକ ବିଦେଶୀ ଭାଷା, ଆମ ଦେଶରେ ତା’ର ଅଯଥା ଆଧିପତ୍ୟର ସ୍ଥାନ ନାହିଁ । ଏହି ପ୍ରକାର ପ୍ରଚାର ଫଳରେ ଇଂରେଜି ପ୍ରତି ଲୋକଙ୍କର ଆସ୍ଥା କମିଗଲା । ଦ୍ୱିତୀୟରେ, ମାଧ୍ୟମିକ ସ୍ତରରେ ରାଜ୍ୟ ଭାଷାମାନଙ୍କର ପ୍ରଚଳନ ହେଲା । ପୂର୍ବେ ଲୋକେ ମାଧ୍ୟମିକ ଶ୍ରେଣୀରେ ସବୁ ବିଷୟ ଇଂରେଜିରେ ପଢ଼ି ଗୋଟିଏ ପତ୍ର ମାତୃଭାଷାର ସାହିତ୍ୟ ପଢ଼ୁଥିଲେ । ସେତେବେଳେ ମାତୃଭାଷାର ଯେଉଁ ଅବସ୍ଥା ଥିଲା, ଏବେ ଇଂରେଜିର ସେଇ ଅବସ୍ଥା । ସବୁ ପଢ଼ା ହେଉଛି ମାତୃଭାଷାରେ, କେବଳ ଇଂରେଜି ବିଷୟଟି ପଢ଼ା ହେଉଛି ଇଂରେଜିରେ । ପିଲାମାନେ ଦିନକୁ ଦିନ ଇଂରେଜିରେ ଏତେ ଦୁର୍ବଳ ହୋଇପଡ଼ୁଛନ୍ତି ଯେ ଇଂରେଜି ବହି ଦେଖିଲେ ଡରୁଛନ୍ତି । ଶିକ୍ଷକମାନେ ଇଂରେଜି ବିଷୟକୁ ଅନେକ ସମୟରେ ମାତୃଭାଷାରେ ବୁଝାଉଛନ୍ତି ମୁଁ ଜାଣେ ଭାରତ ଗୋଟିଏ ବିଶ୍ୱମହାବିଦ୍ୟାଳୟର ବି.ଲଟ୍, ପରୀକ୍ଷାରେ ଇଂରେଜି ପ୍ରଶ୍ନର ଉତ୍ତର ଆଞ୍ଚଳିକ ଭାଷାରେ ଦିଆଯାଏ । ଆଜିକାଲି ପ୍ରାୟ ଅଧିକାଂଶ ରାଜ୍ୟରେ ଇଂରେଜ ନୋଟ୍ ବହି ମାତୃଭାଷାରେ ଲେଖାହୋଇ ବିକ୍ରୀ ହେଉଛି । କଲେଜ ଛାତ୍ରମାନେ ଯେମିତି ବଡ଼ ବଡ଼ ଇଂରେଜି ବହିର ଇଂରେଜି ସଂସ୍କରଣ ନ ପଢ଼ି ‘ଏ ପ୍ରଫେସର’ଙ୍କ ଲିଖିତ ଶସ୍ତା, ସଂସ୍କରଣ ମାନ୍ ପଢ଼ନ୍ତି, ହାଇସ୍କୁଲର ଛାତ୍ରମାନେ ସେମିତି ଇଂରେଜି ନୋଟ୍ ପଢ଼ି ନ ପାରି ମାତୃଭାଷାରେ ଲିଖିତ ନୋଟ୍ ପଢ଼ନ୍ତି । ଏହିପରି ନୋଟ୍ ଲେଖିବାପାଇଁ ଓ ଛପାଇବା ପାଇଁ ପେଟ ବିକଳିଆ ଲେଖକ ଓ ପ୍ରକାଶକଙ୍କର ଅଭାବ ନାହିଁ । ସରକାର ଯଦି ଏହି ପ୍ରକାର ପ୍ରକାଶନ ବନ୍ଦ କରି ଦିଅନ୍ତେ, ତେବେ ଇଂରେଜି ଶିଖିବାପାଇଁ କେହି ଅବା ଟିକିଏ କଷ୍ଟ କରନ୍ତେ ।

 

ଇଂରେଜି ଶିକ୍ଷା ପାଇଁ ବର୍ତ୍ତମାନ ଯେଉଁ ଶିକ୍ଷକ ରହିଲେଣି ଓ ଯେଉଁ ଶିକ୍ଷାପଦ୍ଧତି ହେଲାଣି, ସେଥିରେ ଇଂରେଜିର ଅଧୋଗତି ଅନିବାର୍ଯ୍ୟ । ପ୍ରଥମ କଥା, ମାଷ୍ଟର ଚାକେରୀର ଆର୍ଥିକ ଓ ତହିଁ ସଙ୍ଗେ ସାମାଜିକ ସମ୍ମାନ କମିଯିବା ଫଳରେ ସାଧାରଣ ଲୋକଙ୍କର ପ୍ରଥମ ଲକ୍ଷ୍ୟ ହେଲା ଇଞ୍ଜିନିୟର ନ ହୋଇ ପାରିଲେ ବରଂ ଓଭରିସିଅର, ଶେଷ ପନ୍ଥା ହେଲା ଶିକ୍ଷକ, ଯଦି ଭାଗ୍ୟକୁ ଅନ୍ୟ କିଛି ନ ମିଳିଲା । କଲେଜରେ ଇଂରେଜିରେ ଫେଲ୍ ହେଉଥିବା ଛାତ୍ରମାନେ ମଧ୍ୟ ସ୍କୁଲରେ ଇଂରେଜି ପଢ଼ାଉଛନ୍ତି । ମାଷ୍ଟ୍ରଙ୍କ ବିଷୟରେ ଦେଶ ଓ ଜାତିର ମତିଗତି ଯାହା, ସେଥିୟରେ ଆଉ ଭଲ ମାଷ୍ଟ୍ର ଆସିବେ କେଉଁଠୁ । ଦ୍ୱିତୀୟ ହେଲା, ଇଂରେଜି ପଢ଼େଇବା ପଦ୍ଧତି । ସ୍କୁଲରେ ଷ୍ଟ୍ରକଚର ପଦ୍ଧତିରେ ଇଂରେଜି ଆରମ୍ଭ ହେଉଛି । ପ୍ରଥମରେ ଭାଷାତତ୍ତ୍ୱ ବିଷୟରେ ଭ ନ ଜାଣିଥିବା ଶିକ୍ଷକ ପଢ଼ାଇବେ ଷ୍ଟ୍ରକଚର । ପଚାଶଟା ପିଲାଙ୍କୁ ଗୋଟିଏ ଗୋଟିଏ ପ୍ରଶ୍ନ ପଚାରିଲାବେଳକୁ ପଇଁଚାଳିଶ ମିନିଟ୍ ଶେଷ । ସମସ୍ୱରରେ ପଚାଶ ଜଣ ଇଂରେଜିକ୍ଲାସ ଏକ ହାଟରେ ପରିଣତ ହୁଏ, କିନ୍ତୁ ଛାତ୍ରକୁ କିଛି ବାଟ ମିଳେ ନାହିଁ । ଏ ବିଷୟରେ ଜଣେ ପ୍ରବୀଣ ହେଡ଼ମାଷ୍ଟରଙ୍କ ଠାରୁ ଇଂରେଜି ଅଧ୍ୟୟନର ଯେଉଁ କାହାଣୀ ଶୁଣିଲି ଆଶ୍ଚାର୍ଯ୍ୟ ହେଲି । କଲେଜ ଅଧ୍ୟାପକମାନେ ଯେମିତି ବୁଝନ୍ତି ନାହିଁ ପୁରୁଣା ବି.ଏ. କ୍ଲାସକୁ ପ୍ରି-ୟୁନିଭରସିଟି, ଫାଷ୍ଟ, ସେକେଣ୍ଡ, ଥାର୍ଡ଼ ଡିଗ୍ରୀରେ ପରିଣତ କରି କଣ ଲାଭ ହୋଇଛି, ହେଡ଼ମାଷ୍ଟ୍ର ସେମିତ ଜାଣିନ୍ତି ନାହିଁ ଷ୍ଟ୍ରକଚର୍ ମେଥଡ଼ କାହିଁକି ଚାଲିଛି । ଯେ ଯେଉଁ ଦାୟିତ୍ୱରେ ଅଛନ୍ତି, ଯଦି ତାର ଅର୍ଥ ନ ବୁଝି କାମ କରନ୍ତି, ତା ଦେଶ ପକ୍ଷରେ କେତେ ହିତକର ତା ଦେଶର ବିଜ୍ଞବ୍ୟକ୍ତିମାନଙ୍କର ବୁଝିବା ଦରକାର । ଇଂରେଜିର ଆଧିପତ୍ୟ ବିରୁଦ୍ଧରେ ଆମର ଅଭିଯୋଗ ଥାଇପାରେ, ମାତ୍ର ଅଧ୍ୟୟନ ବିରୁଦ୍ଧରେ ନୁହେଁ । ଇଂରେଜି ସାହିତ୍ୟ ଯାହାହେଉ, କିନ୍ତୁ ଇଂରେଜି ଭାଷା ଉପରେ ଆମର ଯଥେଷ୍ଟ ଆଧିପତ୍ୟ ରହିବା ଦରକାର ।

 

ଆମ ଦେଶରେ ବର୍ତ୍ତମାନ ଇଂରେଜିର ଯାହା ଅଧୋଗତି ହୋଇଛି, ତା ପାଠୁଆ ଲୋକ ମାତ୍ରେ ଅଳ୍ପବହୁତେ ଦେଖୁଥିବେ । ଦିନକୁ ଦିନ ଏହି ଅଧୋଗତି ସ୍ପଷ୍ଟତର ହୋଇ ଉଠୁଛି । ଆଜିକୁ ପାଞ୍ଚ ବର୍ଷ ତଳେ ଛାତ୍ର କିମ୍ୱା ଶିକ୍ଷକଙ୍କଠାରେ ଯାହା ଦେଖାଯାଉ ନ ଥିଲା, ଏବେ ତାହା ସ୍ପଷ୍ଟ ଦେଖାଉଛି । ଏସବୁ ଦେଖିଲେ ମନେହୁଏ–ଯେଉଁମାନେ ‘ଇଂରେଜି ହଟାଅ’ ଆନ୍ଦୋଳନ କରୁଛନ୍ତି, ସେମାନେ କେବଳ ବୃଥା ପରିଶ୍ରମ କରୁଛନ୍ତି । କଥା ହେଉଛି, ମାର ନାହିଁ, ମୁଁ ମଲିଣି । ଇଂରେଜି ପଢ଼ାର ଯଦି ଏହିପରି ଦୁର୍ଦ୍ଦଶା ଚାଲୁ ରହେ, ତେବେ ଆପେ ଆପେ ଲୋକେ ତାକୁ ଛାଡ଼ି ରହିବେ । କେବଳ ଶିକ୍ଷକ କିମ୍ୱା ଛାତ୍ରଙ୍କର ଅବହେଳାରୁ ଯେ ଇଂରେଜିରେ ଅଧୋଗତି ହେଉଛି ତା ନୁହେଁ । ବର୍ତ୍ତମାନ ଶିକ୍ଷାର ସିଷ୍ଟମ୍ ଯାହା ହୋଇଛି, ସେଥିରେ ଅଧୋଗତି ଛଡ଼ା ଅନ୍ୟ ବାଟ ନାହିଁ । ସ୍କୁଲରେ ମାତୃଭାଷା ମାଧ୍ୟମରେ ପାଠପଢ଼ି କଲେଜରେ ଇଂରେଜିରେ ପଢ଼ିଲାବେଳକୁ ସବୁ ଗୋଳମାଳ ହୋଇଯାଉଛି । ତାରାଚାନ୍ଦ କମିଟି କହିଥିଲେ ଯେ ୧୯୫୩ ବେଳକୁ ବିଶ୍ୱବିଦ୍ୟାଳୟ ସ୍ତରରେ ଭାରତୀୟ ଭାଷାରେ ଶିକ୍ଷା ଦିଆଯାଉଥିବା ଉଚିତ । କିନ୍ତୁ ଏ ପର୍ଯ୍ୟନ୍ତ ତା’ ସମ୍ଭବ ହୋଇପାରି ନାହିଁ-। ସ୍କୁଲ କଥା ମୁଁ କହିପାରିବି ନାହିଁ, କିନ୍ତୁ କଲେଜରେ ଅବସ୍ଥା କେତେଦୂର ଗଲାଣି, ଗୋଟାଏ ଅଧେ ଉଦାହରଣ ଦେଇଦେଲେ କଥାଟା ବୁଝି ହୋଇଯିବ ।

 

ଆମଦେଶରେ ଇଂରେଜି ଫୋନେଟିକ ମେଥଡ଼ରେ ପଢ଼ିହୁଏ ନାହିଁ । ତେଣୁ କିଏ କେମିତି ଉଚ୍ଚାରଣ କଲା, ସେ ବିଷୟରେ ଦୃଷ୍ଟି ଦିଆଯାଏ ନାହିଁ । ଭଲ ହେଉ ବା ମନ୍ଦ ହେଉ, ଆମ ରାଜ୍ୟରେ ଆମର ଏକପ୍ରକାର ଉଚ୍ଚାରଣ ଥଲା । ହାଇସ୍କୁଲ ସଂଖ୍ୟା ଯେତେବେଳେ କମ୍ ଥିଲା ଓ କେବଳ ସହର ବଜାରରେ ସ୍କୁଲଥିଲା, ସେତେବେଳେ ଇଂରେଜି ଉଚ୍ଚାରଣ ଭଲ ଥିଲା । ଆଜି ତ ଗାଁ–ଗଣ୍ଡା, ବଣଜଙ୍ଗଲ ସବୁଠି ହାଇସ୍କୁଲ ଓ ମାଇନର ସ୍କୁଲ ହୋଇ ଗଲାଣି । ତେଣୁ ସହର-ବଜାରରୁ ଯେଉଁ ଲୋକେ ଦୂରରେ ଅଛନ୍ତି ସେମାନେ କିଏ କେଉଁଠି କିପରି ଉଚ୍ଚାରଣ କରୁଛନ୍ତି, କିଏ ବୁଝିଯାଉଛି । door କୁ ଡ଼ୂର୍, Christmas କୁ ଚ୍ରିଷ୍ଟମାସ, Champagne କୁ ଚମ୍ପାଗନ୍–ଏମିତି ଉଚ୍ଚାରଣ ହେଉଛି । ଅବସ୍ଥା ଏମିତି ହେଲାଣି ସେ କେତେକ ସ୍କୁଲର ପିଲା ଇଂରେଜି ପଢ଼ିଲେ ଆପଣ ବୁଝିପାରିବେ ନାହିଁ । ଇଂରେଜି ଏବେ ଆହୁରି ଜଙ୍ଗଲ ଭିତରକୁ ବିସ୍ତାରି ଯିବ, କାରଣ ଚତୁର୍ଥ ଶ୍ରେଣୀରୁ ଏଣିକି ଇଂରେଜି ଆରମ୍ଭ ହେବ । କଥା ହେଉଛି—ପ୍ରାଇମେରୀ ଶିକ୍ଷକମାନେ ଫୋନେଟିକ ମେଥଡ଼୍‍ରେ ଇଂରେଜି ଶିକ୍ଷାଦେବେ । ସେ ସିନା କାର୍ଯ୍ୟକାରୀ ହୋଇ ସାରିଲା ପରେ ଫଳାଫଳ ଜଣାପଡ଼ିବ, କିନ୍ତୁ ବର୍ତ୍ତମାନ ଅବସ୍ଥା ବଡ଼ ଶୋଚନୀୟ ।

 

ଅବଶ୍ୟ ଉଚ୍ଚାରଣ ପାଇଁ ଆମେ ବେଶି ବ୍ୟସ୍ତ ନୋହୁଁ । ସଭା ସମିତିରେ ଛିଡ଼ାହୋଇ ଭାଷଣ ଦେବାକୁ ଯେଉଁମାନଙ୍କୁ ପଡ଼େ, ସେହିମାନେ ବେଶି ବ୍ୟସ୍ତ ହେବା କଥା, ନଚେତ୍ ସଧାରଣଙ୍କର ଲେଖାପଢ଼ା ଠିକ୍ ହୋଇଗଲେ ଗଲା । କିନ୍ତୁ ଯାହା ଦେଖାଯାଉଛି ପିଲାମାନଙ୍କର ଶବ୍ଦଭଣ୍ଡାର ଏତେ ଦ୍ରୁତଗତିରେ କମିଯାଉଛି ଯେ କଲେଜ କ୍ଲାସରେ ମଧ୍ୟ ପିଲାଏ bud ଓ furniture ଶବ୍ଦର ଅର୍ଥ ପଚାରୁଛନ୍ତି । ବ୍ୟାକରଣର ଅବସ୍ଥା ଯେ ଭଲ, ତା’ ନୁହେଁ । ବିଶ୍ୱବିଦ୍ୟାଳୟ ବି. ଏ. ପରୀକ୍ଷାରେ I Says, they says ଉଦାହରଣର ଅଭାବ ନାହିଁ । ସ୍ପେଲିଙ୍ଗ ତ ଛାତ୍ରଶିକ୍ଷକ ଉଭୟଙ୍କୁ ହଇରାଣରେ ପକାଇଛି । verify dew point thigh ଓ angry ପ୍ରଭୃତି ଶବ୍ଦ ଲେଖିଲାବେଳେ verify due point they ଓ agree ରେ ପରିଣତ ହୋଇଯାଉଛି । ପୂର୍ବକାଳେ ଶିକ୍ଷକମାନେ ପିଲାଙ୍କୁ କହୁଥିଲେ—ଇଂରେଜିରେ ଲେଖିବାକୁ ହେଲେ ଇଂରେଜିରେ ଭାବିବାକୁ ଶିଖ । ଏବେ ପିଲାମାନେ ବରାବର ମାତୃଭାଷାରେ ଭାବି ଇଂରେଜିରେ ଲେଖୁଥିବାରୁ ବେଳେ ବେଳେ କିମ୍ବୂତକିମାକାର ଇଂରେଜି ସୃଷ୍ଟି ହେଉଛି ।

 

The Cow gives milk because he is female.

 

My wife writes that you have sent him money.

 

Do not speak in the centre. (ମଝିରେ ଉଠିପଡ଼ି କିଛି କହିବା ଅର୍ଥରେ)

 

He took place from his mother’s stomach. (ଭୂମିଷ୍ଠ ହେବା ଅର୍ଥରେ)

 

We saw the hole and pole of Puri. (ଗଳିକନ୍ଦି ଅର୍ଥରେ)

 

They are latrine and urinal friends. (ଘନିଷ୍ଠବନ୍ଧୁ ଅର୍ଥରେ)

 

ଉଦାହରଣ ଗୁଡ଼ିକ ପ୍ରିଇଉନିଭରସିଟିରୁ ଆରମ୍ଭ କରି ବିଦେଶରେ ପି. ଏଚ. ଡ଼ି. କରୁଥିବା ଲୋକଙ୍କ ଲେଖାରୁ ନିଆଯାଇଛି ଓ ଏଥିରେ ଓଡ଼ିଶା ବାହାରର ଲୋକ ମଧ୍ୟ ଅଛନ୍ତି । ମୋର ଧାରଣା, ଓଡ଼ିଶାରେ ଆମ ଅବସ୍ଥା ଅନେକ ଭଲ । ଯେଉଁଠି ଆଗରୁ ଆଞ୍ଚଳିକ ଭାଷା ଚଳିଲାଣି, ସେଠି ଇଂରେଜିର ଅବସ୍ଥା ଆହୁରି କରୁଣ । ମାତୃଭାଷା ରାଜ୍ୟଭାଷା ହେବାପରେ ଇଂରେଜିରୁ ଓଡ଼ିଆ ଓ ଓଡ଼ିଆରୁ ଇଂରେଜି ଅନୁବାଦ କରିବା ଆମର ହେବ ପ୍ରଧାନ କାମ । ସେହି କ୍ଷେତ୍ରରେ ଇଂରେଜି ଜ୍ଞାନ ଆମର ଖୁବ୍ ଦରକାର ହେବ । ସାଧାରଣ ଓଡ଼ିଆକୁ ଆମ ଛାତ୍ରମାନେ ଇଂରେଜିରେ କେମିତି ଅନୁବାଦ କରୁଛନ୍ତି, ତାର ଗୋଟିଏ ଉତ୍କଟ ଉଦାହରଣ ତଳେ ଦିଆଗଲା ।

 

ଓଡ଼ିଆ—ହେ ପ୍ରଭୁ, ଅଭୟ ପ୍ରଦାନ କରି ଯଦି କାହାକୁ ହତ୍ୟା କରାଯାଏ ତହିଁରେ ଦୋଷ ହୁଏ, କିନ୍ତୁ କେହି ଯଦି ଭକ୍ତିରେ ଆପଣଙ୍କ ପାଇଁ ପ୍ରାଣୋତ୍ସର୍ଗ କରେ, ତେବେ ସେଥିରେ ଦୋଷ ନାହିଁ । ଯଦି ସେ ମରିବାପାଇଁ ନିଜେ ପ୍ରସ୍ତୁତ, ତେବେ ତାକୁ ମାରିବା ଉଚିତ ।

 

ଇଂରେଜି—O Lord, if it is false that if a respect give the protects and killed him. It is good that if he gives his live for his lord to killed him. It will be done that who gives his life for his master.

 

ଏଇ ହେଲା ପ୍ରିଇଉନିଭରସିଟି ଶ୍ରେଣୀର ଜଣେ ଛାତ୍ରଙ୍କ ଇଂରେଜି । ସାମ୍ପଲ ରଖିବା ଉଦ୍ଦେଶ୍ୟରେ ଲେଖିବା ପାଇଁ ଏହା ଦିଆଯାଇ ନ ଥିଲା । ଛାତ୍ରମାନେ ଗୋଟିଏ କ୍ଲାସରେ ଯାହା ଲେଖିଥିଲେ, ସେଇଥିରୁ କେତୋଟି ଉଦାହରଣ ନିଆଯାଇଥିଲା । ତା’ ଭିତରୁ ଏହା ଗୋଟିଏ । ଆପଣ ନିଶ୍ଚୟ ଏ ଇଂରେଜିରୁ କିଛି ବୁଝିପାରିବେ ନାହିଁ । କେବଳ ଏତିକି ବୁଝିବେ ଯେ ଛାତ୍ରଟି ଇଂରେଜି କିଛି ବୁଝି ନାହିଁ । ୟାକୁ ଦେଖି ନିଶ୍ଚୟ ମନରେ ପ୍ରଶ୍ନ ଉଠିବ, ଏହି ଛାତ୍ର ମାଟ୍ରିକ୍ୟୁଲେସନ ପରୀକ୍ଷାରେ ପାଶ୍ କଲେ କେମିତି ? ଯଦି ସେ କଲେଜରେ ନ ପଢ଼ିବେ, ଅନ୍ୟ ଟେକ୍‍ନିକାଲ ସ୍କୁଲରେ ତ ପଢ଼ିବେ । ଏହି ଇଂରେଜି ଜ୍ଞାନରେ ସେ କାମ ଚଳାଇବେ । ଇଂରେଜି ସପକ୍ଷରେ ଆମର ଯୁକ୍ତ ହେଉଛି—ପିଲଏ ଇଂରେଜି ମାଧ୍ୟମରେ ବିଜ୍ଞାନ ପଢ଼ିବେ । ବିଜ୍ଞାନରେ ସାହିତ୍ୟିକ ଭାଷା ଦରକାର ନାହିଁ ବୋଲି ବ୍ୟାକରଣ ଭାଷା କ’ଣ ଦରକାର ନୁହେଁ ? କିନ୍ତୁ ବିଜ୍ଞାନ ଓ ବାଣିଜ୍ୟର ଭାଷାହୋଇ ରହିବ ନିଶ୍ଚୟ । ଆମେ ‘ଇଂରେଜି’ ’ଇଂରେଜି’ ପାଟି କରୁଥିଲା ବେଳେ ଯଦି ଇଂରେଜିର ଏହି ଅବସ୍ଥା ହୁଏ, ‘ଇଂରେଜି’ ଯେତେବେଳେ ଶାସନ ଗାଦିରୁ ଚାଲିଯିବ, ସେତେବେଳେ ଅବସ୍ଥା କ’ଣ ହେବ ? ବାଣିଜ୍ୟ ବ୍ୟବସାୟ କ’ଣ ଏହିପରି ଇଂରେଜିରେ ଚଳିବ ? ଅପ୍ରତ୍ୟକ୍ଷ ଭାବରେ ଇଂରେଜିକୁ ଯେଉଁ ଅବସ୍ଥାକୁ ଅଣାଗଲାଣି, ସେଥିରେ ଇଂରେଜିରେ ଆଉ ଶାସନ ଚାଲିବା ତ ଦୂରର କଥା, ତା’ର ଆସନ ରହିପାରିଲେ ଇ ଯଥେଷ୍ଟ ।

 

ଇଂରେଜିର ଏହି ଦୁରବସ୍ଥା ଦେଖି ଭାରତର କେତେକ ରାଜ୍ୟରେ ଇଂରେଜି ଶିକ୍ଷାପଦ୍ଧତିରେ କେତେକ ପରିବର୍ତ୍ତନ କରାଯାଇଛି । ଆମେରିକା ପ୍ରିନଷ୍ଟନ୍ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଡକ୍ଟର ମାଇନର ଏବେ ଭାରତରେ ଇଂରେଜି ଶିକ୍ଷାପଦ୍ଧତି ଦେଖିବା ପାଇଁ ଆସିଥିଲେ । ସେ କହିଛନ୍ତି ଯେ କେରଳ ରାଜ୍ୟର ହାଇସ୍କୁଲମାନଙ୍କରେ ଗ୍ରୀଷ୍ମଛୁଟୀରେ କେତେକ ସପ୍ତାହ ପାଇଁ କେବଳ ଇଂରେଜି ଶିକ୍ଷା ଦିଆଯାଉଛି ଓ ବମ୍ୱେ ବିଶ୍ୱବିଦ୍ୟାଳୟର ପ୍ରି-ୟୁନିଭରସିଟି କ୍ଲାସମାନଙ୍କରେ ପ୍ରଥମ ଦୁଇମାସ କେବଳ ଇଂରାଜି ଶିକ୍ଷା ଦିଆଯାଉଛି । ମାନ୍ଦ୍ରାଜ ରାଜ୍ୟରେ ପ୍ରାଥମିକ ସ୍ତରରୁ ଇଂରେଜି ଶିକ୍ଷା ପାଇଁ ଅନେକ କିଛି ବ୍ୟବସ୍ଥା କରାଯାଉଛି; କିନ୍ତୁ ହାଇଦରାବାଦ ଇଂରେଜି ଅନୁଷ୍ଠାନର ଡିରେକ୍ଟର ଶ୍ରୀଯୁକ୍ତ ଗୋକୁଳ କହୁଛନ୍ତି—ଇଂରେଜିର ଉନ୍ନତି କରିବାକୁ ହେଲେ ଭାବୀ ଇଂରେଜି ଶିକ୍ଷକମାନଙ୍କୁ ଭାଷାତତ୍ତ୍ୱ ପଦ୍ଧତିରେ ଇଂରେଜିଶିକ୍ଷା ଦିଆଯିବା ଉଚିତ, କେବଳ ଇଂରେଜି ଭାଷାର ଇତିହାସ ପଢ଼ିଲେ ଚଳିବ ନାହିଁ । ଷ୍ଟିଫେନ୍ ସ୍ପେଣ୍ଡରଙ୍କ ପରି ସେ ମଧ୍ୟ କହିଛନ୍ତି, କଲେଜରେ ଏଣିକି ଇଂରେଜି ସାହିତ୍ୟ ଉପରେ ଜୋର ନ ଦେଇ ଇଂରେଜି ଭାଷା ଉପରେ ଜୋର ଦେବା ଉଚିତ । ସେଥିପାଇଁ ଆମ ସିଲାବସ୍ ବଦଳିଯିବା ଦରକାର । (୧୫)

 

ଇଂରେଜି ଷ୍ଟାଣ୍ଡାର୍ଡ଼ କଥା ପଡ଼ିଲେ କେହି କହନ୍ତି, କେବଳ ଇଂରେଜିରେ ଯେ ଅବନତି ଘଟିଛି ତା’ ନୁହେଁ, ଆମ ଓଡ଼ିଆରେ ବି ସେୟା ହୋଇଛି । କଥାଟା ମିଛି ନୁହେଁ; କିନ୍ତୁ ଓଡ଼ିଆ ଇଂରେଜି ଭିତରେ ତଫାତ୍ ଅନେକ । ଇଂରେଜି ପାଇଁ ଛାତ୍ରମାନେ ଯେମିତି ପ୍ରାଣାନ୍ତ ପରିଶ୍ରମ କରନ୍ତି, ଯେତେ ଲହୁଲୁହ ଢାଳନ୍ତି, ମାତୃଭାଷା ପାଇଁ ସେଥିରୁ କେତେବିନ୍ଦୁ ମାତ୍ର ଢାଳିପାରିଲେ ଏ ପ୍ରକାର ଉଦାହରଣ ମାତୃଭାଷାରେ ଦେଖିବାକୁ ମିଳିବ ନାହିଁ, ଅଥଚ ଭାଷା ଓ ସାହିତ୍ୟ ବହୁତ ଆଗରୁ ବଢ଼ି ଚାଲିଯିବ । ତା’ ଛଡ଼ା ରାଣୀଙ୍କ ପାଇଁ ସବୁ ହେଲାବେଳେ କାଣୀଙ୍କ ପାଇଁ କିଛି ହୁଏ ନାହିଁ । ଇଂରେଜି ପାଇଁ ବିଲାତ-ଆମେରିକାରେ ଲୋକଙ୍କୁ ଟ୍ରେନିଂ ଦିଆଯାଉଥିଲାବେଳେ ନୟାଗଡ଼ର ନୂଆ କଲେଜରୁ ବି ଓଡ଼ିଆକୁ ଘଉଡ଼ା ହେଉଛି । ଏଥିରେ ଆମେ ଓଡ଼ିଆକୁ ଇଂରେଜି ସଙ୍ଗେ ତୁଳନା କରିବୁ କାହିଁକି ? ଇଂରେଜିକୁ ବଳିଷ୍ଠ କରିବା ପାଇଁ ଆମର ଯେତେ ଚେଷ୍ଟା, ଯେତେ ଚିନ୍ତା, ତା’ ର ଏକ ଶତାଂଶ କେହି ମାତୃଭାଷା ପାଇଁ କରନ୍ତି ? ତେଣୁ ଆଞ୍ଚଳିକ ଭାଷାକୁ ଅନ୍ତତଃ ବର୍ତ୍ତମାନ ଅବସ୍ଥାରେ ତୁଳନା କରିବାର କିଛି ନାହିଁ, କିନ୍ତୁ ତଳ ସ୍ତରରେ ମାତୃଭାଷାର ପ୍ରଧାନ୍ୟ ଯୋଗୁଁ ଉପର ସ୍ତରରେ ଇଂରେଜିର ଯେଉଁ ଦୁରବସ୍ଥା ହେଲାଣି, ତାକୁ ସମ୍ଭାଳିବା ଏବେ କଷ୍ଟ । ତା’ ଛଡ଼ା ଏହି ୧୯୬୩ରେ ଲୋକସଭାରେ ଯେଉଁ ଭାଷାବିଲ ପାସ୍ ହେଲା, ସେଥିରେ ଇଂରେଜି ଆଧିପତ୍ୟର ଅଧାଅଧି ସମାଧି ହୋଇଗଲା । ୧୯୩୨ରେ ଯେଉଁ ଇତିହାସ ଆରମ୍ଭ ହୋଇଥିଲା, ୧୯୬୩ରେ ତା’ର ଶେଷର ଆରମ୍ଭ ହେଲା ।

 

୧.

ଇଂରେଜି ପାଇଁ ଭିନ୍ନ ରାଜ୍ୟର ଭିନ୍ନ ନୀତି ।

୨.

ଇଂରେଜି ଷ୍ଟାଣ୍ଡାର୍ଡ଼ରେ ଅବନତି—ଆଞ୍ଚଳିକ ଭାଷା, ଅପ୍ରବୀଣ ଶିକ୍ଷକ, ନୂତନ ପଦ୍ଧତି ।

୩.

ସାହିତ୍ୟ ଅପେକ୍ଷା ଭାଷା ଓ ଭାଷାତତ୍ତ୍ୱ ପାଇଁ ଅଧିକ ଧ୍ୟାନର ଆବଶ୍ୟକ ।

୪.

୧୯୬୩ ଭାଷାବିଲ ଓ ଇଂରେଜି ପରିସ୍ଥିତିରେ ପରିବର୍ତ୍ତନ ।

Image

 

ଇଂରେଜି ପରେ

 

ଇଷ୍ଟଇଣ୍ଡିଆ କମ୍ପାନୀରୁ ଉଠି ଇଂରେଜମାନେ ହେଲେ ବାଦଶାହା । ଚାଲିଲା ତାଙ୍କ ସାମ୍ରାଜ୍ୟ । ସାହେବମାନଙ୍କ ସାଙ୍ଗକୁ ଜୁଟିଗଲେ କଳାସାହେବମାନେ, ବାକୀ ଜନତା ରହିଗଲେ ବହୁତ ଦୂରରେ । ଏଣେ ସାମ୍ରାଜ୍ୟ ସାଙ୍ଗରେ ଚାଲିଲା ଭାଷାର ସାମ୍ରାଜ୍ୟ, ଇଂରେଜିର ଅଖଣ୍ଡ ଆଧିପତ୍ୟ । ସଂସ୍କୃତ ଓ ପାର୍ଶିଭାଷା ମରି ମରି ଶେଷରେ ରହିଲେ ସ୍କୁଲ-କଲେଜ କୋଠରୀ ଭିତରେ, ଅତି ଦିନହୀନ ଅବସ୍ଥାରେ । ସେତେବେଳେ କିଏ କାହିଁକି କଳ୍ପନା କରନ୍ତା ଯେ ଇଂରେଜମାନେ ଦିନେ ଏ ଦେଶରୁ ଯିବେ, ଇଂରେଜି ଭାଷା ବିରୁଦ୍ଧରେ ଦିନେ ଆନ୍ଦୋଳନ ହେବ । ବରଂ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଲୋକେ ଧରି ନେଇଥିଲେ ଯେ ଇଂରେଜି କେବଳ ଏ ଦେଶରେ ରାଷ୍ଟ୍ରଭାଷା ହୋଇ ରହିବ ନାହିଁ, ଭାରତୀୟ ଶିକ୍ଷାସଂସ୍କୃତିର ମାଧ୍ୟମରୂପେ ମଧ୍ୟ ରହିବ । କିନ୍ତୁ ଦିନ ଆସିଲା, ଲୋକେ ଯେମିତି ବିଦେଶୀ ବିରୁଦ୍ଧରେ ଲଢ଼ିଲେ, ସେମିତି ବିଦେଶୀଭାଷା ବିରୁଦ୍ଧରେ ବିଦେଶୀ ଭାଷା ମାଧ୍ୟମରେ ଶିକ୍ଷା ଲାଭ କରେ, ସେ ଦେଶ ଆତ୍ମହତ୍ୟା ଦୋଷରେ ଅଭିଯୁକ୍ତ ହୁଏ । (୧) ସେ ଦେଶର ଶିଶୁ ତାର ଜନ୍ମଗତ ମୌଳିକ ଅଧିକାରରୁ ବଞ୍ଚିତ ହୁଏ ଓ ଆପଣା ଘରେ ମଧ୍ୟ ପର ହୋଇ ରହିଯାଏ । ଦେଶ ପକ୍ଷରେ ଏହି ହୁଏ ଚରମ ଦୁର୍ଯୋଗ । ଗାନ୍ଧିଜୀଙ୍କର ଏହି ଚିନ୍ତାରୁ ଆରମ୍ଭ ହେଲା ଇଂରେଜି ବିରୁଦ୍ଧରେ ଆନ୍ଦୋଳନ ।

 

ପ୍ରଥମ ପ୍ରଶ୍ନ ହେଲା—ଇଂରେଜି ଯଦି ଚାଲିଯାଏ ତା’ର ସ୍ଥାନ ପୂରଣ କରିବ କିଏ ? ଗାନ୍ଧିଜୀ କହିଲେ, ଇଂରେଜିର ସ୍ଥାନ ପୂରଣ କରିବ ହିନ୍ଦୀ । ଅବଶ୍ୟ ଗାନ୍ଧିଜୀଙ୍କ ପୂର୍ବରୁ ଆଉ କେତେ ଜଣ ଭାରତୀୟ ହିନ୍ଦୀକୁ ଜାତୀୟ ଭାଷାର ଆସନ ଦେବାପାଇଁ କଳ୍ପନା କରିଥିଲେ କିନ୍ତୁ ଗାନ୍ଧିଜୀଙ୍କ ଆଶୀର୍ବାଦ ପାଇ ହିନ୍ଦୀର ଆସନ ମଜଭୁତ ହୋଇଗଲା । ଗାନ୍ଧିଜୀ କହିଲେ–‘ଭାରତୀୟ ଭାଷାମାନଙ୍କୁ ଯେପରି ଭାବରେ ଅବହେଳିତ କରି ରଖାଯାଇଛି ତା’ ଆଉ ବରଦାସ୍ତ କରାଯିବ ନାହିଁ । ଏ ଦେଶର ପ୍ରତ୍ୟେକ ହିନ୍ଦୁ ସଂସ୍କୃତ, ପ୍ରତ୍ୟେକ ମୁସଲମାନ ଆରବୀ ଓ ପ୍ରତ୍ୟେକ ପ୍ରାର୍ଶି ପାର୍ଶିଭାଷା ଜାଣିବା ନିତାନ୍ତ ଦରକାର । ଉତ୍ତର ଓ ପଶ୍ଚିମଭାରତର ଲୋକମାନେ ତାମିଲ ଜାଣିବା ଦରକାର, କିନ୍ତୁ ଭାରତର ସବୁ ଲୋକଙ୍କ ପକ୍ଷରେ ହିନ୍ଦୀ ହେବ ଭାରତର ଜାତୀୟ ଭାଷା । ଲୋକେ ତାଙ୍କ ଇଛା ଅନୁସାରେ ତାକୁ ନାଗରୀ କିମ୍ୱା ଉର୍ଦ୍ଦୁ ଅକ୍ଷରରେ ଲେଖିପାରିବେ । ହିନ୍ଦୀକୁ ଆମେ ଦୃଢ଼ କରିପାରିଲେ ଇଂରେଜି ଆପେ ଆପେ ଚାଲିଯିବ । ଆମ୍ଭେମାନେ ଏକପ୍ରକାର କ୍ରୀତଦାସ । ଯେତେ ଶ୍ରୀଘ୍ର ଆମ୍ଭେମାନେ ଏ ବିଷୟରେ କର୍ମପନ୍ଥା ଅନୁସରଣ କରିବା, ସେତେ ଶ୍ରୀଘ୍ର ଆମ୍ଭମାନଙ୍କର ମୁକ୍ତି ହେବ ।’

 

ଗାନ୍ଧିଜୀ ତାଙ୍କ ଦୃଷ୍ଟିରୁ ଜାତୀୟ ଭାଷାରେ କେତେଗୁଡ଼ିଏ ଲକ୍ଷଣ ସ୍ଥିର କରିଥିଲେ । ପ୍ରଥମ ହେଉଛି ଜାତୀୟ.ଭାଷା ଦେଶର ଅନେକ ଲୋକଙ୍କର ମାତୃଭାଷା ହୋଇଥିବା ଦରକାର ଓ ସେହି ଭାଷାକୁ ଅନ୍ୟ ଲୋକେ ସହଜରେ ଶିଖିପାରିବା ଦରକାର । ଏହି ଦୃଷ୍ଟିରୁ ବିଚାର କଲେ ଇଂରେଜିର ସ୍ଥାନ ହିନ୍ଦୀଠାରୁ ନିଶ୍ଚୟ ଗୌଣ, କାରଣ ହିନ୍ଦୀ ଏ ଦେଶର କୋଟି କୋଟି ଲୋକଙ୍କର ମାତୃଭାଷା, ଅଥଚ ଇଂରେଜିକୁ ମାତୃଭାଷାରୂପେ ବ୍ୟବହାର କରୁଥିବା ଲୋକ ଖୁବ୍ କମ୍ । ଦ୍ୱିତୀୟତଃ, ଅହିନ୍ଦୀ ଲୋକେ ହିନ୍ଦୀକୁ ସେତେ ଶୀଘ୍ର ଶିଖି ପାରିବେ ନାହିଁ । କଥାରେ ଅଛି—ଓଡ଼ିଆ ରାଗିଲେ ହିନ୍ଦୀ କହନ୍ତି, କିନ୍ତୁ ଇଂରେଜିକୁ ଦେଢ଼ଶହ ବର୍ଷ ରଟି ରଟି ଶହେ ଜଣରେ କେବଳ ଜଣେ ଶିଖିଛନ୍ତି ।

 

ଆଛା, ବର୍ତ୍ତମାନ ପ୍ରଶ୍ନ ହେଉଛି—ଇଂରେଜି ସ୍ଥାନରେ ଯଦି ହିନ୍ଦୀ ହେବ, ସେ କେଉଁ ହିନ୍ଦୀ ? ହିନ୍ଦୀ କହିଲେ ତ ଅନେକ ହିନ୍ଦୀ ରାଜସ୍ତାନୀ, ମାରଓ୍ୱାରୀ, ଅବଧୀ, ବୁନ୍ଦେଲଖଣ୍ଡୀ, ବିହାରୀ, ଭୋଜପୁରୀ, ମଗଧୀ, ମୈଥିଳୀ, କିନ୍ତୁ ହିନ୍ଦୀର ସ୍ୱରୂପକୁ ଗାନ୍ଧିଜୀ ସହଜରେ ବୁଝାଇ ଦେଇଥିଲେ । ସେ କହିଥିଲେ, ଉତ୍ତରଭାରତର ହିନ୍ଦୁ ମୁସଲମାନ ଉଭୟ ଆପଣା ଆପଣା ଭିତରେ ଯେଉଁ ହିନ୍ଦୀରେ କଥାବାର୍ତ୍ତ କରନ୍ତି, ସେହି ହିନ୍ଦୀ । ତାହା ପ୍ରୟାଗ ପଣ୍ଡିତମାନଙ୍କର ସଂସ୍କୃତମିଶା ହିନ୍ଦୀ ନୁହେ କିମ୍ୱା ଲକ୍ଷ୍ନୌ ମୁସଲମାନମାନଙ୍କର ପାର୍ଶିମିଶା ହିନ୍ଦୀ ନୁହେଁ । ସେହି ଭାଷାକୁ ସେ ନାଁ ଦେଇଥିଲେ ‘ହିନ୍ଦୁସ୍ଥାନୀ’ । ହିନ୍ଦୀ କହ, ହିନ୍ଦୁସ୍ତାନୀ କହ, ସେହି ହେବ ରାଷ୍ଟ୍ରଭାଷା । ସେହି ରାଷ୍ଟ୍ରଭାଷାକୁ ଗଙ୍ଗାନଦୀ ସହିତ ତୁଳନା କରି ସେ ଉଦାହରଣ ଦେଉଥିଲେ । ସେ କହୁଥିଲେ–ଗଙ୍ଗାନଦୀ ହିମାଳୟ ପରି ବିରାଟ ପର୍ବତରୁ ବାହାରିଥିବାରୁ ତାହା ଚିରସ୍ରୋତା, ଚିରକାଳ ତାହା ଏ ଦେଶ ଓ ଜାତିରେ ସେବା କରୁଥିବ; କିନ୍ତୁ ଯେଉଁ ନଦୀଗୁଡ଼ିକ ଛୋଟ ଛୋଟ ପାହାଡ଼ରୁ ଜନ୍ମ ହୋଇଛନ୍ତି, ସେଗୁଡ଼ିକ ଅଳ୍ପକାଳ ଭିତରେ ଶୁଖିଯିବେ । ଯେଉଁ ହିନ୍ଦୀ ସମଗ୍ର ଜନତା ହିମାଳୟରୁ ଜନ୍ମଲାଭ କରିଛି, ତାହା ଗଙ୍ଗାଧାର ପରି ଚିରନ୍ତନ ରହିବ ଓ ସମଗ୍ର ଜାତିର ସେବା କରିବ । କିନ୍ତୁ ଯେଉଁ ସଂସ୍କୃତ ଓ ପାର୍ଶିମିଶା ହିନ୍ଦୀ କ୍ଷୁଦ୍ରଜନତାରୁ ଜନ୍ମଲାଭ କରିଛି, ତାହା ଚିରନ୍ତନ ହୋଇପାରିବ ନାହିଁ ।

 

ମନ୍ତ୍ରୀ ଶ୍ରୀଯୁକ୍ତ ଗୋପାଳ ରେଡ଼୍ଡ଼ି କେତେମାସ ତେଳେ ବରଡିଓ ହିନ୍ଦୀ ବିଷୟରେ ଯାହା କହିଥିଲେ, ତାକୁ ନେଇ ହିନ୍ଦୀ ରାଜ୍ୟରେ ତୁମୁଳ ଝଡ଼ଝଞ୍ଜା ବହିଲା, କିନ୍ତୁ ଗାନ୍ଧିଜୀଙ୍କ କଳ୍ପିତ ହିନ୍ଦୀ ବିଷୟରେ ଯେଉଁମାନଙ୍କର ଧାରଣା ଥିବ, ସେମାନେ ସରକାରଙ୍କ ରେଡ଼ିଓ ହିନ୍ଦୀ ପଲିସିକୁ ସହଜରେ ବୁଝିପାରିବେ । ସରକାରୀ ହିନ୍ଦୀ ଦିନକୁ ଦିନ ଅଧିକରୁ ଅଧିକ ସଂସ୍କୃତନିଷ୍ଠ ହେଉଥିବାରୁ ତାହା କାଳକ୍ରମେ ପ୍ରୟାଗ ପଣ୍ଡିତମାନଙ୍କର ହିନ୍ଦୀରେ ପରିଣତ ହେବା ସ୍ୱାଭାବିକ । ତେଣୁ ଯେଉଁମାନେ ‘ହିନ୍ଦୁସ୍ଥାନୀ’ ବ୍ୟବହାର କରନ୍ତି, ସେମାନଙ୍କ ପକ୍ଷରେ ତାହା ଅବୋଧ୍ୟ ହେବା ଅସମ୍ଭବ ନୁହେଁ । ଭାଷା କମିଶନ ତାଙ୍କ ରିପୋର୍ଟରେ ୨୩୫ ପୃଷ୍ଠାରେ ଏହିପରି ଗୋଟିଏ କଥା ଉଲ୍ଲେଖ କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବର ଲୋକମାନେ କମିଶନଙ୍କ ନିକଟରେ ସାକ୍ଷୀ ଦେଇ କହିଥିଲେ ଯେ ସରକାରୀ ହିନ୍ଦୀ ଦିନକୁ ଦିନ ବେଶି ସଂସ୍କୃତନିଷ୍ଠ ହେଉଥିବାରୁ ସେମାନଙ୍କ ପକ୍ଷରେ ବୁଝିବାକୁ କଷ୍ଟ ହେଉଛି । କିନ୍ତୁ ପ୍ରକୃତ କଥା ଦେଖିବାକୁ ଗଲେ ସଂସ୍କୃତ ଓ ପାର୍ଶି ଶବ୍ଦମାନଙ୍କ ମଧ୍ୟରେ ଏକପ୍ରକାର ଭାରସାମ୍ୟ ରହିବା ଉଚିତ । ସେଇଥିପାଇଁ ବୋଧହୁଏ ହିନ୍ଦୀକୁ ସରଳ କରିବା ଲାଗି ସରକାର ଏବେ ଦୁଆ ଉଠଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ପ୍ରେମଚନ୍ଦଙ୍କ ଗୋଦାନର ଭାଷା ଯେମିତି ସୁନ୍ଦର ଓ ସରସ, ଆଧୁନିକ ସଂସ୍କୃତନିଷ୍ଠ ହିନ୍ଦୀ ସେପରି ନୁହେଁ । ପ୍ରଧାନମନ୍ତ୍ରୀ ନେହେରୁଙ୍କ ହିନ୍ଦୀଭାଷଣ ଅନେକ ହିନ୍ଦୀ ବିଦ୍ୱାନଙ୍କ ଭାଷଣ ଅପେକ୍ଷା ଅଧିକ ରୁଚିକର, ଏଥିରେ ସନ୍ଦେହ ନାହିଁ; କିନ୍ତୁ ନେହେରୁଙ୍କ ହିନ୍ଦୀ ଗାନ୍ଧୀଲୋକଙ୍କ ‘ହିନ୍ଦୁସ୍ତାନୀ’ ର ପାଖାପାଖି ହେଲେ ମଧ୍ୟ ସଂସ୍କୃତନିଷ୍ଠ-ହିନ୍ଦୀ ଅହିନ୍ଦୀଲୋକଙ୍କ ପାଇଁ ସୁବିଧାଜନକ ।

 

୧.

ଇଂରେଜ ପରେ ହିନ୍ଦୀ ହେବ ଭାରତର ଜାତୀୟ ଭାଷା ।

୨.

ଜାତୀୟଭାଷାର କେତେକ ଲକ୍ଷଣ ।

୩.

ଜାତୀୟଭାଷା ହିନ୍ଦୀର ସ୍ୱରୂପ ।

Image

 

ଗାନ୍ଧି ଓ ହିନ୍ଦୀ

 

ଯେ କୌଣସି ସ୍ୱାଧୀନ ଜାତି ପାଇଁ ସ୍ୱାଧୀନ ଭାଷା ନିତାନ୍ତ ଦରକାର, ଏହି କଥା ଗାନ଼୍ଧି ଖୁବ୍ ଭଲ ଭାବରେ ବୁଝିଥିଲେ । ସେଇଥିପାଇଁ ଇଂରେଜିକୁ ହଟାଇ ହିନ୍ଦୀକୁ ସେ ରାଷ୍ଟ୍ରଭାଷାର ଆସନ ଦେବାକୁ ଚେଷ୍ଟାକଲେ ହିନ୍ଦୀ ପାଇଁ ଗାନ୍ଧୀ ଯାହା କରିଛନ୍ତି, ଭାରତବର୍ଷରେ ତାହା ହିଁ ହିନ୍ଦୀର ଇତିହାସ ।

 

୧୯୦୯ ବେଳକୁ ଗାନ୍ଧୀ ସ୍ଥିର କରି ସାରିଥିଲେ ଯେ ଭାରତ ପାଇଁ ହିନ୍ଦୀ ରାଷ୍ଟ୍ରଭାଷା ହେବା ଉଚିତ । କିନ୍ତୁ ସେପର୍ଯ୍ୟନ୍ତ ତାଙ୍କର ଏହି ଚିନ୍ତାକୁ ସେ କୌଣସି ସଭାସମିତିରେ ପ୍ରକାଶ କରି ନ ଥିଲେ; କିନ୍ତୁ ୧୯୧୭ ମସିହାରେ ଦ୍ୱିତୀୟ ଗୁଜୁରାଟ ଶିକ୍ଷା ସମ୍ମିଳନୀରେ ସେ ସାଧାରଣ ଭାବରେ ଘୋଷଣା କଲେ ଯେ ହିନ୍ଦୀ ଭାରତର ଆନ୍ତର ଭାଷା ହେବା ଉଚିତ ଓ ଆଞ୍ଚଳିକ ଭାଷାଗୁଡ଼ିକ ନିଜ ନିଜ ପ୍ରଦେଶରେ ରାଜ୍ୟ ଭାଷା ହେବା ଉଚିତ । ଅବଶ୍ୟ ଏତିକି କହିଦେଇ ଚୁପହୋଇ ବସିଲେ କାମ ହୁଅନ୍ତା ନାହିଁ । ତେଣିକି ଅନ୍ୟମାନଙ୍କୁ କେମିତି ସେହି କାର୍ଯ୍ୟରେ ଲଗାଇବେ, ସେହି ଚିନ୍ତାରେ ସେ ରହିଲେ ୧୯୧୮ ରେ ପ୍ରୟାଗ ହିନ୍ଦୀ ସାହିତ୍ୟ ସମ୍ମିଳନୀର ଗୋଟିଏ ସଭାରେ ସେ କହିଲେ—‘ଏଣିକି ସମ୍ମିଳନୀ ହିନ୍ଦୀ ପ୍ରଚାରକାମ ଆରମ୍ଭ କରନ୍ତୁ ।’ ଏ କଥା କହିବା ସଙ୍ଗେ ସଙ୍ଗେ ସେ ଠିକ୍ ଜାଣିଥିଲେ ତେଣେ ବ୍ରିଟିଶ ମନ୍ଥରା ଦିଲ୍ଲୀରେ ବସିଛନ୍ତି । ଏ ସବୁ ଜାତୀୟବାଦୀ କଥା ଶୁଣିଲା ମାତ୍ରେ ଚମକି ଉଠିବେ ଓ ମୁସଲମାନମାନଙ୍କୁ ହିନ୍ଦୀ ବିରୁଦ୍ଧରେ ତେଜେଇବେ । ହିନ୍ଦୁମାନଙ୍କର ହିନ୍ଦୀ ଦରକାର ହେଲେ ମୁସଲମାନମାନଙ୍କର ଉର୍ଦ୍ଦୁ ଦରକାର ବୋଲି ସେମାନଙ୍କୁ ବୁଝାଇବେ । ତା’ ଛଡ଼ା ହିନ୍ଦୀ ହେଲେ ହିନ୍ଦୁମାନଙ୍କର ନାଗରୀ ଅକ୍ଷର ରହିବ ଓ ମୁସଲମାନମାନଙ୍କର ଉର୍ଦ୍ଦୁ ଅକ୍ଷର ଉଠିଯିବ, ଏ କଥା ବୁଝାଇବେ । ତେଣୁ ମହାତ୍ମା କହିଲେ–ହିନ୍ଦୀ ଓ ଉର୍ଦ୍ଦୁ ପରସ୍ପର ବିରୋଧି ଦୁଇଟି ଭାଷା ନୁହନ୍ତି, ବରଂ ସେମାନେ ତ୍ରିବେଣୀର ଗଙ୍ଗାଯମୁନା ଦୁଇଧାର । ସେହିମାନଙ୍କର ମିଳନରେ ନିର୍ମିତ ହିନ୍ଦୁସ୍ତାନୀ ହିନ୍ଦୀ ହେବ ଆମର ରାଷ୍ଟ୍ରଭାଷା । ମୁସଲମାନମାନେ ଯଦି ତାକୁ ନାଗରୀରେ ଲେଖିବାକୁ ନ ଚାହାନ୍ତି, ତେବେ ସେମାନେ ସେମାନଙ୍କର ଉର୍ଦ୍ଦୁ ଅକ୍ଷରରେ ଖୁସିରେ ଲେଖିପାରିବେ । ତା ହେଲେ ପରସ୍ପର ବିରୋଧ କିମ୍ବା ଗଣ୍ଡଗୋଳର କୌଣସି କାରଣ ରହିବ ନାହିଁ ।

 

ଉତ୍ତରରେ ମୁସଲମାନମାନଙ୍କଠାରୁ ଯେମିତି ପ୍ରତିବାଦ ଆଶଙ୍କା କରାଯାଉଥିଲା । ଦକ୍ଷିଣରେ ସେମିତି ଦ୍ରାବିଡ଼ ଭାଷାଭାଷୀ ମାନଙ୍କଠାରୁ କରାଯାଉଥିଲା । ବିନ୍ଧ୍ୟଠାରୁ କୁମାରିକା ପର୍ଯ୍ୟନ୍ତ ବିସ୍ତୃତ ଦକ୍ଷିଣ-ଭାରତ ଏକ ବିଶାଳ ଭୂଖଣ୍ଡ । ସେଠି ତାମିଲ, ତେଲୁଗୁ, ମାଳୟାଳୀ ଓ କନ୍ନଡ଼ ଭାଷାଭାଷୀମାନେ ସହଜରେ ହିନ୍ଦୀକୁ ସ୍ୱୀକାର କରିବେ ନାହିଁ । ତେଣୁ ଗାନ୍ଧିଜୀ ସ୍ଥିରକଲେ–ଦକ୍ଷିଣ ଭାରତରେ ପ୍ରଥମେ ହିନ୍ଦୀ ପ୍ରଚାର କରି ତାର ଫଳାଫଳ ଲକ୍ଷ୍ୟ କରିବେ । ଦକ୍ଷିଣ ଲୋକେ ଯଦି ହିନ୍ଦୀକୁ ସ୍ୱୀକାର କରିନେଲେ, ତା’ହେଲେ ଆଉ ଆଶଙ୍କାର ବିଶେଷ କାରଣ ରହିବ ନାହିଁ । ତେଣୁ ୧୯୧୮ରେ ମାନ୍ଦ୍ରାଜରେ ଦକ୍ଷିଣ-ଭାରତ ହିନ୍ଦୀ ପ୍ରଚାରସଭା ସ୍ଥାପନ କରାଗଲା ଓ ହିନ୍ଦୀ ପ୍ରଚାର ଚାଲିଲା । ତା’ର ଠିକ୍ ପରେ ପରେ ୧୯୨୧ରେ ଗୁଜୁରାଟରେ ଗୁଜୁରାଟୀ ବିଦ୍ୟାପୀଠ ଅର୍ଥାତ୍ ଗୁଜୁରାଟର ଜାତୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଗଲା । ସ୍ୱରାଜ୍ୟ ଆନ୍ଦୋଳନ ସେତେବେଳକୁ ଜମି ଆସୁଥାଏ । ଠିକ୍ ସେହି ସମୟରେ ସ୍ଥିର କରାଗଲା ସେ ‘ଗୁଜୁରାଟ’ ବିଦ୍ୟାପିଠରେ ହିନ୍ଦୀ (ହିନ୍ଦୁସ୍ଥାନୀ) ବାଧ୍ୟ୍ୟତାମୂଳକଭାବରେ ପଢ଼ାଯିବ ଓ ଅନ୍ୟାନ୍ୟ ବିଷୟମାନ ମାତୃଭାଷା ଗୁଜୁରାଟୀରେ ପଢ଼ାଯିବ । ଗୁଜୁରାଟୀଭାଷା ଯେ ଆମ ଭାଷା (ସାହିତ୍ୟ ନୁହେଁ) ଠାରୁ କେତେ ଆଗରେ ଥିବ, ଏଥିରୁ ସହଜରେ ଅନୁମାନ କରାହେବ । କାରଣ ସେହି ଭାଷାପାଇଁ ୧୯୨୦ରେ ଯେଉଁ ଯୋଜନା ହୋଇଛି, ଆମର ୧୯୬୩ରେ ମଧ୍ୟ ସମ୍ଭବ ହୋଇନାହିଁ ।

 

କିଛିକାଳ ଗଲାପରେ ଗାନ୍ଧିଜୀ ଦେଖିଲେ, ହିନ୍ଦୀ ପ୍ରଚାରକୁ ଯଦି କଂଗ୍ରେସ କାର୍ଯ୍ୟକ୍ରମ ଭିତରେ ରଖା ନ ଯାଏ, ତେବେ ବିଶେଷ କିଛି କାମ ହୋଇପାରିବ ନାହିଁ । ସେତିକିବେଳେ ୧୯୨୪ରେ ବେଲଗାଓଁଠାରେ ଯେଉଁ କଂଗ୍ରେସ ବସିଲା, ସେଇଠି ଗାନ୍ଧି ହିନ୍ଦୀକୁ କଂଗ୍ରେସ କାର୍ଯ୍ୟକ୍ରମରେ ପୂରାଇଦେଲେ । ଏଣିକି ହିନ୍ଦୀ ପ୍ରଚାର କଂଗ୍ରେସଲୋକଙ୍କର ଏକପ୍ରକାର କର୍ତ୍ତବ୍ୟରେ ପରିଣତ ହୋଇଗଲା । ଗାନ୍ଧିଜୀ ତାଙ୍କ ସଭାପତି ଭାଷଣରେ କହିଲେ—ଏଣିକି ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷା, କେନ୍ଦ୍ରରେ ହିନ୍ଦୀ ଭାଷା ଓ ଆନ୍ତର୍ଜାତିକ ବ୍ୟପାରରେ ଇଂରେଜି ଭାଷାକୁ ବ୍ୟବହାର କରିବାକୁ ପଡ଼ିବ । ଲୋକେ ଏ କଥା ଶୁଣିବେ ବୋଲି ଗାନ୍ଧିଜୀଙ୍କର ନିଜର ବି ବିଶ୍ୱାସ ନ ଥିଲା । ସେତେବେଳେ ଇଂରେଜି ଶାସନର ଯେଉଁ ଦୀପ୍ତି, ଇଂରେଜି ଶିକ୍ଷିତ ହାକିମମାନଙ୍କର ଯେଉଁ ଇଂରେଜି ପ୍ରୀତି ସେଥିରେ ଇଂରେଜୀକୁ ହଟାଇ ହିନ୍ଦୀକୁ ଉଠାଇବା କଥା କଳ୍ପନା କରନ୍ତା କିଏ ? ସେଇଥିପାଇଁ ଗାନ୍ଧିଜୀ କଂଗ୍ରେସକୁ ଆହ୍ୱାନ କରି କହିଲେ—‘ମୁଁ ଭାବୁଛି, ମୋର ଭାଷା ଯୋଜନା ଶୁଣି ଆପଣମାନେ ପରିହାସ କରିବେ ନାହିଁ । ପୂର୍ଣ୍ଣ ସ୍ୱରାଜ୍ୟପାଇଁ ଗୋଟିଏ ସ୍ୱାଧୀନଭାଷା ଯୋଜନା ନିତାନ୍ତ ଦରକାର । ହୋଇପାରେ, ଆଜି ଆମର ଶକ୍ତି ନାହିଁ, କିନ୍ତୁ ଇଚ୍ଛା ଅଛି ତ ? ଅନ୍ତତଃ ଆଜିଠାରୁ ଆମେମାନେ ଏହି ଦିଗରେ ଚିନ୍ତା କରିବା ଉଚିତ ।’ ଏତେକାଳ ପରେ ଆଜି ଯେତେବେଳେ ଲୋକଙ୍କର ବିଶ୍ୱାସ ହୋଇନି ଯେ କେନ୍ଦ୍ରରେ ହିନ୍ଦୀ ଚଳିବ ଓ ଓଡ଼ିଶାରେ ଓଡ଼ିଆ ଚଳିବ, ସେତେବେଳେ ଏ କଥାକୁ ବିଶ୍ୱାସ କରିଥିବ କିଏ ? ଗାନ୍ଧୀଙ୍କ ପରି ଯେଉଁମାନଙ୍କକର ବଳିଷ୍ଠ ଅନ୍ତର୍ଦୃଷ୍ଠି ଥିଲା, ସେହିମାନେ ଅବା କରିଥିବେ । ବେଲଗାଓଁ ସଭାର ଠିକ୍ ବର୍ଷକ ପରେ ୧୯୨୫ରେ କାନପୁରଠାରେ ଯେଉଁ କଂଗ୍ରେସ ବସିଲା, ସେଥିରେ କଂଗ୍ରେସ ଆଉ ପାଦେ ଆଗେଇଯାଇ ସ୍ଥିର କରିଦେଲେ ଯେ ଏଣିକି କଂଗ୍ରେସର ସବୁ କାମ ଯଥାସାଧ୍ୟ ହିନ୍ଦୁସ୍ଥାନୀରେ ଚାଲୁହେବ । ଗାନ୍ଧି ବରାବର କହୁଥିଲେ । ଯେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ହେଲେ ବିଦେଶୀ ଭାଷାରେ କାମ ନ କରି ସ୍ୱଦେଶୀ ଭାଷାରେ କରିବାକୁ ହେବ । ତା’ହେଲେ ସାଧାରଣ ଲୋକେ ତାଙ୍କ କାର୍ଯ୍ୟକ୍ରମ ବୁଝିପାରିବେ । ନଚେତ୍ ଲୋକେ ଇଂରେଜିଶିକ୍ଷିତ ବାବୁମାନଙ୍କଠାରୁ ଯେମିତି ଦୂରେଇ ରହିଛନ୍ତି, ସେମିତି ରହିଯିବେ । ପ୍ରକୃତରେ ଭାଷାର ବନ୍ଧନ ସବୁଠୁ ବଡ଼ ବନ୍ଧନ । ପରକୁ ଆପଣାର କରିବାପାଇଁ ତାହା ଏକ ଅମୋଘଅସ୍ତ୍ର । ଗାନ୍ଧୀଙ୍କ ପରି ଜଣେ ପ୍ରାକ୍ଟିକାଲ ରାଜନୀତିଜ୍ଞ ଏପରି ଏକ ଅସ୍ତ୍ରକୁ ଛାଡ଼ନ୍ତେ ଅବା କାହିଁକି ?

 

ଯାହାହେଉ, ମହାତ୍ମାଙ୍କ ଆଶୀର୍ବାଦରୁ ହିନ୍ଦୀ କ୍ରମେ ସମଗ୍ର ଭାରତର ଆଖି ଆଗରୁ ଚାଲିଆସିଲା । କିନ୍ତୁ ହିନ୍ଦୀ ବଢ଼ିବା ସଙ୍ଗେ ସଙ୍ଗେ ହିନ୍ଦୀ ପ୍ରଚାରକମାନଙ୍କ ଭିତରେ ଏକପ୍ରକାର ମତଭେଦ ଦେଖାଦେଲା । ହିନ୍ଦୀ ସାହିତ୍ୟ ସମ୍ମିଳନର ସଭାପତି ପୁରୁଷୋତ୍ତମ ଦାସ ଟଣ୍ତନ ଓ ଗାନ୍ଧିଜୀଙ୍କ ମଧ୍ୟରେ ହିନ୍ଦୀର ସ୍ଵରୂପ ନେଇ ମତଭେଦ ହେଲା । ଗାନ୍ଧି ଯେଉଁ ହିନ୍ଦୁସ୍ତାନୀ ପ୍ରଚାର କରୁଥିଲେ, ଟଣ୍ତନ ତାକୁ ସ୍ଵୀକାର କରିବାକୁ ରାଜୀହେଲେ ନାହିଁ । ତାଙ୍କ ଦୃଷ୍ଟିରେ ହିନ୍ଦୁସ୍ତାନୀ ବୋଲି କୌଣସି ଭାଷା ନାହିଁ; ସେଟା ଗୋଟାଏ ଖେଚଡ଼ି ଭାଷା । ୟୁ. ପି.ରେ ହିନ୍ଦୀ ଓ ଉର୍ଦ୍ଦୁ ବୋଲି ଯେଉଁ ଦୁଇଟି ଭାଷା ଅଛି, ସେମାନଙ୍କ ଭିତରୁ ହିନ୍ଦୀ ହେଉଛି ଭାରତର ପ୍ରକୃତ ରାଷ୍ଟ୍ରଭାଷା କିମ୍ଵା ଆନ୍ତର ଭାଷା । ଏହି ନୂତନ ସିଦ୍ଧାନ୍ତ ଶୁଣି ଗାନ୍ଧିଜୀ ଉଭୟଙ୍କର ଦୁଃଖ ଅନୁଭବ କଲେ ଓ ହିନ୍ଦୀ ସାହିତ୍ୟ ସମ୍ମେଳନଠାରୁ ଦୂରେଇଗଲେ । ହିନ୍ଦୀ ସାହିତ୍ୟ ସମ୍ମେଳନ ୱାର୍ଦ୍ଧାଠାରେ କାକା କାଲେଲକରଙ୍କ ସଭାପତିତ୍ଵରେ ଯେଉଁ ୱାର୍ଦ୍ଧା ସମିତି ବସାଇଲେ, ଗାନ୍ଧିଜୀ ସେଥିରୁ ମଧ୍ୟ ଅଲଗା ରହିଲେ; କିନ୍ତୁ ହିନ୍ଦୀବାଲା ଗାନ୍ଧିଙ୍କ ନାଁକୁ ଖୁବ୍ ବିକ୍ରୀକରି ନିଜ ପ୍ରଚାର କରିବାକୁ ଲାଗିଲେ ।

 

୧୯୩୫ ବେଳକୁ ପ୍ରଦେଶମାନଙ୍କୁ ସ୍ଵାଧୀନତା ମିଳିଲା ଓ ପ୍ରଦେଶମାନଙ୍କରେ କଂଗ୍ରେସ ମନ୍ତ୍ରୀମଣ୍ତଳ ଗଢ଼ାହେଲା । ଏହି କଂଗ୍ରେସ ମନ୍ତ୍ରୀମାନେ ରାଜ୍ୟମାନଙ୍କରେ ହିନ୍ଦୀ ପ୍ରୋଗ୍ରାମକୁ ଖୁବ୍ ଜୋର ସୋରରେ ଚଳାଇଲେ । ବମ୍ଵେର ମୁଖ୍ୟମନ୍ତ୍ରୀ ଶ୍ରୀ ବି. ଜି. ଖେର ଓ ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରାଜାଜୀ ନିଜ ନିଜ ରାଜ୍ୟ ସ୍କୁଲ ମାନଙ୍କରେ ହିନ୍ଦୀପଢ଼ା ଆରମ୍ଭ କରିଦେଲେ । ମାନ୍ଦ୍ରାଜରେ ପୁଣି ଆଉ ଗୋଟିଏ ଦକ୍ଷିଣ-ଭାରତ ହିନ୍ଦୀ ପ୍ରଚାରସଭା ବସି ହିନ୍ଦୀ ପ୍ରଚାରକୁ ଆହୁରି ବ୍ୟାପକ କରିଦେଲା । ଗୁଜରାଟ ବିଦ୍ୟାପୀଠରେ ମଧ୍ୟ ହିନ୍ଦୀ ବିଭାଗ ଖୋଲିଗଲା । ମାନ୍ଦ୍ରାଜ, ଗୁଜୁରାଟ, ୱାର୍ଦ୍ଧା ପ୍ରଭୃତି ସ୍କାନରେ ହିନ୍ଦୀ ପରୀକ୍ଷା ସଂସ୍ଥାମାନ ସ୍ଥାପିତହୋଇ ବହୁଲୋକ ହିନ୍ଦୀ ସହିତ ପରୀକ୍ଷା ସଂସ୍ଥାମାନ ସ୍ଥାପିତହୋଇ ବହୁଲୋକ ହିନ୍ଦୀ ସହିତ ପରିଚିତ ହେଲେ । ଦକ୍ଷିଣ-ଭାରତ ଲୋକେ ହିନ୍ଦୀ ଶିଖିପାରିବେ ନାହିଁ ବୋଲି ଯେଉଁ ଭୟ ଥିଲା, ସେ ଭୟ ଆପେ ଉଭେଇଗଲା ।

 

ଏହି ସମୟ ଭିତରେ ହିନ୍ଦୀ ପ୍ରଚାର ବାହାରକୁ ଯେତେ ପ୍ରବଳ ଦେଖାଗଲା, ଭିତରେ ଭିତରେ ସେତିକି ମତଭେଦ ବି କୁହୁଳିଲା । ଯେତେବେଳେ ଦେଖାଗଲା ଯେ କାକା ସାହେବଙ୍କ ୱାର୍ଦ୍ଧା ସମିତି ଗାନ୍ଧିଜୀଙ୍କ ହିନ୍ଦୁସ୍ତାନୀକୁ ସ୍ଵୀକାର କଲା ନାହିଁ, ସେତେବେଳେ ଗାନ୍ଧି, ନେହରୁ, ଆଜାଦ ଓ ରାଜେନ୍ଦ୍ରପ୍ରସାଦଙ୍କ ପୃଷ୍ଠପୋଷକତାରେ ୱାର୍ଦ୍ଧାଠାରେ ଆଉ ଏକ ସମିତି ବସିଲା । ତାର ନାଁ ହେଲା ‘ୱାର୍ଦ୍ଧା ହିନ୍ଦୁସ୍ତାନୀ ପ୍ରଚାର ସଭା’ । ଏହି ସଭା ଗଢ଼ାହେବା ପରେ ପରେ ଦକ୍ଷିଣ ହିନ୍ଦୀ ପ୍ରଚାରସଭାର ନାଁ ବଦଳି ‘ହିନ୍ଦୁସ୍ତାନୀ ପ୍ରଚାର ସଭା’ ରଖାଗଲା । ହିନ୍ଦୀ ସାହିତ୍ୟ-ସମ୍ମିଳନୀ ଲୋକଙ୍କୁ କଥାଟା ଭାରି ଖଟକା ଲାଗିଲା । ସେମାନେ ପ୍ରଚାରକଲେ ଯେ ଗାନ୍ଧିଜୀଙ୍କ ହିନ୍ଦୁସ୍ତାନୀ ୟୁ. ପି. ର ପ୍ରକୃତ ହିନ୍ଦୀକୁ ଭ୍ରଷ୍ଟ କରିଦେବ । ୟୁ. ପି. ର ହିନ୍ଦୀ ହିଁ ଭାରତର ହିନ୍ଦୀ ହେବା ଉଚିତ । ୧୯୪୨ ରୁ ୧୯୪୭ ଭିତରେ ଯେତେବେଳେ ‘ଭାରତ ଛାଡ଼’ ଆନ୍ଦୋଳନ ଖୁବ୍ ଜୋରସୋରରେ ଚାଲିଥିଲା, ସେତିକିବେଳେ ହିନ୍ଦୀ-ହିନ୍ଦୁସ୍ତାନୀ ବିବାଦ ମଧ୍ୟ ପ୍ରବଳ ହୋଇ ଉଠିଲା ଓ ସେତିକିବେଳେ ଭାରତ ଇତିହାସରେ ଏକ ଅଚିନ୍ତନୀୟ ଘଟଣା ଘଟିଗଲା । ଯୁଗ ଯୁଗର ଭାରତବର୍ଷ ଭାରତ-ପାକିସ୍ଥାନ ଦୁଇ ଖଣ୍ତରେ ବିଭକ୍ତ ହୋଇଗଲା । ୧୯୪୮ରେ ହିନ୍ଦୁସ୍ତାନୀ ପ୍ରଚାରର ପ୍ରାଣଦାତା ଜାତିର ପିତା ଗାନ୍ଧିଜୀଙ୍କର ମୃତ୍ୟୁହେଲା । ୟା ପରେ ପରେ ୧୯୪୯ରେ ଭାଷାପ୍ରଶ୍ନ ଭାରତର କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ହାତକୁ ଚାଲିଗଲା ।

 

ଭାରତର ଆନ୍ତରଭାଷା ହିନ୍ଦୀର ସ୍ଵରୂପ ସ୍ଥିର କରିବା ପାଇଁ ଯେତେବେଳେ ବିଚାର ଆଲୋଚନା ହେଲା, ସେତେବେଳେ ଗାନ୍ଧିଙ୍କ ଚିନ୍ତାଧାରାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଗଲା । ଭାରତୀୟ ଭାଷାମାନଙ୍କ ବିଷୟରେ ଯାହା ସ୍ଥିର କରାଗଲା, ତାହା ଭାରତୀୟ ସମ୍ଵିଧାନର ୧୭ ଅଧ୍ୟାୟରେ ୩୪୩ ଠାରୁ ୩୫୧ ଧାରା ମଧ୍ୟରେ ରଖାଯାଇଛି । (୨) ତହିଁରେ ୩୪୩ ଧାରାରେ କୁହାଯାଇଛି ଯେ ଦେବନାଗରୀ ଅକ୍ଷରରେ ଲିଖିତ ହିନ୍ଦୀ ଭାରତର ରାଷ୍ଟ୍ରଭାଷା ହେବ ଓ ୩୫୧ ଧାରାରେ କୁହାଯାଇଛି ଯେ ଏହି ହିନ୍ଦୀ ଅନ୍ୟାନ୍ୟ ଭାଷା ମାନଙ୍କ ସାହାଯ୍ୟରେ ନିଜକୁ ସମୃଦ୍ଧ କରିବ ଓ ଏହି ସମୁଦ୍ଧି ପାଇଁ ନୂତନ ଶବ୍ଦାବଳୀର ଆବଶ୍ୟକତା ହେଲେ ପ୍ରଥମେ ସଂସ୍କୃତଭାଷାରୁ ଓ ପରେ ଅନ୍ୟାନ୍ୟ ଭାଷାରୁ ଗ୍ରହଣ କରାଯିବ । ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କ ମଧ୍ୟରେ ହିନ୍ଦୁସ୍ତାନୀ ସହିତ ଅନ୍ୟ ଯେଉଁ ଚଉଦଗୋଟି ନାମ ଦିଆଯାଇଛି, ସେଗୁଡ଼ିକ ହେଲେ-ଆସାମୀ, ବଙ୍ଗଳା, ଗୁଜରାଟୀ, ହନ୍ଦୀ, କନ୍ନଡ଼, କାଶ୍ମୀରୀ, ମାଳୟାଳୀ, ମରାଠୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ତାମିଲ, ତେଲଗୁ ଓ ଉର୍ଦ୍ଦୁ । ଏହି ହେଲା ୧୯୦୯ରୁ ୧୯୪୯ ପର୍ଯ୍ୟନ୍ତ ଦୀର୍ଘ ଚାଳିଶ ବର୍ଷର ମୋଟାମୋଟି ଇତିହାସ ।

 

୧.

ହିନ୍ଦୀ ଉର୍ଦ୍ଦୁ ଭାରତୀୟଭାଷା ତ୍ରିବେଣୀର ଦୁଇଧାର । ଉଭୟ ପରସ୍ପରର ପ୍ରତିରୋଧକ ନୁହନ୍ତି, ପରିପୂରକ ।

୨.

ଦକ୍ଷିଣରେ ହିନ୍ଦୀ ପ୍ରଚାର ଓ ପ୍ରସାର ।

୩.

କଂଗ୍ରେସ କାର୍ଯ୍ୟକ୍ରମରେ ହିନ୍ଦୀର ସ୍ଥାନ ଓ ହିନ୍ଦୀ ପାଇଁ କଂଗ୍ରେସର ମତଭେଦ ।

୪.

ବମ୍ଵେରେ ବି.ଜି. ଖେର ଓ ମାନ୍ଦ୍ରାଜରେ ରାଜଗୋପାଳାଚାରୀଙ୍କ ହିନ୍ଦୀ ଅଧ୍ୟାପନା ବ୍ୟବସ୍ଥା ।

୫.

ଭାରତର ସମ୍ଵିଧାନ ଓ ହିନ୍ଦୀ ।

Image

 

ହିନ୍ଦୀ, ଉର୍ଦ୍ଦୁ, ହିନ୍ଦୁସ୍ତାନୀ

 

ଏହି ପ୍ରବନ୍ଧରେ ହିନ୍ଦୀ, ଉର୍ଦ୍ଦୂ, ହିନ୍ଦୁସ୍ତାନୀ ତିନୋଟି କଥା ବାରମ୍ଵାର ବିଚାର କରାଯାଇଛି-। କେବଳ ଗୋଟିଏ ହିନ୍ଦୀ ନୁହେ, ଦୁଇଟି ହିନ୍ଦୀ କଥା ମଧ୍ୟ କୁହାଯାଇଛି । ତେଣୁ ପାଠକ ସାଧାରଣଙ୍କ ପାଇଁ ଏହି ଶବ୍ଦମାନଙ୍କର ଅର୍ଥ ପରିଷ୍କାର କରିଦେବା ଉଚିତ ।

 

ଭାରତୀୟ ସମ୍ଵିଧାନରେ ଯେଉଁ ହିନ୍ଦୀ କଥା କୁହାଯାଇଛି, ତାହା ଦୁଇ ପ୍ରକାର । ଗୋଟିଏ ଆଞ୍ଚଳିକ ହିନ୍ଦୀ ଓ ଅନ୍ୟଟି ୟୁନିଅନ କିମ୍ଵା ରାଷ୍ଟ୍ରଭାଷା ହିନ୍ଦୀ । ଆଞ୍ଚଳିକ ହିନ୍ଦୀ କହିଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ କିମ୍ଵା ବିହାରର ଲୋକେ ଯେଉଁ ହିନ୍ଦୀ ବ୍ୟବହାର କରନ୍ତି ତାକୁ ଇ ବୁଝାଏ; କିନ୍ତୁ ରାଷ୍ଟ୍ରଭାଷା ହିନ୍ଦୀ କହିଲେ ଏପରି ଏକ ପ୍ରକାର ହିନ୍ଦୀକୁ ବୁଝାଏ, ଯାହା ସାହାଯ୍ୟରେ ବିଶାଳ ଭାରତର ବିଭିନ୍ନ ସଂସ୍କୃତି ଆତ୍ମପ୍ରକାଶ କରେ ଓ ଯାହା ସମସ୍ତ ଭାରତୀୟ ଭାଷାରୁ ଶବ୍ଦାବଳୀ, ଫ୍ରେଜ୍ ଓ ଇଡ଼ିଅମ୍ ଇତ୍ୟାଦି ନେଇ ନିଜକୁ ସମୃଦ୍ଧ କରେ । ମୂଳତଃ ଏହା ଆଞ୍ଚଳିକ ହିନ୍ଦୀ ସହିତ ସମାନ ହେଲେ ମଧ୍ୟ ସମୃଦ୍ଧ ଅବସ୍ଥାରେ ଏହା ଆଞ୍ଚଳିକ ହିନ୍ଦୀଠାରୁ ବହୁ ଗୁଣରେ ଭିନ୍ନ, ପରିପୂର୍ଣ୍ଣ ଓ ବିସ୍ତୃତ । ଭବିଷ୍ୟତରେ ବିଭିନ୍ନ ଆଞ୍ଚଳିକ ଭାଷା ସଂପର୍କରେ ଆସି ଏହା ଏକାଧିକରୂପ ଧାରଣ କରିପାରେ । ଇଂରେଜି ଭାଷାକୁ ଲକ୍ଷ୍ୟ କଲେ କଥାଟା ଆଉ ଟିକିଏ ସ୍ପଷ୍ଟ ହୋଇପାରେ । ଇଂଲଣ୍ତର ଇଂରେଜି ଭାଷା ଭାରତରେ ଚଳୁଛି, ଜାପାନରେ ଚଳୁଛି, ଚୀନରେ ବି ଚଳୁଛି । ଯଦିଓ ମୂଳତଃ ଭାଷାଟା ଏକ, ତଥାପି ଭାରତ, ଚୀନ ଓ ଜାପାନରେ ଇଂରେଜର ସ୍ଵରୂପ ସାମାନ୍ୟ ଭିନ୍ନ । ପାଣି ଭିନ୍ନ ପାତ୍ରରେ ରହି ଭିନ୍ନରୂପ ଧାରଣ କଲା ପରି ଗୋଟିଏ ଭାଷା ଅନ୍ୟ ଭାଷାର ସଂପର୍କରେ ଆସି କେତେକାଂଶରେ ପରିବର୍ତ୍ତିତ ହୁଏ । ଆଜି ସେମିତି ଆମେ କହୁଛୁ ଇଣ୍ତିଆନ୍ ଇଂଗ୍ଳିଶ୍, ଚାଇନିଜ୍ କିମ୍ଵା ଜାପାନ୍ ଇଂଗ୍ଳିଶ୍, ସେମିତି କାଳକ୍ରମେ ରାଷ୍ଟ୍ରଭାଷା ହିନ୍ଦୀର ବିସ୍ତୃତି ସଙ୍ଗେ ସଙ୍ଗେ ଆମେ ହୁଏତ ଦେଖିବାକୁ ପାଇବା ଓଡ଼ିଆ ହିନ୍ଦୀ, ବଙ୍ଗଳା ହିନ୍ଦୀ, ତେଲଗୁ ହିନ୍ଦୀ ତାମିଲ ହିନ୍ଦୀ । ହିନ୍ଦୀ,–ଅହିନ୍ଦୀ ଭାଷାଭାଷୀମାନଙ୍କ ମଧ୍ୟରେ ‘ହିନ୍ଦୀ’ ନେଇ ଯେଉଁ ଗଣ୍ତଗୋଳ, ତାକୁ ବୁଝିବାକୁ ହେଲେ ରାଷ୍ଟ୍ରଭାଷା ହିନ୍ଦୀ ଓ ଆଞ୍ଚଳିକ ହିନ୍ଦୀର ତଫାତକୁ ସ୍ପଷ୍ଟରୂପେ ହୃଦୟଙ୍ଗମ କରିବା ଦରକାର ।

 

ଦୁଇରେ ଉର୍ଦ୍ଦୁ । ଏହା ମୂଳତଃ ହିନ୍ଦୀ । କାଳକ୍ରମେ ଏଥିରେ ବହୁତ ଆରବୀ-ପାର୍ଶି ଶବ୍ଦ ମିଶି ଏହା ଉର୍ଦ୍ଦୁରୂପରେ ପରିଣତ ହୋଇଛି । ମୁସଲମାନମାନେ ଏହାକୁ ବେଶି ବ୍ୟବହାର କରନ୍ତି ଓ ଆରବୀ ଅକ୍ଷରରେ ଏହାକୁ ଲେଖନ୍ତି । କାଶ୍ମୀର, ପଞ୍ଜାବ, ୟୁ.ପି. ଓ ବିହାରରେ ଏହା ଏକ ସ୍ଵତନ୍ତ୍ର ଭାଷାରୂପେ ଚଳେ ।

 

ତିନିରେ, ମହାତ୍ମା ଗାନ୍ଧି ଏହି ହିନ୍ଦୁସ୍ତାନୀ ବା ହିନ୍ଦୀ-ହିନ୍ଦୁସ୍ତାନୀ କଥାଟା ଉଠାଇଥିଲେ । ଏହା କେବଳ ହିନ୍ଦୀ କିମ୍ଵା ଉର୍ଦ୍ଦୁ ନୁହେଁ; କିନ୍ତୁ ହିନ୍ଦୀ ଉର୍ଦ୍ଦୁ ମିଶାମିଶି ଏକ ଭାଷା । ଏହାକୁ ଉତ୍ତର ଭାରତର ଗାଁ-ଗଣ୍ତା ଓ ସହର ବଜାରର ଉଭୟ ହିନ୍ଦୁମୁସଲମାନ କହନ୍ତି ଓ ବୁଝନ୍ତି । ଏହାକୁ ନାଗରୀ ଓ ଉର୍ଦ୍ଦୁ ଅକ୍ଷରରେ ଲେଖାଯାଏ ଓ ଏହାର ସାହିତ୍ୟିକରୂପ ହିନ୍ଦୀ ଓ ଉର୍ଦ୍ଦୁ ନାମରେ ପରିଚିତ ହୁଏ ।

 

୧.

ଆଞ୍ଚଳିକ ହିନ୍ଦୀ ଓ ୟୁନିୟନ ହିନ୍ଦୀ ।

୨.

ମହାତ୍ମା ଗାନ୍ଧିଙ୍କ ହିନ୍ଦୀ-ହିନ୍ଦୁସ୍ତାନୀ ।

Image

 

ପ୍ରଚାର ଓ ପ୍ରତିବନ୍ଧ

 

ଭାରତୀୟ ସମ୍ଵିଧାନରେ ଭାଷା ବିଷୟରେ ଯାହା ସ୍ଥିର ହୋଇଥିଲା, ତାହା ୧୯୨୦ ଜାନୁୟାରୀ ଛବିଶି ତାରିଖରୁ ଲାଗୁହେଲା । ସେଥିରେ କୁହାଯାଇଥିଲା ଯେ ପନ୍ଦରବର୍ଷ ଭିତରେ ଆସନ୍ତା ୧୯୬୫ ବେଳକୁ ଇଂରେଜି ସ୍ଥାନରେ ହିନ୍ଦୀ ରାଷ୍ଟ୍ରଭାଷା ଭାବରେ ଚଳିବ । କିନ୍ତୁ ଦେଖାଗଲା ଯେ ଦୀର୍ଘ ତେରବର୍ଷ କଟିଯାଇଥିଲେ ମଧ୍ୟ ବିଶେଷ କିଛି ହୋଇପାରି ନାହିଁ । ଫଳରେ ୧୯୬୩ରେ ପୁଣି ଏକ ବିଲ ପାସ୍ କରିବାକୁ ପଡ଼ିଲା ଓ ସେଥିରେ ଇଂରେଜିକୁ ସରକାରୀ ଭାଷାରୂପେ ସ୍ଵୀକାର କରିବାକୁ ପଡ଼ିଲା । ସମ୍ଵିଧାନରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ସେ କେନ୍ଦ୍ର ସରକାର ହିନ୍ଦୀର ଉନ୍ନତି ପାଇଁ ସବୁପ୍ରକାର ଚେଷ୍ଟା କରିବେ, ଯେମିତି କି ପନ୍ଦର ବର୍ଷ ଭିତରେ ସବୁ କାର୍ଯ୍ୟ ଚଳାଇବାପାଇଁ ହିନ୍ଦୀ ଉପଯୁକ୍ତ ହୋଇଯିବ; କିନ୍ତୁ କାହିଁ ? ତେର ବର୍ଷ ଭିତରେ ତ ଆଖି ଦେଖିଲାଭଳି କିଛି କାମ ହୋଇପାରି ନାହିଁ । ଅନ୍ତତଃ ଇଂରେଜି ଯିବ, ହିନ୍ଦୀ ରହିବ–ଏ ବିଶ୍ଵାସ ମଧ୍ୟ ଲୋକଙ୍କ ମନରେ ଆସିନାହିଁ । ଯେତେବେଳେ ଇଂରେଜ ସରକାର ଓ ତାଙ୍କ ପଛେ ପଛେ ରାଜା-ରାଜୁଡ଼ା ସବୁ ଚାଲିଗଲେ, ସେତେବେଳେ କଂଗ୍ରେସ ସରକାର ଶାସନ ଆରମ୍ଭ କଲେ; କିନ୍ତୁ କଂଗ୍ରେସ ଲୋକଙ୍କୁ ଆଖିରେ ଦେଖି ମଧ୍ୟ ଗାଁ-ଗହଳର ଅନେକ ଲୋକଙ୍କର ବିଶ୍ଵାସ ହେଲାନାହିଁ । ସେମାନେ ଭାବିଲେ, ଇଂରେଜ ସରକାର ନିଶ୍ଚୟ ଫେରିଆସିବ । ଆମ ଦେଶରେ ଏମିତି ବହୁତ ଶିକ୍ଷିତ ଲୋକ ଅଛନ୍ତି, ଯେଉଁମାନେ ଏବେ ମଧ୍ୟ ଭାବୁଛନ୍ତି ଯେ ହିନ୍ଦୀ ରାଷ୍ଟ୍ରଭାଷା ହୋଇପାରିବ ନାହିଁ, ଇଂରେଜି ଇ ରହିବ । ଦେଖିବାର କଥା, ଦିଲ୍ଲୀ ଦପ୍ତରରେ କେତେକ ବିଭାଗରେ ହିନ୍ଦୀ ଚାଲୁ ହେବାକୁ ଆରମ୍ଭ କଲାପରେ ମଧ୍ୟ ଲୋକଙ୍କ ମନରେ ଏତେ ଅବିଶ୍ଵାସ ରହିଛି କେମିତି ?

 

ପ୍ରଥମ କଥା ହେଉଛି-ଭାଷାନୀତି ବିଷୟରେ ସାଧାରଣ ଲୋକଙ୍କର କୌଣସି ଚେତନା ନାହିଁ କିମ୍ଵା ସରକାରଙ୍କ ପକ୍ଷରୁ କୌଣସି ସାମୂହିକ ଚେତନା ସୃଷ୍ଟି କରିବାର ଚେଷ୍ଟା ମଧ୍ୟ ନାହିଁ । ହୁଏ ତ ହିନ୍ଦୀ ରାଷ୍ଟ୍ରଭାଷା ହେବ ବୋଲି ହିନ୍ଦୀଲୋକଙ୍କ ଭିତରେ କିଛି ଚେତନା କିମ୍ଵା ଉତ୍ସାହ ଥାଇପାରେ; କିନ୍ତୁ ଅହିନ୍ଦୀ ଲୋକଙ୍କ ଭିତରେ ବିଶେଷ କିଛି ନାହିଁ । ଶାସନ କଳରେ ଇଂରେଜିର ରାଜତ୍ୱ ଥିବାରୁ ଓ ଶାସକମାନେ ଅଳ୍ପ ବହୁତେ ଇଂରେଜିରେ ଅଭ୍ୟସ୍ତ ଥିବାରୁ ଇଂରେଜି ପରିବର୍ତ୍ତନ ପାଇଁ ନିଜଆଡ଼ୁ କେବେ ସେମାନେ ଚେଷ୍ଟା କରନ୍ତି ନାହିଁ । ଏହି ପରିବର୍ତ୍ତନ ହୋଇ ପାରିବ ବୋଲି ଅନେକଙ୍କର ମୂଳରୁ ବିଶ୍ଵାସ ମଧ୍ୟ ନାହିଁ, ଚେଷ୍ଟା ତ ଅନେକ ଦୂରରେ । ତା’ଛଡ଼ା ରାଜ୍ୟ ସରକାରମାନେ ରାଜ୍ୟର ଅନ୍ୟାନ୍ୟ ପ୍ରଗତିରେ ସେତେଦୂର ଉତ୍ସାହିତ, ଭାଷା ସଂପର୍କରେ କୌଣସି କର୍ମପନ୍ଥା ଗ୍ରହଣ କରିବାରେ ସେପରି ବ୍ୟସ୍ତ ନୁହନ୍ତି ।

 

ସରକାର ଓ ଶାସନ କଳକୁ ଛାଡ଼ିଦେଲେ ହିନ୍ଦୀ ଲୋକଙ୍କର ନିଜଆଡ଼ୁ ମଧ୍ୟ ଦୋଷଦୁର୍ବଳତା କମ୍ ନୁହେଁ । କେତେକ ହିନ୍ଦୀ ଲୋକଙ୍କର ଧାରଣା ଯେ ତାଙ୍କ ଆଞ୍ଚଳିକ ହିନ୍ଦୀଟା ଭାରତର ରାଷ୍ଟ୍ରଭାଷା । ସେହି ଭାଷା ଉପଯୁକ୍ତ ହୋଇଥାଉ ବା ନ ହୋଇଥାଉ, ତାକୁ ସେମାନେ ଗାଦିରେ ବସାଇବାକୁ ବ୍ୟାକୁଳ । କିନ୍ତୁ ସମ୍ଵିଧାନ ଅନୁସାରେ କୌଣସି ଆଞ୍ଚଳିକ ଭାଷା ରାଷ୍ଟ୍ରଭାଷା ହେବା କଥା ନୁହେଁ । ୟୁନିୟନ ହିନ୍ଦୀ କେବଳ ସେଥିପାଇଁ ଯୋଗ୍ୟ । ଉତ୍ତରଭାରତରେ ଭାଷାନେଇ ହିନ୍ଦୁ ମୁସଲମାନମାନଙ୍କ ଭିତରେ ଭାରି ଗଣ୍ତଗୋଳ । ବର୍ତ୍ତମାନ ଉର୍ଦ୍ଦୁଭାଷା ସମ୍ଵିଧାନରେ ସ୍ଵୀକୃତ ହେଲେ ମଧ୍ୟ ହିନ୍ଦୀଲୋକେ ତାକୁ ଏକ ସ୍ଵତନ୍ତ୍ର ଭାଷାରୂପେ ସ୍ଵୀକାର କରିବାପାଇଁ ନାରାଜ । ସେମାନେ କହନ୍ତି-ଉର୍ଦ୍ଦୁ ଗୋଟିଏ ସ୍ଵତନ୍ତ୍ରଭାଷା ନୁହେଁ; ତାହା ହିନ୍ଦୀର ଗୋଟାଏ ଶୈଳୀ ମାତ୍ର । ଅବଶ୍ୟ ଏହି ହିନ୍ଦୁ-ମୁସଲମାନ ତିକ୍ତତା ପଛରେ ଏକ ଐତିହାସିକ କାହାଣୀ ଅଛି । ମୁସଲମାନମାନଙ୍କ କାଳରେ ହିନ୍ଦୀଲୋକଙ୍କୁ ବାଧ୍ୟ ହୋଇ ଉର୍ଦ୍ଦୁଭାଷା ଶିଖିବାକୁ ପଡ଼ୁଥିଲା ଓ ଉର୍ଦ୍ଦୁ ଅକ୍ଷର ମଧ୍ୟ ଲେଖିବାକୁ ପଡ଼ୁଥିଲା । ଆଜି ସେମାନେ ତା’ର ପ୍ରତିଶୋଧ ନେବାକୁ ଚାହାନ୍ତି । ଏବେ ସମ୍ଵାଦପତ୍ରରେ ଖବର ବାହାରିଛି ଯେ ସରକାରଙ୍କର ତ୍ରିଭାଷୀ ଫର୍ମୁଲା ଅନୁସାରେ ୟୁ.ପି. ସରକାର ହିନ୍ଦୀଲୋକଙ୍କୁ ଉର୍ଦ୍ଦୁ ନ ପଢ଼ାଇ ସଂସ୍କୃତ ପଢ଼ାଇବେ ବୋଲି ସ୍ଥିର କରିଛନ୍ତି । ଫଳରେ ମୁସଲମାନମାନେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗୁସ୍ତାଙ୍କ ନିକଟରେ ପ୍ରତିବାଦ ଜଣାଇଛନ୍ତି । ମୋଟ ଉପରେ ହିନ୍ଦୁ ମୁସଲମାନମାନଙ୍କ ଭିତରେ ଏହି ଗଣ୍ତଗୋଳ ଯୋଗୁଁ ମଧ୍ୟ ହିନ୍ଦୀ କାର୍ଯ୍ୟରେ ବାଧା ପଡ଼ିଛି ଓ ପଡ଼ୁଛି । କେବଳ ସେତିକି ନୁହେଁ, ଇଂରେଜି ସଂଖ୍ୟା ନେଇ ମଧ୍ୟ ହିନ୍ଦୀଲୋକେ ଗଣ୍ତଗୋଳ କରନ୍ତି । ସେମାନେ ଚାହାନ୍ତି ହିନ୍ଦୀରେ ଲିଖିତ ତାଙ୍କ ସଂଖ୍ୟାଗୁଡ଼ିକ ରାଷ୍ଟ୍ରଭାଷାରେ ଚଳୁ-। କିନ୍ତୁ ଇଂରେଜି ସଂଖ୍ୟାଗୁଡ଼ିକ ଦକ୍ଷିଣୀ ଭାଷାମାନଙ୍କରେ ଓ ଉର୍ଦ୍ଦୁ ଭାଷାରେ ଚଳୁଥିବାରୁ ଏବଂ ସେଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ଗୃହୀତ ହୋଇଥିବାରୁ ଭାରତ ସରକାର ରାଷ୍ଟ୍ରଭାଷା ପାଇଁ ସେଗୁଡ଼ିକୁ ସ୍ଵୀକାର କରିଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ନିଜର ଦୃଷ୍ଟିକୋଣ ବଜାୟ ରଖିବାର ବୃଥାଚେଷ୍ଟା କରି ହିନ୍ଦୀଲୋକେ ହିଁ ହିନ୍ଦୀର ବାଟ ବନ୍ଦ କରିଛନ୍ତି ।

 

ଅନେକ କ୍ଷେତ୍ରରେ ହିନ୍ଦୀଲୋକେ ହିନ୍ଦୀଭାଷା ପାଇଁ ଯେଉଁ ପ୍ରଚାର କଲେ, ତା’ର ଫଳ ମଧ୍ୟ ଓଲଟା ହେଲା । ଅହିନ୍ଦୀ ଲୋକେ ତାଙ୍କ ପ୍ରଚାରରେ ଏକପ୍ରକାର ଅସହିଷ୍ଣୁ ହୋଇ ଉଠିଲେ । ଏହି ପରିସ୍ଥିତି ଦେଖି ବିଶିଷ୍ଟ ହିନ୍ଦୀକବି ତଥା ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଦିନକର ୧୯୫୬ ମସିହାରେ ଥରେ ହିନ୍ଦୀଲୋକଙ୍କୁ ଉପଦେଶ ଦେଇ କହିଥିଲେ ଯେ ହିନ୍ଦୀଲୋକଙ୍କର ବର୍ତ୍ତମାନ ହିନ୍ଦୀ ପ୍ରଚାର କରିବେ କିଛି ଦରକାର ନାହିଁ । କାରଣ ହିନ୍ଦୀ ରାଷ୍ଟ୍ରଭାଷା ହେବାକୁ ଯାଉଥିବାରୁ ତାହାର ସମୃଦ୍ଧି ସମଗ୍ର ଦେଶର ଦାୟିତ୍ଵ । ହିନ୍ଦୀଲୋକେ ସେଥିପାଇଁ ଅଯଥା ତତ୍ପରତା ଦେଖାଇଲେ ଅହିନ୍ଦୀ ଲୋକେ ସେମାନଙ୍କୁ ସନ୍ଦେହ କରିବା ସ୍ଵାଭାବିକ । ଥରେ ଉତ୍ତର ପ୍ରଦେଶର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ କମଳାପତି ତ୍ରିପାଠୀ ଆଗ୍ରା ବିଶ୍ଵବିଦ୍ୟାଳୟରେ ଠିକ୍ ଏହି ମର୍ମରେ ଭାଷଣ ଦେଇଥିବାର ମୁଁ ଶୁଣିଛି । ସେ କହିଲେ-ହିନ୍ଦୀ ଲୋକେ ହିନ୍ଦୀ ପ୍ରଚାର ଛାଡ଼ି ଅହିନ୍ଦୀ ଲୋକଙ୍କର ଭାଷା ଶିଖନ୍ତୁ । ତାରି ବଳରେ ସେମାନେ ଅହିନ୍ଦୀଲୋକଙ୍କୁ ଆପଣାର କରିପାରିବେ । ଏହି ପ୍ରସଙ୍ଗରେ ସେ ଜଣେ ହିନ୍ଦୀ ପ୍ରଚାରକଙ୍କ କଥା କହିଥିଲେ । ଥରେ ଜଣେ ପ୍ରଚାରକ ମାନ୍ଦ୍ରାଜରେ ଏକ ସାଧାରଣ ସଭାରେ ହିନ୍ଦୀ ପ୍ରଚାର କରୁଥିଲେ । ମାନ୍ଦ୍ରାଜର ଲୋକେ ତାଙ୍କୁ ପଚାରିଲେ-ଆପଣ କ’ଣ ତାମିଲ ଭାଷା ଜାଣନ୍ତି ନା ଜାଣିବାକୁ କେବେ ଚେଷ୍ଟା କରିଛନ୍ତି ? ସେ କିଛି ଜବାବ ଦେଇ ନ ପାରି ନୀରବ ରହିଲେ । ଶ୍ରୀଯୁକ୍ତ ତ୍ରିଫାଠୀ କହିଲେ, ହିନ୍ଦୀ ଲୋକେ ଏଥିପ୍ରତି ସତର୍କ ରହନ୍ତି । ଯେଉଁଠାକୁ ସେମାନେ ପ୍ରଚାର କରିବାକୁ ଯାଉଛନ୍ତି, ଯଦି ସେଇଠିକା ଭାଷାରେ ସେମାନେ ପ୍ରଚାର କରିପାରନ୍ତେ, ତା’ହେଲେ ଲୋକମାନେ ଆଗ୍ରହରେ ତାଙ୍କ କଥା ଶୁଣନ୍ତେ ଓ ତାଙ୍କୁ ବିଶ୍ଵାସ କରନ୍ତେ-। ନଚେତ୍ ସେମାନେ ଭାବିବେ, ହିନ୍ଦୀଲୋକେ ଅନ୍ୟ କାହା ଭାଷା ନ ଶିଖି କେବଳ ନିଜ ଭାଷାକୁ ଅନ୍ୟମାନଙ୍କ ଉପରେ ଲଦିବାକୁ ଚାହାନ୍ତି । ଖ୍ରୀଷ୍ଟିୟାନ ପାଦ୍ରୀମାନଙ୍କ କଥା ଯେଉଁମାନେ ଜାଣିଥିବେ, ସେମାନେ ନିଶ୍ଚୟ ଏହି କଥାକୁ ବିଶ୍ଵାସ କରିବେ । ସାତ ସମୁଦ୍ର ତେର ନଈ ପାରିହୋଇ ଆସି ଆମ ବଣ-ଜଙ୍ଗଲରେ ପଶି ଆମ ଆଦିବାସୀମାନଙ୍କ କଥା ମଧ୍ୟ ସେମାନେ ଶିଖିଲେ । ଯେଉଁ ଲୋକମାନଙ୍କ ପାଖକୁ ଗଲେ, ତାଙ୍କ ସହିତ ସେହିମାନଙ୍କ ଭାଷାରେ କଥାବାର୍ତ୍ତା କଲେ । ଫଳରେ ଲୋକେ ତାଙ୍କରି ଧର୍ମ ଗ୍ରହଣ କଲେ । କିନ୍ତୁ ହିନ୍ଦୀଲୋକେ ଅନ୍ୟ ଭାଷା ନ ଶିଖିନିଜ ଭାଷାରେ ପ୍ରଚାର କରିବାକୁ ଫଳ ହେଉଛି ଓଳଟା । କିଏ କାହିଁକି ନିଜ ଭାଷାକୁ ଅନ୍ୟ ଭାଷାଠାରୁ ନ୍ୟୂନବୋଲି ସ୍ଵୀକାର କରିବାକୁ ରାଜି ହେବ ?

 

ହିନ୍ଦୀ ବିରୁଦ୍ଧରେ ଆଉ ଗୋଟିଏ ଶକ୍ତି ହେଉଛି ବାହାରର ପ୍ରଚାର । ଇଂରେଜ ଲୋକେ ତ ବରାବର ହିନ୍ଦୀ ବିରୁଦ୍ଧରେ ରହିଛନ୍ତି । ଏପରି କି ଆମ ଦେଶରେ ମଧ୍ୟ କୌଣସି ଇଂରେଜି ଖବରକାଗଜ ହିନ୍ଦୀ ସପକ୍ଷରେ ନୁହନ୍ତି; ନ ହେବା କଥା । କାରଣ ହିନ୍ଦୀହେଲେ ଇଂରେଜି ନିଶ୍ଚୟ ଗୌଣ ହୋଇଯିବ । ଜଣେ ଇଂରେଜ ସାର୍ ଆଇଭର ଜେନିଙ୍ଗସ୍ ଅକଫୋର୍ଡ଼ରେ ରାଜ୍ୟଗୋଷ୍ଠୀ ସମ୍ପର୍କରେ ଭାଷଣଦେଇ କହିଛନ୍ତି, ଯଦି ଭାରତରେ ହିନ୍ଦୀ ରାଷ୍ଟ୍ରଭାଷା ହୁଏ, ତେବେ ହିନ୍ଦୀଲୋକଙ୍କର ଆଧିପତ୍ୟ ବଢ଼ିଯିବ । କାରଣ ତାଙ୍କ ଭାଷାକୁ ସେମାନେ ଅନ୍ୟଠାରୁ ସହଜରେ ଶିଖିପାରିବେ । ବରଂ ଇଂରେଜି ଥିଲା ଭଲ । ସେଟା କାହାରି ମାତୃଭାଷା ନ ହୋଇଥିବାରୁ ସମସ୍ତଙ୍କୁ ସମାନ ପରିଶ୍ରମ କରି ଶିଖିବାକୁ ପଡ଼ୁଥିଲା । (୩) କିନ୍ତୁ ଏବେ ହିନ୍ଦୀଲୋକେ ଅଳ୍ପ ପରିଶ୍ରମରେ ବହୁତ ଲାଭ ପାଇବେ । ଏ ଯୁକ୍ତିଟାର ସାରମର୍ମ ଯେ କୌଣସି ବୁଦ୍ଧିମାନ ଲୋକ ବୁଝିପାରିବେ । ଧରନ୍ତୁ, ହିନ୍ଦୀ ପ୍ରଦେଶରେ ଗହମ ଫଳୁଛି; କାନେଡ଼ାରେ ବି ଗହମ ଫଳୁଛି । ଆମର ଯେତେବେଳେ ଗହମ ଦରକାର ହେବ, ହିନ୍ଦୀଲୋକେ କାଳେ ଧନୀ ହୋଇଯିବେ ବୋଲି ଆମେ କ’ଣ ଗହମ କିଣିବା ପାଇଁ କାନେଡ଼ା ଯିବୁ ? ଯଦି ଆମେ ଯାଉଁ, ତେବେ ୟାକୁ ସ୍ଵାମୀ ପଛେ ମରୁ, ସଉତୁଣୀ ରାଣ୍ତ ହେଉ ବୋଲି କହିବା ଛଡ଼ା ଆଉ କ’ଣ କୁହାଯାଇପାରେ ? ହିନ୍ଦୀଲୋକେ ଯଦି ଲାଭ ପାଇଲେ, ସେ ଲାଭ ତ ଆଉ ବିଲାତ ଚାଲିଯିବ ନାହିଁ, ଏହି ଭାରତରେ ରହିବ । ପଡ଼ୋଶୀର ଆପେକ୍ଷିକ ଉନ୍ନତିରେ ଅସହିଷ୍ଣୁ ହୋଇ ପରକୁ ଆପଣାର କରିବାର ଦୁର୍ବୁଦ୍ଧି କାହିଁକି କିଏ କରିବ ?

 

ହିନ୍ଦୀ ଲୋକଙ୍କର ସୌଭାଗ୍ୟକୁ ଆଳ କରି ହିନ୍ଦୀ ସାମ୍ରାଜ୍ୟବାଦର ଦୁଆ ଉଠିଲା । କେହି କେହି କହିଲେ–ହିନ୍ଦୀ ନ ହୋଇ ସଂସ୍କୃତ ରାଷ୍ଟ୍ରଭାଷା ହେଉ । ଏହି ମର୍ମରେ ଗୌହାଟିରୁ ମଧ୍ୟ ଏକ ପ୍ରଚାରପତ୍ର ବଣ୍ଟାହେଲା । ସେଥିରେ କୁହାଗଲା, ସଂସ୍କୃତ ଭାରତର ପ୍ରାଚୀନ ଭାଷା । ତାକୁ ରାଷ୍ଟ୍ରଭାଷା କଲେ କାହାରି ଆପତ୍ତି ରହିବ ନାହିଁ । ସମସ୍ତେ ଯେମିତି ଇଂରେଜି ଶିଖୁଛନ୍ତି, ସେମିତି ସଂସ୍କୃତ ଶିଖିବେ, କୌଣସି ଜାତି ବା ଗୋଷ୍ଠୀ ଅନ୍ୟ ଅପେକ୍ଷା ଅଧିକ ସୁଯୋଗ ପାଇପାରିବ ନାହିଁ-। ସଂସ୍କୃତକୁ ସରଳ କରିଦେଲେ ଲୋକେ ସହଜରେ ଶିଖିପାରିବେ । କିନ୍ତୁ ପ୍ରକୃତରେ କ’ଣ ସଂସ୍କୃତକୁ ସରଳ କରିବା ଏତେ ସହଜ ? ତା’ଛଡ଼ା ସଂସ୍କୃତ ଏକ ମୃତଭାଷା । ତାକୁ ପ୍ରଥମ ଜୀବନ୍ତ କରି ପ୍ରଚାର କରିବା କ’ଣ କମ୍ କଷ୍ଟ । ହିନ୍ଦୀ ଏକ ଜୀବନ୍ତ ଭାଷା । କୋଟି କୋଟି ଲୋକ ତାକୁ ପ୍ରତିଦିନ ବ୍ୟବହାର କରୁଛନ୍ତି । ସଂସ୍କୃତକୁ ସରଳ କରିବା ପାଇଁ ଯେତିକି ଶ୍ରମ ଦରକାର, ସେତିକି ପରିଶ୍ରମ କଲେ ହିନ୍ଦୀ ବହୁତ ଆଗେଇଯାଇ ପାରିବ । ମୃତକୁ ଜୀବନ୍ତ କରିବା ଅପେକ୍ଷା, ଜୀବନ୍ତକୁ ପ୍ରସାରିତ କରିବା ନିଶ୍ଟିୟ ଢେର ସହଜ । ଆଉ କେତେକ କହନ୍ତି, ଉତ୍ତର ପାଇଁ ହିନ୍ଦୀ ହେଉ ପଛେ, ଦକ୍ଷିଣ ପାଇଁ ତାମିଲ ହେଉ । କିନ୍ତୁ ଐତିହାସିକ ଦୃଷ୍ଟିରୁ ଦେଖିଲେ ଦକ୍ଷିଣ ପାଇଁ କେବେ ସ୍ଵତନ୍ତ୍ର ଭାଷା ନ ଥିଲା । ସଂସ୍କୃତ ଥିଲା ସମଗ୍ର ଦେଶର ଉଚ୍ଚସ୍ତରର ଲୋକମାନଙ୍କର ଏକମାତ୍ର ଯୋଗସୂତ୍ର ଭାଷା । ଦ୍ଵିତୀୟତଃ ତାମିଲ ଭାଷା ଯେ ସମଗ୍ର ଦାକ୍ଷିଣାତ୍ୟ ପାଇଁ ସହଜ ହେବ, ଅନ୍ୟାନ୍ୟ ଦାକ୍ଷିଣାତ୍ୟ ଭାଷାମଣ୍ତଳ ସେ ତାକୁ ଗ୍ରହଣ କରିବେ, ଏପରି କୌଣସି କାରଣ ନାହିଁ ।

 

ଅନେକ ସମୟରେ କେତେକ ଭ୍ରାନ୍ତିମୂଳକ ପ୍ରଚାର ଯୋଗୁଁ ମଧ୍ୟ ଭାଷା ଚିନ୍ତାରେ ବିଭ୍ରାଟ ଘଟିଛି । କେତେ ଲୋକ ନ ବୁଝି ପ୍ରଚାର କରନ୍ତି ଯେ ଇଂରେଜି ଜାଗାରେ ହିନ୍ଦୀ ହୋଇଗଲେ ପ୍ରତ୍ୟେକ ରାଜ୍ୟର ଶିକ୍ଷା ଓ ଶାସନକ୍ଷେତ୍ରରେ ହିନ୍ଦୀ ରାଜତ୍ଵ, କରିବ, ରାଜ୍ୟ ଭାଷାଗୁଡ଼ିକ ଆପେ ଆପେ ମଉଳିଯିବେ । ବମ୍ଵେ ବିଶ୍ଵବିଦ୍ୟାଳୟରେ ହିନ୍ଦୀ ମାଧ୍ୟମରେ ଶିକ୍ଷା ଦିଆଯିବ ବୋଲି ଥରେ ସ୍ଥିର ହୋଇଥିଲା; କିନ୍ତୁ ଲୋକମାନଙ୍କ ପ୍ରତିବାଦରେ ସେହି ପ୍ରସ୍ତାବକୁ ସଙ୍ଗେ ସଙ୍ଗେ ହଟାଇ ଦିଆଗଲା । ସମ୍ଵିଧାନ ଅନୁସାରେ ରାଜ୍ୟସ୍ତରରେ ଶିକ୍ଷା ଓ ଶାସନକ୍ଷେତ୍ରରେ ହିନ୍ଦୀ ମାଧ୍ୟମ ହେବାର କୌଣସି ସମ୍ଭାବନା ନାହିଁ । ପ୍ରତ୍ୟେକ ରାଜ୍ୟରେ ସେହି ରାଜ୍ୟର ଭାଷା ମାଧ୍ୟମରେ ହେବା କଥା ପ୍ରଥମରୁ ସ୍ଥିର ହୋଇସାରିଛି । ମହାତ୍ମାଗାନ୍ଧି ସେହି କଥା କହିଥିଲେ, ବିଭିନ୍ନ କମିଶନ ବି ସେୟା କହିଛନ୍ତି ଓ ଭାରତର ସମ୍ଵିଧାନ ମଧ୍ୟ ସେୟା କହିଛି-ଓଡ଼ିଶା ପାଇଁ ଓଡ଼ିଆ; ବଙ୍ଗପାଇଁ ବଙ୍ଗଳା । ତେଣୁ ହିନ୍ଦୀ ରାଜ୍ୟରେ ଆଞ୍ଚଳିକ ଭାଷାର ଅପମୃତ୍ୟୁ କିମ୍ଵା ଅବହେଳାର ପ୍ରଶ୍ନ ନାହିଁ; କିନ୍ତୁ ଭାଷାନୀତି ଏବେ ରାଜନୀତିଜ୍ଞମାନଙ୍କର ଏକ ଅସ୍ତ୍ରରେ ପରିଣତ ହୋଇଛି । ରାଜାଜୀ ୧୯୨୮ ମସିହାରେ ମାନ୍ଦ୍ରାଜରେ ହିନ୍ଦୀ ପ୍ରଚାର କରି କହିଥିଲେ, ଭାରତର ରାଷ୍ଟ୍ରଭାଷା ହେବ ହିନ୍ଦୀ; ଇଂରେଜି ପକ୍ଷରେ ତା ସମ୍ଭବ ନୁହେଁ । (୪) ସେ ପୁଣି ଏବେ ହିନ୍ଦୀ ବିରୁଦ୍ଧରେ ସଂକ୍ରିୟ ଆନ୍ଦୋଳନ ପାଇଁ ତିଆର । ଏବେ ଉତ୍ତରରେ ଦିଲ୍ଲୀ କର୍ପୋରେସନରେ ଅଫିସ କାର୍ଯ୍ୟ ହିନ୍ଦୀରେ ଚଳାଇବା ପାଇଁ ପ୍ରସ୍ତାବ ହେଉଥିଲାବେଳେ ଇଂରେଜିକୁ ଅନନ୍ତକାଳ ପାଇଁ ରଖିବା ଲାଗି ପ୍ରସ୍ତାବ ହେଉଛି ଦକ୍ଷିଣରେ ବାଙ୍ଗାଲୋରରେ । ଏଣେ ମାନ୍ଦ୍ରାଜରେ ରାଜାଜୀ କହୁଛନ୍ତି, ହିନ୍ଦୀକୁ ଆମେ ମୋଟେ ରାଷ୍ଟ୍ରଭାଷା କରେଇ ଦେବୁ ନାହିଁ; ତେଣେ ଦିଲ୍ଲୀରେ ଲୋହିଆ କହୁଛନ୍ତି–ଇଂରେଜିକୁ ଉଠାଇବା ତାଙ୍କ ଦଳର ମିନିମମ୍ ପ୍ରୋଗ୍ରାମ ! ମଝିରେ ନିଶ୍ଚିନ୍ତ ଥିବା ଲୋକେ ଭାବୁଛନ୍ତି-ହଉ ଦେଖାଯାଉ ।

 

୧.

ଲୋକଙ୍କର ଭାଷାତାତ୍ତ୍ଵିକ ଚେତନାର ଅଭାବ ।

୨.

ହିନ୍ଦୀଲୋକଙ୍କର ଉର୍ଦ୍ଦୁପ୍ରତି ଅସହିଷ୍ଣୁତା ଓ ହିନ୍ଦୀ ପ୍ରଚାର ପାଇଁ ଅଯଥା ତତ୍ପରତା ।

୩.

ହିନ୍ଦୀ ବିରୁଦ୍ଧରେ ବାହାର ପ୍ରଚାର ଓ ହିନ୍ଦୀ ସାମ୍ରାଜ୍ୟବାଦର ଅଭିଯୋଗ ।

୪.

ହିନ୍ଦୀ ସ୍ଥାନରେ ରାଷ୍ଟ୍ରଭାଷା ସଂସ୍କୃତ କିମ୍ଵା ଉତ୍ତରରେ ହିନ୍ଦୀ, ଦକ୍ଷିଣରେ ତାମିଲ ।

୫.

ହିନ୍ଦୀ ଓ ରାଜନୀତି, ରାଜଗୋପଳାଚାରୀ ଓ ଲୋହିଆ ।

Image

 

ଲଡ଼କା ଜାତା, ଲଡ଼କୀ ଜାତୀ ହୈ

 

ସମ୍ଵିଧାନରେ ହିନ୍ଦୀ ରାଷ୍ଟ୍ରଭାଷାରୂପେ ଗୃହୀତ ହୋଇଥିବାରୁ ସମସ୍ତଙ୍କୁ ହିନ୍ଦୀ ଶିଖିବାକୁ ପଡ଼ିବ । ତେଣୁ ହିନ୍ଦୀଭାଷାକୁ ନାନାଲୋକେ ନାନା ଦୃଷ୍ଟିକୋଣରୁ ବିଚାର କରିବା ସ୍ଵାଭାବିକ । ଅଧିକାଂଶ ଅହିନ୍ଦୀଭାଷା ଲୋକ ହିନ୍ଦୀଭାଷାର ଲିଙ୍ଗ ବିଷୟରେ ଅଭିଯୋଗ କରିଥାନ୍ତି । ଇଂରେଜି ଓ ଆନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ସାଧାରଣତଃ ତିନିଟି ଲିଙ୍ଗ ଦେଖାଯାଏ–ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ ଓ କ୍ଲୀବଲିଙ୍ଗ; ଅର୍ଥାତ୍ ଯେଉଁ ଶବ୍ଦ ପୁରୁଷବାଚକ ତାହା ପୁଂଲିଙ୍ଗ, ଯାହା ସ୍ତ୍ରୀବାଚକ ତାହା ସ୍ତ୍ରୀଲିଙ୍ଗ ଓ ଯାହା ନିର୍ଜାବ ତାହା କ୍ଳୀବଲିଙ୍ଗ; ଯଥା–ନର ପୁଂଲିଙ୍ଗ, ନାରୀ ସ୍ତ୍ରୀଲିଙ୍ଗ ଓ ଫଳ କ୍ଲୀବଲିଙ୍ଗ-। କିନ୍ତୁ ହିନ୍ଦୀରେ ସାରା ଶବ୍ଦ-ସଂସାରଟା ଦୁଇଭାଗରେ ବିଭକ୍ତ, ହେଲେ ପୁରୁଷ ନହିଲେ ନାରୀ, ଅର୍ଥାତ୍ ଯେ କୌଣସି ଶବ୍ଦ ପୁଂଲିଙ୍ଗ ହେବ ନଚେତ୍ ସ୍ତ୍ରୀଲିଙ୍ଗ ହେବ, କ୍ଳୀବଲିଙ୍ଗର ପ୍ରଶ୍ନ ନାହିଁ-। କିନ୍ତୁ କେଉଁ ଶବ୍ଦଟା ପୁଂଲିଙ୍ଗ ହେବ ଓ କେଉଁ ଶବ୍ଦଟା ସ୍ତ୍ରୀଲିଙ୍ଗ ହେବ ଜାଣିବା ଭାରି ମୁସ୍କିଲ-। ଦେହର ଅଙ୍ଗପ୍ରତ୍ୟଙ୍ଗ କଥା ଦେଖନ୍ତୁ । ମୁହଁ, ନାକ, ଦାନ୍ତ, ଓଠ ଶବ୍ଦ ପୁଂଲିଙ୍ଗ କିନ୍ତୁ ଆଖି, ନାକ, ନିଶ, ଦାଢ଼ି ସ୍ତ୍ରୀଲିଙ୍ଗ । ହସିବାର କଥା, ଯେଉଁ ନିଶ, ଦାଢ଼ି ମନୁଷ୍ୟର ପୁରୁଷଚାର ନ୍ୟୂନତମ ଲକ୍ଷଣ, ହିନ୍ଦୀରେ ତାହା ସ୍ତ୍ରୀଲିଙ୍ଗ । ଶକ୍ତି ଯଦି ଦୁନିଆରେ କାହାର ଥାଏ, ସେ ହେଉଛନ୍ତି ସରକାର ଏବଂ ପୁଲିସ । ସେହିମାନେ ହେବାକଥା ପୁରୁଷ ପୁଙ୍ଗବ ଅର୍ଥାତ୍ ପୁଂଲିଙ୍ଗ । କିନ୍ତୁ ହିନ୍ଦୀଭାଷାରେ ପୁଲିସ ଆଉ ସରକାର ଦୁହିଁକି ଦୁହେଁ ସ୍ତ୍ରୀ । ଏ ବିଷୟରେ ଗୋଟାଏ ମଜାକଥା ଶୁଣାଯାଏ । ଥରେ ଜଣେ ହିନ୍ଦୀ ଭଦ୍ରଲୋକ ତାଙ୍କର ଗୋଟିଏ ଲେଖା ସାଙ୍ଗରେ ନେଇ ଜଣେ ଅହିନ୍ଦୀ ବଡ଼ଲୋକଙ୍କ ନିକଟକୁ ଗଲେ-। ସେ ଯାଇଥିଲେ ତାଙ୍କଠୁ ଗୋଟିଏ ଭୂମିକା ଲେଖାଇ ଆଣିବେ ବୋଲି । ଅହିନ୍ଦୀ ଭଦ୍ରଲୋକ ପାଣ୍ତୁଲିପିର କିଛି ଅଂଶ ପଢ଼ି ଦେଖିଥିଲେ–ସେଥିରେ ପୁଲିଙ୍ଗ ଓ ସରକାର ଶବ୍ଦ ସ୍ତ୍ରୀ ଲିଙ୍ଗରେ ବ୍ୟବହୃତ ହୋଇଛି । ତାକୁ ଦେଖି ସେ ପରିହାସ କରି କହିଲେ ଯେଉଁ ଭାଷାରେ ସରକାର ଓ ପୁଲିସଙ୍କ ପରି ଶକ୍ତିମାନେ ମଧ୍ୟ ସ୍ତ୍ରୀ ଲିଙ୍ଗରେ ବ୍ୟବହୃତ ହୁଅନ୍ତି, ଯେପରି ଭାଷାକୁ ମୁଁ ଉତ୍ସାହିତ କରିବାକୁ ଚାହେଁ ନାହିଁ । ହୋଇପାରେ, ଏଟା ଗୋଟାଏ ଗଳ୍ପ । କିନ୍ତୁ ହିନ୍ଦୀଲିଙ୍ଗ ବିରୁଦ୍ଧରେ ଅହିନ୍ଦୀ ଲୋକଙ୍କର ପ୍ରତିକ୍ରିୟା ଏଥିରୁ ଲକ୍ଷ୍ୟ କରିବାର କଥା । ହିନ୍ଦୀରେ କେବଳ ବିଶେଷ୍ୟ ବିଶେଷଣ ନୁହନ୍ତି, କ୍ରିୟା ଓ ବିଭକ୍ତି ମଧ୍ୟ ଲିଙ୍ଗ ଅନୁସାରେ ବଦଳିଯାନ୍ତି । ଲଡ଼କା ଆତା ହୈ, ଲଡ଼କୀ ଆତୀ ହୈ; ପୁଣି ଲଡ଼କେ କା କାନ, ଲଡ଼କେ କୀ ଆଖ । ଆତା, ଆତୀ, କା, କୀ, ସବୁ ଲିଙ୍ଗ ଅନୁସାରେ ଭିନ୍ନ । ପ୍ରକୃତରେ ହିନ୍ଦୀରେ ଏ ଲିଙ୍ଗ ବ୍ୟାପାର ଏତେ କଠିନ ଯେ ଖୋଦ ହିନ୍ଦୀବାଲା ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି । ମୁଁ ଏମିତ କେତେକ ବଡ଼ ବଡ଼ ହିନ୍ଦୀ ଲୋକଙ୍କୁ ଜାଣେ, ଯେଉଁମାନେ ସଭାମଞ୍ଚରେ ଭାଷଣ ଦେଇସାରି ଶବ୍ଦର ସଠିକ ଲିଙ୍ଗ ଜାଣିବା ପାଇଁ ଘରେ ଆସି ଶବ୍ଦକୋଷ ଦେଖନ୍ତି । ତେଣୁ ଅନେକ ଅହିନ୍ଦୀ ଲୋକ କହନ୍ତି-ହିନ୍ଦୀର ଏହି ଲିଙ୍ଗ ବିଚାରକୁ ସରଳ କରି ଦିଆଯାଉ, ନଚେତ୍ ହିନ୍ଦୀ ଶିଖିବା ଭାରି କଷ୍ଟକର ହେବ ।

ଏହି ଦୃଷ୍ଟିରୁ ପୃଥିବୀର ଆଉ କେତେକ ଭାଷାକଥା ବିଚାର କଲେ ହୁଏ ତ ଆମକୁ କିଛି ସିଦ୍ଧାନ୍ତ ମିଳିଯାଇପାରେ । ଆଚ୍ଛା, ପ୍ରଥମେ ଫରାସୀ ଭାଷାକଥା ଦେଖାଯାଉ । ଆଗେ ଯେତେବେଳେ ଇଂରେଜି ଏତେ ପ୍ରଭାବଶାଳୀ ହୋଇ ନ ଥିଲା, ଫରାସୀ ଥିଲା ସମଗ୍ର ୟୁରୋପର ଏକପ୍ରକାର ଆନ୍ତଃରାଷ୍ଟ୍ରୀୟ ଭାଷା । ଫରାସୀ ଭାଷାରେ ଲିଙ୍ଗ ଗଣ୍ତଗୋଳ କମ୍ ନୁହେଁ । ହାତ ଯଦି ସ୍ତ୍ରୀ, ଗୋଡ଼ ହେବ ପୁରୁଷ; କଲମ ଯଦି ସ୍ତ୍ରୀ, ବହି ହେବ ପୁରୁଷ । କିନ୍ତୁ ଫରାସୀଭାଷାରୁ ଲିଙ୍ଗ ବିଚାରକୁ ଉଠାଇ ତାକୁ ସରଳ କରିବାର ଚେଷ୍ଟା ତ କେବେ ହେବାର ଶୁଣାନାହିଁ । ଆଚ୍ଛା, ଏତେଦୂର ଯିବା ଦରକାର କ’ଣ ? ହାତରେ ଶଙ୍ଖା ଥାଉଁ ଥାଉଁ ଦର୍ପଣ ଖୋଜା କାହିଁକି ? ଆମ ସଂସ୍କୃତ ଭାଷାକଥା ଦେଖାଯାଉ । ସଂସ୍କୃତ ଭାଷା ନା ଧରିଲେ ପିଲାମାନେ ଭିଡ଼ ବୋଲି କହୁଛନ୍ତି, ଅଥଚ ତାକୁ ସରଳ କରିଛି କିଏ ? ସଂସ୍କୃତରେ ସେହି ଏକା ଅର୍ଥରେ ବ୍ୟବହୃତ ସ୍ତ୍ରୀ ଶବ୍ଦ ସ୍ତ୍ରୀ ଲିଙ୍ଗ, କଳତ୍ର କ୍ଳୀବଲିଙ୍ଗ, କିନ୍ତୁ ଦାରା ଶବ୍ଦ ପୁଂଲିଙ୍ଗ । ପୁଣି ଏକା ଘଟ ଶବ୍ଦ ସେହି ପୁଂଲିଙ୍ଗ, ସେହି ସ୍ତ୍ରୀଲିଙ୍ଗ, ସେହି କ୍ଲୀବଲିଙ୍ଗ-ଘଟଃ, ଘଟାଃ, ଘଟଂ । ସବୁଭାଷାରେ ବି ଏକପ୍ରକାର ଗଣ୍ତଗୋଳ ନ ଥାଏ; ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ଅସୁବିଧା । କିନ୍ତୁ ଅଭ୍ୟସ୍ତ ହୋଇଗଲେ ବିଶେଷ କିଛି ଜଣାପଡ଼େ ନାହିଁ । ଇଂରେଜି ଭାଷାରେ ଯେଉଁ ସ୍ପେଲିଂ ପାଗଳାମି ଅଛି, ତା କ’ଣ ପୃଥିବୀର ଆଉ କେଉଁ ଭାଷାରେ ଅଛି ? Knight ଶବ୍ଦର K ଓ gh ଏବଂ Know ଶବ୍ଦର K ଓ W କୁ ଦେଖିଲେ ଇଂରେଜି ଜାତି ଗୋଟିଏ ବୁଦ୍ଧିମାନ ଜାତିବୋଲି କିଏ ବିଶ୍ଵାସ କରିପାରିବ ? ଇଂରେଜି ଜାତିର ଏ ପାଗଳାମିକୁ ସାରା ପୃଥିବୀ ସହ୍ୟ କରି ରହିଛି । ଇଂରେଜି ଲୋକେ କେତେ ବିଦ୍ରୋହ କଲେଣି, କିଛି ହୋଇ ନାହିଁ । ଆମେରିକା ଲୋକେ ଯେଉଁ ଗୋଟାଏ ଅଧେ ବନାନ ବଦଳାଇଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ।

ଅବଶ୍ୟ ଗଲାବର୍ଷଠାରୁ ଇଂଲଣ୍ତର କେତେକ ସ୍କୁଲରେ ୨୬ ଅକ୍ଷର ଜାଗାରେ ୪୨ ନା ୪୩ଟା ଅକ୍ଷର ପରୀକ୍ଷା ସ୍ଵରୂପ ଚାଲୁ କରାଯାଇଛି । ଏହିହେଲା ଭାଷାମାନଙ୍କର ଇତିହାସ । ଫ୍ରେଞ୍ଚ୍ ସିନା ଆମେ ପଢ଼ୁନାହୁଁ, ସଂସ୍କୃତ ଓ ଇଂରେଜି ତ ପଢ଼ୁଛୁ । ସଂସ୍କୃତ ଭିଡ଼ ଲାଗିବାର କରାଣ–ଆମେ ତାକୁ ବହିରେ ପଢ଼ୁଛୁ, କିନ୍ତୁ ପାଟିରେ କଥାବାର୍ତ୍ତା କରୁନାହୁଁ । କିନ୍ତୁ ହିନ୍ଦୀ ଗୋଟାଏ ଜୀବନ୍ତ ଭାଷା ହୋଇଥିବାରୁ ବାରମ୍ଵାର ଅଭ୍ୟାସରେ ଅନେକ ତ୍ରୁଟି ସୁଧୁରିଯିବା ଅବଶ୍ୟ ଶିଖିବାର ଇଚ୍ଛା ନ ଥିଲେ ଅନେକ କଥା କୁହାଯାଇ–ପାରେ । ‘ଯେ ଯାହାକୁ ଦେଖି ନ ପାରେ, ଉଆଁସ ଅନ୍ଧାରେ ଉଙ୍କୁଣି ମାରେ ।’ ଆମପାଇଁ ତେଲୁଗୁ ଭାଷା କେଡ଼େ କଠିନ । ଅଥଚ ଅଫିସରମାନେ ବରହମପୁରରେ କେବଳ ବର୍ଷେ ରହିଗଲେ ତେଲୁଗୁ କହିପାରୁଛନ୍ତି । ସେମିତ ଭାବି ବସିଲେ ପ୍ରତ୍ୟେକ ଭାଷାରେ କିଛି ନା କିଛି ନୂତନତା ଅଛି, ଯାହା ଅନ୍ୟଭାଷାରେ ନ ଥିବା ସ୍ଵାଭାବିକ । ତେଣୁ ହିନ୍ଦୀ ଭାଷାରେ ଲିଙ୍ଗ ବିଚାରକୁ କେବଳ ଆଳ କରି ଲୋକେ ଶିଖିପାରିବେ ନାହିଁ । କହିବା କେତେଦୂର ସମୀଚୀନ, ବିଚାର କରିବାର କଥା । ଆମେରିକାନ୍ ସୈନ୍ୟମାନେ ଚାରିମାସରେ ଚୀନ ଓ କୋରିଆ ଭାଷା ଶିଖି ସୁଦ୍ଧକ୍ଷେତ୍ରକୁ ଚାଲି ଯାଉଛନ୍ତି । ସେଇଟା କେମିତି ସମ୍ଭବ ହେଉଛି ? ଚୀନ କିମ୍ଵା କୋରିଆ ଭାଷାକୁ ସରଳ କରିବାର କ୍ଷମତା ସେମାନଙ୍କର ନାହିଁ । କିନ୍ତୁ ଭାଷା ଶିଖିବା ପଦ୍ଧତିକୁ ସରଳ କରିବାର କ୍ଷମତା ସେମାନଙ୍କର ଯଥେଷ୍ଟ ଅଛି । ସେଇଟା ଆମର ଶିଖିବାର କଥା । ହିନ୍ଦୀ ସହିତ ଭିନ୍ନ ଭିନ୍ନ ଆଞ୍ଚଳିକ ଭାଷାର ସାମ୍ୟ-ବୈଷମ୍ୟ ପରୀକ୍ଷା କରି ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଇଁ ହିନ୍ଦୀ ଶିଖିବାର ଭିନ୍ନ ଭିନ୍ନ ସରଳ ଉପାୟ ବାହାରକରିବା ଦରକାର । ସାତ ସମୁଦ୍ର ସେ ପାରିର ଇଂରେଜ ଭାଷା ଆମପାଇଁ ସହଜ ହୋଇଯାଉଛି; ଅଥଚ ଏକ ସମଧର୍ମୀ ପଡ଼ୋଶୀ ଭାଷାର ଲିଙ୍ଗବିଚାର ଯୋଗୁଁ ଭାଷା ଆମକୁ ଏଡ଼େ କଠିନ ହୋଇଯାଉଛି ।

କିନ୍ତୁ ବର୍ତ୍ତମାନ ଯାହା ହେଲାଣି, ସେଥିରେ ହିନ୍ଦୀର ଲିଙ୍ଗ ବିଷୟରେ ବିଶେଷ ଚିନ୍ତିତ ହେବାର କିଛି ନାହିଁ । କେନ୍ଦ୍ରସରକାରଙ୍କ ବିଶେଷ ଚିନ୍ତିତ ହେବାର କିଛି ନାହିଁ । କେନ୍ଦ୍ରସରକାରଙ୍କ ବୈଜ୍ଞାନିକ ଶବ୍ଦାବଳୀ କମିଟି କହିଛନ୍ତି-ଟେକ୍ନିକାଲ ଶବ୍ଦମାନଙ୍କର ଲିଙ୍ଗ ବିଷୟରେ କୌଣସି ଧରାବନ୍ଧା ନାତି ରହିବ ନାହିଁ । ଆଞ୍ଚଳିକ ଭାଷାମାନଙ୍କରେ କୌଣସି ବୈଜ୍ଞାନିକ ଶବ୍ଦ ଯେଉଁ ଲିଙ୍ଗରେ ବ୍ୟବହୃତ ହେଉଥିବ, ହିନ୍ଦୀରେ ଲେଖିଲାବେଳେ ସେହି ଲିଙ୍ଗ ବ୍ୟବହାର କଲେ ଚଳିବ । ଉଦାହାରଣ ସ୍ଵରୂପ-ଓଡ଼ିଆରେ ଯଦି ‘ମୋଟର’ ପୁଂଲିଙ୍ଗ ହୁଏ, ତେବେ ଓଡ଼ିଆଲୋକେ ହିନ୍ଦୀରେ ମୋଟର ଆତା ହୈ ବ୍ୟବହାର କରି ପାରିବେ । ମୋଟର ଆତୀ ହୈ କହିବାର କୌଣସି ଆବଶ୍ୟକତା ନାହଁ ।

ଅହିନ୍ଦୀ ଲୋକଙ୍କୁ ହିନ୍ଦୀ ଶିଖିବା ପାଇଁ ଯେ ପରିଶ୍ରମ କରିବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ । କେଉଁ ଭାଷା ଶିଖିବା ପାଇଁ ଅବା ପରିଶ୍ରମ କରିବାକୁ ପଡ଼େ ନା ? ଇଂରେଜି ଭାଷା କ’ଣ ଲୋକେ ସେଇମିତି ଶିଖି ପକାଇଛନ୍ତି ? ଏକଥା ସ୍ଵୀକାର କରିବାକୁ ହେବ ଯେ ଇଂରେଜର ଅଧା ପରିଶ୍ରମରେ ହିନ୍ଦୀଭାଷା ଶିଖି ହୋଇଯିବ; ତା’ ଛଡ଼ା ଦେଢ଼ଶହ ବର୍ଷରେ ଇଂରେଜି ତ ସହର ଛାଡ଼ି ଗାଁକୁ ଯାଇ ପାରିଲା ନାହିଁ; କିନ୍ତୁ ତାର ଅଧାବର୍ଷରେ ଯେ ହିନ୍ଦୀ ଭାରତର ପ୍ରତ୍ୟେକ ଲୋକକୁ ସ୍ପର୍ଶ କରିବ, ଏଥିରେ ସନ୍ଦେହ ନାହିଁ । ଅହିନ୍ଦୀ ଲୋକେ ହିନ୍ଦୀ ନ ପଢ଼ି ମଧ୍ୟ ହିନ୍ଦୀ ସିନେମା ଦେଖନ୍ତି ଓ ବୁଝନ୍ତି । ତା’ର କାରଣ ହେଉଛି ହିନ୍ଦୀ ଅହିନ୍ଦୀ ଭିତରେ ସଂସ୍କୃତି-ସାମ୍ୟ ଥିବାରୁ ପରସ୍ପରକୁ ବୁଝିବା କଠିନ ହୁଏ ନାହିଁ । ଏହି ସଂସ୍କୃତି-ସାମ୍ୟ ଭାଷାଶିକ୍ଷାକୁ ସାହାଯ୍ୟ କରିବ, ଏଥିରେ ସନ୍ଦେହ ନାହିଁ । ଇଂରେଜି ସହିତ ସେ ସାମ୍ୟ ଆମର ନାହିଁ ।

କେନ୍ଦ୍ର ଓ ରାଜ୍ୟ ଭିତରେ ହିନ୍ଦୀ ଏକ ସଂଯୋଗ ଭାଷାରୂପେ ଚଳିବା ପରେ ପ୍ରତ୍ୟେକ ରାଜ୍ୟଭାଷାର ବିଭିନ୍ନ ବୈଶିଷ୍ଟ୍ୟ ସେହି କେନ୍ଦ୍ରୀୟ ଭାଷାରେ ଫୁଟିଉଠିବା ଉପରେ ଓଡ଼ିଆର ଏକ ଉଦାହରଣ ଦିଆଯାଇଛି; ତାରି ଉପରେ ଯେଉଁ ଏକ ଅଭିନବ ମିଶ୍ରିତ ହିନ୍ଦୀ (Hindi expressing composite culture) ତିଆରି ହେବ, ତାହା ହିଁ ଭାରତୀୟ ସମ୍ଵିଧାନର କଳ୍ପିତ ୟୁନିଅନ ହିନ୍ଦୀ । ଏଇଠି ଆପଣ ଲକ୍ଷ୍ୟ କରିବେ–ଏହି ହିନ୍ଦୀକୁ ଆୟତ୍ତ କରିବାପାଇଁ ଖୋଦ ହିନ୍ଦୀଲୋକଙ୍କୁ ମଧ୍ୟ କିଛି ନା କିଛି ଶ୍ରମ ସ୍ତ୍ରୀକାର କରିବାକୁ ପଡ଼ିବ । ଯେଉଁ ଜାତିର ଭାଷା ରାଷ୍ଟ୍ରଭାଷା ହୁଏ, ସେମାନଙ୍କର ଲାଭ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ କିଛି ନା କିଛି ମୂଲ୍ୟ ଦେବାକୁ ପଡ଼େ । ବର୍ତ୍ତମାନ ରେଡ଼ିଓ ହିନ୍ଦୀକୁ ସରଳ କରିବା ପାଇଁ ଯେଉଁ ଦୁଆ ଉଠିଛି, ତାକୁ ଇ ମନେ ପକାଇଲେ ଆପଣ କଥାଟା ଠିକ୍ ବୁଝିପାରିବେ । ସଂସ୍କୃତ ଶବ୍ଦ ମିଶାଇ ହିନ୍ଦୀକୁ ଗଢ଼ିବା ଫଳରେ ମାତ୍ର କେତେଟା ବର୍ଷରେ ଲୋକଙ୍କର ଆପତ୍ତି ଉଠିଲାଣି । ଦିଲ୍ଲୀ ଓ ପଞ୍ଜାବ ଲୋକଙ୍କ ପକ୍ଷରେ ତାହା ଅବୋଧ୍ୟ ହେଲାଣି । ଯେତେବେଳେ ଭାରତର ସବୁ ଭାଷାମାନଙ୍କର ବୈଶିଷ୍ଟ୍ୟ ଏଥିରେ ରୂପାୟିତ ହେବ, ସେତେବେଳେ ତାକୁ ଶିଖିବା ପାଇଁ ହିନ୍ଦୀଲୋକଙ୍କୁ ଅଧିକ ଶ୍ରମ କରିବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ । ସେଇଥିପାଇଁ ଜଣେ ବିଶିଷ୍ଟ ହିନ୍ଦୀ ଅଧ୍ୟାପକ ଡକ୍ଟର ଧୀରେନ୍ଦ୍ର ବର୍ମା ୟୁନିୟନ ହିନ୍ଦୀ ବିରୁଦ୍ଧରେ ଆପତ୍ତି କରି କହିଥିଲେ–‘ହିନ୍ଦୀ ଭାଷା ବରଂ ରାଜମୁକୁଟ ନ ପିନ୍ଧୁ, କିନ୍ତୁ କେନ୍ଦ୍ରୀୟ ହିନ୍ଦୀ ନାଁରେ ଏକ ଖେଚେଡ଼ିରେ ପରିଣତ ନ ହେଉ ।’ (୫) ତେଣୁ ଦେଖିବାର କଥା, ରାଷ୍ଟ୍ରଭାଷା ହିନ୍ଦୀ କେବଳ ଆମର ଚିନ୍ତାର କାରଣ ନୁହେଁ; ଯାହାଙ୍କ ‘ସାମ୍ରାଜ୍ୟବାଦ’ କଥା ଆମେ ଭାବୁଛୁ, ତାଙ୍କର ମଧ୍ୟ ଚିନ୍ତାର କାରଣ । ଆମେ ଯାହା ଭାବୁଛୁ ହିନ୍ଦୀ ଚଳିଲେ ସବୁ ସୁବିଧା ହିନ୍ଦୀ ଲୋକଙ୍କର ହେବ, ଅହିନ୍ଦୀ ଲୋକେ ହଇରାଣରେ ପଡ଼ିଯିବେ, କଥାଟା ସଂପୂର୍ଣ୍ଣ ସତ୍ୟ ମନେହୁଏ ନାହିଁ । ମୋଗଲ ଶାସନକାଳରେ ହିନ୍ଦୀ ନ ଚଳି ପାର୍ଶିଭାଷା ରାଜ୍ୟଭାଷାରୂପେ ଚଳିଲା । ଆକବରଙ୍କ ରାଜସ୍ଵମନ୍ତ୍ରୀ ରାଜା ଟୋଡ଼ରମଲ ଏକ ନିର୍ଦ୍ଦେଶନାମା ପଠାଇ ସବୁ କର୍ମଚାରୀଙ୍କୁ ପାର୍ଶି ପଢ଼ିବାକୁ ବାଧ୍ୟ କଲେ । ଫଳରେ ହିନ୍ଦୁମାନେ ପାର୍ଶିଭାଷାରେ ଏତେ ପାରଦର୍ଶୀ ହୋଇ ଉଠିଲେ ଯେ ସେମାନେ ମୁସଲମାନମାନଙ୍କୁ ପାର୍ଶି ପଢ଼ାଇଲେ । (India and ran through the ages, Asia, P) କେତେ ଲୋକ ଯେ ଭାବୁଛନ୍ତି ଦିନ ଆସିବ, ଅହିନ୍ଦୀ ଲୋକେ ହିନ୍ଦୀ ଲୋକଙ୍କୁ ହିନ୍ଦୀରେ ଟପିବେ, କଥାଟା ଅସମ୍ଭବ ନୁହେଁ; କାରଣ ଆଖି ଆଗରେ ଇତିହାସ ଅଛି । ସାଧନା ଥିଲେ ସବୁ ହେବ ।

୧.

ହିନ୍ଦୀ ଭାଷାରେ ଲିଙ୍ଗ ସମସ୍ୟା ।

୨.

ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ସମସ୍ୟା ।

୩.

ଜଟିଲ ଭାଷାର ସରଳ ଶିକ୍ଷାପଦ୍ଧତି ଦରକାର ।

୪.

ଟେକନିକାଲ ଶବ୍ଦମାନଙ୍କର ଲିଙ୍ଗ ବିଚାରରେ କୋହଳ ନୀତି ।

୫.

ଭାରତୀୟ ଭାଷାମାନଙ୍କର ବୈଶିଷ୍ଟ୍ୟ ନେଇ ଗଠିତ ହେବ ୟୁନିୟନ ହିନ୍ଦୀ ।

Image

 

Unknown

ନାଗରୀ ଓ ରୋମାନ୍ ଲିପି

 

ଗାନ୍ଧିଜୀଙ୍କର କଳ୍ପନା ଥିଲା ଭାରତର ରାଷ୍ଟ୍ରଭାଷା ହେବ ହିନ୍ଦୀ ହିନ୍ଦୁସ୍ତାନୀ ଓ ତାହା ଦୁଇ ପ୍ରକାର ଅକ୍ଷରରେ ଲେଖା ହେବ, ଦେବନାଗରୀ ଓ ପାର୍ଶି । କିନ୍ତୁ ବର୍ତ୍ତମାନ ଯେଉଁ ହିନ୍ଦୀ ହେଲା, ତାକୁ କେବଳ ଦେବନାଗରୀ ଅକ୍ଷରରେ ଲେଖିବାପାଇଁ ସ୍ଵୀକାର କରାଗଲା । ଉତ୍ତରପ୍ରଦେଶର ହିନ୍ଦୀଲୋକେ ଉର୍ଦ୍ଦୁ ବିରୁଦ୍ଧରେ ଯେତିକି, ତାର ଲିପି ବିରୁଦ୍ଧରେ ମଧ୍ୟ ସେତିକି । କିନ୍ତୁ ଭାରତରେ ଅନେକ ଅହିନ୍ଦୀ ଲୋକ ଅଛନ୍ତି, ଯେଉଁମାନେ ଦେବନାଗରୀ ଅକ୍ଷରକୁ ହଟାଇ ତା’ସ୍ଥାନରେ ରୋମାନ୍ ଲିପି ଅର୍ଥାତ୍ ଇଂରାଜି ଅକ୍ଷର ଚଳାଇବାକୁ ଚାହାନ୍ତି । ଇଂରେଜି ସପକ୍ଷରେ ଯୁକ୍ତି ହେଉଛି-ତାହା ଏକ ଆନ୍ତର୍ଜାତିକ ଲିପି । ତହିଁରେ ସର୍ଟହାଣ୍ତ, ଟାଇପରାଇଟିଂ, ପ୍ରିଣ୍ଟିଂ ଇତ୍ୟାଦି ପାଇଁ ବହୁ ସୁବିଧା ଅଛି । ତା’ ଛଡ଼ା ହିନ୍ଦୀ ଅପେକ୍ଷା ତାହା ଚଞ୍ଚଳ ଲେଖାଯାଇ ପାରିବ; କାରଣ ହିନ୍ଦୀ ଲେଖିବାବେଳେ ଯେତେ ଥର କଲମ ଉଠାଇବାକୁ ପଡ଼େ, ଇଂରେଜିରେ ତାହା ପଡ଼େ ନାହିଁ । ସେହି ଦୃଷ୍ଟିରୁ ସବୁ ଭାରତୀୟ ଲିପି ଉଠାଇ ରୋମାନ ଲିପି ଗ୍ରହଣ କରିବା ପାଇଁ କେହି କେହି କହନ୍ତି ।

 

ଆଜିକାଲି ଯୁଗରେ ଆନ୍ତର୍ଜାତିକ ଅର୍ଥାତ୍ ବିଶ୍ଵପ୍ରେମ କଥା ବହୁତ ଶୁଣାଯାଏ । କିନ୍ତୁ ଏହି ଆନ୍ତର୍ଜାତିକ ଯୁଗରେ ଜାତୀୟବାଦର ସ୍ଲୋଗାନ୍ ବି କମ୍ ନାହିଁ । ପ୍ରତ୍ୟେକ ଜାତି ନିଜକୁ ତଥା ନିଜର ବୈଶିଷ୍ଟ୍ୟକୁ ବଜାୟ ରଖିବା ପାଇଁ ତିଳେ ଘୁଞ୍ଚିବାକୁ ଚାହାନ୍ତି ନାହିଁ । ଜାପାନ ପରି ପ୍ରଗତିଶୀଳ ଜାତି ତ ଇଂରେଜି ଅକ୍ଷର ନେଇ ନାହିଁ, ସେହି ଜାପାନୀରେ କାମ ଚଳାଉଛି; ଆମର ଏତେ ତରବର ପଡ଼ିଛି କାହିଁକି ? ଦୁର୍ବଳ ପକ୍ଷରେ ସବୁଠୁ ଭଲ ଯୁକ୍ତି ହେଉଛି ବିଶ୍ଵପ୍ରେମ । ଭାରତର ସୀମା ଆନ୍ଦୋଳନରେ ନିଶ୍ଚୟ ଦେଖିଥିବେ, ଯେଉଁ ରାଜ୍ୟ ଯେତେ ଦୁର୍ବଳ, ତା’ର ଭାରତୀୟ ପ୍ରୀତି ସେତେ ବେଶି । ବଡ଼ ବଡ଼ ରାଜ୍ୟର ବିଭାଗ ହୋଇପାରିଲା ନାହିଁ; କିନ୍ତୁ ଛୋଟ ଛୋଟ ରାଜ୍ୟରୁ ଲୋକେ ସହଜରେ ମାରି ନେଇଗଲେ ଓ ଛୋଟ ଛୋଟ ରାଜ୍ୟମାନେ ସର୍ବଭାରତୀୟ ପ୍ରେମ ନାଁରେ ଚୁପ୍ ହୋଇ ରହିଗଲେ ଓ କ୍ଷତି ମଧ୍ୟ ସହିଲେ । ତେଣୁ ଇଂରେଜିଭାଷା ରହିଲେ ଆମେ ଆନ୍ତର୍ଜାତିକ କ୍ଷେତ୍ରରେ ବଡ଼ ହୋଇଯିବୁ ଓ ରୋମାନ୍ ଲିପିରେ ଲେଖିଲେ ସବୁ କାମ ଚଞ୍ଚଳ ହୋଇଯିବ, ଏ କଥା ଅନେକ ଲୋକ ସ୍ଵୀକାର କରିବାକୁ ରାଜି ନୁହଁନ୍ତି । ଚୀନର ଚିତ୍ରଲିପିରେ କିମ୍ଵା ଜାପାନର ଅର୍ଦ୍ଧଚିତ୍ର-ଲିପିରେ ତ ସେ ଦେଶମାନଙ୍କର କାମ ଅଟକି ଯାଉନାହିଁ କିମ୍ଵା ସେମାନେ ଆମ ପଛରେ ନାହାନ୍ତି । ସେମାନେ ଏତେ ପ୍ରଗତିଶୀଳ ଦେଶ ହୋଇ ମଧ୍ୟ ରୋମାନ୍‍ ଲିପି ନେଇନାହାନ୍ତି । ନୂତନ ଦେଶମାନଙ୍କ ମଧ୍ୟରୁ ରୋମାନ୍ ଲିପି ନେଇଛନ୍ତି କେବଳ ତୁର୍କୀ ଏବଂ ଇଣ୍ତୋନେସିଆ । କିନ୍ତୁ ନେହରୁଙ୍କ ପରି ଜଣେ ପ୍ରଗତିବାଦୀ ଇଂରେଜି ପ୍ରଭାବିତବ୍ୟକ୍ତି ମଧ୍ୟ ରୋମାନ୍ ଲିପିକୁ ପସନ୍ଦ କରିନାହାନ୍ତି । ଭାରତବର୍ଷର ବିଶିଷ୍ଟ ଭାଷାବିତ୍ ଡକ୍ଟର ସୁନୀତି କୁମାର ଚାଟର୍ଜୀ ରୋମାନ୍ ଲିପିର ପକ୍ଷପାତୀ । ଲିପିଦୃଷ୍ଟିରୁ ସମଗ୍ର ଭାରତ ଇଂରେଜି ସହିତ ସମାନ ହେବାପାଇଁ ସେ ଚାହାନ୍ତି ଓ ସେଥିରେ ଲେଖାପଢ଼ା ଚଞ୍ଚଳ ହେବ ବୋଲି ସେ ଭାବନ୍ତି । ତା’ ଯଦି ଠିକ୍ ହୋଇଥାଏ, ତେବେ ଭାରତୀୟ ଭାଷା ସମୁଦାୟ ପାଇଁ ହିନ୍ଦୀଲିପିକୁ ଗ୍ରହଣ କରିବା ଲାଗି ସେ ରାଜି ହେଉ ନାହାନ୍ତି କାହିଁକି ? ଯଦି ରୋମାନ୍ ଲିପି ହୋଇଗଲେ ଆମେ ଇଉରୋପୀୟ ଭାଷାମାନଙ୍କର ପାଖାପାଖି ହୋଇଯିବା, ଦେବନାରାରୀ ଲିପି ହେଲେ ତ ଅନ୍ତତଃ ସବୁ ଭାରତୀୟ ଭାଷା ପରସ୍ପରର ନିକଟବର୍ତ୍ତୀ ହୋଇଯିବେ । ଦେବନାଗରୀ ଲିପିରେ ଓଡ଼ିଆ କିମ୍ଵା ବଙ୍ଗଳା ଲେଖିଦେଲେ ହିନ୍ଦୀଲୋକଙ୍କ ପକ୍ଷରେ ବୁଝିବା ପାଇଁ ବିଶେଷ କଷ୍ଟ ହେବ ନାହିଁ । ତଥାପି ମଧ୍ୟ ସେ ଦେବନାଗରୀ ଲିପି ପାଇଁ ଏକମତ ନୁହନ୍ତି । ସେ ଲେଖିଛନ୍ତି–“ଭାଷା ଓ ଲିପି ପରସ୍ପର ସମ୍ପର୍କଯୁକ୍ତ । ବିଶେଷତଃ ଜନସାଧାରଣଙ୍କ ମନରେ ଏହି ଦୁଇଟି ସମ୍ପର୍କ ଅଙ୍ଗାଙ୍ଗୀ । କାରଣ ସେମାନେ ନିଜ ଭାଷା ଓ ଲିପିକୁ ଏକ କରି ଦେଖିଥାନ୍ତି । ଯେଉଁମାନେ ଦେବନାଗରୀ ଲିପିର ପକ୍ଷପାତୀ, ସେମାନେ ଭାବୁଛନ୍ତି–ଏହି ଲିପିଟି ପ୍ରବର୍ତ୍ତନ ହୋଇଗଲେ, ସମଗ୍ର ଭାରତବର୍ଷ ପାଇଁ ଭାଷା ମଧ୍ୟ ଗୋଟିଏ ହୋଇଯିବ । ପରିକଳ୍ପନା ବେଶ୍ ଲୋଭନୀୟ । ଯେଉଁମାନେ ନିଜ ମାତୃଭାଷା ଲାଗି ଦେବନାଗରୀ ଲିପି ବ୍ୟବହାର କରିଥାନ୍ତି, ସେମାନଙ୍କ ପକ୍ଷରେ ଏହା ସାନ୍ତ୍ଵନାଦାୟକ । ଅନ୍ୟ ପକ୍ଷରେ ଯେଉଁମାନେ ଦେବନାଗରୀ ସହିତ ପରିଚିତ ନୁହନ୍ତି, ଏହି ପରିକଳ୍ପନା ସେହି ସବୁ ହତଭାଗ୍ୟଙ୍କ ପ୍ରତି ସ୍ଥୂଳ ନିଷ୍ଠୁରତାର ପ୍ରକାଶ ମାତ୍ର ।

 

“ମଣିଷର ସଂସ୍କୃତି କେତେ ପରିମାଣରେ ପ୍ରାଚୀନ ସଂସ୍କାର ଭଳି । ସେ ସେହି ସଂସ୍କୃତିକୁ ରକ୍ଷା କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥାଏ । ସାଂସ୍କୃତିକ କ୍ଷେତ୍ରରେ ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ ରହିବା ଦୂଷଣୀୟ ନୁହେଁ । ତେଣୁ ସେହି ବୈଶିଷ୍ଟ୍ୟରକ୍ଷା ଉଦ୍ୟମକୁ ଅନ୍ଧଧାରଣା କିମ୍ଵା ଭାବାବେଗ ବୋଲି କହିବା ଠିକ୍ ନୁହେଁ ।” (ଲିପି ସମସ୍ୟା, ସାହିତ୍ୟ ସମାଚାର, ଦ୍ଵିତୀୟ ବର୍ଷ, ଦ୍ଵିତୀୟ ସଂଖ୍ୟା-ଜୁଲାଇ, ୧୯୬୩) ।

 

ଡକ୍ଟର ଚାଟାର୍ଜୀ ଯାହା କହିଛନ୍ତି, ତାହା ଯଥାର୍ଥ । ତେଣୁ ଦେବନାଗରୀ ଏହି ଦେଶର ଲିପିହୋଇ ମଧ୍ୟ ଆମେ ଯଦି ତା ସପକ୍ଷରେ ଅନ୍ୟାନ୍ୟ ଭାରତୀୟ ଲିପିମାନଙ୍କୁ ବଦଳାଇବାକୁ ଚାହୁଁ ନା ଅର୍ଥାତ୍ ଓଡ଼ିଆ, ଆସାମୀ, ତେଲଗୁ, ତାମିଲ ପ୍ରଭୁତି ଭାଷାକୁ ଦେବନାଗରୀ ଲିପିରେ ଲେଖି ଆମର ପରମ୍ପରାଗତ ବୈଶିଷ୍ଟ୍ୟକୁ ନଷ୍ଟ କରିବାକୁ ଚାହୁଁ ନା, ତେବେ ଏକ ସଂପୂର୍ଣ୍ଣ ଅବୈଜ୍ଞାନିକ ବିଦେଶୀ ଲିପିରେ ଭାରତୀୟ ଭାଷାମାନଙ୍କୁ ଲେଖିବୁ କାହିଁକି ? ସଟହାଣ୍ତ ଇତ୍ୟାଦି ସୁବିଧା ଅଛି ବୋଲି ଯାହା କୁହାଯାଉଛି, ଆଜିର ଏହି ରକେଟ ଯୁଗରେ ଭାରତୀୟ ଭାଷାମାନଙ୍କରେ ସେହି ସୁବିଧା କରିବା ପାଇଁ ବେଶି ସମୟ ଲାଗିବା କଥା ନୁହେଁ । ଖାଲି ମନ ଥିଲେ ହେଲା ।

 

ଦେବନାଗରୀ ଲିପିର ମସ୍ତକ ଭାଗରେ ଶିରୋରେଖା ରହୁଥିବାରୁ ଲେଖିଲାବେଳେ ସେହି ରେଖା ଟାଣିବା ପାଇଁ ସମୟ ଲାଗେ । କିନ୍ତୁ ଗୁଜରାଟୀ ଲିପି ଦେବନାଗରୀ ସହିତ ସମାନ ହେଲେ ମଧ୍ୟ ସେଥିରେ ଶିରୋରେଖା ନ ଥିବାରୁ ତାହା ଚଞ୍ଚଳ ଲେଖିହୁଏ । ଗୁଜରାଟୀ ଲେଖା ପାଇଁ ଯେତିକି ସମୟ ଲାଗେ, ଦେବନାଗରୀ ଲେଖା ପାଇଁ ତାର ଏକ ଚତୁର୍ଥାଂଶ ସମୟ ଅଧିକ ଲାଗେ । ତେଣୁ ଭାରତ ସରକାରଙ୍କର ଭାଷାତତ୍ତ୍ଵ କମିଟି ଶିରୋରେଖାକୁ ନ ରଖିବା ପାଇଁ ମତ ଦେଇଛନ୍ତି ଓ ସେହି ଲିପିକୁ ସରଳ କରିବା ପାଇଁ ଆହୁରି ଚିନ୍ତା ମଧ୍ୟ କରୁଛନ୍ତି । ଲିପିମାଳା ନିଜ ଭାଷାର କାମ ଚଳାଇବା ପାଇଁ ଉପଯୁକ୍ତ ହୋଇପାରିନାହିଁ ଓ ଯହିଁରେ ଲିଖିତ ଭାଷାକୁ ଶୁଦ୍ଧଭାବରେ ପଢ଼ିବା ପାଇଁ ଫୋନେଟିକ୍ ଅକ୍ଷରର ସାହାଯ୍ୟ ନିଆଯାଉଛି, ତାହା ଆମ ଦେଶ ଭାଷାମାନଙ୍କର କାମ ଚଳାଇବା ପାଇଁ କେତେଦୂର ଯୋଗ୍ୟ ହେବ, ବିଚାର କରିବାର କଥା । ଇଂରେଜି ଅକ୍ଷରରେ ଶାଳଗାଁ, ସଉତୁଣୀ, କାଳିଆପାଳ, ଆକାଙ୍‍କ୍ଷା, ଯଜ୍ଞ ପ୍ରଭୃତି ଶବ ଲେଖି ସେହି ସେହି ଶଦ୍ଧ ନ ଜାଣିଥିବା ଜଣେ ଲୋକକୁ ପଢ଼ିବାକୁ ଦେଇ ପରୀକ୍ଷା କରନ୍ତୁ; ଲିପିରୁ ଉଚ୍ଚାରଣଟା କେମିତି ବଢ଼ିଆ ହେଉଛି ।

 

‘ମଡ଼ନ’ ବୋଲି ଓଡ଼ିଆରେ ନାଁ ନାହିଁ ବୋଲି ସିନା ଆମେ ‘Madan’ ଶବ୍ଦକୁ ‘ମଦନ’ ବୋଲି ପଢ଼ୁଛୁ, ନଚେତ୍ ଯଦି ମଡ଼ନ ବୋଲି ଗୋଟାଏ ନଥାନ୍ତା, ତା ହେଲେ ଇଂରେଜି ଅକ୍ଷରରେ ଲେଖି ‘ମଦନ’ ‘ମଡ଼ନ’ ଦି ଜଣକୁ ଭିନ୍ନକରି ପଢ଼ିବା କଷ୍ଟ ହୁଅନ୍ତା । ଆମ ତ, ଥ, ଦ, ଧ, ଡ, ଢ, ଣ, ଳ, ଙ, ଞ୍ଜ, ପାଇଁ ଇଂରେଜି ଅକ୍ଷର କାହିଁ ? ତଥାପି ମଧ୍ୟ ନାଗରୀ ଅକ୍ଷରରେ ଲିଖିତ ସଂସ୍କୃତଭାଷାକୁ ସାହେବମାନେ ଇଂରେଜି ଅକ୍ଷରରେ ଲେଖୁଥିଲେ । ଆପଣ ସେ ଲେଖା ନିଶ୍ଚୟ ଦେଖିଥିବେ । ସେଥିରେ ତଳେ ଉପରେ କେତେ ଡଟ୍ ଡାଶ୍ ଲଗା ହୋଇଥାଏ-। ଚଞ୍ଚଳ ଲେଖିବା ପାଇଁ ଡଟ୍ ଡାଶଗୁଡ଼ିକ ଯେତିକି ଅସୁବିଧା, ପ୍ରିଣ୍ଟିଂପାଇଁ ତାଠୁ ଅଧିକ ଅସୁବିଧା । ଯଦି ଡଟ୍ ଡାଶ ଗ୍ରହଣ କରା ନ ଯାଏ, ତା ହେଲେ ଅଧିକ ଅକ୍ଷର ଯୋଡ଼ିବାକୁ ହେବ । ଏତେ ମୁଣ୍ତବ୍ୟଥା ହେବା ଅପେକ୍ଷା ଦେବନାଗରୀ ଚଳାଇବା ଭଲ । ଏ ଦେଶର ଲୋକେ ଯଦି ଅନ୍ୟସବୁ କ୍ଷେତ୍ରରେ ଚଞ୍ଚଳ କାମ କରନ୍ତେ, ତେବେ ଲେଖାକାମରେ ଯେତିକି ଡେରି ହୁଅନ୍ତା, ତା ଅନ୍ୟତ୍ର ମେଣ୍ଟିଯାନ୍ତା । ଯେଉଁ ଦେଶରେ ଜାନୁଆରୀରେ ଛୁଟି ମାଗିଲେ ଜୁନରେ ବି ଜବାବ ମିଳେନାହିଁ, ଜୀଇ ଥାଉଁ ଥାଉଁ ଡାକ୍ତରଖାନାରେ ସିଟ୍ ମାଗିଲେ ମଲା ପରେ ସିଟ୍ ମିଳେ, ସେହି ଦେଶରେ ସମୟର ମୂଲ୍ୟଟା ଏତେ ବେଶି ଯେ ନାଗରୀରେ ଲେଖିଲେ ଡେରି ହୋଇଯିବ ବୋଲି ଇଂରେଜି ଅକ୍ଷରରେ ଲେଖିବା ଦରକାର ।

 

ହିନ୍ଦୀକୁ କେବଳ ନାଗରୀରେ ନ ଲେଖି ନାଗରୀ ଓ ଫାରଶି ଦୁଇ ପ୍ରକାର ଅକ୍ଷରରେ ଲେଖିବା ପାଇଁ ସ୍ଵୀକାର କରିଥିଲେ ଭଲ ହୋଇଥାନ୍ତା । ଭାରତୀୟ ମୁସଲମାନମାନଙ୍କ ପାଇଁ ସେଟା ଅଧିକ ସୁବିଧାଜନକ ହୋଇପାରି ଥାଆନ୍ତା । ଉର୍ଦ୍ଦୁ ଅକ୍ଷରକୁ ଗ୍ରହଣ କରିବା ପାଇଁ ଗାନ୍ଧିଜୀ ସେଥିପାଇଁ ବରାବର କହୁଥିଲେ । ଇଂଲଣ୍ତ ଓ ଆମେରିକାବାସୀଙ୍କ ମଧ୍ୟରେ ପ୍ରଥମାବସ୍ଥାରୁ ଭାରି ଶତ୍ରୁତା ଥିଲା । କିନ୍ତୁ ସେମାନଙ୍କର ଭାଷା ଓ ଲିପି ଏକ ଥିବାରୁ କାଳକ୍ରମେ ସେ ଶତ୍ରୁତା ଯାଇ ସେମାନେ ହେଲେ ଏକପ୍ରକାର ବନ୍ଧୁ । ଆଜି ହୁଏ ତ ହିନ୍ଧୁ ମୁସଲମାନମାନଙ୍କ ଭିତରେ ବିଦ୍ଵେଷ ଅଛି, ଭାରତ ପାକିସ୍ତାନ ଭିନ୍ନ ଭିନ୍ନ ହୋଇଯାଇଛନ୍ତି । କିନ୍ତୁ ଉର୍ଦ୍ଦୁ ଲିପିକୁ ଜାତୀୟ ସ୍ତରରେ ରଖିଥିଲେ ଭବିଷ୍ୟତରେ ସେହି ଲିପି ଜରିଆରେ ଆମମାନଙ୍କର ମିତ୍ରତାର ମାର୍ଗ ସୁଗମ ହୋଇଥାନ୍ତା ।

 

୧.

ଦେବନାଗରୀ ସ୍ଥାନରେ ରୋମାନ୍ ଲିପି ପ୍ରବର୍ତ୍ତନ କେତେକଙ୍କର ମତ ।

୨.

ଚୀନରେ ଚିତ୍ରଲିପି ଓ ଜାପାନରେ ଅର୍ଦ୍ଧଚିତ୍ରଲିପି ଏପର୍ଯ୍ୟନ୍ତ ପ୍ରଚଳିତ ।

୩.

ଶୀଘ୍ର ଲିଖନ ପାଇଁ ଦେବନାଗରୀ ଲିପିରେ ପରିବର୍ତ୍ତନ ।

୪.

ଅବୈଜ୍ଞାନିକ ରୋମକ ଲିପିମାଳା ଭାରତୀୟ ଭାଷାମାନଙ୍କ ପାଇଁ ଅନୁପଯୁକ୍ତ ।

Image

 

ଫୁଟାନୀ କୀ ଡିବିୟା ଓ କଣ୍ଠ କୌପୀନ

 

ଜଣେ ଶିକ୍ଷିତବ୍ୟକ୍ତି ହିସାବରେ ଆପଣ ମାତୃଭାଷା ଛଡ଼ା ହିନ୍ଦୀ, ଇଂରେଜି, ସଂସ୍କୃତ କିମ୍ଵା ବଙ୍ଗଳା ପ୍ରଭୃତି ଅନ୍ୟ ଯେ କୌଣସି ଗୋଟାଏ ଅଧେ ଭାଷା ଜାଣିଥିବେ । ଆପଣ ନିଶ୍ଚୟ ଅନୁଭବ କରିଥିବେ-ଭାଷା, ଭାଷା ଭିତରେ ଅନେକ ତଫାତ୍ ଅଛି । ସେଇଥିପାଇଁ ଗୋଟାଏ ଭାଷା ଛାଡ଼ି ଆଉ ଗୋଟାଏ ଭାଷା ଶିଖିଲାବେଳକୁ କେତେକ ଅସୁବିଧା ହୁଏ । ସେହି ଦୃଷ୍ଟିରୁ ବିଚାର କଲେ ବ୍ୟକ୍ତି ଯାହା, ଦେଶ ସେୟା । ଗୋଟିଏ ଦେଶରେ ଗୋଟିଏ ଭାଷା ଅନେକ କାଳ ଚଳିଲା ପରେ, ତାକୁ ଛାଡ଼ି ଆଉ ଗୋଟିଏ ଭାଷା ଚଳାଇବାକୁ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଆମ ଦେଶର ବର୍ତ୍ତମାନ ସମସ୍ୟା ହେଉଛି ସେୟା । ବହୁ କାଳରୁ ଇଂରେଜି ଆମର ରାଷ୍ଟ୍ରଭାଷାରୂପେ ଚଳି ଆସୁଥିଲା, ଏବେ ଚଳିବାର କଥା ହେଉଛି ହିନ୍ଦୀ । ଇଂରେଜି ଗୋଟାଏ ଆନ୍ତର୍ଜାତିକ ଭାଷା । ଶହ ଶହ ବର୍ଷ ଧରି ଏହା ବହୁଭାବରେ ସମୃଦ୍ଧ ହୋଇଆସିଛି । ମାଳୟର ବାଉଁଶବଣରୁ ମେକ୍ସିକୋର ମରୁପ୍ରାନ୍ତର ପର୍ଯ୍ୟନ୍ତ ପୃଥିବୀରେ ଯେତେ ଜାତି, ଯେତେ ସଭ୍ୟତା ଅଛି ସବୁ ସଂସ୍କୃତ, ସଭ୍ୟତା, ସାହିତ୍ୟ ଓ ଶବ୍ଦକୋଷ ନେଇ ସେ ଭାଷା ସମୃଦ୍ଧ । ତା ତୁଳନାରେ ହିନ୍ଦୀ ମାତ୍ର କାଲିର କଥା । ତା ଛଡ଼ା ଇଂରେଜି ପ୍ରଭାବରେ ଭାରତୀୟ ଭାଷାଗୁଡ଼ିକ ଯେପରି ଅବହେଳିତ ଅବସ୍ଥାରେ ଥିଲେ, ସେଥିରେ ହିନ୍ଦୀ ବା ଆଗେଇ ପାରୁଥାନ୍ତା କାହିଁ ?

 

ଇଂରେଜି ଭାଷାର ସବୁଠୁ ବଡ଼ କଥା ହେଲା ବିଜ୍ଞାନ । ସେଥିରେ ସେତେ ବୈଜ୍ଞାନିକ ଶବ୍ଦ ଅଛି, ହିନ୍ଦୀ କିମ୍ଵା କୌଣସି ଭାଷାରେ ତା ସ୍ଵପ୍ନରେ ସୁଦ୍ଧା କଳ୍ପନା କରିହେବ ନାହିଁ । ଭାରତରେ ଶିକ୍ଷା-ମାଧ୍ୟମ ଇଂରେଜି ଥିବାରୁ ଆମ ଭାଷାଗୁଡ଼ିକ ବିଜ୍ଞାନର ଚିନ୍ତା ଧାରାକୁ ପ୍ରକାଶ କରିବା ପାଇଁ ଆରମ୍ଭ କରିନାହାନ୍ତି କହିଲେ ଚଳେ । ଏବେ କେତେବର୍ଷ ହେଲା ମାଟ୍ରିକ ସ୍ତରରେ ଭାରତୀୟ ଭାଷା ମାଧ୍ୟମରେ ଶିକ୍ଷା ଦିଆଯାଉଥିବାରୁ ଅଳ୍ପ କେତେକ ବିଜ୍ଞାନ ଶବ୍ଦ ଆମ ଭାଷାଗୁଡ଼ିକରେ ବ୍ୟବହୃତ ହେଉଛି । ଇଂରେଜିରୁ ଯେଉଁ ଶବ୍ଦଗୁଡ଼ିକ ଅନୁବାଦ କରି ନିଆଯାଇଛି, ସେମାନଙ୍କ ମଧ୍ୟରେ କୌଣସି ଏକରୂପତା ନାହିଁ । ସେ ଯେମିତି ପାଇଲେ ସେମିତି ଅନୁବାଦ କରି ଲେଖିଲେ । କିମ୍ଵା ଯଦି ଅନୁବାଦ ନ କରି ସିଧା ଇଂରେଜିରୁ ଉଠାଇ ନେଲେ, ତେବେ ଯେମିତି ଇଚ୍ଛା ସେମିତି ଲେଖିଲେ, ଯଥା-ମାଗ୍ନେସିୟମ୍, ମେଗ୍ନେସିୟମ୍, ମ୍ୟାଗ୍ନେସିୟମ୍ । ଏପରି ହେବାର କାରଣ ହେଉଛି ଯେ ଏ ବିଷୟରେ ଆମର କୌଣସି ଷ୍ଟାଣ୍ତାର୍ଡ଼ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଭାରତୀୟ ଭାଷାମାନଙ୍କରେ ପ୍ରଥମେ ଗୁଜରାଟୀରେ ପାରିଭାଷିକ ଶବ୍ଦାବଳି ତିଆର ହୋଇଥିଲା । ତା ପରେ ଯେତେବେଳେ ହିନ୍ଦୀ ରାଷ୍ଟ୍ରଭାଷା ହେବା ସପକ୍ଷରେ କଥା ଉଠିଲା, ସେତେବେଳେ ହିନ୍ଦୀରେ ପାରିଭାଷିକ ଶବ୍ଦାବଳି ତିଆର ହେବାକୁ ଆରମ୍ଭ ହେଲା । ବିଭିନ୍ନ ବେସରକାରୀ ସାହିତ୍ୟକ ସଂସ୍ଥାମାନେ ଏହି କାମରେ ଲାଗିଲେ । ଏ ସଂପର୍କରେ ସ୍ଵର୍ଗୀୟ ଡକ୍ଟର ରଘୁବୀର ଅନେକ କାମ କରି ଯାଇଛନ୍ତି । କିନ୍ତୁ ସେଥିରେ ସେ ବିଶେଷରୂପେ ଭାରତୀୟ ଭାବରେ ପ୍ରଭାବିତ ହୋଇ ଶବ୍ଦାବଳିକୁ ସଂସ୍କୃତ ଛାଞ୍ଚରେ ଢାଳି ପକାଇଛନ୍ତି । ତେଣୁ ସେଥିରୁ ଅନେକ ଶବ୍ଦ ବ୍ୟବହାରୋପଯୋଗୀ ହେବାର ସମ୍ଭାବନା ନାହିଁ । ବରଂ ସେହି ପ୍ରକାର ଶବ୍ଦଗୁଡ଼ିକୁ ଦୃଷ୍ଟିରେ ରଖି ଅହିନ୍ଦୀ ଲୋକେ ହିନ୍ଦୀକୁ ନାନାଭାବରେ ଉପହାସ କରନ୍ତି । ତଳେ ଯେଉଁ କେତୋଟି ହିନ୍ଦୀଶବ୍ଦର ଉଦାହରଣ ଦିଆଯାଇଛି, ସେଗୁଡ଼ିକ ଡକ୍ଟର ରଘୁବୀରଙ୍କ ଭାଷାକୋଷରେ ଅଛି କି ନାହିଁ, ମୁଁ ବ୍ୟକ୍ତିଗତ ଭାବରେ ଜାଣେନାହିଁ । କିନ୍ତୁ ସେହିପରି ଶବ୍ଦମାନଙ୍କୁ ଅହିନ୍ଦୀଲୋକେ ସାଧାରଣତଃ ଉଦାହରଣ ଦେଇ ଉପହାସ କରିଥାନ୍ତି ।

 

Vanity bag-

ଫୁଟାନୀ କୀ ଡିବିୟା

Telephone-

କାନ ଫୁସ୍‍ଫୁସ୍

Tie-

କଣ୍ଠ ଲଙ୍ଗୋଟ୍, କଣ୍ଠ କୌପୀନ

 

ହିନ୍ଦୀଲୋକେ ବରାବର ପ୍ରତିବାଦ କରି କହନ୍ତି ଯେ ଏଭଳି ଶବ୍ଦ କୌଣସି ପାରିଭାଷିକ ଶଦ୍ଦାବଳିରେ ନାହିଁ, ଏହା କେବଳ କେତେ ଲୋକଙ୍କର ମନଗଢ଼ା କଥା । ହିନ୍ଦୀକୁ ବଦ୍‍ନାମ କରିବାର ଶସ୍ତା ଉପାୟ ।

 

ଗଲା ବାରବର୍ଷ ହେଲା କେନ୍ଦ୍ର ସରକାର ଯେଉଁ ବୈଜ୍ଞାନିକ ଶଦ୍ଦାବଳି ପ୍ରସ୍ତୁତ କରୁଛନ୍ତି, ତହିଁରେ ଏପ୍ରକାର ଶବ୍ଦମାନଙ୍କର ସ୍ଥାନ ନାହିଁ । ସରକାର ଭାରତର ବିଶିଷ୍ଟ ବୈଜ୍ଞନିକ ଓ ଭାଷାବିତ୍‍ମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି । ଏହି ବୈଜ୍ଞାନିକମାନେ ବାରମ୍ଵାର ମିଳିତ ହୋଇ ବିଭିନ୍ନ ବିଭାଗ ପାଇଁ ଶବ୍ଦାବଳି ରଚନା କରିଛନ୍ତି ଓ ଭାଷାବିତ୍‍ମାନେ ସେହି ଶବ୍ଦମାନଙ୍କୁ ପରୀକ୍ଷା କରି ସେମାନଙ୍କର ଚରମ ରୂପ ସ୍ଥିର କରୁଛନ୍ତି । ଭିନ୍ନ ଭିନ୍ନ ସମୟରେ ବୈଜ୍ଞାନିକମାନେ ଯେଉଁ ଶବ୍ଦାବଳି ତିଆର କରିଛନ୍ତି, ତାହାକୁ ପରୀକ୍ଷା କରିବା ପାଇଁ ଦେଶରୁ ସବୁ ଅନୁଷ୍ଠାନ ଓ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ନିକଟକୁ ପଠାଯାଇଛି ଓ ସେଥିରେ ଯେଉଁସବୁ ବିଚାର ଆଲୋଚନା ହେଉଛି, ତାକୁଇ ଦୃଷ୍ଟିରେ ରଖି ଶବ୍ଦମାନଙ୍କୁ ପରିବର୍ତ୍ତିତ କରାଯାଉଛି । ପାରିଭାଷିକ ଶବ୍ଦ ସୃଷ୍ଟି ପାଇଁ ସରକାର ବର୍ତ୍ତମାନ ଦୁଇଟି ନୀତି ସ୍ଥିର କରିଛନ୍ତି । ଯେଉଁ ଶବ୍ଦଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ପ୍ରଚଳିତ, ସେମାନଙ୍କୁ ସେହିପରି ରଖାଯିବ । ଯେଉଁ ଶବ୍ଦମାନଙ୍କର ଦେଶୀୟରୂପ ଲୋକପ୍ରିୟ ହୋଇଗଲାଣି, ସେମାନଙ୍କୁ ମଧ୍ୟ ସେହିପରି ରଖାଯିବ ଓ ନୂତନ ସୃଷ୍ଟି କ୍ଷେତ୍ରରେ ସଂସ୍କୃତଭାଷାର ସାହାଯ୍ୟ ନିଆଯିବ; ଯେମିତି ବୈଜ୍ଞାନିକ ଇଂରେଜି ଶବ୍ଦ ପାଇଁ ଗ୍ରୀକ୍ ଓ ଲାଟିନର ସାହାଯ୍ୟ ନିଆଯାଇଛି । କେନ୍ଦ୍ର ସରକାର ବର୍ତ୍ତମାନ ଯେଉଁ ଦୁଇଖଣ୍ତ ଶବ୍ଦକୋଷ ପ୍ରକାଶ କରିଛନ୍ତି, ତାହା ମଧ୍ୟ ଫାଇନାଲ ନୁହେଁ । ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ବିଚାର ଆଲୋଚନା ଚାଲିଛି; କିନ୍ତୁ ଏ କଥା ସତ୍ୟ, ସେଥିରେ ଟେଲିଫୋନ ଶବ୍ଦକୁ ‘କାନ ଫୁସଫୁସ୍’ କିମ୍ଵା ଆଡ଼ଭୋକେଟ ଜେନେରାଲ ଶବ୍ଦକୁ ‘ମହାଭାଣ୍ତ’ ରୂପରେ ଗ୍ରହଣ କରାଯାଇ ନାହିଁ । ଟେଲିଫୋନ ‘ଟେଲିଫୋନ’ ଭାବରେ ରହିଛି ଓ ଆଡ଼୍‍ଭୋକେଟ ଜେନେରାଲ ମଧ୍ୟ ମୌଳିକ ରୂପରେ ରହିଛି ଓ ତାହା ସହିତ ‘ମହାଧିବକ୍ତା’ ସଂସ୍କୃତ ଶବ୍ଦକୁ ରଖାଯାଇଛି । କାଳକ୍ରମେ ଯେଉଁ ଶବ୍ଦ ଲୋକ ବ୍ୟବହାରରେ ବିଜୟୀ ହେବ, ସେହି କେବଳ ରହିବ, ଅନ୍ୟଟି ଆପେ ଆପେ ନଷ୍ଟ ହୋଇଯିବ ।

 

ବର୍ତ୍ତମାନ ପାରିଭାଷିକ ଶବ୍ଦାବଳି ପ୍ରସ୍ତୁତ କରିବାପାଇଁ କେନ୍ଦ୍ର ସରକାର ଶିକ୍ଷା ବିଭାଗ ଅଧୀନରେ ଗୋଟିଏ ଡିରେକ୍ଟରେଟ୍ ଖୋଲିଛନ୍ତି ଓ ଜଣେ ବିଶିଷ୍ଟ ଭାଷାବିତ୍‍ଙ୍କ ଅଧୀନରେ ତାହା ପରିଚାଳିତ ହେଉଛି । ସେହି ବିଭାଗ ଜରିଆରେ ହିନ୍ଦୀଭାଷା ସଂପର୍କୀୟ ଯେ କୌଣସି ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରାଯାଉଛି । ଭାରତୀୟ ଭାଷା ସମସ୍ୟା ସମାଧାନ କରିବାପାଇଁ ଅନୁବାଦ ନିତାନ୍ତ ଦରକାର । ଆମ ସାହିତ୍ୟ ଏତେ ଅସୀମ ଯେ ଏଥିରେ ଇତିହାସ, ଭୂଗୋଳ, ଫିଜିକ୍‍ସ, କେମିଷ୍ଟ୍ରି ପାଇଁ ଉଚ୍ଚ ଧରଣର ପୁସ୍ତକ ଆଦୌ ନାହିଁ । ସେହି ଅଭାବ ପୂରଣ ନ ହେବାଯାଏ ଇଂରେଜିକୁ ଛାଡ଼ି କାମ କରିବା ସହଜ ହେବ ନାହିଁ । ରୁଷ, ଚୀନ, ଜାପାନ ପ୍ରଭୃତି ଦେଶରେ ବଳିଷ୍ଠ ଅନୁବାଦ ସଂସ୍ଥାମାନ ଅଛି । ସେମାନେ ବିଦେଶୀ ପୁସ୍ତକ ଓ ପତ୍ରପତ୍ରିକା ମାନ ପାଇଲାମାତ୍ରେ ନିଜ ଭାଷାରେ ଅନୁବାଦ କରି ପାରୁଛନ୍ତି । ଫଳରେ ବିଦେଶର ଜ୍ଞାନ ଦେଶବାସୀଙ୍କ ମଧ୍ୟରେ ସହଜରେ ବିତରଣ କରାଯାଇ ପାରୁଛି; କିନ୍ତୁ ଆମ ଦେଶରେ ଯେପରି ପ୍ରକୃତ ବଳିଷ୍ଠ କିମ୍ଵା କାର୍ଯ୍ୟକାରୀ ସଂସ୍ଥା ଏ ପର୍ଯ୍ୟନ୍ତ ନାହିଁ । ହିନ୍ଦୀ ଡିରେକ୍ଟରେଟ ପ୍ରାୟ ଚାରିଶହ ବଡ଼ ବଡ଼ ଇଂରେଜି ବହି ଅନୁବାଦ କରିବା ପାଇଁ ନିକଟରେ ସ୍ଥିର କରିଛନ୍ତି; କିନ୍ତୁ ବିଶେଷ କିଛି କାର୍ଯ୍ୟ ହୋଇ ନି । ତା ଛଡ଼ା ଅନୁବାଦ ପାଇଁ ଯେଉଁ ନେସନାଲ ଟ୍ରଷ୍ଟ ଅଛି, ସେଥିରେ ବିଶେଷ କାର୍ଯ୍ୟ ହେଲା ପରି ଜଣାପଡ଼ୁ ନାହିଁ । କାରଣ ଅନୁବାଦ ଯେମିତି ସୌଖୀନ ସଂସ୍ଥାପରି ଧୀରେ ସୁସ୍ଥେ କାମ କରୁଛନ୍ତି; ସେଥିରେ ହିନ୍ଦୀ ପଲିସିକୁ କେତେଦୂର ସହାୟତା ମିଳିବ କହି ହେଉନାହିଁ । ମନେ ହେଉଛି, ସତେ ଯେମିତି ଭାଷା ବିଷୟରେ ସରକାର ଏକ ସଂଶୟାତ୍ମକ ନୀତି ଭିତରେ ଗତି କରୁଛନ୍ତି । ଦୁର୍ଭାଗ୍ୟର କଥା, ଆମ ଦେଶରେ ଅନୁବାଦ ଏତେ ଦରକାର ଥିଲାବେଳେ ତାହାକୁ ଏକ ବିଜ୍ଞାନ ଭାବରେ ଉତ୍ସାହିତ କରାଯାଉ ନାହିଁ କିମ୍ଵା ସେ ବିଷୟରେ ଲୋକଙ୍କୁ କୌଣସି ଟ୍ରେନିଂ ଦିଆଯାଉ ନାହିଁ । ତେଣୁ ଯେ କୌଣସି ଲୋକ ଅନୁବାଦ କରିବା ପାଇଁ ବାହାରିବାରୁ ଅନେକ ଅପାଠ୍ୟ ଅନୁବାଦ ସୃଷ୍ଟି ହେଉଛି । ମୁଁ ଜାଣେ, ହାରୋଲଡ଼ ଲସ୍କିଙ୍କର ‘ଗ୍ରାମାର ଅଫ୍ ପଲିସିକସ୍’ ବହି ହିନ୍ଦୀରେ ଅନୁବାଦ କରାଯାଇଛି । ସେହି ବହି ଉପରେ ଆଲୋଚନା କରି ଗୋଟିଏ ସମ୍ଵାଦପତ୍ର କହିଥିଲେ ଯେ ଇଂରେଜି ବହିକୁ ହାତରେ ନ ଧରି ଅନୁବାଦକୁ ପଢ଼ି ବସିଲେ କିଛି ବୁଝିହେବ ନାହିଁ । ଏକଥା ଯଦି ସତ୍ୟ ହୋଇଥାଏ, ଏଥିରେ ଦେଶକୁ ଦୁଇ ପ୍ରକାର କ୍ଷତି ସହିବାକୁ ପଡ଼ିବ । ପ୍ରଥମରେ ଅନୂଦିତ ପୁସ୍ତକ ପଢ଼ିବା ପାଇଁ କେହି ଉତ୍ସାହିତ ହେବେ ନାହିଁ; ଦ୍ଵିତୀୟରେ ଥରେ ଅନୁବାଦ କରିବା ହୋଇଗଲା ପରେ, ଆଉ ଜଣେ କେହି ତାକୁ ଭଲକରି ଅନୁବାଦ କରିବା ପାଇଁ ଉତ୍ସାହିତ ହେବେ ନାହିଁ; କିନ୍ତୁ ସବୁଠୁ ବଡ଼ କ୍ଷତି ହେଉଛି ଯେଉଁମାନେ ହିନ୍ଦୀକୁ ଉତ୍ସାହିତ କରିବାକୁ ଚାହାନ୍ତି ନାହିଁ, ସେମାନେ ଏହିପରି ପୁସ୍ତକକୁ ଉଦାହରଣ ଦେଇ କହନ୍ତି-ହିନ୍ଦୀଶିକ୍ଷା ମାଧ୍ୟମ ହେବାପାଇଁ ଅଯୋଗ୍ୟ-। ଇଂରେଜି ଛଡ଼ା ଏ ସଂସାର ଚଳିପାରିବ ନାହିଁ । ଯଦିଓ ଚୀନ, ଜାପାନ, ଜର୍ମାନୀ ଓ ରୁଷ୍ ସମସ୍ତେ ଚଳିପାରୁଛନ୍ତି; ଖାଲି ତ ଚଳିପାରୁ ନାହାନ୍ତି, ପୃଥିବୀରେ ସମସ୍ତଙ୍କ ଆଗରେ ଅଛନ୍ତି ।

 

ହିନ୍ଦୀ ବିଷୟରେ କଥା ପଡ଼ିଲାମାତ୍ରେ କେତେକ ଲୋକ ଏହି ଟେକ୍ନିକାଲ ଟର୍ମ କଥା କହି ହିନ୍ଦୀ ବିରୁଦ୍ଧରେ ରାୟ ଦିଅନ୍ତି, ସତେ ଯେମିତି ହିନ୍ଦୀର ଅର୍ଥ ଖାଲି ଟେକ୍ନି କାଲ ଟର୍ମ । ଏହି କଥା ଦେଖି ଗ୍ରୀୟରସନଙ୍କର ଗୋଟିଏ ଗଳ୍ପ ମନେପଡ଼େ । ଥରେ ଜଣେ ଇଂରେଜି ଜଜ୍ ଜଣେ ଦୋଷୀକୁ ଫାଶୀ ଦଣ୍ତଦେଇ ଇଂରେଜିରେ ବହୁ ପୃଷ୍ଠାବ୍ୟାପୀ ଏକ ଦୀର୍ଘ ରାୟ ପଢ଼ିଲେ । ଅଭିଯୁକ୍ତ ବ୍ୟକ୍ତି ଇଂରେଜି ବୁଝିପାରିବ ନାହିଁ ଜାଣି ତାକୁ ହିନ୍ଦୁସ୍ତାନୀରେ ବୁଝାଇ ଦେବାପାଇଁ ଜଜ୍ ତାଙ୍କ ପେସ୍କାରକୁ କହିଲେ । ସାହେବଙ୍କର ଏତେବଡ଼ ରାୟକୁ ପେସ୍କାର ମହାଶୟ ମୋଟେ ଗୋଟିଏ ଧାଡ଼ିରେ କହିଦେଲେ-‘ଯାଓ ବଜାତ୍, ତୁମକୋ ଫାଶୀ କା ହୁକୁମ ହୁଆ ।’ ସେତିକିରେ ଅଭିଯୁକ୍ତ ସବୁ ବୁଝିଗଲା । ସାହେବ ଆଶ୍ଚର୍ଯ୍ୟ ହୋଇ କହିଲେ-‘ଧନ୍ୟ ତମ ହିନ୍ଦୁସ୍ତାନୀ ଭାଷା ! ମୋର ଏତେ କଥାକୁ ତମ ଭାଷାରେ ତମେ ଧାଡ଼ିକେ କହିଦେଲ ? ’ ହିନ୍ଦୁସ୍ତାନୀ ଭାଷାର ମର୍ମଟା ସେ ଦିନର ସାହେବ ଯେମିତି ବୁଝିଥିଲେ, ଆଜି କେତେ ସାହେବ ମଧ୍ୟ ହିନ୍ଦୀର ମର୍ମ ସେୟା ବୁଝିଛନ୍ତି, ସତେ ଯେମିତି ହିନ୍ଦୀ କହିଲେ ଖାଲି ‘ଫୁଟାନୀ କି ଡିବିୟା’ ଓ ‘କଣ୍ଠ କୌପୀନ୍’ । ହିନ୍ଦୀ ଗୋଟାଏ ସମୃଦ୍ଧ ଭାଷା ବୋଲି କେହି କହୁନାହିଁ । କିନ୍ତୁ ତାକୁ ଯଦି ରାଷ୍ଟ୍ରଭାଷା ଭାବରେ ସ୍ଵୀକାର କରାଯିବ; ତେବେ ସେଥିପାଇଁ କଠିନ ଜାତୀୟ ଶ୍ରମ ଦରକାର ।

 

୧.

ଏକ ଭାଷାରୁ ଅନ୍ୟ ଭାଷାକୁ ପରିବର୍ତ୍ତନ ସମୟ ଓ ଶ୍ରମସାପେକ୍ଷ୍ୟ ।

୨.

ବୌଜ୍ଞାନିକ ବିକାଶ ପାଇଁ ଭାରତୀୟ ଭାଷାମାନଙ୍କରେ ପାରିଭାଷିକ ଶବ୍ଦାବଳି ଆବଶ୍ୟକ-

୩.

ଅପରିବର୍ତ୍ତିତ ଆନ୍ତର୍ଜାତିକ ଶବ୍ଦ ଓ ସଂସ୍କୃତ ସାହାଯ୍ୟରେ ନିର୍ମିତ ନୂତନ ଶବ୍ଦ ଗ୍ରହଣୀୟ ।

୪.

ନୂତନ ଭାଷା ପ୍ରଚଳିନ ପାଇଁ ଅନୁବାଦ ନିତାନ୍ତ ଆବଶ୍ୟକ ।

୫.

ଯଥେଚ୍ଛ ତଥା ଅବୋଧ୍ୟ ଅନୁବାଦକୁ ଉତ୍ସାହିତ ନ କରି ସେଥିପାଇଁ ବୈଜ୍ଞାନିକ ପ୍ରଶିକ୍ଷଣ ଆବଶ୍ୟକ ।

Image

 

ହିନ୍ଦୀ ଓ ଦକ୍ଷିଣ

 

ଭାରତରେ ଇଂରେଜିକୁ ଗାଦିରେ ରଖିବା ପାଇଁ ଯେଉଁମାନେ ପଷପାତୀ, ସେମାନଙ୍କର ବଡ଼ ତୀର୍ଥ ହେଉଛି ଦକ୍ଷିଣଭାରତ; ବିଶେଷତଃ ମାନ୍ଦ୍ରାଜ । କଥା କଥାକେ ସେମାନେ ଦକ୍ଷିଣକ ହାତ ବଢ଼େଇ କହନ୍ତି–‘ହିନ୍ଦୀ ରାଷ୍ଟ୍ରଭାଷା ହୋଇପାରିବ ନାହିଁ, ଦକ୍ଷିଣ ଲୋକେ ଇଂରେଜିକୁ ଛାଡ଼ିବେ ନାହିଁ-। କିଏ ଜାଣେ ଏହି ଭାଷା ଗଣ୍ତଗୋଳ ନେଇ ଭାରତ ଦିଖଣ୍ତ ହୋଇ ନ ଯିବ ବୋଲି’ । କିନ୍ତୁ ଯେଉଁମାନେ ହିନ୍ଦୀର ପକ୍ଷପାତୀ ସେମାନେ କହନ୍ତି-‘ଦକ୍ଷିଣ ଲୋକେ ଏତେ ନିର୍ବୋଧ ନୁହନ୍ତି । ସେମାନେ ଦିନରେ ହିନ୍ଦୀକୁ ପ୍ରତିବାଦ କରି ରାତିରେ ଡିବିକାଳି ହିନ୍ଦୀ ପଢ଼ୁଛନ୍ତି । ଦିନ ଆସିବ, ସେମାନେ ହିନ୍ଦୀବାଲାଙ୍କୁ ମଧ୍ୟ ହିନ୍ଦୀରେ ଟପିବେ ।’ କଥାଟା କେତେଦୂର ସତ, ମୁଁ ଜାଣେ ନା । କିନ୍ତୁ ଦକ୍ଷିଣ ଲୋକେ ଅଳ୍ପ ବହୁତେ ହିନ୍ଦୀ ଜାଣନ୍ତି, ଏଥିରେ ସନ୍ଦେହ ନାହିଁ । ଦକ୍ଷିଣଭାରତର କେତେକ ଅଞ୍ଚଳ ମୁଁ ବୁଲିଛି । ସହର ବଜାରର ସାଧାରଣ ଲୋକଙ୍କ ସହିତ ହିନ୍ଦୀରେ କଥାବାର୍ତ୍ତା କରି କାମ ଚଳାଇବାରେ ମୁଁ କିଛି ଅସୁବିଧା ଦେଖି ନାହିଁ ।

 

ଗାନ୍ଧିଜୀ ଯେତେବେଳେ ବ୍ରିଟିଶ ବିରୁଦ୍ଧରେ ଲଢ଼ାଇ ପାଇଁ ତିଆର ହେଉଥିଲେ, ଯେତେବେଳେ ସେ ହିନ୍ଦୀ ଜରିଆରେ ଭାରତର ଏକତା ରକ୍ଷା କରିବାକୁ ଉଦ୍ୟମ କରିଥିଲେ । ସେହି ଉଦ୍ୟମରେ ସେଦିନର ମାନ୍ଦ୍ରାଜ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରାଜ ଗୋପାଳାଚାରୀ କିପରି ଚେଷ୍ଟା କରିଥିଲେ, ସେ କଥା ଆଗରୁ କୁହାଯାଇଛି । କିନ୍ତୁ ବର୍ତ୍ତମାନ ଘଟଣାର ସ୍ରୋତ ବଦଳିଯାଇଛି । ଏହିବର୍ଷ ଯେତେବେଳେ ଲୋକସଭାରେ ଭାଷାବିଲ୍ ପେଶ ହେବାକୁ ଯାଉଥିଲା, ତା ପୂର୍ବରୁ ଓ ପରେ ହିନ୍ଦୀ-ଇଂରେଜି ସମ୍ପର୍କ ନେଇ ଅନେକ ଲେଖା ପ୍ରକାଶିତ ହୋଇଥିଲା । ‘ଧର୍ମଯୁଗ’ ପତ୍ରିକାରେ କେତେକ ଦକ୍ଷିଣ ଭଦ୍ରଲୋକ ଦାକ୍ଷିଣାତ୍ୟରେ ହିନ୍ଦୀଶିକ୍ଷା ସମ୍ପର୍କରେ ଯାହା ସବୁ ଲେଖିଥିଲେ, ତହିଁର ଅଳ୍ପ କେତୋଟି କଥା ଏଠାରେ କୁହାଯାଇପାରେ ।

 

ଅଶୋକ ଯେମିତି ତାଙ୍କ ପୁତ୍ରକନ୍ୟାମାନଙ୍କୁ ସିଂହଳ ପଠାଇ ବୌଦ୍ଧଧର୍ମ ପ୍ରଚାର କରିଥିଲେ, ଗାନ୍ଧି ସେମିତି ଦକ୍ଷିଣଭାରତରେ ହିନ୍ଦୀ ପ୍ରଚାର ପାଇଁ ତାଙ୍କ ପୁତ୍ର ଦେବଦାସଙ୍କୁ ପଠାଇଥିଲେ । ୧୯୧୮ରୁ ଆଜିପର୍ଯ୍ୟନ୍ତ ଦୀର୍ଘକାଳ ଧରି ଦକ୍ଷିଣରେ ନିରବଚ୍ଛିନ୍ନ ହିନ୍ଦୀ ପ୍ରଚାର ଚାଲିଛି । କେବଳ ଦକ୍ଷିଣଭାରତ ହିନ୍ଦୀ ପ୍ରଚାର ସମିତି ଜରିଆରେ ଅନ୍ତତଃ ପଞ୍ଚସ୍ତରୀ ଲକ୍ଷ ଲୋକ ହିନ୍ଦୀ ପରୀକ୍ଷା ପାସ କରିଛନ୍ତି । ତା’ ଛଡ଼ା ଆଗ୍ରା, ବମ୍ଵେ, ଆଲାହାବାଦର ହିନ୍ଦୀ ସଂସ୍ଥାମାନ ଦକ୍ଷିଣ ଭାରତରେ ଅନେକ ପ୍ରକାର ପରୀକ୍ଷା ଚାଲୁ ରଖିଛନ୍ତି । ଦକ୍ଷିଣ ରାଜ୍ୟମାନଙ୍କରେ ଗଲା ଦଶବର୍ଷ ହେଲା ସ୍କୁଲକଲେଜରେ ହିନ୍ଦୀ ପଢ଼ାଯାଉଛି । ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରେ ହିନ୍ଦୀବିଭାଗ ମଧ୍ୟ ଅଛି । ଏହିସବୁ ହିସାବରୁ ଦେଖିଲେ ଜଣାପଡ଼ୁଛି, ଦକ୍ଷିଣରେ ପ୍ରାୟ ପ୍ରତି ପଚାଶ ଜଣରେ ଜଣେ ହିନ୍ଦୀ ଜାଣନ୍ତି । ହିନ୍ଦୀ ଫିଲ୍ଲ ଯଦି କେଉଁଠି ବେଶି ପଇସା ପାଉଥାଏ, ତା’ ହେଲେ ଦକ୍ଷିଣରେ । ହିନ୍ଦୀ ଫିଲ୍ମଗୁଡ଼ିକ ଏବେ ଦକ୍ଷିଣରେ ରଜତଜୟନ୍ତୀ, ସ୍ଵର୍ଣ୍ଣଜୟନ୍ତୀ ପାଳନ କରୁଛନ୍ତି । ସବୁଠୁ ମଜା କଥା ହେଉଛି-ଆଜିକାଲି ଦକ୍ଷିଣରେ ଶଶୁରମାନେ ବୋହୂ ଖୋଜି ଗଲାବେଳେ ବୋଦୂ ହିନ୍ଦୀରେ ପାସ୍ କରିଛି କି ନାହିଁ ବୁଝିଛନ୍ତି । ଦକ୍ଷିଣ ଜାତି ଆଜି ଭାରତର ପ୍ରଗତିଶୀଳ ଜାତି । ଏପାଖେ ପଞ୍ଜାବ, ସେପାଖେ ମାନ୍ଦ୍ରାଜ । ଦିଲ୍ଲୀ ହେଉଛି ଆଜି ଏହିମାନଙ୍କର ସହର । ସୁତରାଂ ଦକ୍ଷିଣର ଭାଗ୍ୟବତୀମାନେ ଉତ୍ତରଭାରତରେ କାହିଁକି, ସମଗ୍ର ଭାରତରେ ମଧ୍ୟ ବିଚରଣ କରିବାର ଭାଗ୍ୟ ଲାଭ କରିଛନ୍ତି । ତେଣୁ ହିନ୍ଦୀ ତାଙ୍କର ନିତାନ୍ତ ଦରକାର–ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ତା’ ଛଡ଼ା ଯେ କୌଣସି କାରଣରୁ ହେଉ, ନିଜ ଭାଷା ଛଡ଼ା ଆଉ ଗୋଟିଏ ଭାଷା ଶିଖିବା କେତେ ଉପାଦେୟ, ତାହା କୌଣସି ବୁଦ୍ଧିମାନ ଜାତିକୁ ବୁଝାଇବା ଦରକାର ନାହିଁ । ବମ୍ଵେ, କଲିକତା ଓ ମାନ୍ଦ୍ରାଜରେ ପ୍ରଥମେ ଇଂରେଜି ପ୍ରବେଶ କରିଥିବାରୁ ସେଠିକାର ଲୋକେ ସବୁବେଳେ ଆଗରେ ଅଛନ୍ତି । ଯେଉଁମାନେ ଇଂରେଜି ଶିକ୍ଷାକୁ ଯେତେ ପଛରେ ନେଇଥିଲେ, ସେମାନେ ସେତିକି ପଛରେ ରହିଛନ୍ତି । ଦକ୍ଷିଣ ଲୋକେ ନିଶ୍ଚୟ ଜାଣିଥିବେ–ହିନ୍ଦୀଯୁଗ ଯେତେବେଳେ ଆସୁଛି, ଆଗକୁ ଡେଇଁବା ଭଲ; ଯେ ପଛରେ ରହିଯିବ ସେ ଲୁହ ପୋଛୁଥିବ । ତେଣୁ ହିନ୍ଦୀ ରାଷ୍ଟ୍ରଭାଷା ହେଲେ ଦକ୍ଷିଣ ଲୋକେ ଯେ ଏକଦମ୍ ଅସୁବିଧାରେ ପଡ଼ିଯିବେ ଓ କେବଳ ଦକ୍ଷିଣ ଲୋକଙ୍କ ପ୍ରତିବାଦ ଯୋଗୁଁ ହିନ୍ଦୀକୁ ରାଷ୍ଟ୍ରଭାଷା କରା ନ ଯାଉ ବୋଲି ଯାହା କୁହାଯାଉଛି, ତାହା କେତେଦୂର ସତ୍ୟ, ପରୀକ୍ଷା କରିବାର କଥା । ଜୁନ ତା ୩-୧୯୬୩ରେ ମାନ୍ଦ୍ରାଜଠାରେ ଏକ ସଭାରେ ରାଜାଜୀ କହିଛନ୍ତି–ହିନ୍ଦୀ ଦିନେ ନା ଦିନେ ନିଶ୍ଚୟ ରାଷ୍ଟ୍ରଭାଷା ହେବ ବୋଲି ଯାହା କୁହାଯାଉଛି, ସେଟା ଏକ ଭୟଙ୍କର ଭୁଲ । ଇଂରେଜି ଅନନ୍ତକାଳ ପାଇଁ ଚାଲିବ । (୬) ସେ ପୁଣି କହିଛନ୍ତି–ବ୍ରିଟିଶମାନେ ଆମକୁ ବାଧ୍ୟ କରି ଇଂରେଜି ପଢ଼ାଇଲେ, ପୁଣି ଏଇ ସରକାର ବି ଆମକୁ ବାଧ୍ୟ କରି ହିନ୍ଦୀ ପଢ଼ାଇବେ । ଆମେମାନେ ଆଉ ଏ ଦ୍ଵିତୀୟ ପରାଜୟ ଚାହୁନାହୁଁ । ଠିକ୍ ସେହିଦିନ ମଦୁରାଇଠାରେ ଗୋଟିଏ ସଭାରେ ‘ତାମିଲ ଅର୍ସୁ କଡ଼ରାମ୍’ ସଭାର ସଭାପତି କହିଥିଲେ–ରାଜ୍ୟ ଶାସନରୁ ଇଂରେଜିକୁ ଅଚିରେ ବିଦାୟ ଦେବାପାଇଁ ସେମାନେ ଖୁବ୍ ନିକଟରେ ଅଭିଯାନ ଆରମ୍ଭ କରିବେ । (୭) ତାଙ୍କର ପ୍ରଥମ କାମ ହେବ–ଯେତେ ଯେଉଁଠି ବୋର୍ଡ଼ରେ ଇଂରେଜି ନାଁ ଲେଖାହୋଇଛି, ତାକୁ ସବୁ ଉଠାଇବେ । ତେଣୁ ଦକ୍ଷିଣ ଲୋକେ ହିନ୍ଦୀ ଚାହୁଁଛନ୍ତି ବା ନ ଚାହୁଁଛନ୍ତି, ସେ କଥାକୁ ଛାଡ଼ିଦେଲେ ସମସ୍ତେ ଯେ ଇଂରେଜି ଚାହୁଁଛନ୍ତି ତା’ ବି ତ ନୁହେ । ରାଜାଜୀ ୧୯୨୮ରେ ଯାହା କହିଥିଲେ, ଏହି ପ୍ରବନ୍ଧରେ ତା’ ଆଗରୁ କୁହାଯାଇଛି । ଅତୀତ ଓ ବର୍ତ୍ତମାନକୁ ତୁଳନା କରି ଦେଖିଲେ ରାଜାଜୀ କେବଳ ରାଜନୀତି ପାଇଁ ଏମିତି କହୁଛନ୍ତି ନା ଦକ୍ଷିଣର ସ୍ଵାର୍ଥ ପାଇଁ ଏମିତି କହୁଛନ୍ତି, ବୁଝିବା କଷ୍ଟ । କିନ୍ତୁ କେନ୍ଦ୍ର ସରକାରଙ୍କ ହିନ୍ଦୀ ନୀତିରେ ଦକ୍ଷିଣ ଯେ ଏକ ମୁଣ୍ତବ୍ୟଥା ପରି ରହିଛି, ଏଥିରେ ସନ୍ଦେହ ନାହିଁ । ଭାଷାବିଲ୍ ବିରୁଦ୍ଧରେ ଆନ୍ଦୋଳନକାରୀମାନଙ୍କୁ ଅଳ୍ପ କେତେଦିନ ତଳେ ଶ୍ରୀଯୁକ୍ତ ଲାଲବାହାଦୂର ଶସ୍ତ୍ରୀ ଯେଉଁ ଚେତାବନୀ ଶୁଣାଇଥିଲେ, ସେଇଟା ରାଜାଜୀଙ୍କ ପ୍ରତି କେତେଦୂର ପ୍ରଯୁଜ୍ୟ, ଦେଖିବାକୁ ବାକୀ ରହିଲା । ଶ୍ରୀଯୁକ୍ତ ନେହରୁ ଏବେ ତାଙ୍କ ମାନ୍ଦ୍ରାଜ ଟୁରରେ ରାଜାଜୀଙ୍କୁ ଅପ୍ରତ୍ୟକ୍ଷ ଭାବରେ କ’ଣ ଶୁଣାଇ ନାହାନ୍ତି । ରାଜାଜୀ ଯେଉଁ ଇଂରେଜି ଏକମାତ୍ର ରାଷ୍ଟ୍ରଭାଷା ଦୂଆ ଉଠାଇଛନ୍ତି, ସେଥିରେ ତାଙ୍କ ଦଳର ଅନ୍ୟତମ ମୁଖ୍ୟ କେ. ଏମ୍ ମୁନସୀ ମଧ୍ୟ ଏକମତ ହୋଇ ପାରିନାହାନ୍ତି । ରାଜାଜୀଙ୍କର ଏ ବିଷୟରେ ମତ ପରିବର୍ତ୍ତନ ନ ହେଲେ ସ୍ଵତନ୍ତ୍ରପାର୍ଟି ଦୁଇଭାଗ ହୋଇଯିବାର ଆଶଙ୍କା ଅଛି । ବର୍ତ୍ତମାନ ପରିସ୍ଥିତିରେ ଇଂରେଜିକୁ ଏକମାତ୍ର ରାଷ୍ଟ୍ରଭାଷା କରି ରଖିବା ପାଇଁ ଖୁବ୍ କମ୍ ଲୋକ ଭାବୁଛନ୍ତି । ଦକ୍ଷିଣଭାରତର ହାଇଦରାବାଦ ଠାରେ ଯେଉଁ ଇଂଲିଶ ଇନଷ୍ଟିଚ୍ୟୁଟ୍ ଅଛି, ତା’ର ଡିରେକ୍ଟର ଶ୍ରୀଯୁକ୍ତ ଗୋଜକ୍ ‘ଭାରତରେ ଇଂରେଜିର ଭବିଷ୍ୟତ’ ନାମରେ ଏକ ଲେଖାଲେଖି ଭାଷାତାତ୍ତ୍ଵିକ ଦୃଷ୍ଟିରୁ ବିଷୟକୁ ବିଚାର କରିଛନ୍ତି ଓ କହିଛନ୍ତି–ଇଂରେଜି ଭାରତର ଏକମାତ୍ର ରାଷ୍ଟ୍ରଭାଷାରୂପେ କେବେହେଲେ ଗୃହୀତ ହୋଇପାରିବ ନାହିଁ । ଭାଷାବିତ୍ ବୈଜ୍ଞାନିକ ଓ ରଣକୌଶଳୀ ରାଜନୀତିଜ୍ଞଙ୍କ ମଧ୍ୟରୁ କିଏ ଜିତିବ, ତାହା ଭବିଷ୍ୟତ କହିବ; ହେଲେ ବିଜ୍ଞାନଯୁଗରେ ବିଜ୍ଞାନର ଜୟ ହେବା କଥା ।

 

୧.

ଦକ୍ଷିଣଲୋକେ ସଂପୂର୍ଣ୍ଣ ହିନ୍ଦୀ ଅନଭିଜ୍ଞ ନୁହନ୍ତି ।

୨.

ଦକ୍ଷିଣଭାରତରେ ପଚାଶ ଜଣରେ ଜଣେ ହିନ୍ଦୀ ଜାଣନ୍ତି ବୋଲି ହିସାବ ।

୩.

ରାଜଗୋପାଳାଚାରୀଙ୍କର ପରିବର୍ତ୍ତିତ ନୀତି ଓ ଭାରତ ସରକାରଙ୍କର ମୁଣ୍ତବ୍ୟଥା ।

୪.

ହିନ୍ଦୀ ଓ ସ୍ଵତନ୍ତ୍ରପାର୍ଟି ରାଜନୀତି ।

Image

 

ହିନ୍ଦୀ ଓ ସର୍ବଭାରତୀୟ ସର୍ଭିସ

 

ପୁଅ ସ୍କୁଲ-କଲେଜକୁ ଗଲେ ଗାଁ ଗହଳରେ ବାପ କହେ–ପୁଅ ଏଥର ‘ବାବୁ’ ହେବ; ସାଇପଡ଼ିଶା ବି କହନ୍ତି-ବାବୁ ହେବ, କାରଣ ସେ ଇଂରେଜି ପଢ଼ୁଛି । ଆମେ ଆମ ଗାଁ ଗହଳରେ ଯାହା କହୁ, ସାର୍ ଆଇଭର ଜେନିଙ୍ଗସ୍ ତାଙ୍କ ଅକ୍ସଫୋର୍ଡ଼ ଭାଷଣରେ ମଧ୍ୟ ସେୟା କହନ୍ତି–ଭାରତୀୟମାନେ ବାବୁ ହେବାପାଇଁ ମାନେ ଚାକିରୀ କରିବା ପାଇଁ ଇଂରେଜି ପଢ଼ନ୍ତି । ତା ଯଦି ସତ ହୋଇଥାଏ; ଇଂରେଜି ଯେଉଁଦିନ ଚାଲିଯିବ, ସେଦିନ ଏମାନେ ବାବୁ ହେବେ କେମିତି ? ସରକାର କହୁଛନ୍ତି–ଇଂରେଜି ନ ପଢ଼ିଲେ ବି ଲୋକେ ବାବୁ ହୋଇପାରିବେ । ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, ଓଡ଼ିଆ, ଆସାମୀ ଯାହା ପଢ଼ିଲେ ବି ବାବୁ ହେବାରେ କିଛି ଅସୁବିଧା ହେବ ନାହିଁ । ପାଠ ତ ଏକା, ଖାଲି ଭାଷା ସିନା ଭିନ୍ନ ଭିନ୍ନ !

 

ରାଜାଜୀ କିନ୍ତୁ ଏ ଯୁକ୍ତି ଶୁଣିବାକୁ ନାରାଜ । ସେ କହନ୍ତି, ଠିକ୍ କଥା; ତମେ ସିନା ଓଡ଼ିଶା, ବଙ୍ଗଳା, ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବାବୁ ନିଯୁକ୍ତି କଲାବେଳେ ସେହି ରାଜ୍ୟମାନଙ୍କର ଭାଷାରେ କାମ ଚଳାଇନେବ, କିନ୍ତୁ ଯେତେବେଳେ ସମଗ୍ର ଭାରତବର୍ଷ ପାଇଁ ଲୋକ ବାଛିବ, ସେତେବେଳେ ରାଜ୍ୟଭାଷାରେ କେମିତି କାମ ଚଳାଇବ ? ଇଂରେଜି ଛଡ଼ା ତମର ସେଠି ଆଉ ଉପାୟ କ’ଣ ? ଉପାୟ ହେଉଛି-ହିନ୍ଦୀ । ହିନ୍ଦୀ ଯେତେବେଳେ ରାଷ୍ଟ୍ରଭାଷା ହେବ ଓ ସମଗ୍ର ଦେଶର ଲୋକେ ତାକୁ ପଢ଼ିବେ, ସେତେବେଳେ ହିନ୍ଦୀରେ ସବୁ ଭାରତୀୟ ପରୀକ୍ଷା ହୋଇପାରିବ; ଯଥା–ଆଇ. ଏ. ଏସ୍., ଆଇ. ପି. ଏସ୍ ଓ ଆଉ ଯାହା ସବୁ ପ୍ରଥମ ଶ୍ରେଣୀ ଚାକିରୀ ଅଛି । ରାଜାଜୀଙ୍କର ଅସଲ ପ୍ରତିବାଦ ହେଉଛି ୟାରି ବିରୁଦ୍ଧରେ । ହିନ୍ଦୀରେ ପରୀକ୍ଷା ହେଲେ ହିନ୍ଦୀ ପିଲାମାନଙ୍କର ଯେଉଁ ସୁବିଧା ହେବ, ଅହିନ୍ଦୀ ପିଲାଙ୍କର ତା ହୋଇପାରିବ ନାହିଁ । ସେମାନଙ୍କ ପକ୍ଷରେ ହିନ୍ଦୀ ଏକ ବିଦେଶୀ ଭାଷା ତାକୁ ସେମାନେ ମାଆ କୋଳରୁ ଶିଖିନାହାନ୍ତି, ସ୍କୁଲ କଲେଜରୁ ଶିଖିଛନ୍ତି ଯେମିତି ଇଂରେଜି ଶିଖିଛନ୍ତି । ତା’ଛଡ଼ା ଇଂରେଜି ବିଦେଶୀ ବୋଲି ତାକୁ ଯଦି ଆମେ ଉଠାଇଲେ, ଯେଉଁମାନଙ୍କ ପାଇଁ ହିନ୍ଦୀ ହେଉଛି ଏକ ପ୍ରକାର ବିଦେଶୀ, ସେମାନେ କାହିଁକି ତାକୁ ଗ୍ରହଣ କରିବେ ? ଅନ୍ୟ ପକ୍ଷରେ ଇଂରେଜି ହେଲେ କାହାରି କିଛି କହିବାର ନାହିଁ, କାରଣ ତାହା ସମସ୍ତଙ୍କ ପାଇଁ ନୂଆ । କିନ୍ତୁ ହିନ୍ଦୀ ହେଲେ ହିନ୍ଦୀ ଲୋକଙ୍କର ଲାଭ । ପ୍ରକୃତରେ ଏହି ସର୍ବଭାରତୀୟ ପରୀକ୍ଷା ଏକ ପ୍ରଧାନ ସମସ୍ୟା ।

 

ଏହି ପରୀକ୍ଷା ସମସ୍ୟାକୁ ସମାଧାନ କରିବା ପାଇଁ ନାନାଉପାୟ ଚିନ୍ତା କରାଯାଇଛି, କିନ୍ତୁ କୌଣସି ସମାଧାନ ଏ ପର୍ଯ୍ୟନ୍ତ ସଠିକ୍ ଦେଖା ପଡ଼ିନାହିଁ; ସବୁ କେବଳ କାଳ୍ପନିକ ଅବସ୍ଥାରେ ଅଛି । ଗୋଟାଏ ସମାଧାନ ହେଉଛି-କୋଟା କିମ୍ଵା ଭାଗ ବ୍ୟବସ୍ଥା । କେନ୍ଦ୍ରସରକାର ଯଦି ସ୍ଥିର କରିଦିଅନ୍ତି, କେଉଁ ରାଜ୍ୟରୁ କେତେ ଲୋକ ସର୍ବଭାରତୀୟ ଚାକେରୀରେ ରହିବେ, ତା ହେଲେ ପ୍ରତ୍ୟେକ ରାଜ୍ୟ ନିଜ ନିଜ ଉପାୟରେ ପରୀକ୍ଷା କରି ନିଜ ଲୋକ ବାଛି କେନ୍ଦ୍ରସରକାରଙ୍କୁ ଯୋଗାଇ ଦିଅନ୍ତେ । କିନ୍ତୁ ସେପରି ବ୍ୟବସ୍ଥାରେ ଚାକେରୀର ଷ୍ଟାଣ୍ତାର୍ଡ଼ କମିଯିବାର ସମ୍ଭାବନା ଅଛି । ଭାଷା କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି–ସର୍ବଭାରତୀୟ ଚାକିରୀର ଯଦି ଷ୍ଟାଣ୍ତାର୍ଡ଼ କମିଯାଏ, ତା ହେଲେ ଦେଶ ପକ୍ଷରେ ତା’ କ୍ଷତିକାରକ ହେବ । ପରୀକ୍ଷାର ପଦ୍ଧତି ଯାହାହେଉ, କିନ୍ତୁ ଉଚ୍ଚ ଧରଣର ଲୋକ ଚାକିରୀକୁ ଆସିବା ଉଚିତ । ସମାଧାନର ଅନ୍ୟ ପନ୍ଥା ହେଉଛି ଇଂରେଜି ସଙ୍ଗେ ସଙ୍ଗେ ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାମାନଙ୍କୁ ପରୀକ୍ଷା ମାଧ୍ୟମରୂପେ ସ୍ଵୀକାର କରିବା । ହିନ୍ଦୀ ପିଲାମାନେ ହିନ୍ଦୀରେ ପରୀକ୍ଷା ଦେବେ । ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଛାତ୍ରମାନେ ନିଜ ଭାଷାରେ ପରୀକ୍ଷା ଦେଇପାରିବେ । ତେଣୁ ହିନ୍ଦୀ ପିଲାମାନେ ଅଧିକ ସୁବିଧା ପାଇବାର ପ୍ରଶ୍ନ ଉଠିବ ନାହିଁ । ଯେଉଁମାନେ ଇଂରେଜିରେ ପରୀକ୍ଷା ଦେବାକୁ ଚାହିଁବେ, ସେମାନେ ମଧ୍ୟ ଇଂରେଜିରେ ଦେଇପାରିବେ । କିନ୍ତୁ କାଳକ୍ରମେ ଇଂରେଜି ଯେତେବେଳେ ସର୍ବଭାରତୀୟ ପରୀକ୍ଷାରୁ ଉଠିଯିବ, ସେତେବେଳେ ଆଞ୍ଚଳିକ ଭାଷା ଛାତ୍ରମାନଙ୍କୁ ଗୋଟିଏ ପତ୍ର ହିନ୍ଦୀ ପରୀକ୍ଷା ଦେବାକୁ ହେବ ଓ ହିନ୍ଦୀ ପିଲାମାନଙ୍କୁ କୌଣସି ନା କୌଣସି ଗୋଟିଏ ଆଞ୍ଚଳିକ ଭାଷାର ପରୀକ୍ଷା ଦେବାକୁ ହେବ । କିନ୍ତୁ ହିନ୍ଦୀ-ଅହିନ୍ଦୀ ସବୁ ଛାତ୍ରଙ୍କୁ ଇଂରେଜିରେ ଗୋଟିଏ ପତ୍ର ପରୀକ୍ଷା ଦେବାକୁ ହେବ । ଆମର ଭାଷାନୀତି ହେଲା–ଆଗେ ଆଞ୍ଚଳିକ ଭାଷା, ତା ପରେ ହିନ୍ଦୀଭାଷା, ତା ପରେ ଇଂରେଜି ଭାଷା । ତେଣୁ ସର୍ବଭାରତୀୟ ସଂସ୍ଥାପାଇଁ ତିନୋଟିଯାକ ଦରକାର । କେବଳ ପରିବର୍ତ୍ତନ ହେବ ସେମାନଙ୍କର ପୋଜିସନରେ । ଇଂରେଜିର ପ୍ରଥମ ପୋଜିସନ ଦ୍ଵିତୀୟକୁ ବଦଳିଯିବ, ହିନ୍ଦୀ ଓ ଆଞ୍ଚଳିକ ଭାଷା ପ୍ରଥମକୁ ଚାଲିଆସିବେ । କିନ୍ତୁ ସେ ବ୍ୟବସ୍ଥା ନ ହେଲା ପର୍ଯ୍ୟନ୍ତ ଇଂରେଜି ଚାଲିଥିବ । ଆମ ସ୍କୁଲ କଲେଜରେ ଇଂରେଜିର ବର୍ତ୍ତମାନ ଯାହା ଷ୍ଟ୍ରାଣ୍ତାର୍ଡ଼ ହେଲାଣି, ବଡ଼ ବଡ଼ ଚାକେରୀ ଆଶା କରୁଥିବା ପିଲାମାନେ ଆଉ ସେଠିକି ନ ଯାଇ କନ୍‍ଭେଣ୍ଟ କିମ୍ଵା ପବ୍ଲିକ୍‍ସ୍କୁଲକୁ ଦଉଡ଼ୁଛନ୍ତି । ଯେଉଁମାନେ ସବୁଦିନେ ସେଠି ପଢ଼ି ପାରୁନାହାନ୍ତି, ସେମାନେ ଅନ୍ତତଃ ଦୁଇ ଚାରି ବର୍ଷରେ ସେଠି ଇଂରେଜିର ମୂଳଦୁଆ ପକାଇ ଅନ୍ୟତ୍ର ଯାଉଛନ୍ତି । ଇଂରେଜି ପଢ଼ିଲେ ବାବୁ ହୁଅନ୍ତି କଥାଟା ସତ୍ୟହୋଇ ଚାଲିଥିବ ସେ ପର୍ଯ୍ୟନ୍ତ ଇଂରେଜି ତା ଗାଦିରେ ରହିଥିବ ।

 

ଗୋଟିଏ ପ୍ରଶ୍ନ ହେଉଛି–ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ପରୀକ୍ଷା ହେଲାବେଳେ ପରୀକ୍ଷକ କେବଳ ହିନ୍ଦୀ ଓ ଆଞ୍ଚଳିକ ଭାଷାରୁ ଆସିବାକୁ ବାଧ୍ୟ ହେବେ; ମାନେ, ହିନ୍ଦୀଖାତା ଦେଖିବେ ହିନ୍ଦୀବାଲା, ଓଡ଼ିଆ ଖାତା ଓଡ଼ିଆ ଓ ବଙ୍ଗଳା ଖାତା ବଙ୍ଗାଳୀ । କିନ୍ତୁ ଏପରି ଘଟିବାର କୌଣସି କାରଣ ନାହିଁ । ହିନ୍ଦୀ ଲେଖା ତ ଯେ କୌଣସି ଅହିନ୍ଦୀ ଲୋକ ଦେଖିପାରିବେ । କାରଣ ହିନ୍ଦୀକୁ ଭାରତରେ ସମସ୍ତେ ପଢ଼ିବେ । ବାକୀ ଆଞ୍ଚଳିକ ଭାଷା କଥା । ବର୍ତ୍ତମାନ ଭାରତସରକାର ପ୍ରାୟ ସବୁ ବିଶ୍ଵବିଦ୍ୟାଳୟରେ ବିଭିନ୍ନ ଆଞ୍ଚଳିକ ଭାଷା ପଢ଼ାଇବାକୁ ଆରମ୍ଭ କଲେଣି । ତାହାହେଲେ ତାମିଲ ପଢ଼ିଥିବା ଓଡ଼ିଆଲୋକ ମାନ୍ଦ୍ରାଜ ପିଲାଙ୍କ ଖାତା ଦେଖିପାରିବେ । ଏଥିପାଇଁ କିଛି ସମୟ ଓ ପରିଶ୍ରମ ଲାଗିବ; କିନ୍ତୁ କଥାଟା ଏକାବେଳେ ଅସମ୍ଭବ ନୁହେଁ ।

 

କେତେକେ ଭାବନ୍ତି, କେନ୍ଦ୍ର ଚାକେରୀ ପାଇଁ କୋଟା ସିଷ୍ଟେମ ହୋଇଗଲେ ବୋଧହୁଏ ହିନ୍ଦୀ-ଇଂରେଜି ଆଞ୍ଚଳିକ ଭାଷାସମସ୍ୟା ରହନ୍ତା ନାହିଁ । ଆଜି ତ ପୁଣି ପ୍ରତି ରାଜ୍ୟରୁ କୋଟା ଅନୁସାରେ କେତେକ ଲୋକ ଆଇ. ଏ. ଏସ୍., ଓ ଆଇ. ପି. ଏସ୍. ହେଉଛନ୍ତି; ସେମାନେ ତ ପୁଣି ପ୍ରତ୍ୟକ୍ଷ ପ୍ରତିଯୋଗୀ ଆଇ. ଏ. ଏସ୍., ଆଇ. ପି. ଏସ୍ ମାନଙ୍କ ପରି କାମ କରୁଛନ୍ତି । ହୁଏ ତ କେତେକ କ୍ଷେତ୍ରରେ ତାଙ୍କ ଦୀର୍ଘ ଅନୁଭୂତି ଯୋଗୁଁ ସେମାନେ ଅଧିକ ସୁବିଧାରେ କାମ କରିପାରୁଥିବେ । ଇଂଲଣ୍ତରେ ଲୋକେ କନଷ୍ଟେବଲ୍‍ରୁ ଉଠି କମିଶନର ହୁଅନ୍ତି, କିନ୍ତୁ ଆମର ମାଉଣ୍ଟଆବୁରୁ ଫେରି ଜିଲାମାଲିକ ହୁଅନ୍ତି । ତେଣୁ କ୍ଷତି କ’ଣ ଯଦି ରାଜ୍ୟର ପ୍ରବୀଣ ଲୋକମାନଙ୍କୁ ଉଚ୍ଚଶ୍ରେଣୀର ପରୀକ୍ଷାରେ ପାସ୍‍ କରାଇ ଏକ କେନ୍ଦ୍ରୀୟ ସର୍ଭିସ ପୁଲ୍‍କୁ ପଠାଯାଏ, ତା ହେଲେ ତ ଆଉ ହିନ୍ଦୀ-ଇଂରେଜି ଗଣ୍ତଗୋଳର ପ୍ରଶ୍ନ ରହିବ ନାହିଁ । କିନ୍ତୁ ପୁରୁଣାକୁ ଭାଙ୍ଗି ନୂଆ ଗଢ଼ିବାର ସାହସ ଆମ ଦେଶରେ କମ୍ । ସାହେବମାନେ ଚାଲିଗଲେ ମଧ୍ୟ ସାହେବୀ ପଦ୍ଧତି ପୂରାପୂରି ରହିଛି । ତାଙ୍କ ଭାଷାର ରାଜତ୍ୱ ଥିବାଯାଏ ତାଙ୍କ ପଦ୍ଧତିର ପ୍ରଭାବ ଅପ୍ରତିହତ ରହିବ । ଏହି ଆଇ. ଏ. ଏସ୍, ଆଇ. ପି. ଏସ୍ ପ୍ରଭୃତି ଚାକେରୀ ସିଷ୍ଟ୍ରେମ ବିରୁଦ୍ଧରେ କେତେ ଲୋକ ପାଟିତୁଣ୍ତ ଯେ ନ କରିଥିଲେ, ତା ନୁହେଁ । ସେମାନେ ଏ ପଦ୍ଧତିକୁ ଉଠାଇଦେଇ ଅନ୍ୟ ପଦ୍ଧତି ଚାହୁଁଥିଲେ । କିନ୍ତୁ ବ୍ରିଟିଶ ଶାସନର ସବୁ କଥା ଯେମିତି ରହିଲା, ଇଏ ମଧ୍ୟ ସେମିତି ରହିଛି । କିନ୍ତୁ ଏହି କେତୋଟି ଚାକେରୀ ପାଇଁ ଯଦି ଦେଶର ଭାଷା ସଂସ୍କୃତି ସବୁ ବଦଳାଇବାକୁ ପଡ଼େ, ତାହା ଭାରତ ପରି ଏକ ବିଶାଳ ଦେଶର ଚିନ୍ତା କରିବାର କଥା ।

 

୧.

ହିନ୍ଦୀ ମାଧ୍ୟମରେ କେନ୍ଦ୍ର ଚାକେରୀ ପାଇଁ ପରୀକ୍ଷା ଅସୁବିଧା ।

୨.

ହିନ୍ଦୀ, ଇଂରେଜି ଓ ଆଞ୍ଚଳିକ ଭାଷାରେ ପରୀକ୍ଷା ବ୍ୟବସ୍ଥା ।

୩.

କେନ୍ଦ୍ର ଚାକେରୀ ପାଇଁ ରାଜ୍ୟମାନଙ୍କରୁ ଭାଗ (କୋଟା) ବ୍ୟବସ୍ଥା ।

Image

 

ହିନ୍ଦୀ ଘରେ ଓ ବାହାରେ

 

ବଙ୍ଗଳା କିମ୍ବା ତାମିଲ ତୁଳନାରେ ହିନ୍ଦୀ ବିଶେଷ ସମୃଦ୍ଧ ନୁହେ । ହିନ୍ଦୀ କିନ୍ତୁ ବିହାରରୁ ପଞ୍ଜାବଯାଏ ଦିଗନ୍ତବିସ୍ତାରୀ । କୋଡ଼ିଏ କୋଟିରୁ ଅଧିକ ଲୋକ ଏଇ ଭାଷା କହନ୍ତି । ହିନ୍ଦୀକୁ ରାଷ୍ଟ୍ରଭାଷା କରିବାର ଏହି ହେଲା ପ୍ରଧାନ କାରଣ । ତାମିଲ ଓ ବଙ୍ଗଳା ଖୁବ୍‍ ସମୃଦ୍ଧ ତଥା ଉନ୍ନତ ଭାଷା ହୋଇଥିବାରୁ ଏହି ପଦବୀ ପାଇଁ ଯେ ଅଳ୍ପ ବହୁତେ ଆଶା ନ କରିଥିବେ, ଏକଥା ନୁହେଁ । ପ୍ରକାଶ୍ୟ ଭାବରେ ପ୍ରଚାର ନ କଲେ ମଧ୍ୟ ଅପ୍ରକାଶ୍ୟ ଭାବରେ ଏହି ଚିନ୍ତା କାର୍ଯ୍ୟ କରିଥିବ । ବା ଛଡ଼ା କଥାଟା ଯେ ନିହାତି ଅସ୍ୱାଭାବିକ, ତା ବି ନୁହେଁ । ଯଦି ଗୋଷ୍ପଦ ପରିମିତ ସୁଇଜରଲାଣ୍ତରେ ଚାରିଟା ଭାଷା ରାଷ୍ଟ୍ରଭାଷାରୂପେ ଚଳିପାରେ, ତେବେ ଭାରତ ପରି ବିଶାଳ ଭୂଖଣ୍ତରେ କ’ଣ ତିନିଟା ଭାଷା ଚଳି ପାରନ୍ତା ନାହିଁ ? କିନ୍ତୁ ଭାରତରେ ସମସ୍ୟା ଅଲଗା । ଏହି ତିନି ଭାଷାକୁ ଛାଡ଼ି ଆହୁରି ଏଗାରଟା ଆଞ୍ଚଳିକ ଭାଷା ଅଛନ୍ତି, ପୁଣି ସଂସ୍କୃତ ଗୋଟାଏ ପ୍ରାଚୀନ ଭାଷା ସାତକୁ ଇଂରେଜି ଗୋଟାଏ ଆଧୁନିକ ଭାଷା ମଧ୍ୟ ରହିଛି । ଛୋଟ ରାଜ୍ୟମାନଙ୍କରେ ସମସ୍ୟା ସମାଧାନ ଯେମିତି ସହଜ, ବଡ଼ ବଡ଼ ଦେଶମାନଙ୍କରେ ସେମିତି ସହଜ ନୁହେଁ । ସେ ଯାହାହେଉ, ନାନା କାରଣରୁ ବିଶେଷତଃ ଜାତୀୟତା କାରଣରୁ ସ୍ଥିରହେଲା–ଇଂରେଜି ଯିବ ଓ ତାହା ସ୍ଥାନରେ ହିନ୍ଦୀ ରାଷ୍ଟ୍ରଭାଷାରୂପେ ରହିବ ।

 

ହିନ୍ଦୀ ଯଥେଷ୍ଟ ସମୃଦ୍ଧ ନ ହୋଇଥିବାରୁ ତାକୁ ସମୃଦ୍ଧ କରିବା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ଜରିଆରେ ନାନା ପ୍ରକାର କାର୍ଯ୍ୟକ୍ରମ ଗୃହୀତ ହେଲା । ପ୍ରଥମତଃ ଦେଶର ନାନା ସ୍ଥାନରେ ପ୍ରଚାରକେନ୍ଦ୍ରମାନ ଖୋଲାଯାଇ ହିନ୍ଦୀ ପ୍ରଚାର କରାଗଲା । ଆମ ଦେଶରେ ଛୋଟ ବଡ଼ ଏହିଭଳି ୬୭୦୦ ପ୍ରଚାରକେନ୍ଦ୍ର ଅଛି । ଦ୍ୱିତୀୟରେ, ସାହିତ୍ୟ ସୃଷ୍ଟି କରିବା ପାଇଁ ବହୁ ସରକାରୀ ଓ ବେସରକାରୀ ସଂସ୍ଥା ସ୍ଥାପିତ ହେଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୀଭାଷୀ ରାଜ୍ୟମାନଙ୍କରେ ରହିଲେ । ଆଲାହାବାଦ ପରି ଗୋଟିଏ ଗୋଟିଏ ସହରରେ ତିନି ତିନିଟା ସଂସ୍ଥା ଗଢ଼ି ଉଠିଲା, ଯଥା–ହିନ୍ଦୁସ୍ତାନୀ ଆକାଡ଼େମୀ, ଭାରତୀୟ ହିନ୍ଦୀ ପରିଷଦ ଓ ବିଜ୍ଞାନ ପରିଷଦ । ବନାରସର ନାଗରୀ ପ୍ରଚାରଣୀ ସଭା, ବିହାର ରାଷ୍ଟ୍ରଭାଷାସଭା ପରି ବହୁ ଅନୁଷ୍ଠାନ ଜରିଆରେ ଅନେକ ହିନ୍ଦୀପୁସ୍ତକ ପ୍ରକାଶିତ ଓ ପ୍ରଚାରିତ ହେଉଛି । ହିନ୍ଦୀ ପ୍ରକାଶନୀ ସଂସ୍ଥାମାନଙ୍କୁ ସରକାରୀ ବେସରକାରୀ ଉଭୟ ସାହାଯ୍ୟ ମିଳୁଛି । ସେଥିପାଇଁ ଆଜି-କାଲି ହିନ୍ଦୀ ପୁସ୍ତକମାନଙ୍କର କାଟଛାଣ୍ଟ ଓ ଚେହେରା ସଂପୂର୍ଣ୍ଣ ବଦଳି ଗଲାଣି । ହିନ୍ଦୀର ପାଠକସଂଖ୍ୟା ଅଧିକ ହୋଇଥିବାରୁ ଅଳ୍ପ ମୂଲ୍ୟରେ ଅନେକ ପକେଟ ସଂସ୍କରଣ ବହି ବାହାରିଲାଣି । କେତେକ ରାଜ୍ୟର ସ୍କୁଲମାନଙ୍କରେ ହିନ୍ଦୀ ବାଧ୍ୟତାମୂଳକ ଭାବରେ ଓ ଅନ୍ୟ କେତେକରେ ବୈକଳ୍ପିକରୂପେ ପଢ଼ାଯାଉଛି । ଅହିନ୍ଦୀ ପ୍ରଦେଶମାନଙ୍କରେ ପ୍ରାୟ ସମସ୍ତ ବଡ଼ ବଡ଼ କଲେଜମାନଙ୍କରେ ହିନ୍ଦୀ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି । ହିନ୍ଦୀର ଭବିଷ୍ୟତଟା ବେଶ ଉଜ୍ଜ୍ୱଳ ଦେଖା ଯାଉଥିଲେ ମଧ୍ୟ ଆମ ଲୋକଙ୍କର ଏ ପର୍ଯ୍ୟନ୍ତ ବିଶ୍ୱାସ ଆସିନାହିଁ । ଦୁଇଟିରୁ ବେଶି ଛାତ୍ର ରହୁନାହାନ୍ତି । କେନ୍ଦ୍ରସରକାର ସାମୟିକ କ୍ଲାସ ଖୋଲି ତାଙ୍କ ଅଫିସରମାନଙ୍କୁ ହିନ୍ଦୀ ଶିକ୍ଷା ଦେଉଛନ୍ତି । ତା’ ଛଡ଼ା ଅଲ ଇଣ୍ତିଆ ରେଡ଼ିଓ ସପ୍ତାହରେ ପ୍ରାୟ ପାଞ୍ଚଦିନ ହିନ୍ଦୀଶିକ୍ଷା ପ୍ରଚାର କରୁଛନ୍ତି । ଏସବୁ କହିବାର ଉଦ୍ଦେଶ୍ୟ ହେଉଛି-କୌଣସି ଭାଷାକୁ ସମୃଦ୍ଧ କରିବାପାଇଁ କେତେପ୍ରକାର ପନ୍ଥା ଅବଲମ୍ବନ କରାଯାଇପାରେ, ଦେଖିବାର କଥା । କିନ୍ତୁ ଏସବୁ ସତ୍ତ୍ୱେ ହିନ୍ଦୀ କ’ଣ ତା’ ଲକ୍ଷ୍ୟରେ ପହଞ୍ଚି ପାରିଲା ହିନ୍ଦୀ ରାଜାମାନଙ୍କରେ ମଧ୍ୟ ହିନ୍ଦୀ କଣ ଏ ପର୍ଯ୍ୟନ୍ତ ରାଜ୍ୟଭାଷା ହୋଇପାରିଛି ? ପ୍ରକୃତରେ ଯାହା ଆଶା କରାଯାଇଥିଲା, ତା କରାଯାଇ ପାରିଲା ନାହିଁ । ବିନୋବା ଭାବେ କହନ୍ତି–ଏହି ବିଫଳତାର ପ୍ରଧାନ କାରଣ ହେଉଛି ଇଂରେଜି ପନ୍ଥୀ ଅଫିସରମାନଙ୍କର ଚକ୍ରାନ୍ତ । ସେମାନଙ୍କୁ ସେ ତାଙ୍କର ଗୋଟିଏ ଲେଖାରେ ‘ବିଭୀଷଣ’ ବୋଲି ଆଖ୍ୟା ଦେଇଛନ୍ତି । ତା ଛଡ଼ା ଦେଶର ବିଭିନ୍ନ ଅହିନ୍ଦୀ ପ୍ରାନ୍ତରେ ଲୋକମାନଙ୍କର ହିନ୍ଦୀ ପ୍ରତି ଏବେ ମଧ୍ୟ ସନ୍ଦେହ ଓ ଉତ୍ସାହର ଅଭାବ ଥିବାରୁ ସରକାର କୌଣସି ଦୃଢ଼ ପ୍ରଦକ୍ଷେପ ନେବାପାଇଁ ସାହସ କରିପାରି ନାହାନ୍ତି । ସମଗ୍ର ଭାରତୀୟ ଜନତା ଯଥାର୍ଥ ଭାବରେ ଉତ୍ସାହିତ ହୋଇଥିଲେ ଏହି ତେର ବର୍ଷ ଭିତରେ ମଧ୍ୟ ହିନ୍ଦୀ ରାଷ୍ଟ୍ରଭାଷା ହୋଇସାରନ୍ତାଣି-। କିନ୍ତୁ ସେ ସମ୍ଭାବନା ନ ଥିବାରୁ ଏହି ବର୍ଷ ପୁଣି ଭାଷା ବିଲ୍ ପାସ ହୋଇଛି ଯେ ୧୯୬୫ ପରେ ମଧ୍ୟ ଇଂରେଜି ଏକ ସହକାରୀ ଭାଷାରୂପେ ଚାଲିବ । ଏହି ବିଲ୍‍ ପାସ ହେବା ପରେ ଦୁଇ ପ୍ରକାର ପ୍ରତିକ୍ରିୟା ଦେଖାଦେଇଛି ।

 

ପ୍ରଥମ ପ୍ରତିକ୍ରିୟା ହେଲା ହିନ୍ଦୀ ଲୋକଙ୍କର । ସେମାନଙ୍କର ଆଶା ଥିଲା, ଏଇ ୬୫ରୁ ହିନ୍ଦୀ ରାଷ୍ଟ୍ରଭାଷାର ପୂର୍ଣ୍ଣପଦବୀ ପାଇଯିବ । କିନ୍ତୁ ହୋଇପାରିଲା ନାହିଁ । କାରଣ ହିନ୍ଦୀ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ବର୍ତ୍ତମାନ ସ୍ୱୟଂସଂପୂର୍ଣ୍ଣ ହୋଇପାରିନି କିମ୍ବା ଅହିନ୍ଦୀ ଲୋକେ ତାଙ୍କ ଆଡ଼ୁ ହିନ୍ଦୀକୁ ଚାହୁଁ ନାହାନ୍ତି । ଯେତେଦିନ ପର୍ଯ୍ୟନ୍ତ ସେମାନେ ହିନ୍ଦୀକୁ ନ ଚାହିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଇଂରେଜି ସହକାରୀ ଭାଷାରୂପେ ଚାଲୁ ରହିବ ବୋଲି କୁହାଯାଉଛି । ହିନ୍ଦୀ ଲୋକଙ୍କର ଯୁକ୍ତି ହେଉଛି–ହିନ୍ଦୀକୁ ଏହିପରି ଅବସ୍ଥାରେ ରଖିଲେ ତାହା ସ୍ୱୟଂସଂପୂର୍ଣ୍ଣ ହେବା ସହଜ ନୁହେଁ । ଭାଷା କାହାରି ଅର୍ଡ଼ର ଅନୁସାରେ ଯୋଗ୍ୟ ହୋଇପାରେ ନାହିଁ । ତାକୁ କାମରେ ଲଗାଇଲେ ସେ କାମ କରୁ କରୁ ଆପେ ଆପେ ବିସ୍ତୃତ ହୋଇଯାଏ । ଉଦାହରଣ ସ୍ୱରୂପ ବିଜ୍ଞାନ ବିଷୟ ପାଇଁ ହିନ୍ଦୀ ଯଦି ବ୍ୟବହାର କରା ନ ଯାଏ, ତେବେ ହଠାତ୍ କେମିତି ହିନ୍ଦୀ ବିଜ୍ଞାନ ବିକାଶ ପାଇଁ ଯୋଗ୍ୟ ହୋଇଯିବ ? ଶୁଖିଲା ଭୂଇଁରେ ଠିଆହୋଇ କେହି କେବେ ପହଁରା ଶିଖେ ନାହିଁ; ସେଥିପାଇଁ ପାଣିରେ ପଶି ଗୋଡ଼ହାତ ବାଡ଼େଇବାକୁ ପଡ଼େ । କିଛି ଦିନ ଅଭ୍ୟାସ ପରେ ପହଁରିବା ଠିକ୍‍ ହୋଇଯାଏ । କିନ୍ତୁ ହିନ୍ଦୀକୁ ରାଜ୍ୟରେ କିମ୍ବା କେନ୍ଦ୍ରରେ କେଉଁଠି ଏପରି ସୁଯୋଗ ମିଳିନାହିଁ । ତାଛଡ଼ା ଅହିନ୍ଦୀ ଲୋକେ କେବେ ହିନ୍ଦୀକୁ ଚାହିବେ, କିଏ ଜାଣେ ? ନିଶାନିବାରଣ ଲୋକେ ଚାହୁନାହାନ୍ତି, ବରଂ ନିବାରଣ ଆଇନ୍‍ ଚାଲୁ ହେଲାଦିନୁଁ ଘରେ ଘରେ ମଦଭାଟି ହେଉଛି ବୋଲି ଲୋକେ କହୁଛନ୍ତି । ୟା ବୋଲି କଣ ସରକାର ନିଶାନିବାରଣ ଉଠାଇ ଦେବେ ହିନ୍ଦୀ–ଅହିନ୍ଦୀ ଲୋକଙ୍କ ଭିତରେ ଝଗଡ଼ା ହେଉଛି ବୋଲି କଣ ସରକାର ଇରେଜିକୁ ସ୍ୱୀକୀର କରିବେ ? ଭିନ୍ନ ଭିନ୍ନ ରାଜନୈତିକଦଳ ଭାରତୀୟ ପତାକାର ସ୍ୱରୂପ ନେଇ ଯଦି ଝଗଡ଼ା କରନ୍ତି, ତେବେ କଣ ଭାରତସରକାର ୟୁନିୟନ ଜ୍ୟାକକୁ ରଝିବେ । ରେଲଗାଡ଼ିରେ ଜଞ୍ଜିର ଟାଣି ଯେଉଁମାନେ ଯାତ୍ରୀଙ୍କୁ ହଇରାଣ କରନ୍ତି ସେମାନଙ୍କୁ ଧରି ନ ପାରିଲେ ରେଳରୁ କଣ ଜଞ୍ଜିରଟା ଉଠାଇ ଦେବେ ? ସରକାର ଯେଉଁ ଆଇନ ପାସ କରନ୍ତି, ତାକୁ କଣ ଲୋକଙ୍କ ମର୍ଜି ଜଗି ଚଳାନ୍ତି ନା ଦେଶପାଇଁ ଯାହା ହିତକର, ତାକୁ ଚଳାଇବା ପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତି ? ଦେଶପାଇଁ ଯେଉଁ ଆଇନ୍‍ ହିତକର ନୁହେଁ କିମ୍ବା ଲୋକେ ଯାହାକୁ ଗ୍ରହଣ କରିବାକୁ ରାଜି ନୁହନ୍ତି, ସେଭଳି ଆଇନ ପ୍ରଣୟନ କରିବା କି ଦରକାର; କିନ୍ତୁ ଥରେ କରିସାରି ତାକୁ ପ୍ରୟୋଗ କରି ନ ପାରିଲେ ଅସୁବିଧା ହେବା ସ୍ୱାଭାବିକ ।

 

ବିଲ୍‍ର ଦ୍ୱିତୀୟ ପ୍ରତିକ୍ରିୟା ବର୍ତ୍ତମାନ ଦକ୍ଷିଣରେ ଭୟଙ୍କର ଚାଲିଛି । ନାନାସ୍ଥାନରେ ସଭାସମିତି ହୋଇ ଇଂରେଜିକୁ ଅନନ୍ତ କାଳପାଇଁ ରାଷ୍ଟ୍ରଭାଷା ରୂପେ ରଖିବା ଲାଗି ଦାବୀ କରାଯାଉଛି । ହିନ୍ଦୀକୁ ମୋଟେ ରାଷ୍ଟ୍ରଭାଷାରୂପେ ରଖା ନ ଯାଉ ବୋଲି ମଧ୍ୟ କୁହାଯାଉଛି । ଏହି ଆନ୍ଦୋଳନ ଭବିଷ୍ୟତରେ କିପରି ରୂପ ନେବ କହି ହେବନି, କିନ୍ତୁ ଇଂରେଜିକୁ ସରକାରୀ ଭାଷାରୂଯେ ରଖିବା ପାଇଁ ବିଲ୍ ପାସ୍‍ ହୋଇଯିବାରୁ ହିନ୍ଦୀ ଓ ଆଞ୍ଚଳିକ ଭାଷା ଚେତନା ଖୁବ୍‍ ବଢ଼ି ଯାଇଛି । ହିନ୍ଦୀ ରାଜ୍ୟମାନଙ୍କରେ ଅବିଳମ୍ବେ ହିନ୍ଦୀକୁ ରାଜ୍ୟଭାଷାରୂପେ ଚଳାଇବା ପାଇଁ କାର୍ଯ୍ୟାରମ୍ଭ କରାଯାଉଛି । ଲୋକସଭାର ସଭ୍ୟମାନେ ଏଣିକି ଲୋକସଭାରେ ନିଜ ନିଜ ମାତୃଭାଷାରେ ଭାଷଣ ଦେବାର ଅନୁମତି ପାଇଛନ୍ତି । ଭରତୀୟ ଭାଷା ଇତିହାସରେ ମାତୃଭାଷା ପାଇଁ ଏହା ଏକ ପରମ ବିଜୟ । ହିନ୍ଦୀ–ଇଂରେଜି ଲଢ଼େଇରେ ଅନ୍ତତଃ ଆଞ୍ଚଳିକ ଭାଷାର ଏତିକି ଲାଭ ହୋଇଛି, ଏଥିରେ ସନ୍ଦେହ ନାହିଁ । ଏହି ଗଣ୍ତଗୋଳରେ ହିନ୍ଦୀ ଲେକେ ମଧ୍ୟ ତାଙ୍କ ଅବସ୍ଥାଟା ବେଶ୍‍ ବୁଝି ପାରିଛନ୍ତି । ଅନ୍ୟକୁ ହିନ୍ଦୀ ପଢ଼ିବାକୁ କହିବା ପୂର୍ବରୁ ନିଜେ ଅହିନ୍ଦୀ ଭାଷା ପଢ଼ିବା ପାଇଁ ସେମାନେ ଆରମ୍ଭ କଲେଣି । ହିନ୍ଦୀ କ୍ଷେତ୍ରରେ ଥିବା ବଡ଼ ବଡ଼ ବିଶ୍ୱବିଦ୍ୟାଳୟମାନଙ୍କରେ ଅହିନ୍ଦୀ ଭାଷା ଶିକ୍ଷା ପାଇଁ କାର୍ଯ୍ୟାରମ୍ଭ କରାଯାଉଛି । ହିନ୍ଦୀଲୋକେ ଅହୀନ୍ଦି ଭାଷା-ସାହିତ୍ୟ ସମ୍ପର୍କରେ ସମ୍ୟକ୍‍ ଜ୍ଞାନଲାଭ କଲେ ଉଭୟକୂଳର ଲାଭ ହେବା ସଙ୍ଗେ ସଙ୍ଗେ ଭାରତୀୟ ଜୀବନର ଯୋଗସୂତ୍ର ଅଧିକ ସୁଦୃଢ଼ ହେବ ।

 

ହିନ୍ଦୀ ଭାରତର ରାଷ୍ଟ୍ରଭାଷାରୂପେ ଉଦ୍ଦିଷ୍ଟ ହେବା ଦିନୁ କେବଳ ଦେଶ ଭିତରେ ନୁହେ, ଦେଶ ବାହାରେ ମଧ୍ୟ ତା’ର ସମ୍ମାନ ଖୁବ ବଢ଼ିଛି । ରୁଷ, ଇଂଲଣ୍ତ, ଆମେରିକା ପ୍ରଭୃତି ବଡ଼ ବଡ଼ ଦେଶକୁ ଛାଡ଼ିଦେଲେ ଚେକୋସ୍ଲାଭାକିଆ ପରି ଛୋଟ ରାଜ୍ୟରେ ମଧ୍ୟ ହିନ୍ଦୀ ଅଧ୍ୟୟନ ଖୁବ ଜୋରସୋରରେ ଚାଲିଛି । ଭାଇସ୍‍କନ୍‍ସିନ୍‍ ବିଶ୍ୱବିଦ୍ୟାଳୟରେ ଉର୍ଦ୍ଦୁପାଇଁ ଏବେ ଚେୟାର ଖୋଲାହୋଇଛି । ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ବର୍ତ୍ତମାନ ରୁଷରେ ସବୁଠୁ ବେଶି କାମ ହିନ୍ଦୀରେ ହେଉଛି । ଏବେ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରିବା ପାଇଁ ଅନେକ ହିନ୍ଦୀଲୋକ ସୁଯୋଗ ପାଇଛନ୍ତି । ଇଂରେଜି ହଟିଯାଇ ହିନ୍ଦୀ ଯେତେବେଳେ ରାଷ୍ଟ୍ରଭାଷାର ପୂର୍ଣ୍ଣପଦବୀ ପାଇଯିବ, ସେତେବେଳେ ପୃଥିବୀର ସବୁ ଦେଶର ଲୋକେ ଯେ ହିନ୍ଦୀଶିକ୍ଷା ପାଇଁ ଅଗ୍ରହୀ ହେବେ, ଏଥିରେ ସନ୍ଦେହ ନାହିଁ । ଆଜି ଆମେ ବିଦେଶରେ ପାଦଦେଲେ କେବଳ ବିଦେଶୀ ଭାଷା ଶୁଣୁଛୁ ଓ କହୁଛୁ । କିନ୍ତୁ କାଳକ୍ରମେ ବିଦେଶରେ ଆମ ସଙ୍ଗେ ସଙ୍ଗେ ଆମ ଦେଶୀ ଭାଷାରେ କଥାକହିବା ଲୋକେ ଅନେକ ମିଳିବେ । ନିଉୟର୍କର ଏଆରହୋଷ୍ଟେସ ଯଦି ଆପଣାକୁ ଗୁଡ଼ମର୍ଣ୍ଣିଂ ନ କହି ‘ନମସ୍ତେ’ କହି ଅଭିବାଦନ କରନ୍ତି, ଆପଣାକୁ କେମିତି ଲାଗିବ କଳ୍ପନା କରନ୍ତୁ । ଥରେ ଆମେରିକାର ଗୋଟିଏ ହୋଟେଲରେ ଜଣେ ଆମେରିକାନ୍‍ ହଠାତ୍‍ ମୋ ସଙ୍ଗେ ଓଡ଼ିଆ ଭାଷାରେ କଥାବାର୍ତ୍ତା ଆରମ୍ଭ କରି ଯେଉଁ ରୋମାଞ୍ଚ ସୃଷ୍ଟି କରିଥିଲେ, ତା ମୁଁ ଜୀବନରେ କେବେ ଭୁଲି ପାରିବି ନାହିଁ । ନିଜ ଭାଷାର ମୂଲ୍ୟ ମଣିଷ ଘରେ ବୁଝେ ନାହିଁ, ସବୁବେଳେ ବୁଝେ ବାହାରେ-

 

୧.

ଇଂରେଜି ସ୍ଥାନରେ ହିନ୍ଦୀ ଓ ହିନ୍ଦୀକୁ ସମୃଦ୍ଧ କରିବାର ନାନା ପନ୍ଥା ।

୨.

୧୯୬୩ ଭାଷାବିଲ୍‍ ଓ ତାର ପ୍ରତିକ୍ରିୟା ।

୩.

ଭାଷାନୀତିରେ ଦୃଢ଼ତାର ଅଭାବ ।

୪.

ଭାଷାବିଲ୍‍ ପାସ୍‍ ହେବା ପରେ ହିନ୍ଦୀ ଓ ଆଞ୍ଚଳିକ ଭାଷା ଚେତନାରେ ଅଭିବୃଦ୍ଧି ।

୫.

ବିଦେଶରେ ହିନ୍ଦୀ ପାଇଁ ସମ୍ମାନ ।

Image

 

ବଙ୍ଗରେ ବଙ୍ଗଳା

 

ମନ୍ତ୍ରା, ସ୍ୱରାଷ୍ଟ୍ର ବିଭାଗ

ରାଇଟାର୍ସ ବିଲଡ଼ିଂସ

କଲିକତା

ତାରିଖ…….....................

 

୧୯୬୧ ସାଲେ ଗୁରୁଦେବ ରବୀନ୍ଦ୍ରନାଥେର ଜନ୍ମଶତବାର୍ଷିକୀ ଉପଲକ୍ଷେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରେଦ୍ଧେୟ ଡକ୍ଟର ବିଧାନଚନ୍ଦ୍ର ରାୟ ପଶ୍ଚିମବଙ୍ଗେ ସରକାରୀ କାର୍ଯ୍ୟେ ବାଙ୍‍ଲାଭାଷା ପ୍ରୟୋଗ ସମ୍ବନ୍ଧେ ଏକଟି ନୀତିମୂଲକ ବିବୃତି ଦିୟାଛିଲେନ । ଏଇ ବିବୃତିତେ ଓ ସରକାରୀ କାର୍ଯ୍ୟ ବାଙ୍‍ଲାଭାଷାର ପ୍ରବର୍ତ୍ତନ ତ୍ୱରାନ୍ୱିତ କରିବାର ପ୍ରତିଶୃତି ରହିୟାଛେ । ସୁତରାଂ ସରକାରୀ କାର୍ଯ୍ୟେ ବାଙ୍‍ଲାଭାଷା ପ୍ରୟୋଗେର ବ୍ୟାପାରେ ସରକାରୀ ନୀତି ପରିଷ୍କାର ।

 

ଅର୍ଥାତ୍‍ ଆମାଦିଗକେ ସରକରୀ କାର୍ଯ୍ୟ ବାଙ୍‍ଲାଭାଷା ପ୍ରବର୍ତ୍ତନ କରିତେଇ ହଇବେ । ଏଇ ପ୍ରବର୍ତ୍ତନ ତ୍ୱରାନ୍ୱିତ କରିବାର ଜନ୍ୟ ଆପନି ଆପନାର ବିଭାଗୀୟ ସଚିବ ଏବଂ ଅଧିକର୍ତ୍ତାଦେର ଯଦି ଅନୁଗ୍ରହ କରିୟା ନିର୍ଦ୍ଦେଶ ପ୍ରଦାନ କରେନ, ତାହାହଇଲେ ବିଶେଷ ସୁଖୀ ହଇବ ।

 

ଆଗାମୀ ୯ ଇ ମେ କବିଗୁରୁ ରବୀନ୍ଦ୍ରନାଥେର ଜନ୍ମଦିବସ । ଆମି ଆଶାକରି, ଆପନାର ନିର୍ଦ୍ଦେଶକ୍ରମେ ସମସ୍ତ ବିଭାଗୀୟ କର୍ମଚାରୀଗଣ ଐଦିନ ହଇବେ ନଥିପତ୍ରେ ବାଙ୍‍ଲାଭାଷା ଯଥାସାଦ୍ଧ ପ୍ରୟୋଗ କରିୟା ସରକାରୀ ନୀତି ରୂପାୟନୀ ତ୍ୱରାନ୍ୱିତ କରିତେ ସାହାଯ୍ୟ କରିବେନ ।

 

ଭବଦୀୟ

ମନ୍ତ୍ରୀ, ସ୍ୱରାଷ୍ଟ (ପ୍ରଚାର) ବିଭାଗ

 

ଏହି ହେଲା ବଙ୍ଗ ସରକାରଙ୍କର ନିର୍ଦ୍ଦେଶନାମାର କିୟଦଂଶ । ମେ ୯ରୁ ରାଜ୍ୟଶାସନରେ ବଙ୍ଗଳାଭାଷା ଚଳିବାର କଥା । ଚଳିଲା ମଧ୍ୟ । ସେ ଦିନ ଛୁଟିଥିଲେ ବି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲଚନ୍ଦ୍ର ସେନ ଅଫିସକୁ ଯାଇ ବଙ୍ଗଳାଭାଷାରେ ଫାଇଲ ଲେଖା ଆରମ୍ଭ କରିଦଲେ; କଲମଗାରରେ ଇତିହାସର ରଥଚକ ଓଲଟି ଘୂରିଗଲା ।

 

କଲିକତା ସହର, ଇଂରେଜିମାନଙ୍କର ଆଡ଼୍ଡ଼ା ସ୍ଥଳ । କ୍ଲାଇବ-କର୍ଣ୍ଣଓ୍ୱାଲିସଙ୍କଠାରୁ ଆରମ୍ଭ କରି ସାମ୍ରାଜ୍ୟ ଶେଷ ପର୍ଯ୍ୟନ୍ତ ବ୍ରିଟିଶମାନଙ୍କର ବିହାରସ୍ଥଳୀ । ଫୋର୍ଟ ଉଇଲିୟମ କଲେଜରେ କେରୀ ସାହେବ ବସି କେମିତି ବଙ୍ଗଳା ଅଧ୍ୟୟନ କରୁଥିଲେ, ଲର୍ଡ଼ ମାକଲେ କେମିତି ଏ ଦେଶରେ ଇରେଜି ଜ୍ଞାନର ସୁଅ ଛୁଟାଇବା ପାଇଁ ଚିଠା ପ୍ରସ୍ତୁତ କରିଥିଲେ, ଲର୍ଡ଼ ବେଣ୍ଟିଙ୍କ ସେହି ଚିଠା ଉପରେ କେମିତି ସ୍ୱୀକୃତି ଦେଇ ଭାରତୀୟ ଭାଷାମାନଙ୍କୁ ସ୍ଥାଣୁ କରିଦେଇଥିଲେ, ସେ ସବୁ ଦେଖିଥିଲା ବଙ୍ଗଳା । ବହୁତ ଦିନ ତଳର କଥା, ୧୮୩୫ ସମିହା । ଇଷ୍ଟଇଣ୍ତିଆ କମ୍ପାନୀର କିରାଣୀମାନଙ୍କ ଅତ୍ୟାଚାରରେ ଭାରତର କୃଷକ ଯେମିତି ମାଟିରେ ମିଶୁଥିଲା, ଶାସକମାନଙ୍କ କଲମଗାରରେ ଭାଷା ତାର ସେମିତି ମୂକ ହୋଇଯାଉଥିଲା । ଆପଣା କହିପାରନ୍ତି କେରୀ, କୋଲବ୍ରୁକ୍, ଉଇଲିନସ୍, ଜୋନ୍‍ସ ଭାରତର ପ୍ରାଚୀନ ଭାଷାସାହିତ୍ୟ ସଂସ୍କୃତିର ପରମ୍ପରାକୁ ଯେପରି ଉଦ୍ଧାର କରିଥିଲେ, ସେପରି ସେବା ଏ ଦେଶର ଆଉ କିଏ କରିଥିଲା ? କିନ୍ତୁ ସେ ସେବା ସର୍ବପ୍ରଥମେ ତାଙ୍କ ରାଜ୍ୟଶାସନ ପାଇଁ, ତାଙ୍କ ମିଶନ ପାଇଁ, ମ୍ୟୁଜିୟମ୍‍ ପାଇଁ, ତାର ପରେ ଭାରତର ଇଂରେଜି ଶିକ୍ଷିତ ବାବୁମାନଙ୍କ ପାଇଁ । ସେହି ସେବାଟା ପଛକୁ ରଖି ଭାରତୀୟ ଜନତାଙ୍କୁ ନିଜ ଭାଷାରେ ଶିକ୍ଷା ଦେଇ ଜାଗ୍ରତ କରିଥିଲେ, ସେ ବି ତାକୁ କରିଥାନ୍ତେ । ତଳିଆଙ୍କୁ ତଳେ ରଖି ନିଜ ଅନୁଚରମାନଙ୍କୁ ଉପରେ ରଖିବାର ଯେଉଁ ନୀତି ବ୍ରିଟିଶମାନେ ବରାବର ଅନୁସରଣ କରୁଥିଲେ ତାକୁ ଇ ସେ ଭାଷାକ୍ଷେତ୍ରରେ ଚାଲୁ କରିଥିଲେ । ଭାରତରେ ବିଜ୍ଞାନର ସୁଅ ଛୁଟାଇ ଦେଶକୁ ଉଠାଇବାର ସଚ୍ଚୋଟପଣିଆ ଯଦି ଏତେ ଥିଲା, ଚାର୍ଲସ ଉଡ଼ଙ୍କ ଚିଠା କାହିଁକି କାର୍ଯ୍ୟକାରୀ ହେଲା ନାହିଁ ଇଂରେଜି ସଙ୍ଗେ ସଙ୍ଗେ ଭରତୀୟ ଭାଷା ମାଧ୍ୟମରେ ଶିକ୍ଷା ଦେବାପାଇଁ ସେଥିରେ ଯେଉଁ ନିର୍ଦ୍ଦେଶ ଥିଲା, ସେ ନିର୍ଦ୍ଦେଶ ଗଲା କୁଆଡ଼େ ? ତା ହୋଇଥିଲେ ବଙ୍ଗାଳାଭାଷାକୁ ରାଇଟସ୍‍ ବିଲ୍ଙସ୍ ରେ ପଶିବା ପାଇ ୧୯୬୩ ମସିହା ମେ ନଅ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି ନ ଥାନ୍ତା ! ବ୍ୟବସାୟୀ ବ୍ରିଟିଶ ଠିକ ବୁଝିଥିଲେ, ବସ୍ତ୍ର ବିକା ସରିଗଲେ ବହି ବିକା ଚାଲିବ । ମାଟିର ସାମ୍ରାଜ୍ୟ ଚାଲିଗଲେ ମନର ସାମ୍ରାଜ୍ୟ ରହିବ । ପ୍ରକୃତରେ ସେହି ବ୍ୟବସାୟ ଏବେ ଚାଲିଛି, ସେହି ସାମ୍ରାଜ୍ୟ ଏବେ ଚାଲିଛି । ବଙ୍ଗଳାରେ ବଙ୍ଗଭାଷାର ଏହି ଯେଉଁ ଶୁଭାରମ୍ଭ ହେଲା ଓ ଅନ୍ୟ କେତେକ ରାଜ୍ୟରେ ଯେଉଁ ଶୁଭାରମ୍ଭ ହେଉଛି ଓ ହେବାକୁ ଯାଉଛି, ସେହି ହେଉଛି ପ୍ରକୃତରେ ବିଦେଶୀ ସାମ୍ରାଜ୍ୟର ଶେଷ ସୂଚନା ।

 

ରବୀନ୍ଦ୍ରନାଥ ଯେଉଁ ବଙ୍ଗଳା ଭାଷାକୁ ବିଶ୍ୱଦରବାରରେ ଆସନ ଦେଇଥିଲେ, ବଙ୍ଗ ଶାସନରେ ସେ ଏପର୍ଯ୍ୟନ୍ତ ସ୍ଥାନ ପାଇ ପାରି ନ ଥିଲା । ଏବେ ତାଙ୍କ ଜନ୍ମଦିବସରେ ତାଙ୍କ ଭାଷାକୁ ଯେଉଁ ଆସନ ମିଳିଛି, ତାହା ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ । ଦେଶ ଓ ଜାତିର ସମୃଦ୍ଧି ପାଇଁ ମାତୃଭାଷା କେତେ ମୂଲ୍ୟବାନ୍‍, ତା ସେ ବେଶ ବୁଝିଥିଲେ । ଦେଶବାସୀଙ୍କୁ ମାତୃଭାଷାରେ ଶିକ୍ଷା ନ ଦେଲେ ଶିକ୍ଷା ପ୍ରତ୍ୟେକଙ୍କ ନିକଟରେ ପହଞ୍ଚି ପାରିବ ନାହିଁ ବୋଲି ସେ ଜାଣିଥିଲେ । ଇଂରେଜି ଭାଷା ମାଧ୍ୟମରେ ଯେଉଁ ଶିକ୍ଷା ଦିଆଯାଉଥିଲା, ତାକୁ ସେ ଏକ ବିଦେଶୀ ଜାହାଜ ସହିତ ତୁଳନା କରି କହୁଥିଲେ ବିଦେଶୀ ଜାହାଜ ଯେଉଁ ଜିନିଷ ଆଣେ, ତାହା ସହର-ବଜାରରେ ରହେ, ଗାଁଲୋକଙ୍କ ପାଖକୁ ଯାଇପାରେ ନାହିଁ । ଆମେ ଯଦି କେବଳ ବିଦେଶୀ ଜାହାଜ ଉପରେ ନିର୍ଭର କରି ବ୍ୟବସାୟ କରୁ, ତାହାହେଲେ ଆମ ବ୍ୟବସାୟ କେବଳ ସହର-ବଜାରରେ ସୀମାବଦ୍ଧ ହୋଇ ରହିବ । (୧୪) ଅନ୍ୟ ଅର୍ଥରେ ବିଦେଶୀ ଇଂରେଜିଭାଷା କେବଳ ସହର-ବଜାର ଲୋକଙ୍କ ପାଖରେ ରହିବ, ଗାଁ ଗହଳର କୋଟି ଜନତାକୁ ଛୁଇଁ ପାରିବ ନାହିଁ । ଜନକୁ ଜାଗ୍ରତ କରିପାରିବ କେବଳ ତା’ର ମାତୃଭାଷା, ଯାହାକୁ ନେଇ ଜୀବନର ପ୍ରତିମୁହୂର୍ତ୍ତ ସେ ବଞ୍ଚେ । ଇଂରେଜି ମାଧ୍ୟମ ଆମକୁ ଉଚ୍ଚଶିକ୍ଷା ଦେଇପାରିଥାଏ; କିନ୍ତୁ ଉଚ୍ଚ ଚିନ୍ତା କରିବାକୁ କେବେ ଶିକ୍ଷା ଦେଇନି । (୨) ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ନେଲାବେଳେ ଲେକେ ଯେଉଁ ଖୋଳ ପିନ୍ଧିଥାନ୍ତି ସେ ଯାହା, ଆମ ପକ୍ଷରେ ଇଂରେଜି ମଧ୍ୟ ସେୟା । ଡିଗ୍ରୀ ନେଇ ସାରିଲେ ଲୋକେ ଖୋଳକୁ ଉତ୍ତାରି କାନ୍ଥରେ ଟାଙ୍ଗିଦିଅନ୍ତି । କଲେଜରୁ ଫେରି ପିଲାମାନେ ଘରେ ଇଂରେଜିଭାଷାକୁ ତାଙ୍କ ପକେଟରେ ରଖି ଦିଅନ୍ତି । ଯେଉଁ ଖାଦ୍ୟକୁ ଚୋବାଇ ନ ପାରି ଗିଳି ଦିଆଯାଏ, ସେଥିରେ ଉଦର ଭାରାକ୍ରାନ୍ତ ହୁଏ; କିନ୍ତୁ ଶରୀରରେ ରକ୍ତ ସୃଷ୍ଟି ହୁଏ ନାହିଁ । କହିବା ବାହୁଲ୍ୟ ଯେ ପ୍ରତ୍ୟେକ ଜାତିର ଶିକ୍ଷା ଓ ଶାସନ ସେହି ଜାତିର ମାତୃଭାଷାରେ ହେବା ବାଞ୍ଚନୀୟ । ୧୮୫୭ରେ ଇଂରେଜମାନେ କଲିକତା, ମାନ୍ଦ୍ରାଜ ଓ ବମ୍ବେରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ଇଂରେଜି ମାଧ୍ୟମ ଚାଲୁ କରିଥିଲେ । ଇଂରେଜିର ପ୍ରଥମ ଦୁର୍ଗ କଲିକତାରେ ଏବେ ବଙ୍ଗଭାଷା ଶାସନକ୍ଷେତ୍ରରେ ପ୍ରବେଶ କଲା ।

 

ମେ ୨୯ରେ ମାନ୍ଦ୍ରାଜରୁ ପି. ଟି. ଆଇ ସମ୍ବାଦ ପରିବେଶଣ କରି କହିଛନ୍ତି ଯେ ମାନ୍ଦ୍ରାଜ ସରକାର ଏବେ ନିର୍ଦ୍ଦେଶ ଦେଇଛନ୍ତି, ଏହି ବର୍ଷ ଜୁନ୍ ପହିଲାଠାରୁ ୪୫ ବର୍ଷରୁ କମ୍ ଯେତେ ଅଫିସର ତାମିଲ ଜାଣିନାହାନ୍ତି, ସମସ୍ତେ ତାମିଲ ଲେଖିପଢ଼ି ଶିଖିବେ । ସେଥିପାଇଁ ରାଜ୍ୟରେ ୮୧୪୨ଟି କେନ୍ଦ୍ର ଖୋଲା ହୋଇଛି । ଉଦ୍ଦେଶ୍ୟ ହେଉଛି, ଖୁବ୍ ନିକଟରେ ମାନ୍ଦ୍ରାଜ ରାଜ୍ୟର ଶାସନକ୍ଷେତ୍ରରେ ତାମିଲ ବ୍ୟବହାର କରାଯିବ । ୧୯୫୫ ଜୁନ୍ ୧୯ ତାରିଖରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଏକ ସମ୍ମିଳନୀ ହୋଇଥିଲା । ସେଥିରେ ବିଶ୍ୱବିଦ୍ୟାଳୟର କୁଳପତି, ଅନ୍ୟାନ୍ୟ ଶିକ୍ଷାବିତ୍ ଓ ବହୁ ସରକାରୀ–ବେସରକାରୀ ଅଫିସର ଯୋଗଦେଇଥିଲେ ଓ ଶିକ୍ଷା ମନ୍ତ୍ରୀ ସଭାପତିତ୍ୱ କରିଥିଲେ । ସେତେବେଳେ ସ୍ଥିର ହୋଇଥିଲା ଏଣିକ ବିଶ୍ୱବିଦ୍ୟାଳୟ ସ୍ତରରେ ତାମିଲରେ ଶକ୍ଷା ଦିଆଯିବା ଉଚିତ । ସେଥିପାଇଁ ପ୍ରଧାନ କାରଣ ହେଉଛି, ପିଲାମାନେ ହାଇସ୍କୁଲରେ ତାମିଲ ମାଧ୍ୟମରେ ପଢ଼ି କଲେଜରେ ଇଂରେଜି ବୁଝି ପାରୁ ନାହାନ୍ତି । ତେଣୁ କଲେଜଶିକ୍ଷା ତାମିଲ ମାଧ୍ୟମରେ ଚାଲିବାକୁ ବାଧ୍ୟ । ଏବେ ଶାସନକ୍ଷେତ୍ରରେ ଯାହା ହେବାକୁ ଯାଉଛି, ତାହା ବିଶ୍ୱବିଦ୍ୟାଳୟ ନୀତିର ପରିପୂରକ ହେବ–ଏଥିରେ ସନ୍ଦେହ ନାହିଁ ।

 

ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ଏହି ପରିକଳ୍ପନା ପୂର୍ବରୁ ଗୁଜରାଟ ବିଶ୍ୱବିଦ୍ୟାଳୟରେ ପ୍ରଥମ ବାର୍ଷିକ କଳା, ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀରେ ଗୁଜରାଟୀ ମାଧ୍ୟମ ଚାଲୁ ହୋଇସାରିଥିଲେ । ଗାନ୍ଧିଜୀଙ୍କ ମାତୃଭୂମିରେ ଯାହା ଅନେକ କାଳରୁ ସତ୍ୟ ହୋଇସାରିଲାଣି, ଏବେ ମଧ୍ୟ କେତେକ ରାଜ୍ୟରେ ଲୋକଙ୍କୁ ତାହା ସ୍ୱପ୍ନ ପରି ଲାଗୁଛି ଲୋକଙ୍କର ଏ ପର୍ଯ୍ୟନ୍ତ ବିଶ୍ୱାସ ହୋଇ ନି, ମାତୃଭାଷା ଖୁବ ଚଞ୍ଚଳ ଶିକ୍ଷା ଓ ଶାସନର ମାଧ୍ୟମ ହୋଇପାରିବ ବୋଲି; କିନ୍ତୁ ହିନ୍ଦୀ ପଲିସିକୁ ଆଗେଇ ନେବା ପାଇଁ ହିନ୍ଦୀ ରାଜ୍ୟଗୁଡ଼ିକ ଆଉ ଅପେକ୍ଷା ନ କରି ମାତୃଭାଷାକୁ ଶାସନରେ ଚଳାଇବା ଆରମ୍ଭ କରିଦେଲେଣି । କେଉଁଠି ପଞ୍ଚାୟତ ସ୍ତରରେ, କେଉଁଠି ଜିଲା ସ୍ତରରେ, କେଉଁଠି ଅବା ରାଜ୍ୟ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଗଲାଣି । କେଉଁଠି ଭାଷା ଡିରେକ୍ଟରେଟ୍‍, କେଉଁଠି ଭାଷା ବ୍ୟୁରୋ କେଉଁଠି ନିର୍ଦ୍ଦେଶକ କମିଟିମାନ ସବୁ ଖୋଲିଗଲାଣି । ଦକ୍ଷିଣଭାରତରେ ହିନ୍ଦୀର ଯେତିକି ପ୍ରତିରୋଧ ହେବ, ଉତ୍ତରଭାରତରେ ହିନ୍ଦୀ ସେତିକି ଶୀଘ୍ର ରାଜ୍ୟଭାଷାରୂପେ ସ୍ଥାନପାଇବ ଏଥିରେ ସନ୍ଦେହ ନାହିଁ । ଏଥର ହିନ୍ଦୀକୁ ଏକମାତ୍ର ରାଷ୍ଟ୍ରଭାଷାରୂପେ ସ୍ୱୀକାର ନ କରି ଇଂରେଜିକୁ ସହକାରୀ ଭାଷାରୂପେ ସ୍ୱୀକାର କରାଯିବାରୁ ହିନ୍ଦୀ ଲୋକଙ୍କର ସରକାରଙ୍କ ଉପରେ ସନ୍ଦେହ ହୋଇଥିବ ନିଶ୍ଚୟ । ତେଣୁ ଭବିଷ୍ୟତରେ କ’ଣ ହେବ ନିଶ୍ଚିତ ନ ଥିବାରୁ ନିଜର ଆସନକୁ ଦୃଢ଼ କରିବା ପାଇଁ ହିନ୍ଦୀ ରାଜ୍ୟଗୁଡ଼ିକ ଆଉ ଅପେକ୍ଷା କରିବେ ନାହିଁ । ଏଣିକି ବାଧ୍ୟତାସୂତ୍ରରେ ମାତୃଭାଷାକୁ ଚଳାଇବେ । କାରଣ, ରାଷ୍ଚ୍ରଭାଷା ବିଷୟରେ ବାଦବିବାଦ ଥାଇପାରେ, କିନ୍ତୁ ରାଜ୍ୟମାନଙ୍କରେ ଆଞ୍ଚଳିକଭାଷା ଚଳିବାପାଇଁ କୌଣସି ବାଦବିବାଦ ନାହିଁ । ହାତରେ ନ ମାରି ଭାତରେ ମାରିବା ବରଂ ଭଲ । ହିନ୍ଦୀ ଇଂରେଜି ବିବାଦକୁ ବେଶି ଦୃଷ୍ଟି ନ ଦେଇ ଆଞ୍ଚଳିକ ଭାଷାକୁ ଜୋରସୋର ଚାଲୁ କରିଦେଲେ ଇଂରେଜ ଆପେ ଆପେ ଯିବାପାଇଁ ବାଧ୍ୟ ହେବ ।

 

ଆଗରୁ କୁହାଯାଇଛି–ନିକଟରେ କେମିତି ବିହାର ବିଧାନ ସଭାର ଅଧ୍ୟକ୍ଷ ଇଂରେଜି ଚିଠି ଫେରାଇଦେଇ ହିନ୍ଦୀ ଚିଠି ଦାବୀ କରିଛନ୍ତି । ୧୯୬୨ ଅକ୍ଟୋବର ଦୁଇ ତାରିଖରୁ ପଞ୍ଜାବ ସରକାର ଜିଲା ସ୍ତରରେ ହିନ୍ଦୀ ଉର୍ଦ୍ଦୁ ଓ ଉଭୟକୁ ପୂର୍ଣ୍ଣ ଭାବରେ ସ୍ୱୀକାର କରିଛନ୍ତି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଞ୍ଚଳିକ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇସାରିଲାଣି । କିନ୍ତୁ ଆମ ରାଜ୍ୟରେ ପଞ୍ଚାୟତ ସରକାର ଖୁବ୍‍ ପ୍ରଗତିଶୀଳ ବୋଲି କେନ୍ଦ୍ର ନିରୀକ୍ଷକମାନେ ମତ ଦେଇଥିଲେ ମଧ୍ୟ ଭାଷାସ୍ତରରେ ପୁରୁଣା ପ୍ରଥା ପୂର୍ବପରି ଚାଲିଛି । ପଞ୍ଚାୟତ ସମିତିରେ ବେଳେ ବେଳେ ଇଂରେଜିରେ ଏମିତି ଝଞ୍ଜା ବହୁଛି ଯେ ଇଂରେଜି ନ ଜାଣିଥିବା ସରପଞ୍ଚମାନେ ଚକିତ ହୋଇ ଚାହିଁ ରହୁଛନ୍ତି, ସତେ କ’ଣ ଆଉ ଇଂରେଜି ସରକାର ଫେରି ଆସିଲେ କି ? ସରପଞ୍ଚମାନେ ବେଳେ ବେଳେ ଇଂରେଜିରେ ନୋଟିସ ପାଇ ଗାଁ-ଦରପାଠୁଆଙ୍କ ପାଖକୁ ଦଉଡ଼ୁଛନ୍ତି–ବୁଝିବା ପାଇଁ; ତେଣୁ ଏହି ଦରପାଠୁଆମାନେ ଟାଉଟର ସାଜିବା ପାଇଁ ସୁଯୋଗ ପାଉଛନ୍ତି । ଏଇଥିପାଇଁ ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଭାଷା ସ୍ୱାଧୀନତା ପାଇଁ କାମ ଆରମ୍ଭ କରି ଦେଇଥିଲେ । ସେ କଳ୍ପନା କରିଥିଲେ ଯେ ଗାଁ ଲୋକଙ୍କ ହାତକୁ ଶାସନ କ୍ଷମତା ଯିବାବେଳକୁ ଇଂରେଜି ହଟିଯାଇ ମାତୃଭାଷା ଯେମିତି ଶାସନ ଗାଦିକୁ ଆସି ଯାଇଥିବ, ତାହେଲେ ଗାଁ ଲୋକେ ନିର୍ବିଘ୍ନରେ କାର୍ଯ୍ୟ ଚଳାଇପାରିବେ । ଗାନ୍ଧିଜୀଙ୍କର ଏହି କଳ୍ପନା ସ୍ୱାଧୀନତାର ଦୀର୍ଘକାଳ ପରେ ମଧ୍ୟ ସଫଳ ହୋଇପାରି ନାହିଁ । କିନ୍ତୁ କାଳକ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ନୀତିକୁ ଆସ୍ତେ ଆସ୍ତେ ଗ୍ରହଣ କରୁଛନ୍ତି । ଏହା ଦେଖିଲେ ମନେ ହେଉଛି, ବ୍ରିଟିଶମାନେ ଆସି ଯେମିତି ଖଣ୍ତକୁ ଖଣ୍ତ ରାଜ୍ୟ ନେଇଥିଲେ, ଆଜି ସେମିତି ଖଣ୍ତିଏ ଖଣ୍ତିଏ ରାଜ୍ୟରୁ ଇଂରେଜି ଭାଷା ଆସ୍ତେ ଆସ୍ତେ ଗାଦି ଛାଡ଼ିଯାଉଛି । ଓଡ଼ିଶାକୁ ଇଂରେଜି ଭାଷା ସବା ଶେଷରେ ଆସିଥିବା ହେତୁ ସବା ଶେଷରେ ଯିବବୋଲି ମନେ ହେଉଛି ।

 

୧.

ବଙ୍ଗ ଶାସନରେ ବଙ୍ଗଳାଭାଷା ପ୍ରବର୍ତ୍ତନ ଘୋଷଣା ।

୨.

ଭାରତୀୟ ଭାଷାମାନଙ୍କ ପ୍ରତି ବ୍ରିଟିଶମାନଙ୍କର ବ୍ୟବସ୍ଥା ।

୩.

ବିଦେଶୀ ଭାଷା କେବେ ଜନତାର ଭାଷା ହୋଇପାରେ ନା ।

୪.

ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷା ପ୍ରବର୍ତ୍ତନ ।

୫.

ଦକ୍ଷିଣରେ ହିନ୍ଦୀର ଯେତିକି ବିରୋଧ, ଉତ୍ତରରେ ସେତିକି ବିସ୍ତାର ।

୬.

ପଞ୍ଚାୟତ ଶାସନ ପାଇଁ ଜନତାର ଭାଷା ପ୍ରଶସ୍ତ ।

Image

 

ମାତୃଭାଷା ଓ ଲୋକଶିକ୍ଷା

 

ଆମ ଦେଶରେ ଭାଷାସମସ୍ୟା କହିଲା ମାତ୍ରେ ଲୋକେ ବୁଝନ୍ତି ହିନ୍ଦୀ-ଇଂରେଜି ବିବାଦ କଥା । ଆଞ୍ଚଳିକ ଭାଷା କଥାଟା ବେଶି ମନକୁ ଆସେ ନାହିଁ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ । ଅନ୍ନବସ୍ତ୍ର ପରି ତାର ଦରକାର ନିଜର ଭାଷା । ସେଥିପାଇଁ ଅର୍ଥନୀତି କ୍ଷେତ୍ରରେ ଗାନ୍ଧିଜୀ ବିଦେଶୀ ବର୍ଜନ କରି ସ୍ୱଦେଶୀ ବ୍ୟବହାର କରିବା ପାଇଁ ଯେମିତି ଡାକ ଦେଲେ, ଭାଷା କ୍ଷେତ୍ରରେ ସେମିତି ଇଂରେଜି ଛାଡ଼ି ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ଘୋଷଣା କଲେ । ତାଙ୍କର ଡାକ ହେଲା କେନ୍ଦ୍ରଭାଷା ହେବ ହିନ୍ଦୀ ଓ ଭିନ୍ନ ଭିନ୍ନ ରାଜ୍ୟଗୁଡ଼ିକରେ ରାଜ୍ୟଭାଷା ହେବ ଆଞ୍ଚଳିକ ଭାଷା ଅର୍ଥାତ ରାଜ୍ୟଲୋକମାନଙ୍କର ମାତୃଭାଷା । ଗାନ୍ଧିଜୀ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ । ତାଙ୍କ ଦୃଷ୍ଟିରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ ତାକୁ କେବେ ଦେଶଭକ୍ତ କୁହାଯାଇ ପାରେ ନା । (୩) ଓଡ଼ିଆ କବି ଠିକ୍‍ କହିଥିଲେ–‘ମାତୃଭୂମି ମାତୃଭାଷାରେ ମମତା ଯା ପ୍ରାଣେ ଜନମି ନାହିଁ, ତାକୁ ଯଦି ଜ୍ଞନୀ ଜନରେ ଗଣିବା ଅଜ୍ଞାନୀ ରହିବେ କାହିଁ କିନ୍ତୁ ଇଂରେଜି ଭାଷା ପ୍ରଭାବରେ ଆମ ଦେଶରେ ଭାଷା ପରିସ୍ଥିତ ଏମିତି ହେଲା ଯେ ମାତୃଭାଷା ନ ଜାଣି ମଧ୍ୟ ଲୋକେ ହେଲେ ଜ୍ଞନୀ । ଏହି ଜ୍ଞାନୀ ଲୋକମାନଙ୍କର ମାତୃଭାଷା ଅବହେଳା ହେଲା ଜାତି ପକ୍ଷରେ ଘୋର ଦୁର୍ଭାଗ୍ୟର କାରଣ । ଯେଉଁମାନେ ଜ୍ଞାନୀ, ପଦସ୍ଥ, ଯାହାଙ୍କ କଥାରେ ମୂଲ୍ୟ ଥିଲା, ସେମାନେ ମାତୃଭାଷା ପ୍ରତି ଉଦାସୀନ ହେବା ଫଳରେ ମାତୃଭାଷାର ଅଗ୍ରଗତି ଅସମ୍ଭବ ହେଲା । ଗାନ୍ଧିଜୀ ଠିକ ବୁଝିପାରିଲେ ଯେ ଇରେଜି ଶିକ୍ଷା ଓ ଶାସନର ମାଧ୍ୟମ ହୋଇ ରହିଥିବାଯାକେ ଆଞ୍ଚଳିକ ଭାଷାଗୁଡ଼ିକ ପ୍ରତି କାହାରି ଦୃଷ୍ଟି ଫେରିବ ନାହିଁ, ବଡ଼ ବରଗଛ ତଳେ ଛୋଟ ବରକୋଳି ଗଛ ଉଧେଇ ପାରିବ ନାହିଁ ବିଜୁଳିବତୀ ଜଳୁଥିବାଯାକେ ଛୋଟ ଦୀପକୁ କେହି ଚାହିଁବେ ନାହିଁ । ଛୋଟକୁ ରକ୍ଷା କରିବାକୁ ହେଲେ ବଡ଼କୁ ବାରଣ କରିବାକୁ ହେବ, ଠିକ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଯେମିତି ହେଉଛି । ଦେଶର କ୍ଷୁଦ୍ର ଶିଳ୍ପମାନଙ୍କୁ ବଞ୍ଚାଇ ରଖିବାକୁ ହେଲେ ବିଦେଶୀ ଆମଦାନିକୁ ବାରଣ କରିବାକୁ ହେବ । ଏହି ଦୃଷ୍ଟିରୁ ବିଚାର କଲେ ଇଜ୍ରାଇଲର ଆଧୁନିକ ହିବ୍ରୁଭାଷା ଏକ ପ୍ରକୃଷ୍ଟ ଉଦାହରଣ । ହିବ୍ରୁଭାଷା ମୃତପ୍ରାୟ ଅବସ୍ଥାରୁ ଉଠି ଏବେ ଇଜ୍ରାଇଲର ରାଜ୍ୟଭାଷାରେ ପରିଣତ ହୋଇଛି । ସେଠି ହିବ୍ରୁକୁ ଉଠାଇବା ପାଇଁ ଅନ୍ୟ ଭାଷା ବିରୁଦ୍ଧରେ ପ୍ରଚାର ପର୍ଯ୍ୟନ୍ତ କରାଗଲା । ସ୍କୁଲରେ ପିଲାମାନଙ୍କୁ ରୀତିମତ ଷିକ୍ଷା ଦିଆଗଲା ବିଦେଶୀ ଭାଷା ବ୍ୟବହାର କରିବା ଭୁଲ । (୪) ଫଳରେ ଫ୍ରେଞ୍ଚ, ଜର୍ମାନୀ, ପୋଲିସ ଫ୍ରଭୃତି ଯେଉଁ ଭାଷାସବୁ ହିବ୍ରୁ ସଙ୍ଗରେ ପ୍ରତିଯୋଗୀତା କରୁଥିଲେ, କାଳକ୍ରମେ ସେମାନେ ପଛରେ ପଡ଼ିଗଲେ ଓ ଖୁବ ଅଳ୍ପ ସମୟ ଭିତରେ ଶତକଡ଼ା ଅଶୀ ଜଣ ଲୋକ ହିବ୍ରୁରେ କାମ ଚଳାଇବା ପାଇଁ ଉପଯୁକ୍ତ ହେଲେ । ଭାଷାକୁ ନିର୍ଦ୍ଦେଶ ଦେବାପାଇଁ ପୃଥିବୀର ଖୁବ ସଭ୍ୟ ଦେଶମାନଙ୍କରେ ମଧ୍ୟ ଏକାଡେମୀ ଅଛି । ଇଜ୍ରାଇଲରେ ହିବ୍ରୁ ପାଇଁ ଗୋଟାଏ ଭାଷା କାଉନସିଲ ଅଛି ।

 

ଦ୍ୱିତୀୟ କଥା, ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ପ୍ରତ୍ୟେକ ଭୋଟର ଉପଯୁକ୍ତ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ସମୂହ ଜନତାକୁ ଅଳ୍ପସମୟ ଭିତରେ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ହିଁ ସର୍ବୋକୃଷ୍ଟ ମାଧ୍ୟମ । ବିଦେଶୀ ଭାଷାରେ ସମୂହ ଶିକ୍ଷାର ଉଦାହରଣ ପୃଥିବୀରେ କେଉଁଠି ବୋଧହୁଏ ନାହିଁ । ସେଇଥିପାଇଁ ଇଂରେଜି ଶିକ୍ଷା ଏ ଦେଶରେ ଦେଢ଼ ଶହ ବର୍ଷ ହେଲା ଚାଲିଥିଲେ ମଧ୍ୟ ଶତକଡ଼ା ଦେଢ଼ ଜଣ ଭାରତୀୟ ବି ଇଂରେଜି ଶିଖିପାରି ନାହାନ୍ତି । ଇଂରେଜି ବରୁଦ୍ଧରେ ଆମମାନଙ୍କର ଏହି ହେଲା ପ୍ରଧାନ ଅଭିଯୋଗ । ତା ଛଡ଼ା ମାତୃଭାଷାରେ ଯେତେ ଶୀଘ୍ର ଯେତେ କାମ କରିହେବ, ବିଦେଶୀଭାଷାର ସେତେ ଶୀଘ୍ର କରିହେବ ନାହିଁ । ଆପଣ ପରୀକ୍ଷା କରି ଦେଖନ୍ତୁ–ଶହେ ପୃଷ୍ଠାର ଓଡ଼ିଆ ବହି ପଢ଼ିବା ପାଇଁ ଆପଣଙ୍କୁ କେତେ ସମୟ ଲାଗେ ଓ ତା ପାଇଁ କେବେ ଅଧିକ ମାନସିକ ପରିଶ୍ରମ କରିବାକୁ ପଡ଼େ । ମାତୃଭାଷାରେ ମନୁଷ୍ୟର ଯେଉଁ ସ୍ପୂର୍ତ୍ତି ହୁଏ, ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତା ହୁଏ ନାହିଁ । ଭାରତର ଜଣେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଅନ୍ନଦା ଶଙ୍କର ରାୟ ତେଙ୍କାନାଳରେ ଜନ୍ମ ହୋଇ ଆଇ. ସି. ଏସ୍‍. ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଜୀବନ କାଟିଥିଲେ । ସେ ଓଡ଼ିଆ କହୁଥିଲେ ଓ ଓଡ଼ିଆରେ ଲେଖୁଥିଲେ । ଖାଲି ଲେଖୁ ନ ଥିଲେ, ଖୁବ ଖ୍ୟାତି ମଧ୍ୟ ଅର୍ଜନ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଓଡ଼ିଆରେ ଲେଖନ୍ତି ନାହିଁ, ଲେଖନ୍ତି ବଙ୍ଗଳାରେ । ସେ ଏହି ୬୩ ଜୁନ୍‍ରେ କଟକର ଗୋଟିଏ ସଭାରେ ସ୍ୱୀକାର କରିଯାଇଛନ୍ତି କାହିଁକି ସେ ଓଡ଼ିଆ ଛାଡ଼ି ବଙ୍ଗଳାରେ ଲେଖିଲେ । ତାଙ୍କର ମାତୃଭାଷା ବଙ୍ଗଳା ହୋଇଥିବାରୁ ସେହି ଭାଷାରେ ତାଙ୍କର ଯେଉଁ ସ୍ୱାଭାବିକ୍ ସ୍ଫୂର୍ତ୍ତି ହେବ, ଓଡ଼ିଆ ଭାଷାରେ ତାହା ହୋଇପାରିବ ବୋଲି ସେ କଳ୍ପନା କରିପାରିଲେ ନାହିଁ । ଫଳରେ ସେ ମାତୃଭାଷାକୁ ଫେରିଗଲେ ନିଜକୁ ପ୍ରକାଶ କରିବା ପାଇଁ ମାତୃଭାଷା ସବୁଠାରୁ ସହଜ ଓ ସ୍ୱାଭାବିକ ମାଧ୍ୟମ, ଏଥିରେ କହିବାର କିଛି ନାହିଁ ।

 

ବିଦେଶୀ ଭାଷାରେ ଶିକ୍ଷା ଦେବାର ଗୋଟାଏ ପ୍ରଧାନ ଅସୁବିଧା ହେଉଛି ଶିକ୍ଷାଟା ସହଜରେ ଲୋକଙ୍କ ଭିତରେ ପ୍ରସାରିତ ହୋଇପାରେ ନାହିଁ । ବିଦେଶୀ ଶିକ୍ଷା ସମସ୍ତେ ପାଇପାରନ୍ତି ନାହିଁ । ଯେଉଁ କେତେ ଜଣ ପାଆନ୍ତି, ସେମାନେ ସ୍କୁଲ, କଲେଜରୁ ଫେରି ଘରେ ପହଞ୍ଚିଲେ ସାଧାରଣତଃ ବିଦେଶୀ ଭାଷାକୁ ଆଉ ବ୍ୟବହାର କରନ୍ତି ନାହିଁ । ଧରନ୍ତୁ ଇଂରେଜ କଥା । ଆମ ଦେଶରେ ଖୁବ୍‍ କମ୍‍ ପରିବାର ଅଛନ୍ତି ଯେଉଁଠି ସମସ୍ତେ ଇଂରେଜ ଜାଣନ୍ତି । ସମସ୍ତେ ଇରେଜି ଜାଣିଥିଲେ ମଧ୍ୟ ମାତୃଭାଷାପରି କେହି ତାକୁ ବ୍ୟବହାର କରନ୍ତି ନାହିଁ । କୌଣସି ବିଦେଶୀ ଭାଷାକୁ ମାତୃଭାଷା ପରି ବ୍ୟବହାର କରିବା ସ୍ୱାଭାବିକ ନୁହେଁ କିମ୍ବା ସହଜ ବି ନୁହେଁ । ତା ଛଡ଼ା ପରିବାରର ଲୋକେ ଇଂରେଜି ନ ଜାଣିଥିବାରୁ ପାଠୁଆ ପୁଅଝିଅଙ୍କ ଇଂରେଜ ବହିରୁ କୌଣସି ଜ୍ଞାନ ଆହରଣ କରିପାରନ୍ତି ନାହିଁ । ତେଣୁ ଜ୍ଞାନଟା ସହଜରେ ପ୍ରସାରିତ ନ ହୋଇ ସଙ୍କୁଚିତ ହୋଇ ରହେ । ଧରନ୍ତୁ, ଘରେ ଟେବୁଲ ଉପରେ ଖଣ୍ତିଏ ବହି ରଖାହୋଇଛି । ବହିଟା ଯଦି ମାତୃଭାଷାରେ ଲେଖା ହୋଇଥାଏ, ତେବେ ବିଷୟବସ୍ତୁ ଯାହା ଥାଉ ନା କାହିଁକି, ଘରର ଯେ କୌଣସି ଲୋକ ସେଥିପ୍ରତି ଆଗ୍ରହ ପ୍ରକାଶ କରିବେ ନିଶ୍ଚୟ । କିଛି ନ ହେଲେ ବି ବହିର ନାଟା ପଢ଼ିପାରିବେ । ଧରନ୍ତୁ ଧାନଚାଷ ବିଷୟରେ ଖଣ୍ତିଏ ପୁସ୍ତକ ଓଡ଼ିଆ ଭାଷାରେ ଲେଖାହୋଇଛି । ତାକୁ ଦେଖିଲେ ଯେ କୌଣସି କୃଷକର କୌତୁହଳ ହେବ, ଏଥିରେ ସନ୍ଦେହ କଣ ଅଛି ପ୍ରତିଦିନ ଯେ ଚାଷ କରୁଛନ୍ତି, ବର୍ଷ ବର୍ଷ ଧରି ନାନା ଅଭିଜ୍ଞତା ଭିତରେ ଯେ ସମୟ କାଟୁଛନ୍ତି, ସେ ନିଶ୍ଚୟ ଜାଣିବାକୁ ଚାହିଁବେ–ପୃଥିବୀର ଅନ୍ୟ ଅଭିଜ୍ଞ କୃଷକମାନେ କୃଷି ବିଷୟରେ କଣ କହିଛନ୍ତି । ଖୁବ ଗଭୀର ତଥ୍ୟଗୁଡ଼ା ଅବା ବୁଝି ନ ପାରିବେ, ସାଧାରଣ କଥାଗୁଡ଼ା ତ ନିଶ୍ଚୟ ଜାଣିପାରିବେ । କିନ୍ତୁ ପାଠଗୁଡ଼ା ଇଂରେଜିରେ ଲେଖା ହୋଇଥିବାରୁ ବହିକୁ ଛୁଇଁବା ତାଙ୍କ ପକ୍ଷରେ ଅସମ୍ଭବ ହେଉଛି । ଏହି ଦୃଷ୍ଟିରୁ ବିଚାର କଲେ ବିଦେଶୀ ଭାଷା ମାଧ୍ୟମରେ ଦିଆଯାଉଥିବା ଶିକ୍ଷା ଲୋକଙ୍କ ଭିତରେ ସହଜରେ ବିସ୍ତୃତ ହୋଇପାରୁ ନାହିଁ, ବିଲାତ ପ୍ରଭୃତି ଦେଶରେ ଦେଖିବା କଥା ତାଙ୍କ ବହି । ବିଲେଇ କୁକୁର ପାଳିବାଠାରୁ ଆରମ୍ଭ କରି ଉଡ଼ାଜାହାଜ ଉଡ଼େଇବା ପର୍ଯ୍ୟନ୍ତ ସବୁପ୍ରକାର ଜ୍ଞାନକୁ ସରଳ ଭାଷାରେ ଲୋକେ ବୁଝିଲା ପରି ଲେଖି ଦିଆଯାଉଛି । ଯେ କୌଣସି ଲୋକ ବହି ଖଣ୍ତିଏ କିଣିନେଇ ପଢ଼ୁଛି । ତାରି ଫଳରେ ଜ୍ଞାନ ସହଜରେ ବିସ୍ତୃତ ହୋଇପାରୁଛି । କିନ୍ତୁ ଆମ ଦେଶରେ ଜ୍ଞାନଭଣ୍ତାରଟା ଇଂରେଜିରେ ଥିବାରୁ କୋଟି କୋଟି ଆଖି ଥାଉଁ ଥାଉଁ ଅନ୍ଧ । ଯେ ଇଂରେଜି ପଢ଼ିପାରୁଛି, ସେହି ପାରଙ୍ଗତା ପାଇଁ ତା ମନରେ ଯେଉଁ ଅଭିମାନ ଓ ଯେ ନ ପଢ଼ିପାରୁଛି, ସେହି ଅପାରଗତା ପାଇଁ ତାର ଯେଉଁ ନ୍ୱନମନ୍ୟତା, ୟାକୁ ଇ ନେଇ ଦେଶ ଦୁଇଭାଗରେ ବିଭକ୍ତ ହୋଇଛି, ପାଠୁଆ ଓ ଅପାଠୁଆ, ଏକା ଘର ଭିତରେ ଉଠଛି ଅଦୃଶ୍ୟ ପାଚେରୀ । ବିଦେଶୀ ମାଧ୍ୟମର ଏହି ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ପ୍ରଥମେ ପ୍ରୟାସ କରିଥିଲେ ସେହି ଅଦୃଶ୍ୟଦ୍ରଷ୍ଟା ଗାନ୍ଧିଜୀ ।

 

ସେହି କୃଷି କଥାର ଉଦାହରଣ ନେଇ ଅନ୍ୟ ପକ୍ଷରୁ ବିଚାର କଲେ ବିଦେଶୀ ମାଧ୍ୟମ ଯୋଗୁଁ ଆମ ଭାଷା କ’ଣ ହରାଇଛି, ତା ସ୍ପଷ୍ଟ ଜାଣି ହେବ । ଇଂରେଜ ଭାଷାରେ ସବୁ ଲେଖିବା ପଢ଼ିବା ଫଳରେ ମାତୃଭାଷାରେ କୃଷି ବିଷୟରେ ଯେତେ ଟେକ୍ନିକାଲ ଇଡ଼ିୟମ୍‍ ଅଛି, ତାକୁ ଇଂରେଜ ପଢ଼ୁଆ କୃଷକ କାଳକ୍ରମେ ଭୁଲି ଯାଉଛନ୍ତି । ସେହି ପରିମାଣରେ ଆମ ମାତୃଭାଷାର କ୍ଷତି ହେଉଛି । ଇଂରେଜି ପଢ଼ୁଆ ଲୋକ ମାତୃଭାଷାରେ ଲେଖିବା ପଢ଼ିବା ପାଇଁ ନାରାଜ । ତେଣୁ ମାତୃଭାଷାରେ କୃଷି ବିଷୟରେ ଟେକ୍ନିକାଲ ଶବ୍ଦ ତିଆର ହେବାର ସମ୍ଭାବନା ନାହିଁ । ପୁଣି ୟାକୁ ଇ ଆଳକରି କୁହାଯାଉଛି–ଆମ ଭାଷାରେ ତ ପାରିଭାଷିକ ଶବ୍ଦ ନାହିଁ, ଆମ ଲେଖାପଢ଼ା କରିବୁ କେମିତି ? ଏହି ହେଲା ଭାଷା ପାପଚକ୍ର । କରିବାର ସୁଯୋଗ ନାହିଁ ଓ ନ କରିଥିବାରୁ ଆଉ ସୁଯୋଗ ଦିଆଯିବ ନାହିଁ । ଫଳରେ ଇଂରେଜ ଛଡ଼ା ଆମର ଆଉ ମୁକ୍ତି ନାହିଁ । ଓଡ଼ିଶାରେ ଯେତେବେଳେ କୃଷିକଲେଜ ସ୍ଥାପନ କରାଗଲା, ଶିକ୍ଷା ମାଧ୍ୟମକୁ ଓଡ଼ିଆ କରିବା ପାଇଁ କେହି କେହି ଉପଦେଶ ଦେଇଥିଲେ, କିନ୍ତୁ ଆମର ଆବଶ୍ୟକୀୟ ଶକ୍ତି କିମ୍ବା ସାହସ ନ ଥିବାରୁ ସେହି ଗତାନୁଗତିକ ବାଟରେ କାମ ଚାଲିଲା । ମାତୃଭାଷାରେ ଶିକ୍ଷା ହୋଇ ପାରିଥିଲେ, ଦେଶର ଇଂରେଜ ଅନଭିଜ୍ଞ ଅଥଚ ଭଲ ଭଲ ଅଭିଜ୍ଞ କୃଷକମାନେ ସେଠି ସାମୟିକ ଶିକ୍ଷା ନେଇ ପାରିଥାନ୍ତେ ଓ ଆମ କୃଷିଛାତ୍ରମାନେ ସେମାନଙ୍କ ପାଇଁ ସରଳ ପୁସ୍ତକମାନ ସହଜରେ ଲେଖିପାରିଥାନ୍ତେ । କୃଷକଙ୍କ ଠାରୁ ଦୂରରେ ରହି ଯେଉଁ କୃଷି, ସେଥିରେ ଋଷିଙ୍କ ଶ୍ରାଦ୍ଧ ବି ହୋଇପାରିବ ନାହିଁ । ଏ ଦେଶ କୃଷକର ଯେଉଁ ପରମ୍ପରାଗତ ଅଭିଜ୍ଞତା, ତାର ମୂଲ୍ୟ କିଛି ନାହିଁ, କିନ୍ତୁ ଜାପାନୀ ଓ ଆମେରିକାନ୍ କୃଷକମାନଙ୍କର ଯେଉଁ ଅଭିଜ୍ଞତା, ସେହି ଆମର ଅମୁଲ୍ୟ ସମ୍ପଦ । ସେଥିପାଇଁ ସମ୍ବଲପୁର ଚକୁଲି ପାର୍ମରେ ଜାପାନୀମାନେ ଯେଉଁ ଧାନ ଫଳାଇଛନ୍ତି ସେ ଏବେ ସରକାରଙ୍କର ଚିନ୍ତାର କାରଣ । ସମାଜ ସମ୍ପାଦକ ଚେତାବନୀ ଶୁଣାଇ ସମ୍ପାଦକୀୟ ଲେଖିଛନ୍ତି–‘ୟାରି ନା କଣ ଆଦର୍ଶ କୃଷି’ ବାକି ଆଶା ରହିଛି ଲାଣ୍ତଗ୍ରାଣ୍ଟ୍‍ କୃଷି ମହାବିଦ୍ୟାଳୟ । ସେଠୁ ଯେଉଁ ଛାତ୍ରମାନେ ସାମୟିକ ଗାଁ ଗହଳକୁ ଯାଉଛନ୍ତି, ସେମାନେ କୃଷକମାନଙ୍କ ସହିତ ମାତୃଭାଷାରେ କଥାବାର୍ତ୍ତା କରିଥିବେ ନିଶ୍ଚୟ । ଏହି ନୀତିରେ ସାଧାରଣ କୃଷକର ଜ୍ଞାନର ଉନ୍ନତି ହେବ । ଗ୍ରନ୍ଥ ଓ କୃଷକଙ୍କ ମଧ୍ୟରେ ଭାବବିନିମୟର ସୁବିଧା ମଧ୍ୟ ହେବ ।

 

ଆଜିର ଏହି ଯୋଜନାମୟ ଦେଶରେ ଚାରିଆଡ଼େ ଉନ୍ମୟନ କାର୍ଯ୍ୟ ଚାଲୁ ହେଉଛି । ରାସ୍ତା, ଘାଟ, କାନ୍ଥ, ବାଡ଼ ସବୁଠି ପ୍ରଚାର ପତ୍ର ଦେଖିବାକୁ ମିଳୁଛି । ଯେଉଁତକ ମାତୃଭାଷାରେ ଲେଖା ହୋଇଛି, ସେତକ ଅକ୍ଷର ଚିହ୍ନିଥିବା ଯେ କୌଣସି ଲୋକ ପଢ଼ିବାକୁ ଚେଷ୍ଟା କରୁଛି, କିନ୍ତୁ ଇଂରେଜିରେ ଯାହା ଲେଖା ହୋଇଛି, ଅନ୍ଧ ଆଗରେ ବତୀ ଜାଳିଲାପାରି ତା ସେମିତି ରହି ଯାଉଛି-। ଗଛପତ୍ର, କାନ୍ଥବାଡ଼ ଯୁଆଡ଼େ ଆଜିକାଲି ଦେଖିବ ଲେଖା ହୋଇଛି N. M. E. P–ମାନେ ଜାତୀୟ ମେଲେରିଆ ନିରାକରଣ ପ୍ରୋଗ୍ରାମ ଇଂରେଜିରେ କହିଲେ ନ୍ୟାସନାଲ ମେଲେରିଆ ଇରାଡ଼ିକେସନ ପ୍ରୋଗ୍ରାମ । ମେଲେରିଆ ବିରୁଦ୍ଧରେ ସରକାର କେମିତ ଯୁଦ୍ଧଘୋଷଣା କରୁଛନ୍ତି, ଲୋକମାନଙ୍କ ମଧ୍ୟରେ ତାକୁ ଇ ପ୍ରଚାର କରିବା ପାଇଁ ଯଦି ଏହା ଲେଖା ହୋଇଥାଏ, ତା ହେଲେ ଇଂରେଜ ଅକ୍ଷରରେ ଲେଖାହୋଇଛି କାହିଁକି ଓଡ଼ଆରେ ଲେଖା ହୋଇଥିଲେ ଲୋକ ଓ ସରକାର ଭୟଙ୍କର ଲାଭ ହୋଇଥାନ୍ତା । ଲୋକେ ଜାଣନ୍ତେ–ସରକାର ତାଙ୍କ ପାଇଁ କେତେ କାମ କରୁଛନ୍ତି ।

 

ଧରନ୍ତୁ, ସଡ଼କରେ ମଝିରେ ମଝିରେ ଯେଉଁ ନିର୍ଦ୍ଦେଶନାମା ଲେଖା ହୋଇଛି, ଯଥା–Caution, Sharp band ahead, Dangerous curve, Bazar area ahead, Drive slow. ଏଗୁଡ଼ା କ’ଣ ଖାଲି ମୋଟରଚଢ଼ା ସାହେବଙ୍କ ପାଇଁ ଲେଖା ହୋଇଛି-? କରକାତା ସାଧାରଣ ପଥିକର ଏଥିରେ କିଛି ଭାଗ ନାହିଁ ? ଇଂରେଜି ସାଙ୍ଗକୁ ଏଥିରେ ଯଦି ଓଡ଼ିଆ ଲେଖା ହୋଇଥାନ୍ତା, ତେବେ ଯେ କୌଣସି ଓଡ଼ିଆ ପଢ଼ାଲୋକ ସେଥିରୁ ଜ୍ଞାନ ଆହରଣ କରିପାରୁଥାନ୍ତା । ଏବେ ଅବଶ୍ୟ ଅନେକ ଜାଗାରେ ଓଡ଼ିଆରେ ଲେଖାହେଲାଣି । ଇଂରେଜ ଶାସକମାନେ ତାଙ୍କ ପ୍ରତାପ ବଳରେ ଜନତାକୁ ଦୂରରେ ରଖିଥିଲେ କିନ୍ତୁ ଦେଶୀ ସରକାର ଇଂରେଜି ବଳରେ ଲୋକଙ୍କୁ ଦୂରରେ ରଖିଛନ୍ତି । ସେଇଥିପାଇଁ ଗାନ୍ଧିଜୀ ଏତେ ବ୍ୟାକୁଳ ହେଉଥିଲେ ମୂଳ ଜନତାକୁ ତାକ ମାତୃଭାଷାର ଅଧିକାର ଦେବାପାଇଁ । ରୁଷ ସରକାର ପ୍ରତ୍ୟେକ ସୋଭିଏଟରେ ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେଇଛନ୍ତି । ବାସ୍ତବରେ ଲୋକଙ୍କ ହାତକୁ କ୍ଷମତା ଦେଇ ତାଙ୍କ ନିଜ ଭାଷାରେ ଶାସନକାର୍ଯ୍ୟ ଚଳାଇବାପାଇଁ ସୁଯୋଗ ନ ଦେଲେ, ସେ କ୍ଷମତାର କିଛି ଅର୍ଥ ନାହିଁ । ଗାଁ ଗହଳରେ ବି. ଡ଼ି. ଓ ଏବଂ ପାଞ୍ଚାୟତ ଇଞ୍ଜନିୟର ଇଂରେଜିରେ କଥାବର୍ତ୍ତା ହେଉଥିଲାବେଳ ପାଖରେ ଠିଆ ହୋଇଥିବା ଇଂରେଜି ଅନଭିଜ୍ଞ ସରପଞ୍ଚଙ୍କ ଚେହେରା ଯଦି ଆପଣ କେବେ ଦେଖିଥିବେ, ତା’ହେଲେ ଜାଣିଥିବେ, ସେପରି କ୍ଷେତ୍ରରେ ଲୋକ ପ୍ରତିନିଧିମାନଙ୍କର ଅବସ୍ଥାଟା କ’ଣ ? ଇଂରେଜି ଉଠିଯାଇ କାଗଜପତ୍ର ଯେଉଁଦିନ ଓଡ଼ିଆରେ ହୋଇଯିବ, ସେଦିନ ସାଧାରଣ ଲୋକଙ୍କର ଅନେକ ଅସୁବିଧା ଉଠିଯିବ ।

 

ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ମାତୃଭାଷା ସଂପର୍କରେ ଯାହା କହୁଥିଲେ, ସେମାନେ ଯେ କେବଳ ଜାତୀୟତା ସ୍ରୋତରେ ଭାସିଯାଇ କହୁଥିଲେ, ତା ନୁହେଁ । ସେମାନଙ୍କର ଦୃଷ୍ଟିକୋଣ ଥିଲେ ଖୁବ୍‍ ପ୍ରାକ୍ଟିକାଲ । ଶିକ୍ଷା ବିଷୟ ନେଇ ଯେତେ କମିଟି ବସିଥିଲା, ଯଥା-ତାରଚାନ୍ଦ କମିଟି, ମୁଦାଲିୟର୍‍ କମିଟି, ରାଧାକୃଷ୍ଣ କମିଟି ଓ ଜାକିର୍‍ ହୁସେନ୍‍ କମିଟି–ସମସ୍ତେ ସମସ୍ୱରରେ କହିଥିଲେ ମାତୃଭାଷା ଶିକ୍ଷା ସବୁ ଶିକ୍ଷାର ମୂଳମନ୍ତ୍ର କିନ୍ତୁ ଲକ୍ଷ୍ୟ କରିବାର କଥା ଇଂରେଜିଭାଷା ଏ ଜାତି ଉପରେ କି ଇନ୍ଦ୍ରଜାଲ ସୃଷ୍ଚି କରିଛି, ଏପର୍ଯ୍ୟନ୍ତ ଏତେ ଝଡ଼ଝଞ୍ଜା ଭିତରେ ମଧ୍ୟ ମାତୃଭାଷା ପ୍ରତି ଆମର ସମ୍ମାନ ଆସିନାହିଁ । ଆମ ବିବାହ ବ୍ରତ ନିମନ୍ତ୍ରଣ ଲେଖାଯାଉଛି ଇଂରେଜିରେ, ଆମ ଲୋକସଭା ହେଉଛି ଇଂରେଜିରେ, ପୁଅଝିଅଙ୍କ ନାଁ ବି ଦିଆଯାଉଛି ଇଂରେଜିରେ ଅଥଚ ଆମ ଭାଷାପ୍ରତି ଯେ ଯେପରି ବ୍ୟବହାର କଲେ ମଧ୍ୟ ଆମେ ବେଶି ବ୍ୟଗ୍ର କିମ୍ବା ଚିନ୍ତିତ ନୋହୁଁ । ୧୯୬୩ ମସିହାରେ ଓଡ଼ିଶାର ସଂସ୍କୃତିକେନ୍ଦ୍ର ପୁରୀଠାରେ ଗୋଟିଏ ନୂଆ ରେଲଷ୍ଟେସନ ତିଆରି ହେଲା । ସେହି ଷ୍ଟେସନର ପୋଟିକୋ ଛାତଉପରେ ଶାମୁକା ସାହାଯ୍ୟରେ ଷ୍ଟେସନର ନାମ ଲେଖାହେଲା ହିନ୍ଦୀ ଓ ଓଡ଼ିଆ ଭାଷାରେ । ହିନ୍ଦୀରେ ପୁରୀ ବନାନ ଲେଖାହେଲା ଠିକ୍‍, ଅଥଚ ଓଡ଼ିଆରେ ଲେଖା ହେଲା ଭୁଲ । କେନ୍ଦ୍ର ସରକାରଙ୍କର ଇଞ୍ଜିନିୟର କିମ୍ବା କଣ୍ଟ୍ରାକ୍ଟରଙ୍କୁ ଯଦି ଓଡ଼ିଆ ଜଣା ନାହିଁ, ସେମାନେ କ’ଣ ପୁରୀରେ କାହାକୁ ହେଲେ ଜଣକୁ ପଚାରି ଶୁଦ୍ଧଭାବରେ ଲେଖି ପାରିଲେ ନାହିଁ ? ଏ କ’ଣ ସେମାନଙ୍କର ଅଜ୍ଞତା ନା ଓଡ଼ିଆଭାଷା ଓ ଜାତିପ୍ରତି ଅବହେଳାର ନିଦର୍ଶନ । ଲକ୍ଷ ଲକ୍ଷ ଟଙ୍କାର ସୁନ୍ଦର କୋଠାଟିଏ, ଅଥଚ ସେଥିରେ ଭୁଲରେ ଲେଖାହେଲା ଓଡ଼ିଆ ନାଁ ଟା । ସେଠି ଯେଉଁ ‘ପୂରି’ ଶବ୍ଦ ଲେଖାହେଲା ‘ପୁରୀ’ ର ସେପରି ବନାନ ଭାଷାକୋଷରେ ବି ନାହିଁ । ଏବେ ଅବଶ୍ୟ ତାକୁ ଠିକ୍‍ କରି ଦିଆଯାଇଛି । ରାଉରକେଲାରେ କେନ୍ଦ୍ର ସରକାରଙ୍କର ଯେଉଁ ତାର ଘର ତିଆର ହୋଇଛି, ସେଥିରେ ଘରର ନାଁଟା ଉଭୟ ହିନ୍ଦୀ ଓ ଓଡ଼ିଆ ଅକ୍ଷରରେ ଲେଖାହୋଇଥିଲା । ସେହି ଗୃହ ଉନ୍ମୋଚନ କରିବା ପାଇଁ ଯେଉଁ କେନ୍ଦ୍ର ସରକାରୀ ହାକିମ ଆସିଥିଲେ, ସେ କୁଆଡ଼େ ଓଡ଼ିଆ ଅକ୍ଷରକୁ ଲିଭାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଖବର କାଗଜରେ ବାହାରିଥିଲା । ଏ କଥା ଯଦି ସତ୍ୟ ହୋଇଥାଏ, ତେବେ ଭାଷାପ୍ରତି ଆମମାନଙ୍କର ଉଦାସୀନତା କେତେ, ତାହା ସହଜରେ ଜଣାଯିବ । ଲଣ୍ତନରେ ଗୋଟିଏ ଷ୍ଟ୍ରୀଟ ଅଛି, ତା ନାଁ ହେଉଛି Conduit Street । ବି. ବି. ସି. ସମ୍ବାଦ ପ୍ରଚାରବେଳେ ସେହି ନାଁକୁ ଯେଭଳି ଭାବରେ ଉଚ୍ଚାରଣ କରାଗଲା, ସ୍କଟଲାଣ୍ତର ଲୋକେ ତାକୁ ପସନ୍ଦ କଲେ ନାହିଁ । ତାରି ଉପରେ ମାସ ମାସ ଧରି ଆନ୍ଦୋଳନ ଚାଲିଲା । ଶେଷରେ ଇଂଲଣ୍ତ, ସ୍କଟଲାଣ୍ତ ଉଭୟକୁ ସୁହାଇଲା ଭଳି ଏକ ଉଚ୍ଚାରଣ ଗୃହୀତ ହେଲା । ତା’ର କାରଣ ହେଉଛି ନିଜ ଭାଷା ପାଇଁ ସେମାନଙ୍କର ଯଥେଷ୍ଟ ଚେତନା ଓ ସମ୍ମାନ ଅଛି । କିନ୍ତୁ ବିଂଶ ଶତାବ୍ଦୀର ଦ୍ୱତୀୟାର୍ଦ୍ଧରେ ମଧ୍ୟ ଆମେ ନିଜ ଭାଷା ବିଷୟରେ ସଚେତ ହେବାକୁ ଆରମ୍ଭ କରି ନାହୁଁ ।

 

ଲୋକ ଘରୁ ଗୋଡ଼ କାଢ଼ିଲେ ବରାବର ମନେ ମନେ ଭାବେ ବାହାର ଲୋକେ ତାକୁ ଚିହ୍ନନ୍ତ କି ନାହିଁ । ଯଦି ସେ ଦେଶ ବାହାର ଲୋକେ ତାକୁ ଜାଣନ୍ତି, ତାଙ୍କ ଗାଁ ନାଁ କିମ୍ବା ତା’ ରାଜ୍ୟର କୌଣସି କଳା, ସସ୍କୃତି କିମ୍ବା ଭାଷା ନାଁ ଜାଣନ୍ତି, ତେବେ ସେ ଭାରି ଖୁସି ହୁଏ । ନିଜର ପ୍ରତିଷ୍ଠା ଅଛି ବୋଲି ଭାବି ଅଭିମାନ ଅନୁଭବ କରେ । ଏହି ପ୍ରକାର ଅଭିମାନ ମଣିଷର ଦରକାର ମଧ୍ୟ । ତା ନ ହେଲେ ଲୋକେ ଦେଶ, ଜାତି, ଭାଷା, ସଂସ୍କୃତିର ସୁନାମ ପାଇଁ ଚେଷ୍ଟା କରନ୍ତେ କାହିଁକି ? ବ୍ୟକ୍ତିଗତ ଅନୁଭୂତିରୁ ମୁଁ ଦେଖିଛି ଓଡ଼ିଆ ବାହାରେ ଲୋକେ ଯେତେବେଳେ ପଚାରନ୍ତି ଓଡ଼ିଶା କ’ଣ ବିହାର–ଓଡ଼ିଶା ? ଓଡ଼ିଆ ଲୋକେ କି ଭାଷା କହନ୍ତି ? ବଙ୍ଗଳା ନା ତେଲୁଗୁ ? ମନେ ମନେ ଟିକିଏ ବିରକ୍ତି ଲାଗେ ସତ, କିନ୍ତୁ ଭାବି ଦେଖିଲେ ଦୁର୍ବଳତା ଆମ ନିଜର । ବିଲାତ ପରି ଏତେ ଟିକିଏ ରାଜ୍ୟକୁ ଯଦି ସବୁଲୋକେ ଜାଣୁଛନ୍ତି, ଆମକୁ ଜାଣୁନାହନ୍ତି କାହିଁକି ଆମରି ଭାଷା ପରି ଗୋଟିଏ ବଙ୍ଗଳା ଭାଷାକୁ ଯଦି ପୃଥିବୀ ଲୋକେ ଜାଣୁଛନ୍ତି, ଆମକୁ ଜାଣୁନାହାନ୍ତି କାହିଁକି ଭାରତୀୟ ଭାଷାର ଉଦାହରଣ ଦେଲାମାନେ ଲୋକେ ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, ତେଲୁଗୁ, ତାମିଲର ନା କହୁଛନ୍ତି, ଅଥଚ ଆମ ନା କେହି ଧରୁ ନାହାନ୍ତି ତାର କାରଣ ବୋଧହୁଏ ଆମେ ଆମ ରାଜ୍ୟକୁ ଓ ତାର ଭଷା ସାହିତ୍ୟକୁ ବିଶେଷ ପ୍ରଗତିଶୀଳ କରିପାରି ନାହୁଁ । ଗଲା ଇଲେକ୍‍ସନ ପରଠାରୁ ଭାରତ ମାନଚିତ୍ରରେ ଓଡ଼ିଶାର ସ୍ଥାନ ନିରୂପଣ କରିବା ପାଇଁ ଲୋକଙ୍କୁ ବୋଧହୁଏ ଆଉ ବେଶି କଷ୍ଟ ହେଉନାହିଁ । କିନ୍ତୁ ରାଜନୀତି କ୍ଷେତ୍ରରେ ଯେମିତି କ୍ଷଣିକ ଇନ୍ଦ୍ରଜାଲ କରି ମଧ୍ୟ ଚମକ ସୃଷ୍ଟି କରିହେବ, ଭାଷା ଓ ସାହିତ୍ୟ କ୍ଷେତ୍ରରେ ତାହା ସମ୍ଭବ ନୁହେଁ । ସେଥିପାଇଁ ନିରଳସ, ନିରବଚ୍ଛିନ୍ନ ସାଧନା ଦରକାର । ଯେଉଁ ସୁବିଧା, ସୁଯୋଗ ଓ ସାଧନା ନେଇ କେତେକ ଭାରତୀୟ ଭାଷା ଅଗେଇ ଯାଇଛନ୍ତି, ଓଡ଼ିଶା ଭାଗ୍ୟରେ ତା ଜୁଟି ନାହିଁ । ବିଦେଶୀ ଶାସନ ତଳେ ଭାରତୀୟ ଭାଷାମାନଙ୍କର ଯେତିକି ଗତିରୋଧ ବିଦେଶୀ ଶାସନ ତଳେ ଭାରତୀୟ ଭାଷାମାନଙ୍କର ଯେତିକି ଗତିରୋଧ ହୋଇଛି, ତାଠୁ ବେଶି ହୋଇଛି ଓଡ଼ିଶା ଭାଷାର । ଓଡ଼ିଆ କେବଳ ବ୍ରିଟିଶମାନଙ୍କ ତଳେ ନ ଥିଲା, ବହୁକାଳ ପର୍ଯ୍ୟନ୍ତ ବଙ୍ଗ-ବିହାର ପ୍ରଭୃତି ପ୍ରଦେଶ ସଙ୍ଗେ ଯୋଡ଼ାହୋଇ ରହିଥିଲା । ଓଡ଼ିଶାର ବାବୁଶ୍ରେଣୀ ଏବେ ବି ପୁରା ଓଡ଼ିଆ ହୋଇନାହାନ୍ତି, ସେତେବେଳେ ତ ପ୍ରାୟ ସମସ୍ତେ ଥିଲେ ବିଦେଶୀ । ସେକାଳ ଗଡ଼ଜାତମାନଙ୍କରେ ପୁଣି ଓଡ଼ିଶାରେ ଛବିଶଟା ଗଡ଼ଜାତ । ବାବୁ କହିଲେ କେବଳ ବଙ୍ଗୀୟ ଭଦ୍ରଲୋକମାନଙ୍କୁ ବୁଝାଉଥିଲା । ତେଣୁ ଓଡ଼ିଆଭାଷା ପାଇଁ ଚିନ୍ତା କରୁଥିଲା କିଏ ? ଫକୀରମୋହନଙ୍କ ପରି ଯେଉଁମାନେ ଚିନ୍ତା କରୁଥିଲେ, ସେମାନଙ୍କୁ କୁହାଯାଉଥିଲା ରିଙ୍ଗ୍‍ ଲିଡ଼ର । ହିନ୍ଦୀ ଲୋକେ ଆସି ଓଡ଼ିଆ ପାଇଁ କାମ କରିବା କିମ୍ବା ଓଡ଼ିଆ ଲୋକେ ଯାଇ ମରାଠୀ ଭାଷାର ଉନ୍ନତି ପାଇଁ ଚେଷ୍ଟା କରିବାର ଉଦାହରଣ ଖୁବ୍‍ କମ୍ । ଏ ସବୁ କ୍ଷେତ୍ରରେ ପ୍ରତ୍ୟେକେ ନିଜ ଭାଷାପାଇଁ କାମ କରିବା କଥା । ଆମେ ଯଦି ଭାବୁଥାଉଁ, ଆମ ପାଇଁ ଆଉ ଲୋକେ କରିବେ- ଏ ଭାବନା ଆମର ଭୁଲ୍ । ବଥ ସିନା ବଥାଏ, ଆବୁ କାହାର ବଥାଏ ନାହିଁ ।

 

୧.

ଆଞ୍ଚଳିକ ଭାଷା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ଇଂରେଜିର ଆଧିପତ୍ୟକୁ କମାଇବାକୁ ହେବ ।

୨.

ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରଭୃତ ମାଧ୍ୟମ ।

୩.

ଶାସିତଙ୍କୁ ଶାସକଙ୍କଠାରୁ ଦୂରରେ ରଖିଛି ଇଂରେଜି ଭାଷା ।

୪.

ମାତୃଭାଷା ପାଇଁ ଅଭିମାନ ଓ ମାତୃଭାଷାର ଉନ୍ନତିସାଧନା କାମ୍ୟ ।

Image

 

ଭାଷା ପ୍ରସ୍ତୁତି

 

ଭାରତର ସମ୍ବିଧାନରେ ସ୍ୱୀକାର କରାଯାଇଛି ଯେ ପ୍ରତ୍ୟେକ ରାଜ୍ୟ ତାଙ୍କ ଶାସନରେ ନିଜର ଆଞ୍ଚଳିକ ଭାଷାକୁ ଚଳାଇ ପାରିବେ; ଯଥା–ଓଡ଼ିଶାରେ ଓଡ଼ିଆ, ବଙ୍ଗରେ ବଙ୍ଗଳା । ଫଳରେ କେତେ ରାଜ୍ୟରେ ଏହି ନିୟମ ଚାଲୁ ହେଲାଣି ଏବଂ ଆଉ କେତେକରେ ଚାଲୁ ହେବପାଇଁ କାର୍ଯ୍ୟାରମ୍ଭ ହେଲାଣି । ଯେଉଁଠି ଶାସନରେ ଗୋଟାଏ ଭାଷା ବହୁବର୍ଷ ଧରି ଚଳି ଆସୁଛି, ସେଠି ଆଉ ଗୋଟାଏ ଭାଷାକୁ ଚଳାଇବା ଏତେ ସହଜ ନୁହେଁ । ପୁଣି ଇଂରେଜି ପରି ଗୋଟାଏ ବିଶ୍ୱବ୍ୟାପୀ ଭାଷା ସ୍ଥାନରେ ଓଡ଼ିଆ, ବଙ୍ଗଳା, ଗୁଜରାଟୀ, ମରାଠୀ ପରି ଏକ ଆଞ୍ଚଳିକ ଭଷାକୁ ଚଳାଇବା ଏତେ ସହଜ ନୁହେଁ । ସେଥିପାଇଁ ସୁଦୀର୍ଘ ପ୍ରସ୍ତୁତି ଦରକାର ।

 

ଇଂରେଜି ଛାଡ଼ି ଆଞ୍ଚଳିକ ଭାଷାରେ କାମ କରିବାପାଇଁ ଆପଣଙ୍କୁ କହିଲା ମାତ୍ରେ ଆପଣ ସଙ୍ଗେ ସଙ୍ଗେ ପଚାରିବେ–ଆଞ୍ଚଳିକ ଭାଷାରେ ଲିଖିତ ଆଇନ କାନୁନ କାହିଁ । ଅଫିସ ନୋଟ୍‍ କେମିତି ଲେଖାଯିବ । ତା’ର ଫର୍ମ କାହିଁ ? ଟେକ୍‍ନିକାଲ ଟର୍ମସ କାହିଁ ? ଆଞ୍ଚଳିକ ଭାଷାର ତଥା ଆଞ୍ଚଳିକ ଭାଷା ଓ ଇଂରେଜିର ଆଧୁନିକ ଡିକ୍‍ସନାରୀ କାହିଁ ? ସଟହାଣ୍ତ ଓ ଟାଇପ୍‍ ରାଇଟର ବ୍ୟବସ୍ଥା କାହିଁ ? ଅଫିସରମାନେ ଅଳପ ସମୟ ଭିତରେ ଭାଷା ଶିଖିବା ପାଇଁ ଆଧୁନିକ ବ୍ୟାକରଣ ଓ ସ୍ୱୟଂ ଶିଷକ ପୁସ୍ତକ କାହିଁ ? ଇଂରେଜିରେ ଯେଉଁ ପ୍ରଧାନ ଲେଖା ବାହାରୁଛି, ତାକୁ ଅନୁବାଦ କରିବା ପାଇଁ ଲୋକ କାହାନ୍ତି ? ପ୍ରଧାନ ବିଷୟରେ ଯେ କୌଣସି ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଜାତୀୟ ଏକାଡ଼େମୀ, ଭାଷା କାଉନସିଲ କିମ୍ବା ଭାଷା ବ୍ୟୁରୋ କାହିଁ ? ଆପଣଙ୍କର ଏହି ପ୍ରଶ୍ନବାଣରେ ଆଞ୍ଚଳିକ ଭାଷାବାଦୀ ଆକାଶକୁ ଅନାଇ ରହିବେ, ଖୋଜିବେ, ଆମର ଏହି ସବୁ କାମ ହୋଇଛି କି ନାହିଁ । ଯଦି ନ ହୋଇଛି, ବର୍ତ୍ତମାନ ଆମେ କରିବା ପାଇଁ ଚାହିଁଲେ ଆମର ଲୋକ ଅଛନ୍ତି ତ ? ଯେଉଁ କେତେ ଲୋକ ଅଛନ୍ତି ବୋଲି ଆମେ ଭାବୁଛୁ ସେମାନଙ୍କର ଆବଶ୍ୟକୀୟ ଟ୍ରେନିଂ ଅଛି ତ ? ଆମେ ଯଦି ଏଠି ଓଡ଼ିଆ ଭାଷାକୁ ଲକ୍ଷ୍ୟକରି ଆଲୋଚନା କରୁ, ତେବେ ଆମର ସବୁଠୁ ବେଶି ଲୋକ ଦରକାର ଓଡ଼ିଆରେ, ତା ପଛକୁ ସଂସ୍କୃତ ତା’ ପଛକୁ ହିନ୍ଦୀ, ତା ପଛକୁ ଇଂରେଜିରେ କିନ୍ତୁ ଯେତେ ଲୋକ କାମ କରିବେ ସମସ୍ତେ ଭାଷାତତ୍ତ୍ୱରେ ଟ୍ରେନିଂ ନେବେ । ସମସ୍ତଙ୍କର ଟ୍ରେନିଂ ସମାନ ନ ହୋଇପାରେ, କିନ୍ତୁ କିଛି ନା କିଛି ଟ୍ରେନିଂ ନେବାକୁ ହେବ-। କେନ୍ଦ୍ର ହିନ୍ଦୀ ଡିରେକ୍ଟରେଟ୍‍ରେ ଏହି ବ୍ୟବସ୍ଥା । ଆଜିକାଲି ଯୁଗରେ ଆଉ ଅନ୍ଧାରରେ ବାଡ଼ି ବୁଲେଇବା କାମ ଚଳିବ ନାହିଁ; ପ୍ରତ୍ୟେକ ବିଷୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ କାମ କରିବାକୁ ହେବ ।

 

ଉପରେ ଯେଉଁ ଆବଶ୍ୟକତା କଥା କୁହାଗଲା, ସେ ଦୃଷ୍ଟିରୁ ବିଚାର କଲେ ଆଞ୍ଚଳିକ ଭାଷା ଓ ଭାଷାତତ୍ତ୍ୱ ପାଇଁ ଟ୍ରେନିଂ ବ୍ୟବସ୍ଥା ରହିବା ଦରକାର । କିନ୍ତୁ ସ୍ୱାଧୀନତାର ଷୋଳବର୍ଷ ପରେ ମଧ୍ୟ ଆମ ଦେଶରେ ଆଞ୍ଚଳିକ ଭାଷାକୁ ଯଥେଷ୍ଟ ଧ୍ୟାନ କିମ୍ବା ସମ୍ମାନ ଦିଆଯାଇ ନାହିଁ । ଆଞ୍ଚଳିକ ଭାଷା ସାହିତ୍ୟ ରଦ୍ଦି, ସେଥିରେ ବିଶେଷ କିଛି ମସଲା ନାହିଁ, ବ୍ରିଟିଶ ଅମଳର ସେହି ପୁରୁଣା ନାକଟେକା ଏବେ ବି ରହିଛି । ବ୍ରିଟିଶମାନେ ବିଦେଶୀ ବୋଲି ଆମକୁ ରଦ୍ଦି କହି ଆଡ଼େଇ ଦେବାରେ ଯୁକ୍ତି ଅଛି, କିନ୍ତୁ ଆମେ ଆମରି ଜିନିଷକୁ ରଦ୍ଦି କହି ଆଡ଼େଇ ଦେବା କେମିତି ? ପ୍ରକୃତରେ ଯଦି ରଦ୍ଦି ହୋଇଥାଏ ତାକୁ ଉଠାଇବା ପାଇଁ, ଯୋଗ୍ୟ କରିବା ପାଇଁ ଆମର ସମସ୍ତ ଶକ୍ତି ଓ ଉପାୟ ଖଟାଇବା ଉଚିତ । ଭାରତର ଲୋକମାନଙ୍କୁ ଗାନ୍ଧିଜୀ ଦରିଦ୍ର, ଦୁର୍ବଳ ଓ ନିରକ୍ଷର ଦେଖି ପଛରେ ପକାଇ ଚାଲି ଯାଇ ନ ଥିଲେ, ତାଙ୍କୁ ଉଠାଇକରି ଆଗକୁ ନେଇ ଯାଇଥିଲେ । ଲୋକଙ୍କୁ ଉଠାଇବା ପାଇଁ ସେ ତାଚ୍ଛଲ୍ୟ ପ୍ରକାଶ କରି କେବଳ ଭର୍ତ୍ସନା କରୁ ନ ଥିଲେ, ବରଂ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇ ନିଜେ ଆଦର୍ଶ ହୋଇ ସେହିପରି କରିବାକୁ ଉପଦେଶ ଦେଉଥିଲେ । ଆମେ ଏଣେ ଭଲ ଛାତ୍ରଙ୍କୁ ଉପଦେଶ ଦେବୁ ଆଞ୍ଚଳିକ ଭାଷା ଓ ସାହିତ୍ୟ ପଢ଼ି ଲାଭ ନାହିଁ, ସେଗୁଡ଼ା ରଦ୍ଦି, ବାଜେ ସମୟ ନଷ୍ଟ; ତେଣେ କହିବୁ-ଆଞ୍ଚଳିକ ସାହିତ୍ୟରେ କିଛି ନାହିଁ । କିନ୍ତୁ ସମୟ କାହାକୁ ଅପେକ୍ଷା କରେ ନାହିଁ, ଭାରତର ସ୍ୱାଧୀନତା କଳା ସାହେବମାନଙ୍କ କୁଚକ୍ରକୁ ଅପେକ୍ଷା କରି ନ ଥିଲା, କିମ୍ବା ଭାରତର ଭାଷା ପଲିସି ଅପେକ୍ଷା କରିବ ନାହିଁ । ଭାରତର ସବୁ ରାଜ୍ୟରେ ମାଟ୍ରିକ ସ୍ତରରେ ମାତୃଭାଷାର ପ୍ରଚଳନ ହୋଇ ସାରିଛି, ଶାସନ ଓ ବିଶ୍ୱବିଦ୍ୟାଳୟ ବାକୀ ଅଛି । ବହୁ ରାଜ୍ୟରେ ଶାସନ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ଆରମ୍ଭ ହୋଇଗଲାଣି । ଯେଉଁଠି ଲୋକଚେତନା ଟିକିଏ କମ୍, ସେଇଠି କେବଳ ଯାହା ସମୟ ଲାଗିବ । ହିନ୍ଦୀ ଭାଷାକୁ ଆଗେଇବା ପାଇଁ ହିନ୍ଦୀ ଲୋକେ କଲେଜମାନଙ୍କରେ ହିନ୍ଦୀରେ ଏମ.ଏ. ଓ ଅନର୍ସ ଖୋଲି ଦେଉଛନ୍ତି, କାରଣ ମାତୃଭାଷାକୁ ପଛରେ ପକାଇ ଶିକ୍ଷାକୁ ଆଗେଇ ନେବା ସହଜ ନୁହେଁ । ଆମ ବିଶ୍ୱବିଦ୍ୟାଳୟରେ ଯେଉଁଠି ସ୍ୱୟଂ ବାଣୀ ବିହାର କରୁଛନ୍ତି, ସେଠି ଏ ପର୍ଯ୍ୟନ୍ତ ମାତୃଭାଷା ପଶି ନ ପାରି ବୀର ବାରବାଟୀ ମାଟିରେ କ୍ଷୀଣ ଅବସ୍ଥାରେ ରହିଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ଭାଷା ସାହିତ୍ୟକୁ ଆଗେଇ ନେବା ପାଇଁ ଅନେକ ବଳିଷ୍ଠ ବେସରକାରୀ ସଂସ୍ଥା ଅଛନ୍ତି, ଯେମିତି ନାଗରୀ ପ୍ରଚାରିଣୀ ସଭା, ରାଷ୍ଟ୍ରଭାଷା ପ୍ରଚାର ସଭା, ଜନପଦ ସାହିତ୍ୟ ସମ୍ମିଳନ । ଏମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୀର୍ଘକାଳ ହେଲା ହିନ୍ଦୀର ସେବା କରି ଆସୁଛନ୍ତି, ଗୋଟିଏ ଗୋଟିଏ ସଂସ୍ଥା ତିନି ଚାରିଶହ ମୁଲ୍ୟବାନ୍‍ ପୁସ୍ତକ ପ୍ରକାଶ କରି ସାରିଲେଣି । ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ସାହିତ୍ୟରେ ଏହି ପ୍ରକାର କାର୍ଯ୍ୟ ଅଳ୍ପ ବହୁତେ ଚାଲିଛି; କିନ୍ତୁ ଓଡ଼ିଶାରେ ଏଭଳି କୌଣସି ବେସରକାରୀ ସଂସ୍ଥା ବର୍ତ୍ତମାନ ନାହିଁ । ଡକ୍ଟର ହରେକୃଷ୍ଣ ମହତାବ ଯେଉଁ ପ୍ରଜାତନ୍ତ୍ର ପ୍ରଚାର ସମିତି ରଖିଛନ୍ତି, ଘନ ଅନ୍ଧକାର ଭିତରେ ସେହି ଏକମାତ୍ର କ୍ଷୀଣ ପ୍ରଦୀପ । ଯେଉଁ ଜାତି ବିରାଟ, ବିଶାଳ, ସଭ୍ୟ ସଂସ୍କୃତ ବୋଲି ଘର ଭିତରେ ଏତେ ବାହୁସ୍ପୋଟ ମାରେ, ସେ ଦେଶରେ ଆଖି ଦେଖିଲା ଭଳି ଖଣ୍ତିଏ ଦୁଇଖଣ୍ତି ସାହିତ୍ୟ ପତ୍ରିକା ବାହାରେ ଯଥା–ଝଙ୍କାର ଓ ନବଜୀବନ । ଆଗେ ଯେତେବେଳେ ଲୋକେ କମ୍‍ ପାଠ ପଢ଼ିଥିଲେ, ଯେତେବେଳେ ଓଡ଼ିଆ ଭାଷାର ପ୍ରଚାର ପାଇଁ ସୁବିଧା ସୁଯୋଗ ନ ଥିଲା, ସେତେବେଳେ ଓଡ଼ିଶାରେ ସହକାର ନବଭାରତ, ରସଚକ୍ର, ଯୁଗବୀଣା, ଶଙ୍ଖ, ଚତୁରଙ୍ଗ ପ୍ରଭୃତି କେତେ ପତ୍ରିକା ବାହାରୁଥିଲା, ଅଥଚ ଆଜିର ଏ ଆଲୋକ ଯୁଗରେ ଆମେ ଦେଖୁ ଖଣ୍ତିଏ ଦୁଇଖଣ୍ତ ପତ୍ରିକା । ପୁଣି ବେଳେବେଳେ ସେଗୁଡ଼ିକ ଏତେ ଶିଥିଳ, କ୍ଷୀଣକାୟ ଯେ ମୃତ୍ୟୁମୁଖରୁ କୌଣସି ପ୍ରକାରେ ଖସି ଆସିଲା ପରି ଦେଖାଯାନ୍ତି । ଆଜିକାଲି ସବୁ ବିଷୟରେ ଅନର୍ସ ପାଠ ଖୋଲୁଥିଲାବେଳେ କଟକ ବାହାରେ ଅନ୍ୟ କେଉଁଠି ଓଡ଼ିଆ ଅନର୍ସ ଖୋଲୁନାହିଁ । ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଉପଯୁକ୍ତ ଆଗ୍ରହ ସୃଷ୍ଟି କରାଯାଇ ପାରୁନାହିଁ । ଲୋକେ ଭାବୁଛନ୍ତି–ୟାର କୌଣସି ଆବଶ୍ୟକତା ନାହିଁ ବୋଲି ବୋଧହୁଏ ସରକାର ଲୋକଙ୍କୁ ଏ ଦିଗରେ ଉତ୍ସାହିତ କରିବାକୁ ଚାହାନ୍ତି ନାହିଁ । ଆମ ଭାଷା, ଆମ ସାହିତ୍ୟ, ଆମ ଗଙ୍ଗାଧର, ଆମ ଫକୀରମୋହନଙ୍କ ନାଁରେ ସଭାମଞ୍ଚ ଫାଟି ପଡ଼ୁଥିବାବେଳେ ଗଙ୍ଗାଧାର ମେହେର କଲେଜ କିମ୍ବା ଫକୀରମୋହନ କଲେଜରେ ଓଡ଼ିଆରେ ଅନର୍ସ ନାହିଁ । କୁମ୍ଭୀର ଆମକୁ ମଝି ନଈ ପାରିକରି ସାରିଥିଲେ ମଧ୍ୟ ଭାଷା ଓ ସାହିତ୍ୟପ୍ରତି ଆମର ଆନ୍ତରିକତା ଆସିନାହିଁ, ଲୋକେ ଦେଖାଣକୁ ଯାହା କେବଳ ହେଉଛି । ଲୋକେ କହନ୍ତି–ମାତୃଭାଷା ତ ଓଡ଼ିଆ, ପୁଣି ପଢ଼ିବା କଣ ଦରକାର, ସେ ତ ଆପେ ହୋଇଯିବ ! ଇଂଲଣ୍ତ ଲୋକେ ତା’ ହେଲେ ଆଉ ଇଂରେଜି ପଡ଼ିବେ କାହିଁକି ? ଅବଶ୍ୟ ଇଂରେଜିବାଦୀମାନେ ଯୁକ୍ତି କରିବେ ଯେ ଇଂରେଜିରେ ଯାହା ଅଛି, ଆମ ସାହିତ୍ୟମାନଙ୍କରେ କ’ଣ ତା ଅଛି ? ସେ କଥା ନିଶ୍ଚୟ ସତ୍ୟ; କିନ୍ତୁ ଇଂରେଜି ଦିନକରେ ଗଢ଼ା ହୋଇନାହିଁ, କିମ୍ବା ଇଂରେଜି ଲୋକଙ୍କର ଉପେକ୍ଷାରେ ତା’ ସମୃଦ୍ଧ ହୋଇନାହିଁ । ଇଂରେଜିପାଇଁ କେବଳ ଲଂଲଣ୍ତ ଲୋକେ ସାଧନା କରି ନାହାନ୍ତି, ଏକ ପକ୍ଷରେ ସମଗ୍ର ପୃଥିବୀ ମଧ୍ୟ କରିଛି; କିନ୍ତୁ ଆମ ପାଇଁ ଆମ ନିଜ ଲୋକେ ବି କରିବାକୁ ନାରାଜ । ଆଞ୍ଚଳିକଭାଷୀମାନେ ଦିନେ ଶାସନ ଚଳାଇବେ ଏ କଥା କେହି କଳ୍ପନା କରି ନ ଥିଲେ । ଯଦି ବା କେହି କରିଥିଲେ, ଏତେ ଶୀଘ୍ର ବୋଲି କେବେ ବିଶ୍ୱାସ କରି ନ ଥିଲେ । ତେଣୁ ଅତୀତରେ ଆମ ଭାଷାପାଇଁ ଯେତେ ଉପେକ୍ଷା ହୋଇଯାଇଛି, ତାକୁ ପୂରଣ କରି ବର୍ତ୍ତମାନ ଆମକୁ ଆହୁରି ଆଗକୁ ଯିବାକୁ ହେବ । ଦେଶର ବିଜ୍ଞବ୍ୟକ୍ତିମାନେ ଏ ବିଷୟରେ ଯେତେ ଚଞ୍ଚଳ ଧ୍ୟାନ ଦେବେ, ସେତେ ମଙ୍ଗଳ ।

 

ଯେ କୌଣସି ଭାଷାରେ ଦୁଇଟି ବିଭାଗ,–ଗୋଟିଏ ସାହିତ୍ୟ ବିଭାଗ ଓ ଅନ୍ୟଟି ଟେକ୍ନିକାଲ ବିଭାଗ । ଏହି ଟେକ୍ନିକାଲ ବିଭାଗ ଭିତରେ ଡିକ୍‍ସନାରୀ, ବ୍ୟାକରଣ, ପ୍ରାଇମାର ପ୍ରିଣ୍ଟିଂ, ଟାଇପ୍‍ ଓ ସଟ୍‍ହାଣ୍ତ ପ୍ରଭୃତି ଅନ୍ତର୍ଗତ । ଏ ସବୁ ପ୍ରସ୍ତୁତ କରିବାକୁ ହେଲେ ଭାଷାତତ୍ତ୍ୱ ଜ୍ଞାନ ନିତାନ୍ତ ଦରକାର । କେନ୍ଦ୍ରସରକାର ଏବେ ଭାଷାତତ୍ତ୍ୱ ଉପରେ ଏତେ ଜୋର ଦେଲେଣି ଯେ ଟେକ୍ନିକାଲ ବିଭାଗ ଅନ୍ତର୍ଗତ ଯେତେ କାମ ସବୁ ସେ ଭାଷାବିତ୍‍ମାନଙ୍କୁ ତତ୍ତ୍ୱାବଧାନରେ କରିବାକୁ ଚାହାନ୍ତି । ସେଥିପାଇଁ ଅନେକ ସ୍ଥାନରେ ଭାଷାତତ୍ତ୍ୱ ବିଭାଗମାନ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ କମିସନ ସାହାଯ୍ୟ ଦେଉଛନ୍ତି । ଫଳରେ କେତେକ ଅଜଣା ଅଶୁଣା ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ଭାଷାତତ୍ତ୍ୱ ଅଧ୍ୟୟନ ପାଇଁ ସୁଯୋଗ ଥିଲେ ମଧ୍ୟ ଆମ ରାଜ୍ୟରେ ସେଥିପ୍ରତି ଦୃଷ୍ଟି ଦିଆଯାଇ ନାହିଁ । ରାଜ୍ୟ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଏ ବିଷୟରେ ଯେତେ ଉଦ୍ୟମ କରାଯାଇଛି, ଦୁର୍ଭାଗ୍ୟବଶତଃ ସେ ସବୁ ପଣ୍ତ ହୋଇଯାଇଛି । ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାଇମେରୀ ଶ୍ରେଣୀରୁ ଇଂରେଜିକୁ ଫୋନେଟିକ୍‍ ମେଥଡ଼ରେ ପଢ଼ାଇବା ପାଇଁ ଅଗ୍ରହ ପ୍ରକାଶ କରିଛନ୍ତି ଓ କେତେକ ସ୍ଥଳରେ ସେଥିପାଇଁ କାର୍ଯ୍ୟନୁଷ୍ଠାନ କରାଯାଇଛି, କିନ୍ତୁ ଫୋନେଟିକ୍‍ସ ଟ୍ରେନିଂ ପାଇଥିବା ଲୋକ ଆମର ଖୁବ୍‍ କମ ଅଛନ୍ତି । ଭବିଷ୍ୟତରେ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ଫୋନେଟିକସ୍‍ରେ ଡିପ୍ଳୋମା ଚାଲୁ କରିବା ପାଇଁ ୧୯୫୬ ମସିହାରୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରେ ନାହିଁ । ୧୯୬୨ ଗ୍ରୀଷ୍ମରେ ଆମେରିକାନମାନେ ସିକାଗୋ ବିଶ୍ୱବିଦ୍ୟାଳୟରୁ ଆସି କୋରାପୁଟ ଆଦିବାସୀମାନଙ୍କର ଭାଷା ବିଶ୍ଳେଷଣ କରୁଥିଲେ । ସେଥିରେ ଅନେକ ସ୍ଥାନୀୟ ଭାଷାବିତ୍‍ଙ୍କର ଆବଶ୍ୟକତା ଥିଲା; କିନ୍ତୁ ଆମ ଲୋକଙ୍କର ଆବଶ୍ୟକୀୟ ଟ୍ରେନିଂ ନ ଥିବାରୁ ଜଣେ ଦୁଇଜଣଙ୍କ ଛଡ଼ା ଅନ୍ୟ କେହି ଭାଗ ନେଇ ପାରି ନ ଥିଲେ । ଯେତେ ଭାରତୀୟ ସେଠି କାମ କରୁଥିଲେ, ସବୁ ପ୍ରାୟ ଓଡ଼ିଶା ବାହାରର । କେବଳ ସେତିକି ନୁହେଁ, ଭବିଷ୍ୟତରେ ଯେଉଁ ସର୍ବଭାରତୀୟ ଭାଷାସର୍ଭେ ହେବ, ସେଥିପାଇଁ ଲୋକ ଦରକାର । ଯଦି ଆମେ ସେଥିପାଇଁ ପ୍ରସ୍ତୁତ ନ ରହୁ, ତେବେ ଅନ୍ୟ ଭାଷାମାନଙ୍କର ସର୍ଭେ ହୋଇଯିବ ଓ ଆମେମାନେ ବହୁତ ପଛରେ ପଡ଼ିଯିବା । ଏହିସବୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଭାଷାତତ୍ତ୍ୱ ଶିକ୍ଷାପାଇଁ ଅନେକ ଥର ଉଦ୍ୟମ କରାଯାଇଛି । ପୁନାର ଭାଷାତତ୍ତ୍ୱ ଡିରେକ୍ଟର ଡକ୍ଟର କାତ୍ରେ ବର୍ତ୍ତମାନ ହିନ୍ଦୀ କମିସନର ସଭାପତି ଡକ୍ଟର ସାକ୍‍ସେନା ଓ ଭାରତର ବିଶ୍ୱବିଖ୍ୟାତ ଭାଷାବିତ୍‍ ଡକ୍ଟର ସୁନୀତି କୁମାର ଚାଟାର୍ଜୀ ମଧ୍ୟ ଭାଷାତତ୍ତ୍ୱ ବିଭାଗ ପାଇଁ ପରାମର୍ଶ ଦେଇଛନ୍ତି । ତଥାପି ଆମର ଭାଷାତତ୍ତ୍ୱ ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇ ପାରିନାହିଁ । ଶିକ୍ଷାର ବ୍ୟବସ୍ଥା ନ ଥିବାରୁ, ସେହି ଶିକ୍ଷା ସାହାଯ୍ୟରେ ଯାହା ହୋଇପାରନ୍ତା, ତା ହୋଇପାରୁ ନାହିଁ । ଯେ କୌଣସି କାର୍ଯ୍ୟ କରିବାକୁ ଗଲାବେଳେ ଦେଶରେ ସେହି ବିଷୟରେ ଏକ ବାୟୁମଣ୍ତଳ ଓ ସାଧାରଣ ଭୂମିକା ନ ଥିଲେ ବିଚାର ଆଲୋଚନା ପାଇଁ ସୁବିଧା ହୁଏ ନାହିଁ । ଉଦାହରଣ ସ୍ୱରୂପ, ଧରନ୍ତୁ–ଓଡ଼ିଶାର ଅର୍ଥନୀତି । ଦେଶରେ ଅର୍ଥନୀତି ଶିକ୍ଷା ପ୍ରଚଳିତ ଥିବାରୁ ଓ ପ୍ରତିବର୍ଷ ବହୁବ୍ୟକ୍ତି ଏହି ଶିକ୍ଷା ପାଉଥିବାରୁ ଦେଶରେ ଏକ ପ୍ରକାର ଅର୍ଥନୀତି ଜ୍ଞାନର ବାୟୁମଣ୍ତଳ ସୃଷ୍ଟି ହେଉଛି । ତେଣୁ ସେହି ବିଷୟରେ ବିଚାର ଆଲୋଚନା କରିବା ପାଇଁ ଅନେକ ଲୋକ ତିଆର ହେଉଛନ୍ତି ଓ ଅନେକ ବିଭାଗ ବି ଖୋଲୁଛି । ଯେତେବେଳେ ମୋଟେ ଅର୍ଥନୀତି ବିଭାଗ ନ ଥିଲା ସେତେବେଳେ କୃଷି ଅର୍ଥନୀତି ବିଷୟରେ ଲୋକଙ୍କର ଧାରଣା ଥିଲା କେଉଁଠି ? ଅଥଚ ବର୍ତ୍ତମାନ କୃଷି ବିଶ୍ୱବିଦ୍ୟାଳୟର ଏହା ଏକ ବିଶିଷ୍ଟ ବିଭାଗ । ଯଦି ଅର୍ଥନୀତି ବିଷୟରେ ଶିକ୍ଷାଦାନର ବ୍ୟବସ୍ଥା ନ ଥାନ୍ତା, ତେବେ ଲୋକେ ଅର୍ଥନୀତିର ବିବିଧ ଆବଶ୍ୟକତା ବିଷୟରେ ଜ୍ଞାନ ଲାଭ କରିଥାନ୍ତେ କେଉଁଠୁ ? ସଭ୍ୟ ଜୀବନର ପ୍ରତ୍ୟେକ ବିଭାଗରେ ଅର୍ଥନୀତି ଏତେ ଆବଶ୍ୟକ ବୋଲି ସେମାନେ ଜାଣନ୍ତେ କୁଆଡ଼ୁ ? ମୋଟ ଉପରେ କୌଣସି ବିଷୟରେ ଶିକ୍ଷାଦାନର ସୁଯୋଗ ଥିଲେ ସେହି ବିଷୟର ଉପଯୋଗୀତା ବିଷୟରେ ଦେଶ ସଜାଗ ହୁଏ ।

 

ଏବେ ଭାଷାତତ୍ତ୍ୱ ବିଷୟରେ ଶିକ୍ଷା ନ ଥାଇ ମଧ୍ୟ ସେହି ବିଷୟ ଅନ୍ତର୍ଗତ ଅନେକ କାମ ଆଞ୍ଚଳିକ ଭାଷାମାନଙ୍କରେ ହେଉଛି । କେହି କେହି ଭାବୁଛନ୍ତି, ଭାଷାତତ୍ତ୍ୱ ଶିକ୍ଷା ନ ଥାଇ ମଧ୍ୟ କାମ ତ ଚଳୁଛି, କାମ ତ କେଉଁଠି ଅଟକି ଯାଉ ନି, ତେବେ ସେ ଶିକ୍ଷା ପାଇଁ ଏତେ ବ୍ୟଗ୍ରତା ପ୍ରକାଶ କରିବାର ଆବଶ୍ୟକତା କ’ଣ ? ଅବଶ୍ୟ ଅନେକ ବିଷୟରେ ଏହି ଯୁକ୍ତି କରାଯାଇପାରେ । ଲୋକେ ଲଜିକ୍‍ ନ ପଢ଼ି କ’ଣ ଯୁକ୍ତ କରି ପାରୁନାହାନ୍ତି ? ଇଞ୍ଜିନିୟରଂ ନ ପଢ଼ି କ’ଣ ଘର ତୋଳି ପାରୁ ନାହାନ୍ତି ? ବେଶ୍‍ ପାରୁଛନ୍ତି । କିନ୍ତୁ ଏମିତି କ୍ଷେତ୍ର ଅଛି, ଯେଉଁଠି ସେମାନେ ପାରିବେ ନାହିଁ । ଘରଟାଏ ସିନା ତୋଳି ଦେବେ, କିନ୍ତୁ ମହାନଦୀରେ ପୋଲଟାଏ ତିଆର କରିପାରିବେ ନାହିଁ । ବଡ଼ ଜିନିଷକୁ ସାଧନ କରିବା ପାଇଁ ବିଦ୍ୟା ଦରକାର । ରାଜ୍ୟରେ ଭାଷାତତ୍ତ୍ୱ ଶିକ୍ଷାର ବ୍ୟବସ୍ଥା ନ ଥିବାରୁ ଓ ଫଳରେ ସେ ସମ୍ପର୍କରେ କୌଣସି ବିଚାର ଆଲୋଚନା ନ ଥିବାରୁ ଅତି ସାମାନ୍ୟ ସାମାନ୍ୟ କଥାର ବିଚାର ଦୀର୍ଘ ଲାଗେ ଓ ଅନେକ ସମୟରେ ଅତି ପରିହାସକର ପରିସ୍ଥିତିରେ ଉପନୀତ ହେବାରୁ ପଡ଼େ । ଓଡ଼ିଆ ଭାଷାର ଲିପି ସଂସ୍କାର ଆଲୋଚନା କଲାବେଳେ ସେଥିରୁ ଖ, ଘ, ଛ, ଝ, ଠ, ତ, ଥ, ଧ, ଫ, ଭ ପ୍ରଭୃତି ମହାପ୍ରାଣସୂଚକ ଅକ୍ଷରମାନଙ୍କୁ ଉଠାଇ ଦେବାପାଇଁ ମେମୋରାଣ୍ତମ୍‍ ମିଳେ । ସଟ୍‍ହାଣ୍ତ ପାଇଁ ବ୍ୟବସ୍ଥା କଲାବେଳେ ଘୋଷ ଅଘୋଷ ଧ୍ୱନି ମଧ୍ୟରେ ପ୍ରଭେଦ ନ ଜାଣି ମଧ୍ୟ ଅନ୍ୟ ଭାଷାର ସଟ୍‍ହାଣ୍ତ ବହିରୁ ଉତାରି ଦିଆଯାଏ । ଅଥଚ ଏ ସବୁ ବିଚାର ପାଇଁ ଯେତିକି ଜ୍ଞାନ ଦରକାର, ଦେଶରେ ଭାଷା ଶିକ୍ଷାର ବୈଜ୍ଞାନିକ ବାତାବରଣ ଥିଲେ, ମାଟ୍ରିକୁଲେସନ ସ୍ତରରେ ତାହା ମିଳିଯିବାର କଥା । ଯେଉଁ ଦେଶରେ ଭାଷା ବିଶ୍ଳେଷଣ ଯେତେ ପଛରେ ଅଛି, ସେ ଦେଶରେ ଭାଷାତତ୍ତ୍ୱ ଶିକ୍ଷା ସେତେ ଦରକାର । କିନ୍ତୁ ଆମର ସେ ଶିକ୍ଷା ନ ଥିବାରୁ ଆମ ଭାଷା ପାଇଁ ଟେକ୍ନିକାଲ ବିଷୟବସ୍ତୁ ତିଆରି କରିବା ପାଇଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

 

ଭାଷାଶିକ୍ଷା ପାଇଁ ଆଧୁନିକ ଡିକ୍‍ସନାରୀ ନିତାନ୍ତ ଦରକାର । ଗୋପାଳଚନ୍ଦ୍ର ପ୍ରହରାଜଙ୍କର ଯେଉଁ ବିଶାଳ ଭାଷାକୋଷ ଅଛି, ତାହା ଆମର ଅଭାବ ପୂରଣ କରି ପାରିବ ନାହିଁ । ପ୍ରଥମତଃ, ତାହା ଏତେ ବଡ଼ ସେ ସାଧାରଣ ବ୍ୟବହାର ପାଇଁ ସୁବିଧାଜନକ ନୁହେଁ । ଆଧୁନିକ ଆବଶ୍ୟକତା ଦୃଷ୍ଟିରୁ ସେଥିରେ ନିତ୍ୟ ବ୍ୟବହୃତ ବହୁ ଶବ୍ଦର ଅଭାବ ରହିଛି । ବିଗତ କେତେବର୍ଷ ଭିତରେ ସ୍ୱଧୀନତା ପରେ ଭାଷାରେ ଶବ୍ଦଭଣ୍ତାର, ବିଶେଷତଃ ବୈଜ୍ଞାନିକ ତଥା ପ୍ରଶାସନିକ ଶବ୍ଦସମ୍ଭାର ଯେମିତି ବଢ଼ିଚାଲିଛି, ସେଥିପାଇଁ ଏକ ବ୍ୟବହାରୋପ ଯୋଗୀ ଭାଷାକୋଷ ନିତାନ୍ତ ଦରକାର । ବାହାର ଲୋକଙ୍କ ଶିକ୍ଷାପାଇଁ ସେଥିରେ ହିନ୍ଦୀ ଓ ଇଂରେଜିରେ ମଧ୍ୟ ଶବ୍ଦାର୍ଥ ରହିବା ଦରକାର । ଭାରତର ଅଧିକାଂଶ ଭାଷାରେ ଏ ପ୍ରକାର ଶବ୍ଦକୋଷ ସଂକଳନ ଚାଲିଛି । ତା’ଛଡ଼ା ବିଭିନ୍ନ ବ୍ୟବସାୟରେ ବ୍ୟବହୃତ ଶବ୍ଦମାନଙ୍କର ମଧ୍ୟ ସଂକଳନ ହେବା ଦରକାର । ଗାଁ ଗଣ୍ତାରେ କୃଷି ଓ ଗୋପାଳନ ପ୍ରଭୃତି ପ୍ରଧାନ ବ୍ୟବସାୟମାନଙ୍କରେ ଯେଉଁ ସବୁ ଶବ୍ଦ ବ୍ୟବହାର କରାଯାଏ, ଆଜିକାଲିର ସହରୀ ଶିକ୍ଷିତ ଲୋକମାନଙ୍କ ପକ୍ଷରେ ତାହା ବୁଝିବା ସଂପୂର୍ଣ୍ଣ ଅସମ୍ଭବ । ଗାଁ ଗହଳରୁ ଆସିଥିବା ଶିକ୍ଷିତ ଲୋକମାନଙ୍କ ପକ୍ଷରେ ମଧ୍ୟ ବୁଝିବା ସହଜ ନୁହେଁ । ପାଠକଙ୍କର କୌତୂହଳ ନିବାରଣ ପାଇଁ ମହିଷପାଳନ ସମ୍ପର୍କରେ ଅଳ୍ପ କେତୋଟି ଓଡ଼ିଆ ଇଡ଼ିୟମ ଦିଆଯାଇପାରେ । ପାଠକ ଦେଖିବେ, ମହିଷପାଳନ ସହିତ ପ୍ରତ୍ୟକ୍ଷ ସମ୍ପର୍କ ନ ଥିଲେ ସେଗୁଡ଼ିକ ବୁଝିବା ଅସମ୍ଭବ ହେବ । ଉଦାହରଣ ଯଥା–

 

ଢଣୁଆ ରହିବା

ବାଛୁରୀ ସାଙ୍ଗରେ ରହିବା

ବରଡ଼ା ରହିବା

ବିନା ବାଛୁରୀରେ ରହିବା ।

ଓପଟରେ ପିଆଇବା

ଅସମୟରେ ଯେତେବେଳେ ଇଚ୍ଛା ସେତେବେଳେ ପିଆଇବା ।

ବାରଙ୍ଗ ପିଆଇବା

ଦୁଇବେଳା ପିଆଇବା ।

କ୍ୱାଇ ଢୁକେଇବା

ଗୋଟିଏ ବାଛୁରୀ ଛାଡ଼ି ଆଉ ଗୋଟିଏ ଢୁକେଇବା ।

ହାବୁଡ଼ା ବାରିବା

ମନ୍ତ୍ରିତ ମହିଷମାନଙ୍କ ସମ୍ପର୍କରେ ଆସି ଅନ୍ୟ ମହିଷମାନଙ୍କର ଆଖିରୁ ଲୁହ ବହିବା ।

 

ପ୍ରିୟ ପାଠକ, ଉପଯୁକ୍ତ ଇଡ଼ିୟମ୍ ମାନଙ୍କର ପ୍ରଦତ୍ତ ଅର୍ଥକୁ ନ ଦେଖି ପ୍ରଥମେ ଇଡ଼ିୟମଗୁଡ଼ିକ ପଢ଼ନ୍ତୁ ଦେଖିବେ-ସେଗୁଡ଼ିକ କିପରି ସମ୍ପୂର୍ଣ୍ଣ ନୂତନ ଜଣାପଡ଼ିବ । ଏଇ ହେଲା ଗୋଟିଏ ଅଞ୍ଚଳର ଗୋଟିଏ ଗାଁର କଥା । ଗାଁକୁ ଗାଁ ପାରି ହୋଇଗଲେ ଏହିପରି ଅନନ୍ତ ଶବ୍ଦ ଭଣ୍ତାର ପଡ଼ିଛି । ବିଦେଶୀ ଶାସନ ତଳେ ଗାଁଗଣ୍ତାର ଲୋକଙ୍କ ପ୍ରତି ଯେମିତି ଆଦର ନ ଥିଲା, ସେମାନଙ୍କର ଭାଷା ପ୍ରତି ସେମିତି କାହାରି ଲକ୍ଷ୍ୟ ନ ଥିଲା । ଅନ୍ୟ ଅର୍ଥରେ ତା ଅବହେଳିତ ହୋଇ ପଡ଼ି ରହିଥିଲା । ଏବେ କିନ୍ତୁ ଗାଁ ଲୋକେ ଯେମିତି ଅବହେଳାର ପାତ୍ର ନୁହନ୍ତି, ସେମାନଙ୍କର ଭାଷା ମଧ୍ୟ ସେମିତି ଅବହେଳାର ଜିନିଷ ନୁହେଁ । ଗାନ୍ଧିଜୀ କହୁଥିଲେ ଆମ ଭାଷାମାନଙ୍କରେ ଭାବପ୍ରକାଶ କରିବା ପାଇଁ ଶବ୍ଦ ନାହିଁ ବୋଲି ଯେଉଁମାନେ କହନ୍ତି, ସେମାନେ ଆମ ଭାଷାମାନଙ୍କର ପ୍ରକୃତ ସ୍ୱରୂପ ଜାଣନ୍ତି ନାହିଁ । ପ୍ରକୃତରେ ଆମ ଗାଁ ଗଣ୍ତାରେ ଯେଉଁ ଶବ୍ଦଭଣ୍ତାର ପଡ଼ିରହିଛି, ଆମେ ତାକୁ କେବେ ଆଡ଼େଇ ଦେଖିବା ପାଇଁ ଚେଷ୍ଟା କରିନାହୁଁ । ବର୍ତ୍ତମାନ ଆମପାଇଁ ସମୟ ଆସିଛି । କିନ୍ତୁ ସେଥିପାଇଁ ଆମର ଲୋକ ଓ ଟ୍ରେନିଂ ଦରକାର । ବିହାର ରାଷ୍ଟ୍ରଭାଷା ପ୍ରଚାର ସଭା ଓ ଆନ୍ଧ୍ର ସାହିତ୍ୟ ଏକାଡ଼େମୀ ଏ ବିଷୟରେ କେତେକ କାମ କରି ସାରିଛନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ଆମ ଭାଷାରେ ଆଧୁନିକ ପଦ୍ଧତିରେ ବିଶ୍ଲେଷିତ ବ୍ୟାକରଣ କିମ୍ବା ସ୍ୱୟଂ ଶିକ୍ଷକ ନାହିଁ, ଅଳ୍ପ ବହୁତେ ଅଧିକାଂଶ ଆଞ୍ଚଳିକ ଭାଷାର ଏହି ଅବସ୍ଥା । ମାତୃଭାଷାରେ ଏମ. ଏ ପଢ଼ିସାରି ମଧ୍ୟ ଛାତ୍ରମାନେ ବାଗ୍‍ଯନ୍ତ୍ରର ବିଭିନ୍ନ ବିଭାଗ ସହିତ ଉତ୍ତମରୂପେ ପରିଚିତ ହୋଇ ନ ଥାନ୍ତି । ବ୍ୟାକରଣ ପୁସ୍ତକମାନଙ୍କର ଆଦ୍ୟରେ ଧ୍ୱନି ବିଷୟରେ ଅଳ୍ପ ଯେଉଁ କେତୋଟି ପୃଷ୍ଠା ଥାଏ, ପିଲାମାନେ ତାକୁ ଓଲଟାଇ ଦେଇ ଲିଙ୍ଗ, ବଚନ, କାରକ ସବୁ ପଢ଼ନ୍ତି । ଫଳରେ ଭାଷାର ମୌଳିକ ଧ୍ୱନିମାନଙ୍କ ସ୍ୱରୂପ ଚିହ୍ନି ପାରନ୍ତି ନାହିଁ । ଯେଉଁ ଇଂରେଜି ଭାଷା ଓ ବ୍ୟାକରଣକୁ ଆମେ ଏତେ ଆଦରର ସହିତ ପଢ଼ୁ ସେଥିରେ ମଧ୍ୟ ଅବସ୍ଥା ଭଲ ନୁହେଁ । ଗୋଟିଏ ଟ୍ରେନିଂ କ୍ୟାମ୍ପରେ ଜଣେ ଅଧ୍ୟାପକଙ୍କୁ ଯେତେପ୍ରକାର ବୁଝାଇଲେ ମଧ୍ୟ ଇଂରେଜିରେ ଏକୋଇଶଟା ସ୍ୱରବର୍ଣ୍ଣ ଅଛି ବୋଲି ତାଙ୍କର ବିଶ୍ୱାସ ହେଲା ନାହିଁ କାରଣ ଇଂରେଜ ବ୍ୟାକରଣ ବହିରେ a, e, i, o, u ବୋଲି ଯେଉଁ ପାଞ୍ଚଟି ସ୍ୱର ଉଲ୍ଲେଖ କରାଯାଇଛି ତାହାର ପ୍ରଭାବରୁ ମୁକ୍ତହେବା ତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ । ଏଥିରେ ଅଧ୍ୟାପକଙ୍କର ଦୋଷ ନାହିଁ, ଦୋଷ ହେଉଛି ଅଧ୍ୟାପନାର । ଯେଉଁ ଆଧୁନିକ ପଦ୍ଧତିରେ ଇଂରେଜି ଶିକ୍ଷା ଦିଆଯାଉଛି ଆମେ ଏ ପର୍ଯ୍ୟନ୍ତ ତାକୁ ଗ୍ରହଣ କରିପାରି ନାହୁଁ । ସମାଦୃତ ଇଂରେଜି ଭାଷାର ଏ ଅବସ୍ଥା ଦେଖିଲେ ଅବହେଳିତ ମାତୃଭାଷା ବିଷୟରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? କିନ୍ତୁ ଆଜି ଯୁଗରେ ଆଉ ଅଧିକ କଳାକ୍ଷେପ ନୀତି ନ ଧରି ଆଧୁନିକ ପଦ୍ଧତିରେ ଭାଷାଶିକ୍ଷା ଆରମ୍ଭ କରିବା ଉଚିତ ।

 

ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷା କାହିଁକି ଚଳିପାରୁ ନାହିଁ ପଚାରିଲେ ଜବାବ ମିଳେ–ଆମର ଟାଇପ୍‍ରାଇଟର ନାହିଁ, ଆମର ସର୍ଟହାଣ୍ଡ୍ ନାହିଁ; ମନୋ, ଲଇନୋ ପ୍ରିଣ୍ଟିଂ ମେସିନ୍‍ ନାହିଁ । କିନ୍ତୁ ୟାର ପ୍ରକୃତ ଜବାବ ହେଉଛି-ଆମର ମନ ନାହିଁ । ହୀରାକୁଦ ବନ୍ଧ, ପାରାଦୀପ ବନ୍ଦର, ମହାନଦୀ ପୋଲ, ମିଗ୍ କାରଖାନା ଓ ରାଜତନ୍ତ୍ରର ଉଚ୍ଛେଦଠାରୁ ଏହା କ’ଣ ଆହୁରି କଷ୍ଟକର ରଙ୍ଗନାଥ ମାହପାତ୍ର କେଉଁକାଳୁ ଓଡ଼ିଆ ଟାଇପରାଇଟର ତିଆର କଲେଣି; ବଙ୍ଗଳା ଅନୁକରଣରେ ତିଆର ସର୍ଟହାଣ୍ତ ତିଆରି ସର୍ଟହାଣ୍ତ ମଧ୍ୟ କାମରେ ଲାଗିଲାଣି । ଲିପି ସଂସ୍କାର ବୋର୍ଡ଼ ବସି ଆଧିୁନିକ ଛପା ପାଇଁ ଲିପିସଂସ୍କାର ବ୍ୟବସ୍ଥା ପାଞ୍ଚମାସ ଭିତରେ ଅନେକ ଆଗେଇ ଗଲାଣି । ହୁଏ ତ ପାଞ୍ଚବର୍ଷ ଆଗରୁ ୟାକୁ କରିଥିଲେ ଯେ ବିଶେଷ ଅସୁବିଧା ହୋଇଥାନ୍ତା, ତା’ ନୁହେଁ । ଆଜି ଯାହା ହୋଇପାରୁଛି, ଦେଶ ଚାହିଁଥିଲେ ଅନେକ ଆଗରୁ ତାହା ହୋଇ ପାରିଥାନ୍ତା ଓ ବ୍ଲକ୍‍ ଅଫିସରୁ ସରପଞ୍ଚଙ୍କ ପାଖକୁ ଇଂରେଜିରେ ଚିଠି ଯିବାର ଆବଶ୍ୟକତା ନ ଥାନ୍ତା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓଡ଼ିଶାରେ ଓଡ଼ିଆ ଚଳାଇବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ, ଦେଶ ତାକୁ ସେତେବେଳେ ସ୍ୱୀକାର କରିଥିଲେ ଆଜିକୁ ବ୍ୟବସ୍ଥା ଅନେକ ଆଗେଇ ଯାଇଥାନ୍ତା ନିଶ୍ଚୟ ।

 

୧.

ଆଞ୍ଚଳିକ ଭାଷା ଓ ଭାଷାତତ୍ତ୍ୱ ଶିକ୍ଷାର ଆବଶ୍ୟକତା ।

୨.

ଅବହେଳାରେ ପତିତର ଉନ୍ନତି ହୁଏ ନାହିଁ, ହୁଏ ସହାନୁଭୂତିମୟ ସହାୟତାରେ ।

୩.

ଆମ ଭାଷା ଓ ସାହିତ୍ୟସେବା ଏବେ ମଧ୍ୟ ଖୁବ୍‍ କ୍ଷୀଣ ।

୪.

ଭାଷା ଶିକ୍ଷାରେ ସାହାଯ୍ୟ କରିବା ପାଇଁ ଦରକାର ଆଧୁନିକ ଶବ୍ଦକୋଷ, ବର୍ଣ୍ଣନାତ୍ମକ ବ୍ୟାକରଣ, ସ୍ୱୟଂ ଶିକ୍ଷକ ଓ ଆଧୁନିକ ଲିଖନ ପଦ୍ଧତି ।

Image

 

ବିଜ୍ଞାନ ଶିକ୍ଷା ଓ ମାତୃଭାଷା

 

ଆମେ ଯେତେବେଳେ ଆଞ୍ଚଳିକ ଭାଷାରେ ଶିକ୍ଷା ଓ ଶାସନ ଚଳାଇବା ପାଇଁ ଚିନ୍ତା କରୁ ସେତେବେଳେ ଦୁଇଟି ପ୍ରତିବନ୍ଧକ ଆମ ଆଖି ଆଗରେ ଦେଖାଦିଏ । ଗୋଟିଏ ବିଜ୍ଞାନ ଶିକ୍ଷା ଓ ବୈଜ୍ଞନିକ ଶବ୍ଦାବଳି, ଅନ୍ୟଟି ଆଞ୍ଚଳିକ ଭାଷାରେ ଲିଖିତ ପୁସ୍ତକର ଅଭାବ । ୟାକୁ କେନ୍ଦ୍ରକରି ଲୋକେ ବରାବର ଯୁକ୍ତି କରନ୍ତି ଯେ ଆଞ୍ଚଳିକ ଭାଷାରେ ବିଜ୍ଞାନ ଶିକ୍ଷା ଏକପ୍ରକାର ଅସମ୍ଭବ । ଇଂରେଜି ସେଥିପାଇଁ ଏକମାତ୍ର ଭାଷା । ଅତୀତର ଇତିହାସକୁ ଦେଖିଲେ ଜଣାଯାଏ ଯେ ପ୍ରଥମେ ବିଜ୍ଞାନ ଇଂରେଜିରେ ଲେଖା ନ ହୋଇ ଲାଟିନରେ ଲେଖା ହୋଇଥିଲା । ୧୬୮୨ ଖ୍ରୀଷ୍ଟାବ୍ଦରେ ନିଉଟନ ତାଙ୍କର ପ୍ରଥମ ପୁସ୍ତକ Principiaକୁ ଲାଟିନ୍‍ ଭାଷାରେ ଲେଖିଲେ । ଆମ ଦେଶରେ ସଂସ୍କୃତ ଯେମିତି, ତାଙ୍କ ଦେଶରେ ଲାଟିନ ସେମିତି ଏକ ପ୍ରାଚୀନ ଭାଷା । ଆଜି ସଂସ୍କୃତ ଭାଷାରେ ବିଜ୍ଞାନ ଲେଖିବା କଥା କହିଲେ ଲୋକେ ହସନ୍ତେ କିନ୍ତୁ ବିଜ୍ଞାନର ଆରମ୍ଭ ହୋଇଥିଲା ସଂସ୍କୃତ ପରି ପ୍ରାଚୀନ ଭାଷାରେ । ଲାଟିନରେ ଲେଖାହେବାର ପ୍ରାୟ ପଚାଶ ବର୍ଷପରେ ପୁଣି ସେହି ବହି ଇଂରେଜିରେ ଲେଖାହେଲା; କିନ୍ତୁ ନିଉଟନ୍‍ଙ୍କର ଦ୍ୱିତୀୟ ପୁସ୍ତକ Opticks ଲେଖାହେଲାବେଳକୁ ଅବସ୍ଥା ସଂପୂର୍ଣ୍ଣ ବଦଳି ଯାଇଥିଲା । ୧୭୦୪ ମସିହାରେ ସେ ବହି ପ୍ରଥମେ ଲେଖା ହେଲା ଇଂରେଜି ପରି ଏକ ଆଞ୍ଚଳିକ ଭାଷାରେ । ତାର ଦୁଇ ବର୍ଷ ପରେ ପୁଣି ଲେଖାହେଲା ଲାଟିନ୍‍ରେ । କିନ୍ତୁ କାଳକ୍ରମେ ଲାଟିନ୍‍ ଉଠିଯାଇ ଇଉରୋପରେ ଆଞ୍ଚଳିକଭାଷା ଇଂରେଜି ଫ୍ରେଞ୍ଚ, ଜର୍ମାନୀରେ ବିଜ୍ଞାନ ଲେଖାଚାଲିଲା । ଏବେ ପୃଥିବୀର ସମସ୍ତ ବିଜ୍ଞାନ ପ୍ରଧାନତଃ ଦୁଇଟି ଭାଷାରେ ଲେଖାହୁଏ ଇଂରେଜି ଓ ରଷିଆନ୍ ।

 

ବର୍ତ୍ତମାନ ପ୍ରଶ୍ନ ହେଉଛି–ଭାରତର ସବୁ ପ୍ରକାର ଶିକ୍ଷା ଏପର୍ଯ୍ୟନ୍ତ ଇଂରେଜିରେ ହେଉଥିଲା, ଏବେ ଆଞ୍ଚଳିକ ଭାଷାରେ ହୋଇପାରିବ କି ନାହିଁ ଏ ବିଷୟରେ ରୁଷ ଓ ଜାପାନର ଉଦାହରଣ ନିଆଯାଇ ପାରେ । ପ୍ରଥମେ ଲାଟିନ୍‍ରେ ଯେଉଁ ବିଜ୍ଞାନ ଲେଖା ଆରମ୍ଭ ହୋଇଗଲା, ଆଜି ତାହା ଇଂରେଜି ଓ ରୁଷ ଭାଷାରେ ବେଶି ପ୍ରଚଳିତ । କେବଳ ସେତିକି ନୁହେଁ, ରୁଷିଆରେ ଏପର୍ଯ୍ୟନ୍ତ ବିଜ୍ଞାନ ଶିକ୍ଷା ରୁଷଭାଷାରେ ଦିଆଯାଉଥିଲା ଏବେ ଆଞ୍ଚଳିକ ସ୍ତରରେ ଜର୍ଜିଆନ, ୟୁକ୍ରେନିଆନ୍‍, କାଜାଖ, ତୁର୍କମେନ ଓ ତାରତାର ପ୍ରଭୃତି ବିଂଶାଧିକ ଆଞ୍ଚଳିକ ଭାଷାରେ ମଧ୍ୟ ଦିଆଯିବାର ବ୍ୟବସ୍ଥା ଚାଲିଛି । ସେଥିପାଇଁ ସେହି ସେହି ଭାଷାମାନଙ୍କରେ ବୈଜ୍ଞାନିକ ଶବ୍ଦାବଳି ପ୍ରସ୍ତୁତ ହେଉଛି । (୫)

 

ଆଞ୍ଚଳିକ ଭାଷାମାନଙ୍କରେ ବିଜ୍ଞାନ ଶିକ୍ଷା ଦେବାର ଉଦ୍ଦେଶ୍ୟ ହେଉଛି ଦୁଇଟି । ଏକରେ, ବିଜ୍ଞାନ ଶିକ୍ଷାର ପ୍ରସାର ଦୁଇରେ, ଆଞ୍ଚଳିକ ଭାଷାରେ ସମୃଦ୍ଧି । ବର୍ତ୍ତମାନର ଯୁଗ ହେଲା ବିଜ୍ଞାନର ଯୁଗ । ବିଜ୍ଞାନଠାରୁ ଯେ ଦୂରରେ ରହିବ ସଭ୍ୟତା ଦଉଡ଼ିରେ ସେ ପଛରେ ପଡ଼ିଯିବ । ତେଣୁ ସାଧାରଣ ଜନତାକୁ ସଭ୍ୟତାରେ ସ୍ୱାଦ ଚଖାଇବାକୁ ହେଲେ ବିଜ୍ଞାନ ଶିକ୍ଷା ନିତାନ୍ତ ଦରକାର-। ମାତ୍ର ଆମେ ଦେଖିଛୁ ଯେ ସମୂହ ଶିକ୍ଷା କେବଳ ମାତୃଭାଷା ସାହାଯ୍ୟରେ ଶୀଘ୍ର ସମ୍ଭବ ହେବ । ତେଣୁ ବିଜ୍ଞାନର ପ୍ରସାର ପାଇଁ ମାତୃଭାଷା ମାଧ୍ୟମ ହିଁ ସର୍ବୋତ୍କୃଷ୍ଟ । ଦ୍ୱିତୀୟରେ, ନିଜର ମାତୃଭାଷାକୁ ସମୃଦ୍ଧ କରିବାକୁ ହେଲେ ବୈଜ୍ଞାନିକ ଚିନ୍ତାଧାରାକୁ ସେଥିରେ ପ୍ରବେଶ କରାଇବାକୁ ହେବ । ଆଞ୍ଚଳିକ ଭାଷା ଯଦି ବୈଜ୍ଞାନିକ ଚିନ୍ତାଧାରାର ବାହକରୂପେ କାର୍ଯ୍ୟ ନ କରେ, ତେବେ ତାହା ନିଶ୍ଚୟ କ୍ଷୀଣ ହୋଇପଡ଼ିବ ଓ ଯୁଗୋପଯୋଗୀ ହୋଇପାରିବ ନାହିଁ । ସେହି କାରଣରୁ ଅଞ୍ଚଳିକ ଭାଷାରେ ବିଜ୍ଞାନ ଶିକ୍ଷା ଦେବାପାଇଁ ଚିନ୍ତା କରାଯାଉଛି । ଓଡ଼ିଆ ଲୋକଙ୍କ ଭିତରେ ବିଜ୍ଞାନର ଆଲୋକ ବିକୀରଣ କରିବା ପାଇଁ ତଥା ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଓଡ଼ିଆରେ ବିଜ୍ଞାନ ଶିକ୍ଷାର ବ୍ୟବସ୍ଥା ହେବା ଦରକାର ।

 

ଆଞ୍ଚଳିକ ଭାଷାରେ ବିଜ୍ଞାନ ଶିକ୍ଷା ଅସମ୍ଭବ ବୋଲି ଯେଉଁମାନେ ମନେକରନ୍ତି, ସେମାନେ ଦେଖିପାରନ୍ତି ବଙ୍ଗୀୟ ବିଜ୍ଞାନ ପରିଷଦର ବାର୍ଷିକୋତ୍ସବ ଦିବସରେ ବଙ୍ଗଳାର ବିଶିଷ୍ଟ ବୈଜ୍ଞାନିକମାନେ ସ୍ଥିର କରିଛନ୍ତି–ଏଣିକି ବିଜ୍ଞାନ ଶିକ୍ଷା ବଙ୍ଗଳା ଭାଷାରେ ଦିଆଯିବ । ଅଧିକାଂଶ ଲୋକ କହନ୍ତି- ଡାକ୍ତରୀ, ଇଞ୍ଜିନିୟରିଂ ପ୍ରଭୃତି ବୈଷୟିକ ଶିକ୍ଷା ଇଂରେଜି ଛଡ଼ା ଆଞ୍ଚଳିକ ଭାଷାରେ ହେବା ଅସମ୍ଭବ । କିନ୍ତୁ ଆପଣ ଯଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଡକ୍ଟର ଜୀବରାଜ ମେହେଟା ଓ ରୁର୍କୀ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ଉପକୁଳପତିଙ୍କର ମତାମତ ଜାଣିଥିବେ, ତେବେ ଏ ବିଷୟରେ ଆପଣଙ୍କର ଅନେକ ସନ୍ଦେହ ଦୂର ହୋଇଯାଇଥିବ । ତା ୧୦।୪।୬୩ରେ ଅହମଦାବାଦଠାରେ ଡକ୍ଚର ମେହେଟା କହିଥିଲେ ଯେ ଆଞ୍ଚଳିକ ଭାଷାରେ ମେଡ଼ିକାଲ କାଉନସିଲ ଡାକ୍ତରୀ ଶିକ୍ଷା ପାଇଁ ଇଂରେଜି ମାଧ୍ୟମକୁ ଯେପରି ଅପରିହାର୍ଯ୍ୟ ମନେ କରିଛନ୍ତି । ସେଥି ସହିତ ସେ ଆଦୌ ଏକମତ ନୁହନ୍ତି । ରାଜ୍ୟସଭାର ଏକ ପୂରକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ମେଡ଼ିକାଲ ଶିକ୍ଷାର ପ୍ରଥମ ବାର୍ଷିକ ଶ୍ରେଣୀ ପାଇଁ ଗୁଜରାଟୀ ଭାଷାରେ କେତେକ ପୁସ୍ତକ ତିଆର ସରିଲାଣି ଓ ଅନ୍ୟାନ୍ୟ ପୁସ୍ତକ ତିଆରି ଚାଲିଛି ।

 

ହିନ୍ଦୀରେ ଟେକ୍ନିକାଲ ଓ ଇଞ୍ଜିନିୟରଂ ଶିକ୍ଷା ଦିଆଯାଇ ପାରିବ ନାହିଁ ବୋଲି କେତେକ କହନ୍ତି । କିନ୍ତୁ ନବଭାରତ ଟାଇମସ୍ (ହିନ୍ଦୀ) କାଗଜର ତା୨୯।୫।୬୩ ସଂଖ୍ୟାରେ ପରିବେଶିତ ସମ୍ବାଦରେ କୁହାଯାଇଛି ଯେ ରୁର୍କୀ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ତିନିବର୍ଷ ଭିତରେ ତାଙ୍କ ବିଶ୍ୱବିଦ୍ୟାଳୟରେ ହିନ୍ଦୀରେ ଇଞ୍ଜିନିୟରିଂ ଶିକ୍ଷା ଦିଆଯିବ । ଡକ୍ଟର ମେହେଟା ନିଜେ ଜଣେ ଡାକ୍ତର । ସେ ଯଦି କହନ୍ତି ଯେ ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷା ଦିଆଯାଇ ପାରିବ, ଅନ୍ୟ ଲୋକଙ୍କର ସେଥିରେ ସନ୍ଦେହ କରିବାର କଣ ଅଛି ? ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କଥାକୁ ଅଣ-ଇଞ୍ଜିନିୟରମାନଙ୍କର ଅବିଶ୍ୱାସ କରିବାର ପ୍ରଶ୍ନ କାହିଁ ।

 

ସ୍ୱାଧୀନତା ପରେ ଇଂରେଜି ଶିକ୍ଷା ପ୍ରତି ଯେଉଁ ଅବହେଳା ଦେଖାହୋଇଛି, ସେଥିରେ ଇଂରେଜିର ମାନଦଣ୍ତ ଯେ ଖୁବ୍‍ କମିଛି ଏଥିରେ ସନ୍ଦେହ ନାହିଁ । ଅନ୍ୟାନ୍ୟ ବହୁ କାରଣରୁ, ବିଶେଷତଃ ସାଧାରଣ ଶୃଙ୍ଖଳାହୀନତା ଯୋଗୁଁ ଦେଶରେ ଶିକ୍ଷାମାନଦଣ୍ତ କମି ଯାଉଛି । କିନ୍ତୁ ଇଂରେଜି ପକ୍ଷପାତୀ ଲୋକେ କହୁଛନ୍ତି–ଇଂରେଜିକୁ ଅବହେଳା କରିବା ମୂଳରେ ଶିକ୍ଷାର ଏହି ଅଧୋଗତି ହୋଇଛି । କିନ୍ତୁ କଥାଟା ପ୍ରକୃତରେ ଓଲଟା ଆଞ୍ଚଳିକ ଭାଷାରେ ମାଟ୍ରିକସ୍ତରରେ ଶିକ୍ଷା ଦିଆଯାଇ ବିଶ୍ୱବିଦ୍ୟାଳୟ ସ୍ତରରେ ଇଂରେଜିରେ ଶିକ୍ଷା ଦିଆ ଯାଇ ଥିବାରୁ ଏ ସବୁ ଦୁର୍ଯ୍ୟୋଗ ଘଟୁଛି । ଯଦି ମୂଳରୁ ଇଂରେଜିରେ ସେଟା ଆରମ୍ଭ ହୋଇ ଚୂଳରେ ଇଂରେଜିରେ ଶେଷ ହୁଅନ୍ତା, ତେବେ ଭଲ ହୁଅନ୍ତା, ନଚେତ୍‍ ମୂଳରୁ ଶେଷଯାଏ ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷା ଦିଆଗଲେ ସେ ବି ଭଲ ହୁଅନ୍ତା । କିନ୍ତୁ ଏହି ଯେଉଁ ଦୁଇ ନାଆରେ ଗୋଡ଼ଦେବା ପନ୍ଥା ହୋଇଛି, ଏଥିରେ ଅର୍ଥନାଶ ଓ ମନସ୍ତାପ ଛଡ଼ା ଦ୍ୱିତୀୟ ପନ୍ଥା ଇ ନାହିଁ ।

 

ଆଞ୍ଚଳିକ ଭାଷା ମାଧ୍ୟମ ଯେ ମାଟ୍ରିକସ୍ତରରେ ରହିବ, ଏଥିରେ ଏ ଦେଶରେ କାହାରି ଦ୍ୱିମତ ନାହିଁ । କେବଳ ବିଶ୍ୱବିଦ୍ୟାଳୟ ସ୍ତରରେ କ’ଣ ହେବ ତାକୁ ଇ ନେଇ ନାନା ଚିନ୍ତା, ନାନା ଆନ୍ଦୋଳନ । କିନ୍ତୁ କାଳକ୍ରମେ ଯେ ସେଠି ଆଞ୍ଚଳିକ ଭାଷା ପ୍ରଚଳିତ ହେବ, ଏ ସନ୍ଦେହ ଆସ୍ତେ ଆସ୍ତେ ଦୂର ହୋଇଯାଉଛି । ଏହି ପୁରୁଷର ଇଂରେଜି ପଢ଼ୁଆ ଲୋକେ ଭାବୁଛନ୍ତି- ବିଶ୍ୱବିଦ୍ୟାଳୟ ଶିକ୍ଷା ମାଧ୍ୟମକୁ ହଠାତ୍‍ ନ ବଦଳାଇ ଆସ୍ତେ ଆସ୍ତେ ବଦଳାଇବା ଉଚିତ, ନଚେତ୍‍ ଶିକ୍ଷାକ୍ଷେତ୍ରରେ ଅବ୍ୟବସ୍ଥା ଉପସ୍ଥିତ ହେବ । କିନ୍ତୁ ଗାନ୍ଧିଜୀ ଏହି କ୍ରମପରିବର୍ତ୍ତନ କଥାଟାକୁ ଆଦୌ ପସନ୍ଦ କରୁ ନ ଥିଲେ । ସେ ଭାବୁଥିଲେ-ଇଂରେଜି ପକ୍ଷପାତୀ ଲୋକେ ଖାଲି ନିଜ ଆଳସ୍ୟ ଯୋଗୁଁ କ୍ରମପରିବର୍ତ୍ତନ ସ୍ୱର ଉଠାଇଛନ୍ତି । ଉଚ୍ଚଶିକ୍ଷାରେ ମାତୃଭାଷାକୁ ସ୍ଥାନ ନ ଦେଇ ଯେଉଁପ୍ରକାର କ୍ଷତି ହେଉଛି, ତାକୁ ସଙ୍ଗେ ସଙ୍ଗେ ବନ୍ଦ କରିବା ଉଚିତ । ସେଥିପାଇଁ ବରଂ ସାମୟିକ ଅବ୍ୟବସ୍ଥା ହେଲେ କିଛି ଯାଏ ଆସେ ନାହିଁ । ତାକୁ ବରଂ ସେ ବରଦାସ୍ତ କରିବା ପାଇଁ ରାଜି । ପ୍ରକୃତରେ ଦେଖିବାକୁ ଗଲେ ଲୋକେ ଗତାନୁଗତିକ ପନ୍ଥାରେ ଏପରି ଅଭ୍ୟସ୍ତ ଯେ ନୂତନ ପନ୍ଥା ଅବଲମ୍ବନ କରିବା ପାଇଁ ସେମାନେ ମୋଟେ ରାଜି ନୁହନ୍ତି । ମାଧ୍ୟମ ପରିବର୍ତ୍ତନ ବେଳେ ଯେଉଁ ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ ତାକୁ ଦେଖି ସେମାନେ କାତର । ସରକାର ଯଦି କିଛିକାଳ ପାଇଁ ଆଞ୍ଚଳିକ ମାଧ୍ୟମରେ ଶିକ୍ଷା ଦେଇପାରୁଥିବା ଶିକ୍ଷାକମାନଙ୍କୁ ଦୁଇ ତିନୋଟି ଅଧିକ ଇନକ୍ରିମେଣ୍ଟ ଦେଇ ପରୀକ୍ଷା କରନ୍ତେ, ତେବେ ଅବସ୍ଥାରେ ନିଶ୍ଚୟ ପରିବର୍ତ୍ତନ ଦେଖନ୍ତେ । ପ୍ରାଥମିକ ଅବସ୍ଥାରେ ଯେମିତି ହିନ୍ଦୀ କିମ୍ବା ଅନ୍ୟ ଆଞ୍ଚଳିକ ଭାଷା ପଢ଼ିବା ପାଇଁ ବୃତ୍ତି ଇତ୍ୟାଦି ଦେଇ ଲୋକଙ୍କୁ ଉତ୍ସାହିତ କରାଯାଉଛି, ଆଞ୍ଚଳିକ ମାଧ୍ୟମକୁ ଚଳାଇବା ପାଇଁ ସେହିପରି ଉତ୍ସାହ ସୃଷ୍ଟି କରାଯିବା ଉଚିତ । ଅପେକ୍ଷା କରିବା ପାଇଁ ଯାହା କୁହାଯାଉଛି, ସେଟା ବିଜ୍ଞାନ ପାଇଁ ହୋଇପାରେ, କିନ୍ତୁ କଳା ପାଇଁ ଦରକାର କଣ ବିଜ୍ଞାନର ଭାଷା ଟେକ୍‍ନିକାଲ ହୋଇଥିବାରୁ ସେଥିପାଇଁ ଶବ୍ଦାବଳି ପ୍ରଥମେ ପ୍ରସ୍ତୁତ କରିବା ଦରକାର । ଅବଶ୍ୟ ଦେଶ ଚାହିଁଲେ ସେଟା ଯେ ବହୁତ ଦିନ ଲାଗିବ, ତା ନୁହେଁ । କିନ୍ତୁ ଇତିହାସ, ଦର୍ଶନ, ରାଜନୀତି ବିଜ୍ଞାନ ପରି ବିଷୟମାନଙ୍କରେ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ଅବଶ୍ୟ ଯେ କୌଣସି ବିଷୟରେ ଅନେକ ଟେକ୍ନିକାଲ ଶବ୍ଦ ଅଛି । ବର୍ତ୍ତମାନ ପାଇଁ ତାକୁ ସେହି ଇଂରେଜି ଫର୍ମରେ ରଖି କାମ ଚଳାଯାଇପାରେ । ସରକାର ଶିକ୍ଷାର ପ୍ରତ୍ୟେକ ବିଭାଗରେ ଗୋଟିଏ ଗୋଟିଏ ପାରିଭାଷିକ ଶବ୍ଦାବଳି ସମିତି ରଖିଦେଇ ସେହିମାନଙ୍କ ହାତରେ କାମ କରାଇନେଲେ ବେଶି ସମୟ ଲାଗିବାର କାରଣ ନାହିଁ । ଭାରତବର୍ଷର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯେତେ ପିଲା ଫେଲ ହୁଅନ୍ତି, ପୃଥିବୀର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ହୁଅନ୍ତି ନାହିଁ ତାର ଗୋଟିଏ ପ୍ରଧାନ କାରଣ ହେଉଛି ଶିକ୍ଷା ମାଧ୍ୟମର ଅବ୍ୟବସ୍ଥା ତଳେ ଦେଶୀ ଓ ଉପରେ ବିଦେଶୀ । ଛାତ୍ରମାନଙ୍କୁ ମାତୃଭାଷାରେ ଶିକ୍ଷା ଦେଲେ ଅନ୍ତତଃ ବିଦେଶୀଭାଷା ପାଇଁ ଭୟ ଓ ଚିନ୍ତା, ସେଥିରୁ ସେମାନେ ରକ୍ଷା ପାଇଯାନ୍ତେ । କିନ୍ତୁ ମାତୃଭଷାଗୁଡ଼ିକ ସମୃଦ୍ଧ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଯାହା କୁହାଯାଉଛି, ପଦ୍ମ ଘୁଞ୍ଚି ଘୁଞ୍ଚି କେତେକାଳ ଯିବ କିଏ ଜାଣେ ?

 

ଆଚ୍ଛା ଲୋକେ କହୁଛନ୍ତି ଆମ ଭାଷା ଯଥେଷ୍ଟ ସମୃଦ୍ଧ ନ ହେଲା ପର୍ଯ୍ୟନ୍ତ ତାକୁ ମାଧ୍ୟମ ଭାବରେ ଗ୍ରହଣ କରି ପାରିବା ନାହିଁ । କିନ୍ତୁ ଭାଷାକୁ ସମୃଦ୍ଧ କରିବାର ବାଟ କ’ଣ ? ଭାଷା ତ ଆଉ ଶୂନ୍ୟରେ ସମୃଦ୍ଧ ହୁଏ ନାହିଁ, ଯାହା ସମୃଦ୍ଧ ହୁଏ କେବଳ ସେବାରେ । ଭାଷାରେ ଯେବେ ଅଧିକ କାମ ହେବ, ତାହା ସେତିକି ବଢ଼ି ଚାଲିବ । ଉଦାହରଣ ସ୍ୱରୂପ-ଶାସନରେ ଯଦି ଭାଷାକୁ ବ୍ୟବହାର କରାଯିବ, ତେବେ ଶାସନକ୍ଷେତ୍ରରେ ଯେତେ ଶବ୍ଦ, ଫ୍ରେଜ୍‍, ଇଡ଼ିୟମ୍‍ ଅଛି, ସବୁ ସେହି ଭାଷାର ନିଜସ୍ୱ ହୋଇପଡ଼ିବ ଓ ସେହି ଅନୁପାତରେ ଭାଷା ସମୃଦ୍ଧ ହୋଇ ଅନ୍ୟ କ୍ଷେତ୍ରରେ ମଧ୍ୟ ସେବା କରିବା ପାଇଁ ଉପଯୁକ୍ତ ହୋଇପଡ଼ିବ । ଗାନ୍ଧିଜୀ କହୁଥିଲେ-ମାତୃଭାଷାକୁ କୋର୍ଟ କଚେରୀରେ ଯେତେ ଶୀଘ୍ର ଚାଲୁ କରାଯିବ ତାର ବଜାର ଦର ସେତିକି ବଢ଼ିଯିବ ଓ ଲୋକେ ତା’ ପ୍ରତି ସେତିକି ଆକୃଷ୍ଟ ହେବେ । ଯାହାପ୍ରତି ଲୋକେ ଯେତେ ଆକୃଷ୍ଟ ହେବେ ତାହା ସେତେ ଶୀଘ୍ର ସମୃଦ୍ଧ ହେବ । ଇଂରେଜି ପରି ଏକ ବିଦେଶୀ ଭାଷାପ୍ରତି ଲୋକେ ଆକୃଷ୍ଟ ହୋଇଥିବାରୁ ତାହା ସମୃଦ୍ଧିର ଚୂଡ଼ାନ୍ତରେ ପହଞ୍ଚିଛି । ଗାଁ ଗହଳର ଅପାଠୁଆ ଲୋକେ ବି ନିଜ କଥାବର୍ତ୍ତାରେ ଇଂରେଜି ଶବ୍ଦ କହି ଆପଣାର ଅଭିମାନ ମେଣ୍ଟାଉଛନ୍ତି । କଥାଟା ହେଲା ରାଜାନୁଗତ ଧର୍ମ । ରାଜା ଯଦି କହିଲେ ଇଂରେଜି ଭଲ, ରାଜା ଯଦି କହିଲେ ମାତୃଭାଷା ଭଲ, ସେ ବି ଭଲ । ଦେଶ ଚାହିଁଲା ବୋଲି ହିବ୍ରୁ ପରି ମୃତପ୍ରାୟ ଭାଷା ମଧ୍ୟ ଏବେ ଇଜ୍ରାଇଲର ରାଜ୍ୟଭାଷାରେ ପରିଣତ ହୋଇଛି । କିନ୍ତୁ ଆମ ଦେଶର ସମ୍ବିଧାନରେ ଭାଷା ସମ୍ପର୍କରେ ଯାହା ନୀତି ନିର୍ଦ୍ଧାରିତ ହୋଇଛି, ତାହା ଦୃଢ଼ଭାବରେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ସ୍ୱାଧୀନତାର ଷୋଳ ବର୍ଷ ପରେ ମଧ୍ୟ କେତେକ ରାଜ୍ୟରେ ବିଶେଷ କର୍ଯ୍ୟାରମ୍ଭ ହୋଇପାରି ନାହିଁ ।

 

ଶିକ୍ଷା ଓ ଶାସନ କ୍ଷେତ୍ରରେ ଆଞ୍ଚଳିକ ଭାଷା ଚଳାଇବା ପାଇଁ ପାରିଭାଷିକ ଶବ୍ଦାବଳି ଯେ ସର୍ବାଗ୍ରେ ଆବଶ୍ୟକ, ଏଥିରେ କୌଣସି ସନ୍ଦେହ ନାହିଁ । କେନ୍ଦ୍ର ସରକାର ହିନ୍ଦୀ ପାଇଁ ଯେଉଁ ଶବ୍ଦାବଳି ତିଆର କରୁଛନ୍ତି, ସେଥିପାଇଁ ଏକ ସ୍ୱତନ୍ତ୍ର ଡିରେକ୍ଟରେଟ୍‍ ଖୋଲିଛନ୍ତି । ବିଚାର ଦଶ ବର୍ଷ ହେଲା କେନ୍ଦ୍ରୀୟ ଶିକ୍ଷାମନ୍ତ୍ରଣାଳୟ ଅଧୀନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଦଶ ବର୍ଷ ଭିତରେ ସେମାନେ ପାରିଭାଷିକ ଶବ୍ଦାବଳିର ଯେଉଁ ଦୁଇ ଖଣ୍ତ ପୁସ୍ତକ ପ୍ରକାଶ କରିଛନ୍ତି, ତାହା ଏ ପର୍ଯ୍ୟନ୍ତ ଶେଷ ସିଦ୍ଧାନ୍ତରୂପେ ଗୃହୀତ ହୋଇ ନାହିଁ । ଭାରତର ବୈଜ୍ଞାନିକ ଓ ଭାଷାବିତ୍‍ମାନେ ବର୍ତ୍ତମାନ ତାକୁ ପରୀକ୍ଷା କରୁଛନ୍ତି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ତାହା ଗୃହୀତ ହେବ । ତେଣୁ ଦେଖିବାର କଥା-କୌଣସି ଭାଷାପାଇଁ ପାରିଭାଷିତ ଶବ୍ଦାବଳି ପ୍ରସ୍ତୁତ କରିବା ଦିନ କିମ୍ବା ମାସକର କଥା ନୁହେ, ବର୍ଷ ବର୍ଷର କଥା । ଓଡ଼ିଶା ସରକାର ୧୯୫୮ରେ ଯେଉଁ ଶବ୍ଦାବଳି ତିଆର କରାଇଛନ୍ତି, ଓଡ଼ିଆଭାଷା ପାଇଁ ତାହା ପ୍ରାରମ୍ଭିକ କାର୍ଯ୍ୟ ମାତ୍ର । ତା’ ଛଡ଼ା କେନ୍ଦ୍ର ସରକାର ବର୍ତ୍ତମାନ ଯେଉଁ ନୀତିରେ ଶବ୍ଦାବଳି ଗଠନ କରୁଛନ୍ତି, ତା’ ସହିତ ଏହା କେତେଦୂର ଖାପ ଖାଇବ, ତାକୁ ମଧ୍ୟ ପରୀକ୍ଷା କରି ଦେଖିବାର କଥା । ଉତ୍କଳ ବିଶ୍ୱବିଦ୍ୟାଳୟ ଯେଉଁ ପରିଭାଷା ପ୍ରକାଶ କରିଛନ୍ତି ତହିଁରେ କେତେକ ଭାଷାତାତ୍ତ୍ୱିକ ବୈଷମ୍ୟ ପରିଲକ୍ଷିତ ହୁଏ । କିନ୍ତୁ ପ୍ରକାଶିତ ଅଂଶ ଏତେ କମ୍‍ ଯେ ସେ ବିଷୟରେ ବର୍ତ୍ତମାନ କିଛି କହିହେବ ନାହିଁ । ଓଡ଼ିଆ ଭାଷାପାଇଁ କେନ୍ଦ୍ର ସରକାରଙ୍କ ନୀତିରେ ପରିଭାଷା ସୃଷ୍ଟି କରିବାକୁ ହେଲେ ଗୋଟିଏ ସ୍ୱତନ୍ତ୍ର ସଂସ୍ଥା ଦରକାର ଓ ଶବ୍ଦାବଳି ପ୍ରେସ୍‍କୁ ଯିବା ପୂର୍ବରୁ ଭାଷାବିତ୍‍ମାନଙ୍କ ଦ୍ୱାରା ଯାଞ୍ଚ କରାଯିବା ଉଚିତ । ଭାରତର ବିଭିନ୍ନ ଭାଷାରେ ପାରିଭାଷିକ ଭାଷାକୋଷମାନ ନିର୍ମିତ ହେଉଛି, କିନ୍ତୁ ହିନ୍ଦୀରେ ଯେଉଁ ଶବ୍ଦକୋଷ ତିଆର ହେଉଛି, ତାକୁ ଇ ଦୃଷ୍ଟିରେ ରଖି ଆଞ୍ଚଳିକ ଶବ୍ଦକୋଷ ତିଆରି କରାଇବା ପାଇଁ କେନ୍ଦ୍ର ସରକାର କଳ୍ପନା କରିଛନ୍ତି । ଏ ପ୍ରକାର କୋଷ ତିଆର କରିବା ପାଇଁ ଅନେକ ସମୟ ଲାଗୁଥିବାରୁ ଯେତେଶୀଘ୍ର କାର୍ଯ୍ୟାରମ୍ଭ କରାଯିବ, ସେତେ ଭଲ ।

 

ଦ୍ୱିତୀୟ କଥା ବହି । ଆମର ବହି ନାହିଁ, ଆମେ କେମିତି ଶିକ୍ଷା ଆରମ୍ଭ କରିବୁ ? କହିବା ବାହୁଲ୍ୟ ଯେ ବିଜ୍ଞାନ ପୁସ୍ତକ ପାଇଁ ସମୟ ଲାଗିପାରେ କିନ୍ତୁ କଳାଶ୍ରେଣୀର ପୁସ୍ତକ ପାଇଁ ବେଶି ସମୟ ଲାଗିବା କଥା ନୁହେଁ । ସଙ୍ଗେ ସଙ୍ଗେ ଆରମ୍ଭ କରିବାକୁ ହେଲେ ଇଂରେଜିରେ ପଢ଼ି ଆଞ୍ଚଳିକ ଭାଷାରେ ଉତ୍ତର ଦେବାପାଇଁ ଛାତ୍ରମାନଙ୍କୁ ଅନୁମତି ଦିଆଯାଇପାରେ । ସରକାର ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବାପାଇଁ ସ୍ଥିର କରି ଦେଲାମାତ୍ରେ ପୁସ୍ତକ ଲେଖିବା ପାଇଁ ଶିକ୍ଷକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯିବ । କାର୍ଯ୍ୟାରମ୍ଭ ନ କରି ଆମେ ଯେତେ ଆଶଙ୍କିତ ହେଉଛୁ, ସେତେବେଳେ ଦେଖାଯିବ ଆଶଙ୍କାର ବିଶେଷ କାରଣ ନାହିଁ । ମାଟ୍ରିକୁଲେସନର ସବୁ ବହି ଇଂରେଜିରେ ପଢ଼ାଯାଉଥିଲା ପୁଣି କାଳକ୍ରମେ ସବୁ ଆଞ୍ଚଳିକ ଭାଷାରେ ହୋଇଗଲା । ପାଠ୍ୟପୁସ୍ତକ ପାଇଁ ଆମେମାନେ କୋଟି କୋଟି ଟଙ୍କା ବିଦେଶୀ ଲେଖକମାନଙ୍କୁ ଦେଉଛୁ । ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖା ହେଲା ମାତ୍ରେ ସେହି ଅର୍ଥ ଏହି ଦେଶର ଲୋକମାନଙ୍କ ହାତରେ ରହିବ । ହାଇଦରାବାଦ ଇଂରେଜି ଅନୁଷ୍ଠାନର ଡିରେକ୍ଟର ଶ୍ରୀଯୁକ୍ତ ଗୋଲକ କହନ୍ତି–ଭାରତୀୟମାନେ ଇଂରେଜିରେ କଲେଜ ପିଲାଙ୍କ ପାଇଁ ଯେଉଁ ପାଠ୍ୟପୁସ୍ତକ ଲେଖାନ୍ତି, ଅଳ୍ପ ବହୁତେ ସେଗୁଡ଼ିକ ନୋଟ ବହି ପରି, ସେଥିରେ ସୃଷ୍ଟିର ସମ୍ମାନ ଖୁବ୍ କମ ଥାଏ । କିନ୍ତୁ ମାତୃଭାଷାରେ ସେହିମାନେ ଲେଖିଲାବେଳେ ନୂତନ ସୃଷ୍ଟିର ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଦେଶର ଜନତା ନିକଟରେ ବିସ୍ତୃତଭାବରେ ପରିଚିତ ହେବେ, ଅର୍ଥ ଓ ସମ୍ମାନ ଉଭୟ ଅର୍ଜନ କରି ପାରିବେ । ସେହି ପରିମାଣରେ ଦେଶର ପ୍ରିଣ୍ଟିଂ ଓ ପ୍ରକାଶନ ବ୍ୟବସ୍ଥାର ଉନ୍ନତି ହେବ । ବର୍ତ୍ତମାନ ହିନ୍ଦୀଭାଷାରେ ବହୁତ ପୁସ୍ତକ ପ୍ରକାଶିତ ହେଉଥିବାରୁ ହିନ୍ଦୀ ପୁସ୍ତକର ପ୍ରକାଶନ କଳାରେ ଯେଉଁ ଅଭୂତପୂର୍ବ ଉନ୍ନତି ହୋଇଛି, ତାହା ଯେ କୌଣସି ଲୋକ ଅନୁଭବ କରି ପାରିବେ । ଭାରତର ଅନ୍ୟାନ୍ୟ ଉନ୍ନତ ଭାଷାମାନଙ୍କ ତୁଳନାରେ ଆମ ଓଡ଼ିଆ ଭାଷାରେ ବୋଧହୁଏ ବହୁତ କମ ପୁସ୍ତକ ପ୍ରକାଶିତ ହୁଏ ଫଳରେ ଆମ ପ୍ରିଣ୍ଟିଂ ଓ ପ୍ରକାଶନ କୌଶଳ ବହୁପଛରେ ପଡ଼ି ରହଛି । ମାତୃଭାଷା ମାଧ୍ୟମରେ କାମ ଚାଲୁହେଲେ ଏ ସବୁ ଅସୁବିଧା ଦୂର ହୋଇଯିବ ।

 

ଆଞ୍ଚଳିକ ଭାଷାରେ ବହି ପ୍ରଶ୍ନ ଉଠିଲେ, ଗୋଟାଏ ପ୍ରଧାନ ପ୍ରଶ୍ନ ଉଠେ-ଅନୁବାଦ । ଇଂରେଜି ତୁଳନାରେ ଆମ ଭାଷାଗୁଡ଼ିକ ଖୁବ କମ ସମୃଦ୍ଧ । ତେଣୁ ଆମକୁ ଇଂରେଜିରୁ ଅନୁବାଦ କରିବାକୁ ପଡ଼ିବ । ପୃଥିବୀର ପ୍ରଗତିଶୀଳ ଦେଶମାନଙ୍କ କଥା ବିଚାର କଲେ ଦେଖାଯିବ ଯେଉଁ ଦେଶ, ଯେଉଁ ଜାତି ଯେତେ ଅଗ୍ରଗାମୀ, ତାର ଅନୁବାଦ ସାହିତ୍ୟ ସେତେ ବେଶି । ପଶ୍ଚିମରେ ରୁଷ ଓ ପୂର୍ବରେ ଜାପାନ ଏହାର ପ୍ରକୃଷ୍ଟ ଉଦାହରଣ । ଏହି ଦୁଇ ଦେଶରେ ବିଜ୍ଞାନ ଯେଭଳି ଭାବରେ ଉନ୍ନତି ଲାଭ କରିଛି, ପୃଥିବୀରେ ତାର ପଟାନ୍ତର ନାହିଁ । କିନ୍ତୁ ଏହି ଦେଶମାନଙ୍କରେ ବିଜ୍ଞାନ ଶିକ୍ଷା ବିଦେଶୀ ଇଂରେଜି ଭାଷାରେ ଦିଆ ନ ଯାଇ ନିଜ ନିଜ ଦେଶ ଭାଷାରେ ଦିଆଯାଇ ଅର୍ଥାତ ରୁଷରେ ରୁଷ ଭାଷାରେ ଓ ଜାପାନରେ ଜାପାନୀ ଭାଷାରେ । କିନ୍ତୁ ପୃଥିବୀରେ ବିଜ୍ଞାନ ବିଷୟରେ ଯେତେ ବହିପତ୍ର ବାହାରେ, ସେଥିରେ ପ୍ରାୟ ଅଧାରୁ ଅଧିକ ବାହାରେ ଇଂରେଜିରେ । ତେଣୁ ଏହି ଦେଶମାନଙ୍କରେ ଇଂରେଜିରୁ ଅନୁବାଦ କରିବା ପାଇଁ ବଳିଷ୍ଠ ସଂସ୍ଥାମାନ ଥାଏ । ତେଣେ ବହି ବାହାରୁ ବାହରୁ ଏଣେ ଅନୁବାଦ ହୋଇ ଲୋକଙ୍କ ଭିତରେ ବଣ୍ଟା ହୋଇଯାଏ । ସୌଭାଗ୍ୟକୁ ଏବେ ଏପରି ଏକ ମେସିନ ତିଆର ହେଲାଣି ଯେଉଁଥିରେ ଗୋଟିଏ ଭାଷାକୁ ଅନ୍ୟ ଏକ ଭାଷାରେ ଅନାୟାସରେ ଅନୁବାଦ କରାଯାଇ ପାରିବ । ଯେଉଁଦିନ ଏହି ମେସିନ ସାଧାରଣ ବ୍ୟବହାର ପାଇଁ ମିଳିଯିବ, ସେଦିନ ଭାଷାରାଜ୍ୟରେ ଏକ ଅଭୂତପୂର୍ବ ବିପ୍ଲବ ଦେଖାଦେବ । ସେତେବେଳେ ଆଉ କୌଣସି ବିଦେଶୀ ଭାଷାକୁ ବାଧ୍ୟହୋଇ ପଡ଼ିବାକୁ ପଡ଼ିବ ନାହିଁ । ଯେ କୌଣସି ଭାଷାରେ ସଞ୍ଚିତ ଜ୍ଞାନକୁ ଅନ୍ୟ ଭାଷାରେ ଉଠାଇ ନେଇହେବ ।

 

ଆମ ଦେଶରେ ଏ ପର୍ଯ୍ୟନ୍ତ ଅନୁବାଦ ପ୍ରତି ଲୋକେ ଆକୃଷ୍ଟ ହୋଇ ନାହାନ୍ତି କିମ୍ବା ଅନୁବାଦକୁ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗ ଭାବରେ ଗ୍ରହଣ କରି ନାହାନ୍ତି । କିନ୍ତୁ ପୃଥିବୀର ଅନୁବାଦ ସାହିତ୍ୟର ହିସାବ ନେଲେ ଦେଖାଯିବ ଯେ ପ୍ରଗତିଶୀଳ ଦେଶମାନଙ୍କର ଅନୁବାଦ ପୁସ୍ତକ ସଂଖ୍ୟା ଅନେକ ବେଶି । ପ୍ରାଚ୍ୟ ଭୂଖଣ୍ତରେ ଜାପାନ ସବୁଠାରୁ ପ୍ରଗତିଶୀଳ ଦେଶ । କ୍ଷେତ୍ରଫଳ ଦୃଷ୍ଟିରୁ ତାହା ଭାରତର ଚାରିଭାଗରୁ ଭାଗେ ହେଲେ ମଧ୍ୟ ତାର ଅନୁବାଦ ସାହିତ୍ୟ ଭାରତ ଅପେକ୍ଷା କେତେ ବେଶି, ତାହା ଏକ ୟୁଏନେସ୍କୋ ବୁଲେଟିନରୁ ସହଜରେ ଜଣାପଡ଼ିବ । ଅନ୍ୟାନ୍ୟ ଭାଷାକୁ ବାଦଦେଇ କେତେକ ବିଶ୍ୱବିଖ୍ୟାତ ଭାଷାରୁ ୧୯୬୦ ମସିହାରେ ଜାପାନ କେତେ ଅନୁବାଦ କରିଛି ଓ ଭାରତ କେତେ କରିଛି ତୁଳନା କଲେ ଉଭୟଙ୍କର ପ୍ରଗତିର ଏକ ଧାରଣା ହେବ ।

 

 

ଇଂରେଜିରୁ

ଫ୍ରେଞ୍ଚରୁ

ଜର୍ମାନୀରୁ

ରୁଷରୁ

ଜାପାନ–

୫୮୩

୧୭୩

୧୫୦

୮୪

ଭାରତ–

୨୬୪

୨୮

୧୪

୪୬

 

ଲକ୍ଷ୍ୟ କରିବାର କଥା–ଜାପାନ ଆମଠାରୁ ବର୍ଷକ ଭିତରେ କେତେ ଅଧିକ ଅନୁବାଦ କରୁଛି । ଅନ୍ୟ ଅର୍ଥରେ ଜାପାନୀ ଲୋକେ ପୃଥିବୀର ଜ୍ଞାନଭଣ୍ତାରରୁ ବର୍ଷକ ଭିତରେ ତାଙ୍କ ଦେଶପାଇଁ କେତେ ଅଧିକ ଜ୍ଞାନ ଆହରଣ କରୁଛନ୍ତି ଓ ତାଙ୍କ ଭାଷା କେତେ ପ୍ରଗତି କରୁଛ । ପାଶ୍ଟାତ୍ୟ ଦେଶମାନଙ୍କର ଅନୁବାଦ ହିସାବ ନେଲେ ଦେଖାଯିବ, ରୁଷ ସମସ୍ତଙ୍କ ଆଗରେ ରହିଛି ଓ ତା ପଛକୁ ରହିଛି ଆମେରିକା ବିଜ୍ଞାନ ଶିକ୍ଷାରେ । ଆଜି ରୁଷ ଓ ଆମେରିକାର ଠିକ ଏହି ପରିସ୍ଥିତି । ଆଗ ରୁଷ, ପଛେ ଆମେରିକା । ପ୍ରାଚ୍ୟ ସଂସାରରୁ ଜ୍ଞାନ ଆହରଣ କରିବା ପାଇଁ ରୁଷ କେମିତି ଆଗରେ ଅଛି, ତାହା ଏହି ନିମ୍ନ ପ୍ରଦତ୍ତ ତୁଳନାରେ ଜଣାପଡ଼ିବ ।

 

 

ଚୀନ

ହିନ୍ଦୀ

ଫାର୍ଶୀ

ସଂସ୍କୃତ

ଉର୍ଦ୍ଦୁ

ରୁଷ–

୧୦୩

୧୩

୧୮

ଆମେରିକା–

14

 

କହିବା ବାହୁଲ୍ୟ ଯେ ଭାରତ ପରି ଏକ ନବନିର୍ମିତ ଦେଶପାଇଁ ଅନୁବାଦ ନିତାନ୍ତ ଦରକାର । ଅନ୍ୟ ଦେଶମାନେ ଯେଉଁ ପରିମାଣରେ ଅନୁବାଦ କରୁଛନ୍ତି, ଆମକୁ ସେମାନଙ୍କଠୁ ବହୁ ଗୁଣରେ ଅଧିକ କରିବାକୁ ପଡ଼ିବ । ବର୍ତ୍ତମାନ ସଙ୍ଗେ ସଙ୍ଗେ ଯାହା ଦରକାର ତାକୁ ପୂରଣ କରି ପ୍ରତିଦିନ ଯାହା ନିତ୍ୟନୂତନ ପ୍ରକାଶ ପାଉଛି, ତାକୁ ଅନୁବାଦ କରିବାକୁ ହେବ । ଭାରତ ସେଥିପାଇଁ ନାମକୁ ମାତ୍ର ପ୍ରସ୍ତୁତ ହୋଇଛି ବୋଲି କହିବାକୁ ହେବ । ଭାରତରେ ଗୋଟିଏ ଅନୁବାଦ ସଂସ୍ଥା ଜାତୀୟ ଅନୁବାଦ ଟ୍ରଷ୍ଟ ଓ ଅନ୍ୟଟି ହିନ୍ଦୀ ଡିରେକ୍ଟରେଟ୍ । ଅବଶ୍ୟ ଦ୍ୱିତୀୟ ଅନୁଷ୍ଠାନର ପ୍ରଧାନ କାମ ପାରିଭାଷିକ ଶବ୍ଦାବଳି ନିର୍ମାଣ । କିନ୍ତୁ ଏବେ ତାହା ପୁସ୍ତକ ଅନୁବାଦ କାର୍ଯ୍ୟକୁ ଆଂଶିକ ଭାବରେ ଗ୍ରହଣ କରିଛି । ସେହି ଡିରେକ୍ଟରେଟ୍ ନିକଟରେ ଇଂରେଜିରୁ ପ୍ରାୟ ପାଞ୍ଚଶହ ପୁସ୍ତକ ଅନୁବାଦ କରିବା ପାଇଁ ବ୍ୟବସ୍ଥା କରି ସେଗୁଡ଼ିକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଇଛନ୍ତି, କିନ୍ତୁ ଏହି କାର୍ଯ୍ୟ ଯେମିତି ଶିଥିଳ ଗତିରେ ଚାଲିଛି ଯେ ସେଥିରେ ଭାରତ ପରି ବିଶାଳ ଦେଶର ଅଭାବ ପୂରଣ କରିବା ପାଇଁ କେତେକାଳ ଲାଗିବ, କିଏ ଜାଣେ ? ଏଥିପାଇଁ ପ୍ରତ୍ୟେକ ରାଜ୍ୟସରକାର ଓ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କର ଏକ ସୁଚିନ୍ତିତ ସଂଘବଦ୍ଧ ଚେଷ୍ଠା ଆବଶ୍ୟକ । ସ୍ୱତନ୍ତ୍ର ଅନୁବାଦ ବୋର୍ଡ଼ମାନ ସ୍ଥାପିତ ହୋଇ ଏହି କାର୍ଯ୍ୟ ଚାଲୁହେବା ଉଚିତ ଓ କେତେକ ଲୋକ ଅନୁବାଦ କଳାରେ ଉତ୍ତମରୂପେ ପ୍ରଶିକ୍ଷିତ ହେବା ଉଚିତ । କେବଳ ପଇସା ଲୋଭରେ ଯେ କୌଣସି ଲୋକ ଗୁଡ଼ାଏ ଅପାଠ୍ୟ, ଅବୋଧ୍ୟ ଅନୁବାଦ କଲେ ଫଳ ଓଲଟା ଫଳିବ । ଏକରେ ଲୋକେ ତାକୁ ସହଜରେ ବୁଝି ପାରିବେ ନାହିଁ । ଦ୍ୱିତୀୟରେ, ଯେଉଁମାନେ ଆଞ୍ଚଳିକ ଭାଷାର ବିରୋଧ କରିବାକୁ ଚାହାନ୍ତି, ସେମାନଙ୍କ ପ୍ରଚାର ପାଇଁ ସୁବିଧା ହେବ ଓ ଦେଶରେ କାର୍ଯ୍ୟର ଗତି ମାନ୍ଦା ପଡ଼ିଯିବ । ଅନୁବାଦ ପାଇଁ ଏଠି ସେଠି କାଁଭାଁ କାର୍ଯ୍ୟାରମ୍ଭ ହେଉଥିଲେ ସୁଦ୍ଧା ସର୍ବଭାରତୀୟ ସ୍ତରରେ କୌଣସି ବିଧିବଦ୍ଧ କାର୍ଯ୍ୟରମ୍ଭ ହୋଇନାହିଁ । କେନ୍ଦ୍ର ଡିରେକ୍ଟରେଟ ଅନୁବାଦ ପାଇଁ ଯେଉଁ ନିୟମମାନ ପଠାଇଛନ୍ତି, ସେଥିରେ ଗୋଟିଏ ନିୟମ ହେଉଛି ବହି ଅନୁବାଦ ସରିଲା ପରେ ପ୍ରେସକୁ ଯିବା ପୂର୍ବରୁ ଭାଷାବିତ୍‍ଙ୍କ ଦ୍ୱାରା ପରୀକ୍ଷିତ ହେବ । ଆମ ଦେଶରେ ଭାଷାତତ୍ତ୍ୱ ଶିକ୍ଷା ଓ ଭାଷାବିତ୍‍ଙ୍କର ଯେପରି ଅଭାବ, ସେଥିରେ ଏ ନିୟମଟା ଧର୍ମକୁ ଆଖିଠାର ଛଡ଼ା ଆଉ କଣ ହୋଇପାରେ ? ଅନୁବାଦ କହିଲେ ଆମ ଏଠି କେବଳ ନାଟକ, ଉପନ୍ୟାସ, ଗଳ୍ପ ଓ କବିତାର ଅନୁବାଦ କରାହେଉଛି । ତଥ୍ୟମୂଳକ ପୁସ୍ତକମାନଙ୍କ ପାଇଁ ଅନୁବାଦ ଆରମ୍ଭ ହୋଇନାହିଁ । ରାଜ୍ୟରେ ରାଜ୍ୟଭାଷା ଓଡ଼ିଆ ଚାଲୁହେବା ପୂର୍ବରୁ ଯେଉଁସବୁ ପ୍ରସ୍ତୁତ ଦରକାର, ତା ମଧ୍ୟରେ ସର୍ବପ୍ରଧାନ ହେଉଛି ରାଜ୍ୟସ୍ତରରେ ଏକ ଅନୁବାଦ ସଂସ୍ଥା । ସେହି ସଂସ୍ଥାଦାୟିତ୍ୱରେ ପ୍ରଶାସନିକ ତଥା ଶିକ୍ଷାଗତ ପୁସ୍ତକମାନଙ୍କର ସର୍ବପ୍ରଥମ ଅନୁବାଦ ଦରକାର । ଯେଉଁ ଯେଉଁ ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷାକୁ ରାଜ୍ୟଭାଷାରୂପେ ଗ୍ରହଣ କରାଗଲାଣି ସେଠି କମ୍ ବହୁତେ ଭାଷାପାଇଁ କୌଣସି ନା କୌଣସି ସଂସ୍ଥା ଖୋଲିଗଲାଣି । ଜ୍ଞାନ ଆହରଣ ଓ ଆଞ୍ଚଳିକ ଭାଷାର ସମୃଦ୍ଧି ପାଇଁ କେତେ ବର୍ଷ ପର୍ଯ୍ୟନ୍ତ ଅନୁବାଦ ସଂସ୍ଥା ହେବ ସର୍ବପ୍ରଧାନ ପାଇପ ଲାଇନ୍ । ଏହି ଲାଇନ୍ ବସାଇବା ପାଇଁ ବିଳମ୍ବ ହବା ଉଚିତ ନୁହେଁ । ବଙ୍ଗ ପାଇଁ ଯେମିତି ବଙ୍ଗଳା, ହିନ୍ଦୁସ୍ଥାନ ପାଇଁ ହିନ୍ଦୀ, ଓଡ଼ିଆ ପାଇଁ ସେମିତି ଓଡ଼ିଆ ନିଶ୍ଚୟ ହେବ–ଏଥିରେ ସନ୍ଦେହ କଣ ଅଛି ? ସବୁ ତ ନିଶ୍ଚୟ ହେବ, ଖାଲି କିଏ ଆଗ, କିଏ ପଛ ।

 

୧.

ରୁଷରେ ଆଞ୍ଚଳିକ ଭାଷା ମାଧ୍ୟମରେ ବିଜ୍ଞାନବିସ୍ତାର ଚେଷ୍ଟା ।

୨.

ବିଜ୍ଞାନ ସେବାରେ ଆଞ୍ଚଳକି ଭାଷାର ସମୃଦ୍ଧି ।

୩.

ଡାକ୍ତରୀ ଓ ଇଞ୍ଜିନିୟରିଂ ସବୁ ଶିକ୍ଷା ଆଞ୍ଚଳିକ ଭାଷାରେ ସମ୍ଭବ ।

୪.

ଆଞ୍ଚଳିକ ଭାଷାରେ ଅନ୍ତତଃ କଳାଶିକ୍ଷା ଶୀଘ୍ର ଆରମ୍ଭ ହେବା ଉଚିତ୍ ।

୫.

ଆଞ୍ଚଳିକ ଭାଷା ପ୍ରଚଳିତ ହେଲେ ତହିଁରେ ପୁସ୍ତକ ଓ ପ୍ରକାଶନକଳା ସମୃଦ୍ଧ ହେବ ।

Image

 

ସ୍ୱାଧୀନତା ପରେ ଆଞ୍ଚଳିକ ଭାଷା

 

ସ୍ୱାଧୀନତା ପରେ ଷୋଳବର୍ଷ ଚାଲିଗଲାଣି । ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟ ହେଉ ବା ନ ହେଉ, ତାଙ୍କ ଭାଷାକଳ୍ପନା ବିଶେଷ ଆଗେଇ ପାରିନାହିଁ । ୧୯୪୭ରେ ସ୍ୱାଧୀନତା ମିଳିବା ପରେ ପରେ ସେ ଭାବିଥିଲେ ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷା ଚାଲୁ ହେବ ଓ ରାଜ୍ୟରେ ଆଞ୍ଚଳିକ ଭାଷା ରହିଲେ କେନ୍ଦ୍ରରୁ ଇଂରେଜ ଆପେ ଆପେ ଅପସରି ଯିବ । ଇଂରେଜି ଭାଷା ପ୍ରତି ତାଙ୍କର ତିଳେହେଲେ ଅସମ୍ମାନ ନ ଥିଲା କିମ୍ବା କୌଣସି ବୁଦ୍ଧିଜୀବୀ ଭାରତୀୟଙ୍କର ଅସମ୍ମାନ ଥିବ ବୋଲି ମନେ ହୁଏ ନା । ଗାନ୍ଧୀଜୀ କହୁଥିଲେ–ଇଂରେଜି ଏ ଦେଶରେ ଯଥାସ୍ଥାନରେ ରହିବ । ତାର ସ୍ଥାନ ହେଉଛି ଆମ ବାଣିଜ୍ୟ–ବ୍ୟବସାୟ ଓ ବୈଦେଶିକ ମନ୍ତ୍ରଣାଳୟ । କିନ୍ତୁ ଏ ଜାତିର ସଂସ୍କୃତିକୁ ପ୍ରଭାବିତ କରିବାକୁ ତାକୁ ଦିଆଯିବ ନାହିଁ । ବ୍ରିଟିଶମାନଙ୍କୁ ଯେମିତି ଶାସନରୁ ବହିଷ୍କାର କରାଗଲା, ଇଂରେଜିଭାଷାକୁ ସେହିପରି ସାସ୍କୃତିକ ଅଧିକାରରୁ ବହିଷ୍କାର କରାଯିବ । (୮) ଗାନ୍ଧିଜୀ ଠିକ୍ ଦେଖିପାରିଥିଲେ ଯେ, ଇଂରେଜିକୁ ସିଂହାସନରୁ ନ ହଟାଇବା ପର୍ଯ୍ୟନ୍ତ ଭାରତୀୟମାନେ ମାତୃଭାଷାପ୍ରତି କେବେହେଲେ ଆକୃଷ୍ଟ ହୋଇପାରିବେ ନାହିଁ । କେବଳ ସେତିକି ନୁହେଁ, ମାତୃଭାଷା ଓ ସାହିତ୍ୟପ୍ରତି ସେମାନଙ୍କର ଅବହେଳାର ଅବସାନ ହେବନାହିଁ । ଓଡ଼ିଶାରେ ଓଡ଼ିଆ ଶିକ୍ଷା ନେଇ କେତେ ଝଡ଼ଝଞ୍ଜା, ବାଦବିବାଦ ହୋଇଗଲାଣି । ତେବେ ମଧ୍ୟ ଏବେ ଜଣେ କଲେଜ ପ୍ରିନ୍ସିପାଲ ତାଙ୍କ କଲେଜରେ ଓଡ଼ିଆ ପଢ଼ିବାକୁ ଦେବେ ନାହିଁ ବୋଲି ଜିଦ୍ ଧରିବାର ଖବର ଓଡ଼ିଆ ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଛି । (୯) ଓଡ଼ିଆ ପଢ଼ି ଲୋକେ ‘ହାଫ୍-ଗ୍ରାଜୁଏଟ୍’ ହୁଅନ୍ତି ବୋଲି ସେ କହନ୍ତି । କିନ୍ତୁ ଇଂଲଣ୍ଡର ଲୋକ ଇଂଲିଶ ପଢ଼ି କେବେ ହାଫ୍ ଗ୍ରାଜୁଏଟ୍ ହୁଅନ୍ତି ନାହିଁ । ଯଦି ସେ ଭାବୁଥାନ୍ତି ଆମ ଓଡ଼ିଆ ଭାଷା ସାହିତ୍ୟରେ କିଛି ନାହିଁ, ତବେ ତାକୁ ସମୃଦ୍ଧ କରିବାପାଇଁ ଆମେ ଅଧିକ ଲୋକକୁ ପଢ଼ାଇବୁ ନା ମୂଳରୁ ଲୋକଙ୍କୁ ମନା କରିଦେବୁ । ପଡ଼ୋଶୀ ବଙ୍ଗଳା ଲାଜ୍ୟରେ ବଙ୍ଗଭାଷା ଶାସନ ଗାଦିକୁ ଉଠିଲାବେଳକୁ ଓଡ଼ିଶାରେ ଓଡ଼ିଆ କଲେଜରୁ ତଡ଼ା ଖାଇବାକୁ ବସିଛି । ଓଡ଼ିଶାରେ ୧୯୬୩ ମସିହାରେ ମଧ୍ୟ ଏ କଥା ସମ୍ଭବ ହେଉଛି !

 

ଯଦି କେହି ଭାବୁଥାନ୍ତି ଯେ କେବଳ ଭାବପ୍ରବଣତା ଦୃଷ୍ଟିରୁ ଇଂରେଜିକୁ ହଟାଇ ଆଞ୍ଚଳିକ ଭାଷାଗୁଡ଼ିକ ଗାଦିରେ ବସାଇବା ପାଇଁ ଚେଷ୍ଟା କରାଯାଉଛି, ତା ହେଲେ ତା ଠିକ୍ ହେବ ନାହିଁ । ଆମକୁ ଦେଖିବାକୁ ହେବ–ବ୍ରିଟିଶ ଶାସନ ଓ ଆମ ଶାସନ ଭିତରେ କି ପ୍ରକାର ପରିବର୍ତ୍ତନ ହୋଇଛି । ସେହି ପରିର୍ତ୍ତନକୁ ସ୍ୱୀକାର କଲେ ଭାରତୀୟ ଭାଷାଗୁଡ଼ିକୁ ସ୍ୱୀକାର କରିବାକୁ ପଡ଼ିବ । ଇଂରେଜମାନେ ଏ ଦେଶରେ ଯେତେବେଳେ ଶାସନ କରୁଥିଲେ, ସେତେବେଳେ ସାଧାରଣ ଜନତାଙ୍କ ସହିତ ତାଙ୍କର କିଛି ସମ୍ପର୍କ ନ ଥିଲା, କାରଣ ଆମ ଭୋଟ ଉପରେ ତାଙ୍କ ଶକ୍ତି ନିର୍ଭର କରୁ ନ ଥିଲା । ସେମାନେ ନିର୍ଭର କରୁଥିଲେ ତାଙ୍କ ସୈନ୍ୟବାହିନୀ ଓ କର୍ମଚାରୀମାନଙ୍କ ଉପରେ । ତେଣୁ ସେମାନେ ଯାହା କରୁଥିଲେ ଜନତା କିଛି ଜାଣୁ ନ ଥିଲେ କିମ୍ବା ତାଙ୍କୁ ଜଣାଇବାର ଦରକାର ପଡ଼ୁ ନ ଥିଲା । ଆଜି କିନ୍ତୁ ପରିସ୍ଥିତି ସଂପୂର୍ଣ୍ଣ ଓଲଟା । ଏହି ଦେଶର ଶାସନ ଭୋଟଦାତା ପ୍ରତ୍ୟେକ ନରନାରୀଙ୍କ ଉପରେ ନିର୍ଭର କରେ । ଶାସନରେ କଣ ଘଟୁଛି, ପ୍ରତ୍ୟେକେ ଜାଣିବାକୁ ଚାହାନ୍ତି ଓ ସେହିମାନଙ୍କ ଜାଣିବା ଉପରେ ଶାସନ ଓ ଶୃଙ୍ଖଳା ନିର୍ଭର କରେ । କିନ୍ତୁ ଗାଁ-ଗହଳର ପ୍ରତ୍ୟେକ ଭୋଟଦାତା ପକ୍ଷରେ ଇଂରେଜି ପରି ଏକ ବିଦେଶୀ ଭାଷାରେ ଶିକ୍ଷିତ ହେବା ଅସମ୍ଭବ । ତେଣୁ ଲୋକଙ୍କ ମାତୃଭାଷାରେ ଶାସନ ଚାଲିଲେ ତହିଁରେ ସେମାନେ ନିର୍ବୋଧରେ ଭାଗ ନେଇପାରିବେ-। ଗାଁ ପଞ୍ଚାୟତ ଓ ସହରୀ ଶାସକଙ୍କ ଭିତରେ ବିଦେଶୀ ଭାଷାର ଏକ ପାଚେରୀ ଆଉ ରହିବା ଉଚିତ ନୁହେଁ । ଗାଁ ଲୋକ ଇଂରେଜି ଜାଣେ ନାହିଁ ବୋଲି ଅନ୍ୟଠାରୁ ସେ ଛୋଟ, ଏହି ଅପ୍ରାକୃତିକ ଅପମାନ ସହ୍ୟ କରିବା ପାଇଁ ଆଉ ସେ ପ୍ରସ୍ତୁତ ନୁହେଁ । ଉପରେ ଇଁରେଜିକୁ ଆମେ ଯେତେ ମାଡ଼ି ଧରିଲେ ବି ଗାଁ ପଞ୍ଚାୟତ ଟିକିଏ ସଚେତ ହୋଇଗଲେ ଆପେ ଆପେ ସେ ଆସନ ଛାଡ଼ିବାକୁ ବାଧ୍ୟ ହେବ ।

 

ସ୍ୱାଧୀନତା ପରେ ଆଞ୍ଚଳିକ ଭାଷା ଯେ ଅନେକଦୂର ଆଗେଇ ପାରିଛି. ଏଥିରେ ସନ୍ଦେହ ନାହିଁ । ପ୍ରଥମ କଥା, ହାଇସ୍କୁଲ ସ୍ତରରେ ଯେଉଁଠି ସବୁ ପାଠ ଇଂରେଜିରେ ପଢ଼ା ହେଉଥିଲା, ସେଠି ବର୍ତ୍ତମାନ ଆଞ୍ଚଳିକ ଭାଷାରେ ପଢ଼ାହେଉଛି । ଭିନ୍ନ ଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷାରେ ବେତାରବାର୍ତ୍ତା ପ୍ରଚାର କରାଯାଉଛି, ଅଧିକାଂଶ ବିଜ୍ଞାପନ ଆଞ୍ଚଳିକ ଭାଷାରେ ଲେଖାହେଉଛି । ସଭାସମିତି ଓ ରାଜ୍ୟସଭାମାନଙ୍କରେ ଆଞ୍ଚଳିକ ଭାଷାରେ ଭାଷଣ ଦେବାପାଇଁ କୌଣସି ବାରଣ ନାହିଁ । ପରିଶେଷରେ ଲୋକସଭାରେ ମଧ୍ୟ ସଭ୍ୟମାନେ ସ୍ୱ-ମାତୃଭାଷାରେ ଭାଷଣ ଦେବାପାଇଁ ଅନୁମତି ପାଇଲେଣି । ତଥାପି ଅନେକ ରାସ୍ତା ଯିବାକୁ ଅଛି, ବିଶେଷତଃ ଆମ ନିଜ ଘରେ । ସେଇଥିପାଇଁ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବଙ୍ଗରେ ଯଦି ବଙ୍ଗଳା ହେଲା, ଓଡ଼ିଶାରେ ଓଡ଼ିଆ କେବେ ?

 

୧.

ଗାନ୍ଧିଙ୍କ ଭାଷାସ୍ୱପ୍ନ ଏ ପର୍ଯ୍ୟନ୍ତ ସଫଳ ହୋଇ ନି ।

୨.

ଗଣତନ୍ତ୍ର ଶାସନରେ ଶାସିତର ମାତୃଭାଷାର ପ୍ରାଧାନ୍ୟ ।

୩.

ପଞ୍ଚାୟତ ଶାସନରେ ପଞ୍ଚାୟତର ଭାଷା ହିଁ ଶାସନର ଭାଷା ।

Image

 

ରେଫରେନସ୍

 

ଇଂରେଜି

 

1. “Magic” was the word used to day to describe the effect when the Cold stream Guards band struck up the Indian National Anthem on the Presidents arrival st Victoria Station yesterday, It set a light the whole occasion……suddenly you could feel India.

 

Indian Anthem Thrills British Hearts.

Hindusthan Standard, 16 June, 1963.

 

2. I have now been travelling for some months in India seeing vast crowds of Indians in many parts of the continent and I have never seen a happier looking people….Now tell me Mr. Gokhale…. would the people of India be happier if you ran the country ? “No Sir,…... I do not say that they would be happier”, Mr. Gokhale replied promptly, “but they would have more self respect.”

 

How British Kings reacted to Indians Freedom fight–Patriot, 16 June, 1963.

 

3. The lightest development of the Indian mind must be possible without a knowledge of English. It is doing violence to the manhood specially the womanhood of India to encourage our boys and girls to think that an entry into the best society is impossible without a knowledge of English. It is too humiliating a thought to be bearable. To get rid of the infatuation for English is one of the essentials of Swaraj .M.KG.

 

The Hindi Prachar Movement

By M.P.Desai, P/47

 

4. It is my considered opinion that English education in the manner it has been given has emasculated the English educated Indian. It has put a severe strain upon the Indian student’s nervous energy and has made of us imitators. The process of displacing the vernaculars has been one of the saddest chapters in the British connection. Ram Mohan Roy would have been a greater reformer, and Lokamanya Tilak would have been a greater scholar, if they had not to start with the handicap of having to think in English and transmit their thoughts chiefly in English……No country ear become a nation by producing a race of imitators.

 

Young India.

27. 4. 21. by M.K.Gandhi.

 

5. The foreign medium has made our children practically foreigners in their own land. It is the greatest tragedy of the existing system. The foreign medium has prevented the growth of our own vernaculars.

 

He considers that the foreign medium has caused brain fag, put an undue strain on the nerves of our children made them crammers and imitators, unfitted them for original work and disabled them for filtering their learning to the family or the masses.

 

6. If I had the powers of a despot, I would to-day stop the tuition of our boys and girls through a foreign medium and require all the teachers and professors on pain of dismissal to introduce the change forthwith!’

 

Educational ideas and ideals or Gandhi and

Tagore, 1961, P/199.

New Book Society of India.

 

7. Sir Ivor Jennings in one of his studies recently remarked.

 

“The demand foe English education was not due to any love of English or even of the English. It was due mainly to the fact that English education enabled…. to obtain posts in Government service.

 

–Language Study in Indian Education

P/26. by M.P.Desai.

Navajivan Press, Ahmedabad, 14.

 

8. Apart from the fact that forward looking Indians warmly supported the policy, it was necessary to create a class of Indians, educated in English, to man the lower cadres of the government department as it was manifestly impossible to fill every post with imported Englishmen.

 

–British Statesmen in India,

By V. B. Kulkarni, 1961. P/136.

Orient Longmans, Calcutta

 

9. The Dispatch (of Sir Charles wood), while it enunciated the aim of education as “the diffusion of the improved arts, science, philosophy and literature of Europe, in short, of European knowledge”, laid down chat the stud of the spoken languages of India was to be encouraged and that both the English language and the spoken languages of India were to be regarded as the media for the diffusion of European knowledge. It goes on to say “It is neither our aim nor desire to substitute the English language for the vernacular dialects of the country.”

 

Report of the official Language Commission,

Govt. of India, 1956, P ? 25.

 

10. I think it would be totally unbecoming for us in India to adopt as an official language a foreign language….. Nehru.

Wits and Wisdom of Nehru. P/366.

By N. B. Sen.

New Book Society of India.

 

11. He (Lord Macaulay) conceived the scheme of making a class of Brown Englishmen who would look out beyond the seas for inspiration, regard Britain as their spiritual home and look down upon the spiritual culture and tradition of their mother country. He wanted to form a class who would be interpreters between the English and the millions they governed, a class of persons Indian in blood and colour, but English in taste, in opinions, in morals and intellect,

 

Educational ideas and ideals of Gandhi

and Tagore.

By R. S. Masani, P/9-10.

 

12. Some few who know it should realize in good time that continuing it (English) as our Antar Bhasa inflicts loss of self respect on the masses of our people….

 

-Hindi Prachar movement

By M. P. Desai,

P/46, Navajivan, P. House, Ahmedabad.

 

13. Shi Khushwant Singh, however, ended on a pessimistic note pointing out that the standard of English had gone down considerably in India and it was improbable that there would in future be any great writers in English in India.

 

The Indian P. E. No. 2, Feb, 1962. P/37.

 

14. Mr. Spender said that the teaching of English literature within the classic patterns of Shelley, Keats, Byron and even Shakespeare has outmoded and the India Universities would do well to discontinue the teaching of English literature as a subject.

 

The Indian P. E. N. No-2, Feb. 1961. P/58.

 

15. The compulsory English taught in Colleges has to be more and more language rather than literature. Our syllabuses have to be revised.

 

–The Future of English in Indian

By V. K. Gokok.

Illustrated weekly of Indian, 23-6-63.

 

ହିନ୍ଦୀ

 

1. I am certain that the children of the nation that receive instruction in a tongue other that their own, commit suicide. It robs then of their birth right. A foreign medium means an under strain upon the youngsters. It robs them of all originality.

 

It stunts their growth and isolates them from their home, I regard such a thing as a national tragedy.

 

–Educational ideas and ideals of

Gandhi and Tagore by Dr. R. S Masani. P/195.

 

2. 343 (1) The official language of the Union shall be Hindi in Devanagari script.

 

“351 It shall be the duty of the Union to promote the spread of the Hindi language to develop it so that it may serve as a medium of expression for all the elements of the composite culture of India and to secure its enrichment by assimilating without interfering with its genius, the forms, stylus and expressions used in Hindustani and in the other languages of India specified in the eight schedule * and by drawing, whenever necessary or desirable for its vocabulary, primarily on Sanskrit and secondarily on other language.”

 

The Eight schedule mentions, along with Hindustani the following as the other language of India in their alphabetical order.

 

1.

Assamese.

8.

Marathi.

2.

Bengali

9.

Oriya.

3.

Gujarati.

10.

Punjabi

4.

Hindi.

11.

Sanskrit.

5.

Kannada.

12.

Tamil.

6.

Kashmiri

13.

Telugu.

7.

Malayalam.

14.

Urdu.

 

3. If Hindi were the national language, the Hindi speaking people of the North would become as dominant a class as the English speaking are now English is at least neutral, a language which all can learn on equal terms Hindi would give a preference to some and so would be anathema to others.

 

–The Hindi Prachar Movement P/31.

 

4. C.R’s view on Hindi-“of the 30 crores that live in India 14 crores speak Hindi or some very near dialect of that language, Can the deliberations of the Central Assembly and the transactions of the high officers of the state and others exercising authority in the central government be permitted to be done in English ? Obviously not, if we desire democracy to be true in fact as well as in form if we donot want educated men men to be appointed to places of power and influence and conduct their affairs apart from the people and the electorate, Hindi is bound the legislature and also of the provincial governments, in their dealings with each other and with the government of India. It is not possible or desirable to impose English for our sake on all and weaken the peoples control over their representatives all over India.”

 

Form a May issue of Daily Patriot.

 

5. It started long ago with Prof. Dherendra Verma when he began to say, If by enthroning our language as the National language, you will simply change it entirely, then we donot desire that honour for it. Please to allow us keep our regional Hindi as it is. You may have your national language as you wish. But please donot spoil our language.

 

Hindi Prachar Movement P/37.

 

6. Anit Hindi Drive (Madras, June 3 .63)

 

He (Rajaji) said there was complete unanimity in the meeting that it was a false and dangerous assumption that Hindi must come sometime or other ultimately. We agreed that English must continue indefinitely.

 

It was true, Mr. Rajgopalachari added. That under the compulsion of a Government whose mother longue was Hindi, we will be forced to learn Hindi as we learnt English under the compulsion of the British Government, whose mother tongue was English but we are not prepared for this second conquest.

 

AGITATION TO STOP USE OF ENGLISH.

(Madurai, June 3.63)

 

7. ……That the Kazagam would shortly launch an agitation against the continuance of English in the state administration.

 

Patriot, Wednesday, June 5.63.

 

ଆଞ୍ଚଳିକ ଭାଷା–

 

1. When we come to consider the question of the spread of education with the requisite attention, we discover that the foremost difficult lies in English being the medium of education. The foreign ship may bring imported goods into a port, but she cannot help to distribute them among inland markets. So if we inside on pinning our whole faith to the foreign ship. Our commerce must needs be restricted to the city.

 

Educational Ideas and Ideals. P/195.

 

2. Though we have been enjoying high education, we have not been thinking high thoughts. Like our academic costume, the academic language of our education is cast aside as soon as we are beck home from college and all that we have gathered there is left in its pockets as it bangs on the peg.

 

Education Ideas……..P/196.

 

3. Gandhi loved his mother tongue so much that he would cling to it as to his mother’s breast. No one who was indifferent of his mother tongue could claim to be a lover of his country, The proper teaching of the mother tongue is the foundation of all education.

 

Educational Ideas and Ideals of …. P/68.

 

4. The means adopted were sometimes drastic. The Kindergarten and the elementary school implanted in the children the ideas that it was wrong to speak other languages.

 

Modernisation of Hebrew by Inge

Deutschkron,

Hindustan Standard. August, 5, 1962.

 

5. In the U.S.S.R, the trend at one time was to have a common Scientific terminology for the whole of country. However the trend now is for the constituent republics to develop scientific terminologies in their regional languages. This trend is encouraged by the general progress of science and of the local languages. The scientific terminology work in the regional languages is done by the Regional Science Academic.

 

The Problem of Scientific and Technical.

Terminology in Indian Languages, P/4.

By Dr. D.S. Kothari,

Ministry of Education, Government of India,

1961.

 

6. Gandhi would suggest that the medium of instruction be immediately altered at any cost. The provincial languages being given their rightful place. He would prefer temporary chaos in higher education to the criminal waste that is daily accumulating.

 

Educational ideas and ideas…

By R. S. Masani, P/79.

 

7. UNESCO Information Bulletin on Reading Materials Vol. V No. I. April.63 P/16.

 

8. My plea is for banishing English as a cultural usurper as we successfully banished the political rule of the English usurper. The rich English language will ever retain its natural place as the international speech of commerce and democracy.

 

Report of the Official Language Commission,

1956, P/36

 

୯. ନୟାଗଡ଼ କଲେଜରେ ଓଡ଼ିଆ ଭାଷାର ବିରୋଧ ।

 

ପ୍ରଜାତନ୍ତ୍ର, ଶୁକ୍ରବାର ୫ । ୭ । ୬୩

Image